STORYMIRROR

Kailash Chandra Behera

Classics

4  

Kailash Chandra Behera

Classics

ଶ୍ରୀମଦ୍ଭଗବତ

ଶ୍ରୀମଦ୍ଭଗବତ

2 mins
1

*ଶ୍ରୀମଦ୍ଭାଗବତ* ( ପ୍ରଥମ ସ୍କନ୍ଧ ) *ଋଷୟ ଊତୁଃ* ଭୋ ସୁତ ଶୁଣ ସାବଧାନେ ତୋର ମହିମା ଅନୁମାନେ । ସର୍ବ ପୁରାଣ ଇତିହାସ ଶୁଣିବୁ ତାହାର ସମ୍ଭାଷ। ସ°ସାର ଧର୍ମ ଶାସ୍ତ୍ର ଯେତେ ସବୁ ଗୋଚର ତୁମ୍ଭ ମତେ । ବ୍ୟାସ ମୁନିଙ୍କ ଶିଷ୍ୟ ତୁମ୍ଭେ ଏ କଥା ଭଲେ ଜାଣୁ ଆମ୍ଭେ । ପୂର୍ବେ ଯେ ଥିଲେ ବ୍ରହ୍ମମୁନି ତାଙ୍କ ବଦନୁ ଅଛୁ ଶୁଣି । ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣ ଯେତେ କହି । ବ୍ୟାସଙ୍କ ଅନୁଗ୍ରହ ଘେନି ସଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ । ଦଇବେ ଅଛି ଏହି ମତି ଯେ ଶିଷ୍ୟ ଗୁରୁରେ ଭକତି । ଶିଷ୍ୟର ହିତେ ଦୟା ବହେ ସକଳ ତତ୍ତ୍ଵ ଜ୍ଞାନ କହେ । ଏଣୁ ବ୍ୟାସଙ୍କ ଶିଷ୍ୟ ଯେତେ ପ୍ରକାଶ ଆମ୍ଭର ଅଗ୍ରତେ । ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେମନ୍ତେ । ଯେଣୁ ତୁଟଇ ବିଷ୍ଣୁ ମାୟା କହ ଆମ୍ଭରେ ଯେବେ ଦୟା । ଏ କଳି ଯୁଗେ ଯେତେ।ପ୍ରାଣୀ ଅଳ୍ପ ଆୟୂଷ ପରିମାଣି । ସ୍ବଭାବେ ମନ୍ଦ ବୁଦ୍ଧି ହ୍ବନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି । ଯୁଗ ବେଭାର ପରିମାଣି ସକଳ ଧର୍ମ ଆମ୍ଭେ ଜାଣି । ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ସାର ଉଦ୍ଧରି ତୁମ୍ଭ ଚିତ୍ତେ । କହ କେମନ୍ତେ ପ୍ରାଣୀଙ୍କର ଏ ଘୋର ମାୟାରେ ନିସ୍ତାର । ଯେଣେ ପ୍ରସନ୍ନ ହୋଇ ହରି ଏ ଜୀବ ଆତ୍ମାକୁ ଉଦ୍ଧରି । ତୁମ୍ଭେ ଏ ପ୍ରଶ୍ନ ଯୋଗ ବଳେ ପ୍ରକାଶ କର ମହୀତଳେ । କି ପ୍ରୟୋଜନେ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ । ସେ ହେତୁ କହ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ । ଘୋର ସ°ସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି । ଯାହାର ନାମ ଉଚାରିଲେ ସ°କଟୁ ତରି ଯାନ୍ତି ଭଲେ । ଯା ଭୟୁ ଜୀବ ତେଜ ହରେ ସେ ହରି ନାମ ଶୁଣି ଡରେ । ଯା'ର ଚରଣେ ଆଶ୍ରେ କରି ପତିତ ହ୍ବନ୍ତି ବ୍ରହ୍ମଚାରୀ । ଶୁଦ୍ଧ କରନ୍ତି ସର୍ବ ଜନେ ଗଙ୍ଗା ଯେସନେ ସାନ ପାନେ । କଳି କଳୁଷ ନ ଲାଗଇ କେବା ନ ତରେ ଏହା ଗାଇ । ( କ୍ରମଶଃ ) ------------------------------– *କବିସୌରଭ କୈଳାଶ ଚନ୍ଦ୍ର ବେହେରା* *ବାଲିଗୁଡ଼ା , କନ୍ଧମାଳ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics