STORYMIRROR

Prahallad Sahoo

Abstract Action Classics

4  

Prahallad Sahoo

Abstract Action Classics

ଶୀତ ସକାଳର ଅଭୁଲା କାହାଣୀ

ଶୀତ ସକାଳର ଅଭୁଲା କାହାଣୀ

1 min
226

ସକାଳର ସୁନେଲୀ କିରଣରେ ମଳୟ ବାତାୟାନ ପଥେ ନିର୍ନିମେଶ ନୟନରେ ଚାହିଁଥାଏ ଅଗଣାରେ ଲହରାଉଥିବା କୋହଲା ପବନ। ଗହଳ ପତ୍ରରୁ ଝରିପଡୁଥାଏ କାକର ବିନ୍ଦୁ। ସୁନାଝରା କାକର ଟୋପା ଚିକ୍ ଚିକ୍ କରୁଥାଏ। କଲିକତରା, ଝିଣ୍ଟିକା, ନାଲି ଟୁକୁ ଟୁକୁ ସାଧବ ବହୁ ମାନେ ଖୁବ୍ ଆନନ୍ଦିତ ହୋଇ ନରମ ଖରାରେ ବେଶ ମନୋରମ ଗୀତ ଗାଇଚାଲିଥିଲେ। କୁଣ୍ଡାଖାଇ, ଘରଚଟିଆ, ବଣି, ଠାକୁର ପାରା, କପୋତ, କୁମ୍ଭାଟୁଆ, ସେହି ପୋକମାନଙ୍କୁ ନିଜର ଖାଦ୍ଯ ଭାବେ ମନ ଖୁସିରେ ଚଟାପଟ ଖୁଣ୍ଟି ସାଉଣ୍ଟି ଖାଉଥାନ୍ତି। ଚଷାପୁଅ ହଳ ଲଙ୍ଗଳ ଧରି କାଳିଆ କସରା ଗୋଡେଇ କ୍ଷେତକୁ ଚାଲିଛି। ମହୁଲି ଶୀତରେ କାକର କୁହୁଡିର ମତୁଆଲି ବାସ୍ନା ମନକୁ ବିମୋହିତ କରୁଥାଏ। କଁଅଳ ଘାସର ଶିଶିର ଟୋପା ସ୍ଫଟିକ ପ୍ରାୟ ଚିକମିକ କରୁଛି। ଚାରିଆଡେ କେବଳ ଧୂଆଁ ଧୂଆଁ। ଅପ୍ରାକୃତ ଅନ୍ଧକାର ସଂପୂର୍ଣ୍ଣ ବାୟୁଣ୍ଡଳକୁ ଘେରି ରଖିଥାଏ। ନଦୀରୁ ଉଷ୍ମତାର ସୁମଧୁର ହାଓଆ ତନୁମନକୁ ଶିହରିତ କରିଦିଏ। ଧୀରେ ଧୀରେ ନଦୀପଠା ଜନାକୀର୍ଣ ହୋଇଉଠୁଥାଏ। ସଦ୍ଯ ସ୍ନାତା ପଲ୍ଲଲୀ ଲଳନାର ଛିଟକାନୀରୁ ଝରିପଡୁଥାଏ ଟୋପା ଟୋପା ଜଳ ବିନ୍ଦୁ। ଅସ୍ତ ବ୍ଯସ୍ତ ଶରୀର ଲାଜେ ଜୁଡୁବୁଡୁ। ଶୀତ ସକାଳର ସମୟ ବହୁତ ଶୀଘ୍ର ଅତିବାହିତ ହେବାପରି ଲାଗେ। କିନ୍ତୁ ବାସ୍ତବରେ ଆମେ ବିଲମ୍ବ ହୋଇଯାଉଥିବାରୁ ଆମକୁ ସେମିତି ଅନୁଭବ ହୁଏ। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract