ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
( ଧାରାବାହିକ )
ସପ୍ତମ ଅଧ୍ୟାୟ , ଜ୍ଞାନବିଜ୍ଞାନ ଯୋଗଃ
ଶ୍ଳୋକ - ୨୭
ଇଚ୍ଛାଦ୍ବେଷସମୁତ୍ ଥେନ
ଦ୍ବନ୍ଦ୍ବମୋହନ ଭାରତ ,
ସର୍ବଭୂତାନି ସ°ମୋହ°
ସର୍ଗେ ଯାନ୍ତି ପରନ୍ତପ ।
ଅର୍ଥ : -
ହେ ଅର୍ଜୁନ! ଜନ୍ମ ସମୟରେ ଇଚ୍ଛା ଓ ଦ୍ବେଷରୁ ଜାତ ସୁଖ , ଦୁଃଖାଦି ଦ୍ବନ୍ଦ୍ବ ଜନିତ ମୋହ ଦ୍ବାରା ସମସ୍ତ ପ୍ରାଣୀ ଅଭିଭୂତ ହୋଇ ପରମାର୍ଥ ଜ୍ଞାନ ଲାଭ କରି ପାରନ୍ତି ନାହିଁ ।
ବ୍ୟାଖ୍ୟା : -
ମନୁଷ୍ୟ ଯେତେବେଳେ ଜନ୍ମଗ୍ରହଣ କରେ ସେ ଈଶ୍ବରଙ୍କ ସତ୍ତା ନେଇ ଜନ୍ମଗ୍ରହଣ କରିଥାଏ । ବାଳକକୁ ଭଗବାନ ବୋଲି କୁହାଯାଏ । କାରଣ ତା' ଜ୍ଞାନ ବୁଦ୍ଧି ଓ ବିବେକ ତା'ର ସୁପ୍ତ ଅବସ୍ଥାରେ ଥାଏ । ମନ ନିର୍ମଳ ଥାଏ , ହୃଦୟ ପରିଷ୍କାର ଥାଏ ।ଈଶ୍ବରଙ୍କର ଅଧୀନ ହୋଇ ଈଶ୍ବରଙ୍କ ସତ୍ତାକୁ ଅନୁଭବ କରୁଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା'ର ଜ୍ଞାନ , ବୁଦ୍ଧି ଓ ବିବେକ ଶକ୍ତି ବିକଶିତ ହୁଏ । ସେ ସ°ସାରର ସବୁ କଥାକୁ ବୁଝିବାକୁ ଚେଷ୍ଟା କରେ । ତା'ର ନିର୍ମଳ ମନରେ ଦ୍ବନ୍ଦ୍ବ ଜାତ ହୁଏ । ତା'ର ପରିଷ୍କାର ହୃଦୟରେ
ସା°ସାରିକ ମୋହ ଆସ୍ତେ ଆସ୍ତେ ବସା ବାନ୍ଧେ । ସୁଖ , ଦୁଃଖ , ରାଗ,
ରୋଷ ପ୍ରଭୃତିର ବିକାର ସୃଷ୍ଟି ହୁଏ । ସେ ଧୀରେ ଧୀରେ ସା°ସାରିକ ମାୟାରେ ମୋହିତ ହୋଇ ଈଶ୍ବରଙ୍କ ଠାରୁ ଦୂରେଇ ଯାଏ । ଯାହା ଫଳରେ ଅସତ୍ୟକୁ ସତ୍ୟ ବୋଲି ଭାବି ସେଥିରେ ମଜ୍ଜି ରହେ । ପରମାର୍ଥ ଜ୍ଞାନ ଲାଭ କରି ପାରେ ନାହିଁ ।