ମୁଁ ଶ୍ରମିକ କହୁଛି
ମୁଁ ଶ୍ରମିକ କହୁଛି
ଶ୍ରମିକଟିଏ ଅକ୍ଳାନ୍ତ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି କିଛି ରୋଜଗାର କରିଥାଏ ବା କମେଇ ଥାଏ। ନିଜର ପେଟ ପୋଷିବା ସହିତ ନିଜ ପରିବାରର ଭରଣପୋଷଣ କରିଥାଏ ସେହି ରୋଜଗାରରେ। ତା ଶ୍ରମର ମୂଲ୍ଯ ଚାଉଳ ଦୁଇ କିଲୋ କିମ୍ବା ୧୦୦ ଟଙ୍କାରେ ସୀମିତ। କାରଣ ସେ ଖଟିଖିଆ ମଜୁରିଆ। ମୂଲ ଲାଗିଲେ ପେଟ ପୋଷେ। ଭଲ ପାଠ ପଢି ନପାରିବାରୁ ତା ଶ୍ରମର ମୂଲ୍ଯ କେବଳ କେଇଗୋଟି କଉଡ଼ିରେ ସୀମିତ ରହିଗଲା। ତାରି ପାଇଁ ଉଚ୍ଚା ଉଚ୍ଚା ନଭଶ୍ଚୁମ୍ବୀ ଅଟ୍ଟାଳିକାର ସହର, କଲୋନି, ବିଦ୍ୟାଳୟ, ମେଡିକାଲ, ଇତ୍ଯାଦି। ସେ ତିଆରି କରିଥିବା ଇମାରତ / କୋଠାଘରେ ବସି ମଣିଷ ଶିକ୍ଷିତ ହେଉଛି, ଅଧିକ ରୋଜଗାର କରୁଛି, ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛି। କିନ୍ତୁ ତା ଶ୍ରମର ମୂଲ୍ଯ ମାତ୍ର କେଇଗୋଟି ପୈସାରେ ସୀମିତ ଯାହା ତାର ତେଲ ଲୁଣ ସଂସାରକୁ ନିଅଣ୍ଟ। ସବୁ ସତ୍ତ୍ବେ ସେ କମେଇଛି ସମ୍ମାନ, ସେ ମିଛ ସତର ଜାଲରେ ଫସି ଅନ୍ଯକୁ ଫସେଇ କିଛି କଳାଧନ ସଂଚୟ କରିନାହିଁ ଯାହା ଆଜିର ସମୟରେ ସବୁଠାରୁ ସୁବିଧା ମାର୍ଗ ପୈସା କମେଇବା ପାଇଁ।
ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡିବ। ସମସ୍ତଙ୍କର ନାର୍ଯ୍ଯ ଦାବି ପୂରଣ କରିବାକୁ ପଡିବ ତଥା ଯୋଗ୍ଯତା ଅନୁସାର ଉଚିତ ପାରିଶ୍ରମିକ ଦେବା ହିଁ ଆମର କର୍ତ୍ତବ୍ଯ।
ଆଜିର ଏହି ଶ୍ରମିକ ଦିବସ ଉପଲକ୍ଷେ ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ସାହିତ୍ଯ ସଂସଦ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା।
*ଅନ୍ଯ ର ସ୍ବପ୍ନକୁ ନିଜର ଶ୍ରମ ରେ କରିଥାଏ ଯିଏ ସାର୍ଥକ,*
*ଯାହା ପାଇଁ ଆମେ ବଞ୍ଚିଛେ ସେହି ପରା ନିରବଦ୍ରଷ୍ଟା ଶ୍ରମିକ।*
ଧନ୍ୟବାଦ
