STORYMIRROR

Samar Ballav Bhoi

Drama Action Inspirational

4  

Samar Ballav Bhoi

Drama Action Inspirational

ଶଙ୍ଖା ସିନ୍ଦୁର

ଶଙ୍ଖା ସିନ୍ଦୁର

3 mins
183

 


ସୁନା ସଂସାର ଟିଏ ଗଢିବା ପାଇଁ ଭଲ ମଣିଷ ଦୁଇ ଜଣଙ୍କ ଆବଶ୍ୟକ ଥାଏ। ଭଲ ମଣିଷ ହେଲେ ସମୟ ସବୁ ଭଲରେ ବିତିଯାଏ। ସୁନା ସଂସାର ର ଡଙ୍ଗା ଚଳାଉ ଥିବା ମଣିଷର ପ୍ରତୀକ ହେଉଛି ଶଙ୍ଖା ସିନ୍ଦୂର। ସେହି ଏକା ଗଢି ତୋଳି ଥାଏ ସୁନାର ସଂସାର।

ଘର କାମରେ ଭାରି ବ୍ୟସ୍ତ ଥାନ୍ତି ସୁଷମା ଭାଉଜ, ରାତି ଚାରିଟାରୁ ଉଠି ଘରର ସବୁ କାମ କରନ୍ତି, ପରିବାର ମଧ୍ୟରେ ସବୁଠୁ ବୟସ୍କା ବୃଦ୍ଧା ହେଲେ ବୁଢୀ ମାଆ, ବୟସ ୮୦ ଉପରେ, ତାଙ୍କର ତ ଯାବତୀୟ କାମ, ସକାଳ ଠୁଁ ରାତି ପର୍ଯ୍ୟନ୍ତ ତାଙ୍କ ରି ସେବା , ବୁଢୀ ବୟସରେ କିଛି କାମ କରିବା ତାଙ୍କର ସାମର୍ଥ୍ୟରେ ନଥାଏ, ପ୍ରତିଟି କଥାରେ ସୁଷମା ସୁଷମା ଡାକ ପଡେ। ଶଶୁର, ଶାଶୁ, ସ୍ବାମୀ, ପୁଅ ସମସ୍ତଙ୍କର ଗୋଟିଏ ଗୋଟିଏ କରି ଡାକ ଶୁଭୁଥାଏ। ବିଚରା ସୁଷମା ଭାଉଜ ଗୋଟିଏ ମଣିଷ , ସେ ତ ଯନ୍ତ୍ର ମାନବ ନୁହେଁ ଯେ ଯିଏ ଅବିଶ୍ରାନ୍ତ ସବୁ କିଛି କରି ଚାଲିଥିବେ। ଏତେ କଷ୍ଟ ଓ ବ୍ୟସ୍ତତା ଭିତରେ ସୁଷମା ଭାଉଜ କେବେ କ୍ରୋଧାନ୍ୱିତ ହୁଅନ୍ତି ନାହିଁ। ସତରେ ସେ ଜଣେ ସୁଗୃହିଣୀ। ବିବେକ ତାଙ୍କର ଜଣେ ପରିଚିତ ଭାଇ। ଭାଉଜ ତମେ କେବେ କ୍ରୋଧ କରନା? ହଁ କ୍ରୋଧ କରେ, ମୋ ନିଜ ଉପରେ, ମୋ ପାରିବାପଣ ଉପରେ। ମୁଁ ବେଳେ ବେଳେ ଭାବେ ମୁଁ ଗୋଟେ ଯନ୍ତ୍ର ହୋଇଥାନ୍ତି କି ତେବେ ମୋତେ କେବେ କ୍ରୋଧ ଆସି ନଥାନ୍ତା। ମଣିଷ ପାଖରେ ଗୋଟେ ମଣିଷକୁ ମଣିଷ ପରି ଦେଖିବାକୁ ବହୁତ କମ୍ ଲୋକ ଥାନ୍ତି। କିନ୍ତୁ ବିବେକ! କର୍ମ ତତ୍ପରେ ଜୀବନର କିଛି କ୍ଷଣ ବହୁତ ଭଲ ଲାଗେ।


ଅନବରତ କାମ କରିବାରେ କିଛି କଷ୍ଟ ନଥାଏ। କର୍ମ କଲେ ଆନନ୍ଦ ମିଳେ। କିନ୍ତୁ କର୍ମରେ ସହାନୁଭୂତି, ସହଯୋଗ ଓ ଆନ୍ତରିକତା ନଥିଲେ ମନରେ କାହିଁ କେତେ କଥା ଜନ୍ମ ନିଏ। ମନରେ ଅନେକ ତିକ୍ତତା ଓ ବିରକ୍ତି ଭାବ ଆସେ। ସ୍ବାମୀଙ୍କ ବ୍ୟସ୍ତତା , ପରିବାର ର ଟିକ୍ ନିଖ୍ କଥା ସତେ ଯେମିତି ମୋ ପାଇଁ ଏକ କର୍ମଶାଳାରେ ପରିଣତ ହୋଇସାରିଛି। ତେଣୁ ମୋ ମନରେ କିଛି ଦୁଃଖ ନାହିଁ। ସଂସାରଟା ମୋ ପାଇଁ ଯେମିତି ସ୍ବର୍ଗ ପାଲଟି ଯାଇଛି। ଭାଉଜ ସୁରେଶ ଭାଇନା ଙ୍କ ଆସିବା ସମୟ ହେଲାଣି ବୋଧେ! ହଁ ଆଉ ଘଣ୍ଟାଏ ପରେ ଆସିବେ। ଆଜି ତ ଶନିବାର ଆଉ ଟିକିଏ ଡେରି ହେବ। ଭାରି ବ୍ୟସ୍ତ ମଣିଷ ସିଏ। ଭାଉଜ ତମେ ତମ କାମ କର ମୁଁ ଆସୁଛି। ମୁଁ ଟିକିଏ ବଜାର ଯାଉଥିଲି ତ , ମନେ ମନେ ଭାବିଲି ତମ ହାତ ତିଆରି ଚା ଭାରି ସୁଆଦିଆ ଲାଗେ ସେଥିପାଇଁ ତମ ଘର ଆଡେ ବୁଲି ଆସିଲି, କିଛି ଖରାପ ଭାବିବ ନାହିଁ। ମୁଁ ଏଥର ଚାଲିଲି ତମେ ତମ କାମରେ ବ୍ୟସ୍ତ ରୁହ!! ଆରେ ବିବେକ ଶୁଣ। ଏତେ କଥା କହିଲା ପରେ ମୁଁ ତୁମକୁ ବିନା ଚା ରେ କେମିତି ଚାଲିଯିବ? ଆଉ ଟିକିଏ ଅପେକ୍ଷା କର ମୁଁ ଚା ତିଆରି କରୁଛି, ଚା ପିଇ ଦେଇ ଯିବ। ହଉ ଏତେ ବାଧ୍ୟ କରୁଛ ଯେତେବେଳେ ଚା କପେ ପିଇ ଦେଇ ଯିବି। ସତରେ ସୁଷମା ଭାଉଜ! ତମେ ମଣିଷ ନୁହଁ ଏକ ଦେବୀ। କଥା ଭିତରେ କେତେ ସ୍ନେହ ଆଦର ଭରି ରହିଛି। ବିବେକ ତମେ ଅଛ ତ? ହଁ ଭାଉଜ ମୁଁ ଅଛି, ତମର ସ୍ନେହ ଆଦର କୁ ମୁଁ କେବେ ଭୁଲି ପାରେନା, ପିଲାଟି ଦିନରୁ ତମ ସ୍ନେହ ଆଦର ମୋତେ ଯେମିତି ଅତୁଟ ବନ୍ଧନରେ ବାନ୍ଧି ଅଛି। ହାତରେ ଚା କପେ ଧରେଇ ଦେଇ ସୁଷମା ଭାଉଜ ପୁଣି ଘର କାମରେ ବ୍ୟସ୍ତ ହୋଇପଡିଲେ। ସତରେ ଏପରି ନାରୀ ଜଗତରେ କୋଟିଏ ରୁ ଗୋଟିଏ। କେତେ ନିର୍ବିକାର, କେତେ ସ୍ବଛ ହୃଦୟ, କେତେ ସ୍ନେହ ଆଦର ଭରି ରହିଛି ତାଙ୍କ କର୍ମରେ। ଏପରି ଭାଉଜଙ୍କର ଶଙ୍ଖା ସିନ୍ଦୂର ସଦା ସର୍ବଦା ଜୀବନ୍ତ ହୋଇ ରହୁ। ଶଙ୍ଖା ସିନ୍ଦୂର ତ ଏଭଳି ନାରୀ ଙ୍କ ପ୍ରକୃତ ପରିଚୟ। କେତେ ବାସ୍ତବବାଦୀ ଚିନ୍ତାଧାରା। ସୁଷମା ଭାଉଜ ମୁଁ ଆସୁଛି, ଚା କପ ଟା ଏହି ଚେୟାର ଉପରେ ରଖିଛି, ବିବେକ ତମେ ଏବେ ବଜାର ଯାଇପାର। ହଁ ଭାଉଜ ମୁଁ ଆସୁଛି। 


ଏମିତି କର୍ମ ବ୍ୟସ୍ତ ନାରୀ ମୁଁ କେବେ ଦେଖି ନାହିଁ। 

ପ୍ରତି କ୍ଷଣେ କର୍ମ ତତ୍ପର। ଆଜିର ଯନ୍ତ୍ର ମାନବ ବି ତାଙ୍କୁ ଦେଖିଲେ ଭାବିବ କି ମୋ ପରି ଅନବରତ କାମ କରିବାରେ ମଣିଷ ଟିଏ ଏ ଦୁନିଆରେ ଅଛି। 

ତାଙ୍କ କାମରେ ସମସ୍ତେ ସନ୍ତୁଷ୍ଟ ହେବା ଉଚିତ। ପରିବାର ର ପ୍ରତ୍ୟେକ ବ୍ୟକ୍ତି ବିଶେଷ କର୍ମ ରେ କୋୖଣସି ପ୍ରଭେଦ ତିଆରି କରିବା ଉଚିତ ନୁହେଁ। ସମସ୍ତେ ଚାହାଁନ୍ତି ଟିକେ ଶାନ୍ତିରେ ଓ ସହାନୁଭୂତି ରେ ଏ କର୍ମମୟ ଜୀବନ କୁ ଅତିବାହିତ କରିବାକୁ। ମିଳିମିଶି କାମ କଲେ କାମ ସହଜ ହୋଇଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama