STORYMIRROR

Prahallad Sahoo

Abstract Classics

4  

Prahallad Sahoo

Abstract Classics

ମୋ ଗାଆଁର ଦୃଶ୍ଯ

ମୋ ଗାଆଁର ଦୃଶ୍ଯ

2 mins
31

ସେଦିନ ଦିଲ୍ଲୀରୁ ଗାଆଁ ଅଭିମୁଖେ ବସନ୍ତ ତରତର ହୋଇ ଧାଇଁଥାଏ ଟ୍ରେନ ଧରିବା ପାଇଁ। ମନରେ ବହୁତ ଉତ୍ସାହ। ଦୀର୍ଘ ଗୋଟିଏ ବର୍ଷ ପରେ ସେ ଗାଆଁକୁ ଯାଉଛି। ମନରେ ଅସୁମାରି ଆନନ୍ଦ। ମନେପଡିଯାଉଛି ତାର ସେ ଗାଆଁର ପ୍ରାକୃତିକ ରୂପ। ପୋଖରୀ ହୁଡାରେ ବସି ସେଠାରେ ଛାଡିଥିବା ମାଛ ମାନଙ୍କ ସହିତ ସେ ଘଣ୍ଟା ଘଣ୍ଟା ଧରି ଖେଳେ, ମାଛ ମାନଙ୍କୁ ଦାନା ଦିଏ ପୁଣି ସମୟ ସମୟରେ ସେମାନଙ୍କୁ ଧରି ପୁଣି ପାଣିରେ ଛାଡିବା ବହୁତ ଖୁସିଲାଗେ ତାକୁ। 
ନଦୀ ପଠା, ଗାଆଁ ଆମ୍ବ ତୋଟା ତାର ଅତି ପ୍ରୀୟ ସ୍ଥାନ। ଘରଠାରୁ ଅଧ କିଲୋମିଟର ନଦୀ। ସକାଳୁ ଉଠି ନଦୀ ପଠାରେ ନିତିଦିନିଆ ନିତ୍ୟକର୍ମ ସାରି ଉଦା ସର ସର ଟାୱେଲ ପିନ୍ଧି ଘରକୁ ଫେରିବା ପ୍ରାୟ ସବୁଦିନର ଘଟଣା। ଆମ୍ବ ପାଚିବା ସମୟରେ ତୋଟାରୁ ଦୁଇ ହାତରେ ଯେତିକି ସମ୍ଭବ ଆମ୍ବ ଧରି ଆସିବା ଏହା ବି ଭାରି କୌତୁକର କଥା। ମାଙ୍କଡ଼ ମାନଙ୍କୁ ଟିଣ ପିଟି ଗୋଡେଇବା, ବେଳେ ବେଳେ ବାଣ ଫୁଟେଇ ତଡିବା ଭାରି ମଜା ଲାଗେ।
କିଛି କାମ ନଥିଲେ ସ୍କୁଲ ପାଖ ପଡିଆରେ ଥିବା ବରଗଛ ମୂଳେ ସାଙ୍ଗମାନଙ୍କ ସହିତ ଗୋଲି ଖଟି ମାରିବା ଆଉ ଏକ ଅଭୁଲା ସ୍ମୃତି। 
ଗଛ ଚଢି କାଉକାଠି ଖେଳିବା, କବାଡି, ଦାଣ୍ଡିଆ, ବାଗୁଡି, ଖୁଖୁ, ଛୁପାଛୁପି ଖେଳ ମନରୁ କେବେ ବି ଭୁଲି ହୁଏନାହିଁ। ଜହ୍ନ ରାତିରେ କୁଟା ବଦାଡି ପଛରେ, ପତୁଳି/ବେଙ୍ଗଳା ତଳେ ଲୁଚାଲୁଚି ଖେଳ ଏକ ନିଆରା ଅନୁଭବ।
କୁଆଁର ପୁନେଇ ଜହ୍ନ ଆଲୁଅରେ ପ୍ରତିବିମ୍ବିତ କେବେ ପ୍ରେମ ଓ ସମ୍ପର୍କ ତ କେବେ ପ୍ରତାରଣା ଓ ପ୍ରତିକ୍ଷାର ଅନ୍ତ ସମୟ ଯେତିକି ପ୍ରାଣସ୍ପର୍ଶୀ ସେତିକି ହୃଦୟ ବିଦାରକ। 
ଖରାଦିନିଆ ଗ୍ରୀଷ୍ମ ଛୁଟିରେ ଖରାବେଳଟା ସତେ ଯେମିତି ଆମ ପାଇଁ ଏକ ଅବସର ବିନୋଦନ ସମୟ। ସମସ୍ତେ ଶୋଇଥିବା ବେଳେ ଏଠୁ ସେଠୁ, ୟା - ତା ବାଡିରୁ କଇଥ, କମଳା, ତେନ୍ତୁଳି, କରମଙ୍ଗା, କାଜୁବାଦାମ, ଚିନାବାଦାମ, ପିଜୁଳି ଚୋରି କରିବା ଚୋର ସ୍ବଭାବ ନୁହେଁ କିଶୋର ସୁଲଭ କୌତୁହଳପ୍ରଦ କାରନାମା। ଏସବୁ ଅପାଶୋରା ସ୍ମୃତିର ଗନ୍ତାଘର ଗାଆଁର ଦୃଶ୍ଯ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract