Kailash Chandra Behera

Inspirational

3  

Kailash Chandra Behera

Inspirational

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
145



ନବମ ଅଧ୍ୟାୟ ,ରାଜବିଦ୍ୟା

ରାଜଗୁହ୍ୟଯୋଗଃ

ଶ୍ଳୋକ -୩ 

ଅଶ୍ରବ୍ଦଧାନାଃ ପୁରୁଷା

ଧର୍ମସ୍ୟାସ୍ୟ ପରନ୍ତପ ,

ଅପ୍ରାପ୍ଯ ମା° ନିବର୍ତ୍ତନ୍ତେ

ମୃତ୍ୟୁ ସ°ସାରବର୍ତ୍ମନି ।

ଅର୍ଥ : - 

ହେ ଶତ୍ରୁ ନାଶନ ! ଏହି ଆତ୍ମଜ୍ଞାନ ରୂପ ଧର୍ମରେ ଶ୍ରଦ୍ଧାହୀନ ଲୋକମାନେ ଆମ୍ଭକୁ ପ୍ରାପ୍ତ ନ ହୋଇ ମୃତ୍ୟୁ ପୂର୍ଣ୍ଣ ସ°ସାର ମାର୍ଗରେ ଭ୍ରମଣ କରନ୍ତି ।

ବ୍ୟାଖ୍ୟା : - 

  ଭଗବାନ ଅର୍ଜୁନଙ୍କୁ ଶତ୍ରୁନାଶନ ବୋଲି କହି ତାଙ୍କ ମନର ବଳକୁ ଦୃଢ଼ କରୁଛନ୍ତି । ଭଗବାନ କହୁଛନ୍ତି ହେ ଅର୍ଜୁନ ! ଯେଉଁ ମାନଙ୍କ ମନରେ ଶ୍ରଦ୍ଧା ନାହିଁ ସେମାନେ ଭଲ କଥାଟାକୁ ଶୁଣିବାକୁ ଇଚ୍ଛା କରନ୍ତି ନାହିଁ । ସ°ସାର କଥା ଶୁଣିବା ପାଇଁ ସେମାନେ ଭାରି ଆଗ୍ରହୀ , କିନ୍ତୁ ଧର୍ମ କଥା ଶୁଣିବାକୁ ସେମାନେ ମୋଟେ ଆଗ୍ରହ ପ୍ରକାଶ କରନ୍ତି ନାହିଁ ତା'ର କାରଣ ହେଉଛି ସେମାନଙ୍କ ମନରେ ତମୋ ଗୁଣ ଓ ରଜଗୁଣ ପ୍ରବଳ ଭାବେ ସେମାନଙ୍କ ମନକୁ କବଳିତ କରି ଦେଇଥାଏ । ସେମାନେ ଭାଵନ୍ତି ମୁଁ ଧର୍ମ ବିଷୟରେ ବହୁତ ଜାଣିଛି ଆଉ ଜାଣିବାର ଅବଶ୍ୟକତା ନାହିଁ ।

    ଏହି ମନୋବୃତ୍ତିର ଲୋକମାନେ ଜନ୍ମ ମୃତ୍ୟୁର ଚକ୍ରରେ ପଡ଼ି ବହୁତ ଦୁଃଖ କଷ୍ଟ ଓ ଅଶାନ୍ତି ଭୋଗ କରନ୍ତି । ସ°ସାର ପ୍ରତି ଥିବା ମୋହ ଧର୍ମ ପ୍ରତି ଆକୃଷ୍ଟ କରାଇ ପାରେନା । ଯାହା ଫଳରେ ନିଜକୁ ଚିହ୍ନିବା ଓ ନିଜ ଭିତରେ ଥିବା ଆତ୍ମାକୁ ଚିହ୍ନିବା ସମ୍ଭବ ହୋଇ ପାରେନା । ତେଣୁ ଦୁଃଖ ଅଶାନ୍ତି ଭୋଗିବାର କାରଣଟା ସେମାନେ ଜାଣି ପାରନ୍ତି ନାହିଁ ।



Rate this content
Log in

Similar oriya story from Inspirational