ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
ସପ୍ତମ ଅଧ୍ୟାୟ , ଜ୍ଞାନବିଜ୍ଞାନ ଯୋଗଃ
ଶ୍ଳୋକ - ୨୯
ଜରା ମରଣ ମୋକ୍ଷାୟ
ମାମାଶ୍ରିତ୍ୟ ଯତନ୍ତି ଯେ ,
ତେ ବ୍ରହ୍ମ ତଦ୍ ବିଦୁଃକୃତ୍ସ୍ନ
ମଧ୍ୟାତ୍ମ° କର୍ମ ଚାଖିଳମ° ।
ଅର୍ଥ : -
ଯେଉଁମାନେ ବାର୍ଦ୍ଧକ୍ୟ ଓ ମୃତ୍ୟୁ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ମତେ ଆଶ୍ରା କରି ସତ୍ କର୍ମରେ ଲିପ୍ତ ଥାଆନ୍ତି ସେମାନେ ବାସ୍ତବରେ ବ୍ରହ୍ମକୁ ଜାଣି ପାରନ୍ତି ଏବଂ ମୋର କରୁଣା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।
ବ୍ୟାଖ୍ୟା : -
ଜନ୍ମ , ମୃତ୍ୟୁ , ଜରା ଓ ବ୍ୟାଧି ଏ ଚାରୋଟି ସବୁବେଳେ ଦୁଃଖଦାୟକ । ଏହି ଦୁଃଖରୁ ରକ୍ଷା ପାଇବା ପାଇଁ ମନୁଷ୍ୟ ସବୁବେଳେ ଚେଷ୍ଟା କରୁଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜନ୍ମ କଷ୍ଟ ଦୂରେଇଯାଏ । ଯୌବନର ମାଦକତାରେ ମୃତ୍ୟୁକୁ ମନୁଷ୍ୟ ଭୁଲି ଯାଏ । କିନ୍ତୁ ବ୍ୟାଧି ସବୁବେଳେ ଚେତାଇ ଦିଏ ଯେ ମୃତ୍ୟୁ ବେଶି ବାଟରେ ନାହିଁ । ବାର୍ଦ୍ଧକ୍ୟ ଆଗକୁ ଆସୁଛି । ସେଥିପାଇଁ ଯୌବନରୁ ଚେତନା ଜାଗ୍ରତ ନ ହେଲେ ବାର୍ଦ୍ଧକ୍ୟ ଜୀଵନକୁ ନଷ୍ଟଭ୍ରଷ୍ଟ କରିଦେବ । ଏହି ଦୁଃଖରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ସବୁ କିଛି ଛାଡ଼ି ଦେଇ କେବଳ ଈଶ୍ବରଙ୍କୁ ଧରିବା । ଯେଉଁମାନେ ମୂଳରୁ ଈଶ୍ବରଙ୍କୁ ଧରିଥାନ୍ତି ସେମାନେ ମୃତ୍ୟୁକୁ ଜୟ କରିଥାନ୍ତି । ସେମାନେ ବ୍ରହ୍ମକୁ ଚିହ୍ନି ସଦା ସର୍ବଦା ସତ୍ ସଙ୍ଗ ମାଧ୍ୟମରେ ଈଶ୍ବରଙ୍କର ଶରଣାପନ୍ନ ହୋଇ ଜୀବନ ବିତାଇ ଥାନ୍ତି ।