ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
ସପ୍ତମ ଅଧ୍ୟାୟ , ଜ୍ଞାନବିଜ୍ଞାନ ଯୋଗଃ
ଶ୍ଳୋକ - ୨୬
ବେଦାହ° ସମତୀତାନି
ବର୍ତ୍ତମାନାନି ଚାର୍ଜୁନ ,
ଭବିଷ୍ୟାଣି ଚ ଭୂତାନୀ
ମା° ତୁ ବେଦ ନ କଶ୍ଚ ନ
ଅର୍ଥ : -
ହେ ଅର୍ଜୁନ ! ମୁଁ ଅତୀତ , ବର୍ତ୍ତମାନ ଓ ଭବିଷ୍ୟତ କାଳର ସମସ୍ତ ପ୍ରାଣୀମାନଙ୍କୁ ଜାଣେ । କିନ୍ତୁ ମୋତେ କେହି ହେଲେ ଜାଣନ୍ତି ନାହିଁ ।
ବ୍ୟାଖ୍ୟା : -
ପ୍ରତ୍ୟେକ ଜୀବ ଆଜି ଅଛି କାଲିକି ନାହିଁ । କୁଆଡ଼େ ଥିଲା କୁଆଡ଼େ ଗଲା ତାହା ମଧ୍ୟ ଜାଣି ପାରେ ନାହିଁ । ତା'ର ଜ୍ଞାନ , ତା'ର ବୁଦ୍ଧି ତା'ର ଧନ ତା'ର ସମ୍ପତ୍ତି ଓ ତା'ର କ୍ଷମତା ସବୁ ନିମିଷେକ ମଧ୍ୟରେ ଲୋପ ପାଇଯାଏ । ସେପରି ମନୁଷ୍ୟ ଏ ସୃଷ୍ଟିର ସ୍ରଷ୍ଟାଙ୍କୁ କ'ଣ ଜାଣିବ ? ଯିଏ କ'ଣ ଘଟି ଯାଇଛି , କ'ଣ ଘଟୁଛି ଓ ଭବିଷ୍ୟତରେ କ'ଣ ଘଟିବ ସବୁ ଜାଣିପାରେ ତାଙ୍କୁ ଏ ମନୁଷ୍ୟ କ'ଣ ଜାଣି ପାରିବ ? ମନୁଷ୍ୟ ଯେତେବେଳେ ପର ମୁହୂର୍ତ୍ତରେ କ'ଣ ଘଟିବ ଜାଣି ପାରେନା , ସେ ମନୁଷ୍ୟ
ଭଗବାନଙ୍କୁ କ'ଣ ଜାଣିବ?
ଭଗବାନଙ୍କ ବିଷୟରେ ଯିଏ ଯେତେ ଜାଣିଲେ ମଧ୍ୟ ସେ କିଛି ଜାଣି ନାହିଁ ବୋଲି ଧରି ନିଏ । ସେ ଭଗବାନଙ୍କ ସ୍ବରୂପ ଓ ଶକ୍ତିକୁ କ'ଣ ଜାଣିବ ? ଯେଉଁ ବ୍ରହ୍ମା କହନ୍ତି ମୁଁ ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ ଜାଣି ପାରିଲି ନାହିଁ । ସେହି ଭଗବାନ କହନ୍ତି ମୁଁ ମୋ ବିଷୟରେ ମଧ୍ୟ ପୂର୍ଣ୍ଣ ଭାବରେ ଜାଣି ନାହିଁ । ସେ ଭଗବାନଙ୍କୁ ମନୁଷ୍ୟ କ'ଣ ଜାଣିବ ? ଯଦି କିଏ ମୁଁ ଭଗବାନଙ୍କ ବିଷୟରେ ସବୁ ଜାଣିଛି ତା'ଠାରୁ ମୂର୍ଖ ଆଉ କେହି ନାହିଁ । କେବଳ ସେ ଅହ°କାରର ବଶୀଭୂତ ହୋଇ ଏହା କହିଥାଏ ।