STORYMIRROR

Madhusmita Nayak

Romance

4  

Madhusmita Nayak

Romance

ସେଇ ରଙ୍ଗ ହଳଦୀ

ସେଇ ରଙ୍ଗ ହଳଦୀ

2 mins
256


    କେବେ ପିନ୍ଧି ନଥିବା ରଙ୍ଗ ଟା ଆଜି କେମିତି ପିନ୍ଧିବି? ଯେଉଁ ରଙ୍ଗ ଦେଖିଲେ ବାନ୍ତି ଲାଗେ,ଏମିତି କି ଲୁଡୁ ଖେଳରେ ବି ସେ ରଙ୍ଗ ଦାନ ନିଏନି। ହଁ ମେଡିସିନ ବି ସେଇ ରଙ୍ଗର କେବେ ଖାଏନି,ଆଜି ହଠାତ କେମିତି ସେଇ ରଙ୍ଗ ଟାକୁ ପିନ୍ଧ ଦେବି ଯେ ? ନା ବାବା ନା ମୋ ଦ୍ଵାରା ହେବନି ।ଏମିତି କେତେ କଥା ମନେ ମନେ କହି ହେଉଥାଏ ଶ୍ରୀୟା।ଦ୍ବନ୍ଦରେ ଥାଏ ଶାଢ଼ୀ ରଙ୍ଗ ପାଇଁ।ଝିଅ ଥିବା ବେଳୁ କେବେ ପିନ୍ଧିନି ଏସବୁ ନପିନ୍ଧିବାର କାରଣ ତ ଅଛି ଆଉ ଗୋଟେ ବି। ହଁ ନାଗସ୍ୟ ଗୋତ୍ର ତାଙ୍କର ସେଥିପାଇଁ ସେଇ ରଙ୍ଗ ପିନ୍ଧିବା ମନା।ଶ୍ରୀୟା ର ନାପସନ୍ଦ କୁ ଏପଟେ ଗୋତ୍ର,ବାହାନା ମିଳି ଯାଏ ନପିନ୍ଧିବାର।ସବୁଠୁ ବିରାଟ କାରଣ ହେଲା ସେ ହଳଦୀ ରଙ୍ଗର ଝିଅଟି ଗୀତ।ହଳଦୀ ରଙ୍ଗ ପିନ୍ଧିଲେ ଏଇ ଗୀତରେ ଅନ୍ୟ ମାନଙ୍କୁ ଚିଡ଼େଇ ବା ଭଳି ତାକୁ କାଳେ ଯିଏ କହିଦେବ, ସେଥିପାଇଁ ମନ ବି କରିନି କେବେ ସେ ରଙ୍ଗ ପିନ୍ଧିବାକୁ,ଆଜି ହଠାତକି କେମିତି ବଦଳେଇ ଦେଇ ପାରିବ ଏତେ ଦିନର ନାପସନ୍ଧ ଟାକୁ।ଯାହାବି ହେଉ ଭାରି କଷ୍ଟ ଏସବୁ,ଏପଟେ ବିବାହ ପରେ ସ୍ବାମୀ ପାର୍ଥ ଙ୍କ ପ୍ରଥମ ଥର ଏଭଳି ଇଚ୍ଛା କି ଆଜି ସେ ଆଣି ଥିବା ରଙ୍ଗର ଲୁଗା ପିନ୍ଧିବାକୁ। ବହୁତ ଭାବିଲା ପରେ ନିଷ୍ପତି ନେଲା ନିଜ ନାପସନ୍ଦ କୁ ଆଜି ବଦଳେଇ ଦେବ ସ୍ବାମୀଙ୍କ ମାନ ରଖିବାକୁ। ମନ ମାନୁ ନଥାଏ ତଥାପି ପିନ୍ଧିଲା, ତା ଚମ୍ପା ଗୋରା ରଙ୍ଗ ଦେହକୁ ଏ ହଳଦୀ ରଙ୍ଗ ଟି ଖୁବ ମାନୁ ଥିଲା।ସଜେଇ ହୋଇ ଯେତେବେଳେ ରୁମ ରୁ ବାହାରକୁ ଆସିଲା ପାର୍ଥ ଙ୍କ ନଜର ଆଉ ହାଟିଲାନି।ଘରେ ପୂଜା ଥାଏ ଯେହେତୁ ସମସ୍ତେ ଥାଆନ୍ତି ଘରେ।ସମସ୍ତ ଙ୍କ ଠୁ ନଜର ଚୋରେଇ ପାର୍ଥ କଣେଇ କଣେଇ ଚାହିଁ ଅପୂର୍ବ ଠାଣି ରେ ମୁରୁକି ହସୁଥିଲେ।ଏପଟେ ସମସ୍ତେ ବୋହୂ ଶ୍ରୀୟା ର ଲକ୍ଷ୍ମୀ ପ୍ରତିମା ରୂପ ଦେଖି ଆନନ୍ଦିତ ହେଉଥିଲେ।କିଛି ଗୋଟେ ବାହାନା କରି ପାର୍ଥ,ଶ୍ରୀୟା ପାଖକୁ ଆସି ଧିର କଣ୍ଠରେ କହିଲେ,କଜଳ ଗାର ଟିକେ ଲଗେଇ ଦିଅ ଯେମିତି କାହା ନଜର ନଲାଗୁ ମୋ ସ୍ତ୍ରୀ ଙ୍କୁ।ଶ୍ରୀୟା ଲାଜରେ ଜଳି ଯାଉଥାଏ,ମନରେ ଅପୂର୍ବ ପୁଲକ ଭରି ଯାଉଥାଏ।ଆଉ କାହିଁ ଏ ହଳଦୀ ରଙ୍ଗ ପ୍ରତି ସେ ଘୃଣା ଭାଵନା ଆସୁନଥାଏ।ଏଇ ରଙ୍ଗ ଆଜି ଭାରି ଭଲ ଲାଗୁ ଥାଏ,ଶ୍ରୀୟା ଭାବୁ ଥାଏ ଇଏ କଣ ସେଇ ଅଷ୍ଟମ ରଙ୍ଗ ର ପ୍ରଭାବ କି?ଯାହା ଛୁଇଁ ଗଲା ପରେ ସବୁ ରଙ୍ଗୀନ ରଙ୍ଗୀନ ଲାଗେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance