ସେକେଣ୍ଡ୍ ନେମ୍
ସେକେଣ୍ଡ୍ ନେମ୍
କୀର୍ତ୍ତି ସେଦିନ ମୁଁହ ଶୁଖାଇ ସ୍କୁଲରୁ ଘରକୁ ଫେରିଥିଲା । କେତେ ପଚାରିଲା ପରେ ବି ଚୁପଚାପ । ଆଗରୁ ସ୍କୁଲର ପ୍ରତ୍ୟେକ ଟି ଘଟଣା ଆମୂଳଚୂଳ ବର୍ଣନା କରୁଥିଲା ,କେମିତି ମ୍ୟାମ ତାକୁ ପ୍ରଶଂସା କଲେ । କିଏ ହୋମ୍ ୱାର୍କ ନକରି ଦଣ୍ଡ ପାଇଲା । କୋଉ ମିସ୍ ସୁନ୍ଦର ,ତା ସାଙ୍ଗ ଟିଫିନ୍ରେ କଣ ଆଣିଥିଲା ସବୁ କିଛି । ଏଇ ସେଭେନ୍ତ କ୍ଲାସ ଷ୍ଟାର୍ଟ ହେବାଠୁ ଯେମିତି ବଡ ହୋଇଯାଇଛି ସେ । ନିଜ କଥା କୁ ଲୁଚାଉଛି । ଝିଅ ମାନେ ବହୁତ ଶିଘ୍ର ବଡ ହୋଇଯାଉଛନ୍ତି ଆଜିକାଲି । ପୂର୍ଣ୍ଣିମା ଟିକେ ଗେଲ୍ହେଇ ପଚାରିଲେ,
-ମମି କୁ ନ କହିଲେ ବି ମମି ତୋ ପ୍ରବ୍ଲେମ ଜାଣିଛି ।
-ତମେ କେମିତି ଜାଣିଲ?? ସ୍ୱାତୀ କହିଛି ନା ?
-ନା ସେ କହିନି?କିନ୍ତୁ ମୁଁ ଜାଣିଛି?
ଅନ୍ଧାରରେ ବାଡ଼ି ବୁଲାଉଉଥିଲା ପୂର୍ଣ୍ଣିମା । କାନ୍ଦ କାନ୍ଦ ହୋଇ କୀର୍ତ୍ତି କହିଲା ,
-ମୋତେ ଗୋଟେ ପୁଅ ସେକେଣ୍ଡ୍ ନେମ୍ ଦେଇଛନ୍ତି । ଆଉ ଏଇସବୁ ଷ୍ଟାର୍ଟ ହୋଇଛି ସେଇ ନୁଆଁ ପିଲା ସ୍କୁଲରେ ଜଏନ ହେବା ପରଠୁ ।
ପୂର୍ଣ୍ଣିମା କଣ ବା ବୁଝାଇବେ ଜାଣିପାରୁନଥିଲେ ।
କହିଉଠିଲେ ନିଜ ପିଲାଦିନ କଥା,
ତାଙ୍କ ପିଲାଦିନ କଥା ଅଲଗା ଥିଲା,ନାଁ ବଦଳରେ ଭିନ୍ନ ନାଁରେ ଡାକିବା ଟାକୁ ଏତେ ସିରିଅସଲି ନେଉନଥିଲେ ସେମାନେ । ମନେପଡୁଛି ପ୍ରତିଦିନ ସ୍କୁଲରୁ ଫେରିବା ବେଳେ ଗୁପଚୁପ ଖାଉଥିଲା ବୋଲି ତା ସାଙ୍ଗ ମାନେ ତାକୁ ସେହି ନାଁରେ ଡାକୁଥିଲେ । କଲେଜ ଗଲା ପରେ ସମସ୍ତେ ନର୍ମାଲ ସାଇକେଲ ନେଉଥିଲେ କିନ୍ତୁ ମାମୁ ପୂର୍ଣ୍ଣିମା ପାଇଁ ଆଣିଥିଲେ ଲେଡି ବାର୍ଡ ସାଇକେଲ । କଲେଜ ପୁଅ ମାନେ ଡାକୁଥିଲେ ଏ....ଲେଡିବାର୍ଡ ।
ପଛକୁ ବୁଲିବା ମାତ୍ରେ ଯିଏ ଯୁଆଡେ ଚାଲିଯାଉଥିଲେ । ପୂର୍ଣ୍ଣିମା କୁ ସେଇ ସମୟରେ ପ୍ରବଳରାଗ ଲାଗୁଥିଲା । ଆଜି କିନ୍ତୁ ହସ ମାଡୁଚି । ସେ ମାନେ ବି ସବୁ ପୁଅ ଙ୍କ ସେକେଣ୍ଡ୍ ନେମ୍ ଦେଇଥିଲେ । କାହାକୁ ଲମ୍ବୁ, କାହାକୁ ଚେପୁ,କାହାକୁରୋମିଓ ଆଉ କାହାକୁ କୋଉ ହିରୋ ନାଁରେ । ସବୁ କିଛି ସିକ୍ରେଟ ଆଉ କୋଡ଼ୱାର୍ଡରେ ଚାଲୁଥିଲା ।
କଲେଜ ସରିବା ଦିନ ଫେରୱେଲରେ ସବୁ ସିକ୍ରେଟ ନେମ୍ର ଖୁଲାସା ହୋଇଥିଲା । ଆଜି ସେମାନେ କିଏ କେଉଁଠି ଥିବେ କିନ୍ତୁ ସେହି ଦିନ ଗୁଡିକ ସ୍ମୃତି ।
ତୋ ପାପା ବି ତ ମୋତେ .......କିଛି କହିବାକୁ ଯାଇ ହଠାତ ଅଟକିଗଲେ ପୂର୍ଣ୍ଣିମା ।
ସମୟ କାହାକୁ ଅପେକ୍ଷା କରେନି ଗଡିଚାଲେ । ଆଜି ପୂର୍ଣ୍ଣିମା କୀର୍ତ୍ତି କୁ କହୁଥିଲେ ଯଦି କେହି ତୋତେ ସେକେଣ୍ଡ୍ ନେମ୍ ଦେଲେ ବୋଲି ତୁରାଗିଯିବୁ ଆଉ ନିଜେ ଡରିଲା ଭଳିରହିବୁ ତାହେଲେ ତ ସେମାନେ
ଅଧିକ ଚିଡ଼େଇବେ କାରଣ ତୁରାଗୁଛୁ ଆଉ ତାର ଫାଇଦା ସେମାନେ ଉଠାଇ ତୋତେ ଅଧିକ ଚିଡ଼େଇବେ । ତୁ ସେହି ପିଲା ସହ frendship କରିଦେ ଯିଏ ତୋତେ ସେକେଣ୍ଡ୍ ନେମ୍ ଦେଇଛି । ଆଛା କଣ ଦେଇଛି ତୋ ସେକେଣ୍ଡ୍ ନେମ୍ ।
-କିଟି ମାନେ ବିଲେଇ ।
-ହୋଉ ତୁ ତା ସହ ଫ୍ରେଣ୍ଡସିପ କରିଦେ । ନହେଲେ ନରାଗି ହସିଦେବୁ ସିଏ ଚିଡ଼େଇଲା ବେଳେ ।
-ok ମାମା । କିନ୍ତୁ ଯଦି ସେଥିରେ ବି ସେ ନମାନେ । ପାପା ଙ୍କ ଟେକନିକ ଆପଣେଇବି ।
-କଣ?
-ବଳେ ଜାଣିବନି ମାମା । ନିରବରହିଗଲେ କଣ ସବୁ ଠିକ୍ ହୋଇଯାଏ?ମୁଁ ଛାଡିବିନି ତାକୁ ।
କୀର୍ତ୍ତି ଶୋଇ ଯାଇଥିଲା କିନ୍ତୁ ପୂର୍ଣ୍ଣିମା ଡ଼ରିଯାଇଥିଲେ ବହୁତ । ଏଇମିତି କିଛି ଘଟଣା ହିଁ ତ ଛଡେଇନିଏ ଶୈଶବ । ଜେଇମିତି ପୂର୍ଣ୍ଣିମା ସହ ହୋଇଥିଲା ତାହା କୀର୍ତ୍ତି ସହ ନହେଉ । ମୁଂହତୋଡ ଜବାବ ଦେବାକୁ ଡରୁଥିଲେ ସେ ଆଉ ସେଇ କିଛି ଘଟଣା ପାଇଁ ସାରା ଜୀବନ ସଙ୍କୁଚିତ କରୁଥିଲେ ନିଜକୁ । ପୁଅ ମାନଙ୍କ ପ୍ରତି ଭୟ ଆସୁଥିଲା । ଆଜି ସମାଜ ବଦଳିଛି କିନ୍ତୁ କେମିତି ଆଉ କେତେ ।
କୀର୍ତ୍ତି କିନ୍ତୁ ଅତ୍ୟନ୍ତ ସାହସ ର ସହ ମୁକାବିଲା କରିବ ବୋଲି କହିଛି । କଣ କରିବ କିଏ ଜାଣେ ।
କିଛି ଦିନ ପରେ ସ୍କୁଲରେ ପ୍ୟାରେଣ୍ଟସ ମିଟିଙ୍ଗ ଥିଲା । କୀର୍ତ୍ତି ଫେରିଲା ବେଳେ ଜଣେ ମହିଳା ଆସି ତା ପାଖେ ଠିଆ ହେଲେ ।
-ଆପଣ କଣ କୀର୍ତ୍ତିକାର ମମି?
-ହଁ କୁହନ୍ତୁ?
-ପୁଅ ମୋର ଟିକେ ମୋଟା ବୋଲି କଣ ମୋଟୁ ବୋଲି କୀର୍ତ୍ତି ଡାକିବା ଠିକ୍ ।
-ମୁଁ କୀର୍ତ୍ତି କୁ ପଚାରିବି କହି ଫେରୁଥିଲେ ପୂର୍ଣ୍ଣିମା । ହସ କୁରୋକି ପାରୁନଥିଲେ ।
ଆଛା ଏଇଟା ତାହେଲେ ତା ପାପାର ଟେକନିକ । ଆକ୍ରମଣର ପ୍ରତି ଆକ୍ରମଣ ।
ତିନି ମାସ ପରେ କୀର୍ତ୍ତିର ବାର୍ଥ ଡେ ଥିଲା । ଆଉ ତଥାକଥିତ ମୋଟୁ ମାନେ ସାତ୍ଵିକ ମଧ୍ୟ ଆସିଥିଲା । ତା ଗିଫ୍ଟରେ ଲେଖିଥିଲା 'ହାପି ବାର୍ଥ ଡେ କିଟି, ୟୌର ଫ୍ରେଣ୍ଡ ମୋଟୁ😊 । "
ପୂର୍ଣ୍ଣିମା ଦେଖୁଥିଲେ କୀଟି ଆଉ ମୋଟୁର ବନ୍ଧୁତା ,ଯାହା ଗୋଟିଏ ସେକେଣ୍ଡ୍ ନେମ୍ରୁ ଆରମ୍ଭ ।
ଖୁସି ହେଉଥିଲେ ପୂର୍ଣ୍ଣିମା କିଟିର ପରିସ୍ଥିତି କୁ ମୁକାବିଲା କରିବାର କ୍ଷମତାରେ ।
-ଏ ଲେଡିବାର୍ଡ କପେ ଚା ମିଳିବ ।
-sure ମୋ angry bird ।
-କଣ ଆକ୍ରମଣର ପ୍ରତି ଆକ୍ରମଣ । କାସ୍ କଲେଜ ଟାଇମରେ ଲେଡିବାର୍ଡ ଡାକିଲା ବେଳେ angrybird ଡାକିଥାନ୍ତ ।
ହସି ଉଠୁଥିଲେ ସମ୍ବିତ ଓ ପୂର୍ଣ୍ଣିମା ।