STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ରକ୍ଷାବନ୍ଧନ

ରକ୍ଷାବନ୍ଧନ

2 mins
23

ଭଉଣୀ ଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଏ ଜଗତରେ ଆଉ କେହି ନାହିଁ। ରକ୍ଷା ଅବା ସୁରକ୍ଷାର ସୂତା ବାନ୍ଧି ଭାଇ, ଭଉଣୀ ଦୁହେଁ ଦୁହିଁଙ୍କର ସୁରକ୍ଷା ନିମନ୍ତେ ବଦ୍ଧପରିକର ହେବା ଆମ ସଂସ୍କୃତିର ମହାନତା। ଯାହାକୁ ଆମେ କୁହନ୍ତି ରକ୍ଷା ବନ୍ଧନ। 

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷାବନ୍ଧନ। ଏହ ଏକ ସର୍ବଭାରତୀୟ ଉତ୍ସବ। ରାକ୍ଷୀ ସୁରକ୍ଷା କବଚ। ଭାଇ-ଭଉଣୀଙ୍କର ପବିତ୍ର ସ୍ନେହ ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା ଯାହାକୁ ଆମେ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରିଥାଉ। ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ତା ଭାଇ ହାତରେ ରାଖି ବାନ୍ଧି ଭାଇର ଦୀର୍ଘ ଆୟୁଷ ଓ ସୁଖ-ସମୃଦ୍ଧି କାମନା କରିଥାଏ ଏବଂ ଭାଇ ମଧ୍ଯ ତା’ର ଭଉଣୀର ରକ୍ଷା ଓ ସମ୍ମାନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ। 

 ରକ୍ଷାବନ୍ଧନ ଉତ୍ସବ ସହ ଅନେକ ପୌରାଣିକ ତଥା ଐତିହାସିକ ଘଟଣା ଯୋଡ଼ି ହୋଇ ରହିଛି। ଏ ସମ୍ବନ୍ଧରେ କେତେକ ରୁଚିକର ଘଟଣା - 

🌸ପାତାଳପୁରୀର ବାମନ ରାଜାଙ୍କ ହାତରେ ମାଆ ଲକ୍ଷ୍ମୀ ରାକ୍ଷୀ ବାନ୍ଧି ତାଙ୍କ କବଳରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଉଦ୍ଧାର କରିଥିଲେ। 

🌸ପାଣ୍ଡଵଙ୍କ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବ ମାନଙ୍କ ଅତ୍ୟାଚାରରୁ ରକ୍ଷା କରିବାପାଇଁ ପ୍ରାର୍ଥନା କରିଥିଲେ। 

🌸ମହାଭାରତରେ ପ୍ରଭୁ ଶ୍ରୀକୃଷ୍ଣ ଶିଶୁପାଳଙ୍କୁ ବଦ୍ଧ କରିବା ପାଇଁ ସୂଦର୍ଶନ ଚକ୍ର ପେଶିବା ସମୟରେ ତାଙ୍କର ଗୋଟିଏ ଆଙ୍ଗୁଳି କଟିଯାଇଥିଲା, ତାହା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀର କାନି ଚିରି ତାଙ୍କ କ୍ଷତ ସ୍ଥାନ ବାନ୍ଧି ରକ୍ତସ୍ରାବରୁ ରକ୍ଷା କରିଥିଲେ। ଶ୍ରୀକୃଷ୍ଣଙ୍କ ମନରେ ଦ୍ରୌପଦୀଙ୍କ ପ୍ରତି ଭଗିନୀ ଭାବ ଜାଗ୍ରତ ହୋଇଥିଲା ଏବଂ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଲଜ୍ଯା ନିବାରଣ ପାଇଁ କୋଟି ବସ୍ତ୍ର ପ୍ରଦାନ କରି ଭଗିନୀର ଋଣ ପରିଶୋଧ କରିଥିଲେ।

 🌸ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରୀୟ ଥିଲେ ଷୋହଳସହସ୍ର ଗୋପନାରୀ। ରାକ୍ଷସ ସ୍ବଭାବୀ କଂସ ନିଜକୁ ସୁରକ୍ଷିତ ରଖିବାକୁ ରାଇ ଶ୍ରୀକୃଷ୍ଣଙ୍କ ବିନାଶ ପାଇଁ ବହୁ ରାକ୍ଷସଙ୍କୁ ପ୍ରେରଣ କରୁଥିଲା ତାଙ୍କୁ ମାରି ଦେବାପାଇଁ। ଗୋପାଙ୍ଗନା ମାନେ ତାଙ୍କର ପ୍ରୀୟ କାହ୍ନାଙ୍କୁ ରାକ୍ଷସ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ କାମନା କରିଥିଲେ। 

🌸ରାଜପୁତ ନାରୀମାନେ ନିଜର ସତୀତ୍ୱ ବଜାୟ ରଖିବା ପାଇଁ ମୁସଲମାନ ରାଜା ମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। ମୋଗଲ ସମ୍ରାଟ ଆକବର  ରାକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନର ସହିତ ମଧ୍ଯ ମାନୁଥିଲେ। 

🌸ଜଣେ ସ୍ତ୍ରୀ ମଧ୍ଯ ତା'ର ସ୍ବାମୀର ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧିଥିଲେ। ପୁରାଣ ଅନୁସାର, ଦେବତା ଓ ଦାନବ ମାନଙ୍କ ମଧ୍ୟରେ ସବୁ ସମୟରେ ବିବାଦ ଲାଗି ରହିଥାଏ। ଥରେ ସେମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଦାନବମାନଙ୍କଠାରୁ ଦେବତାମାନେ ବାରମ୍ୱାର ପରାସ୍ତ ହେଉଥିବାର ଦେଖି, ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ନିଷ୍ଠାର ସହ ଭଗବାନଙ୍କୁ ପୂଜା କଲେ। ଫଳସ୍ୱରୂପ, ଭଗବାନ ଏକ ଅଭିମନ୍ତ୍ରିତ ସୂତା ଇନ୍ଦ୍ରାଣୀଙ୍କୁ ପ୍ରଦାନ କରିଥିଲେ। ସେଇ ସୂତାକୁ ଇନ୍ଦ୍ରାଣୀ ନେଇ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଲେ। ଯାହା ଫଳରେ ସେହି ଯୁଦ୍ଧରେ ଇନ୍ଦ୍ର ବିଜୟୀ ହୋଇଥିଲେ। ଏହି ପୈରାଣିକ କାହାଣୀ ଅନୁସାରେ, ଇନ୍ଦ୍ରଙ୍କ ହାତରେ ଇନ୍ଦ୍ରାଣୀ ରାକ୍ଷୀ ବାନ୍ଧିଥିଲେ ବୋଲି ଜଣାପଡେ। 

ରକ୍ଷା ବନ୍ଧନ ହେଉଛି ପ୍ରେମ, ବିଶ୍ୱାସ ଓ ରକ୍ଷାର ପ୍ରତିଶ୍ରୁତିର ଏକ ଅନନ୍ୟ ଉତ୍ସବ। ଏହି ଉତ୍ସବ ସମାଜରେ ସମ୍ପର୍କର ମହତ୍ତ୍ୱକୁ ଉଜାଗର କରେ ଓ ପରସ୍ପର ପ୍ରତି ଦାୟିତ୍ୱବୋଧ ପ୍ରତି ସଚେତନ ମଧ୍ଯ କରାଇଥାଏ। ଏଣୁ ଏହି ପବିତ୍ର ବନ୍ଧନ ମାଧ୍ୟମରେ ଆମେ ଆମର ଦାୟିତ୍ବବୋଧ ପ୍ରତି ଜାଗ୍ରତ ହେବା ବି ଆବଶ୍ୟକ। 

💥💥💥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract