Madhusmita Nayak

Abstract Others

4  

Madhusmita Nayak

Abstract Others

ବିଶ୍ଵ ନାରୀ ଦିବସ

ବିଶ୍ଵ ନାରୀ ଦିବସ

4 mins
307



 ରାତି ପ୍ରାୟ ଏଗାର ଟା ବାଜିଲାଣି, ପୁଅ କିଟୁ ଶୋଇ ପଡ଼ିଲା ପରେ ଫୋନ ଟି ଧରିଲେ ଆଶା। ୱାଟସପ ଆପ ଟି ଅନ କରୁ କରୁ ସ୍ବାମୀ ଆକାଶ ଙ୍କ ଗୁଡ ନାଇଟ ମ୍ୟାସେଜ ଟି ସୋ କଲା।ଆଶା କିଛି ସମୟ ପାଇଁ ଆବାକ ହେଇଗଲେ,ଆଖି କୋଣ ରେ ଦୁଇ ବୁନ୍ଦା ଲୁହ ଜକେଇ ଆସିଥାଏ।ରିପ୍ଲାଇ ଦେବାକୁ ହାତ ଥରି ଉଠିଛି ଦେହ ମନ ଅସ୍ଥିର ହୋଇଯାଇଛି ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଆଜି କାଇଁ ସବୁ ଦିନ ଠୁ ବେସି ଭାରି ଲାଗୁଛନ୍ତି।ନିଜକୁ ବୁଝେଇ ପାରିନି କି ପ୍ରତିଉତ୍ତର ମ୍ୟାସେଜ ଟି ଦେଇନି। ୟୁଟ୍ୟୁବ ଲଗେଇ ତା ର ପସନ୍ଦ ର ସେଇ ଗୀତ

  ନା ନା ନାରେ ଜୀବନ ନା ନା ଦାଉ ସାଝେନା ଦାଉ ସାଝେନା......କୋଉ ଜନମ କୋଉ ପାପ ର ଏମିତି ନେଲୁ ତୁ ହିସାବ....?ସହି ହୁଏନା ରହି ହୁଏନା ନା ନା ନାରେ ଜୀବନ ନା ନା ଦାଉ ସାଝେନା ଦାଉ ସାଝେନା......

   ଗୀତ ଟି ବଜେଇ କାନରେ ଇଅର କଡ ଟି ଦେଇ ସବୁଦିନ ଭଳି ସେଦିନ ବି ବହୁତ କାନ୍ଦିବାକୁ ଲାଗିଛି।ନିଜକୁ ପରଖିବାକୁ ଚାହିଁଛି,ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଛି।ସତରେ କଣ ମୁଁ ଅଯୋଗ୍ୟ ସ୍ନେହ ଶ୍ରଦ୍ଧା ପ୍ରେମ ପାଇଁ....?ମୁଁ ତ ଜୀବନରେ କିଛି ଚାହିଁନି କେବଳ ଟିକିଏ ସ୍ନେହ ଶ୍ରଦ୍ଧା ଛଡ଼ା.....?କୌଣସି ଦାମୀ ଦରବ କି କୌଣସି ପ୍ରକାର ଇଚ୍ଛା ଆକାଂକ୍ଷା କିଛି ତ ମୁଁ ଚାହିଁନି...?ତଥାପି କଣ ପାଇଁ ମୋତେ ଟିକେ ସ୍ନେହ ପାଇଁ ହତାଦାର ହେବାକୁ ପଡ଼େ। ନିଜକୁ ସମର୍ପି ଦେଲେ ବି ଦେହ ମନ ଆତ୍ମା ଦେଇ,କିନ୍ତୁ କଣ ପାଇଁ ମିଲେନି ସେଇ ସ୍ନେହ ଶ୍ରଦ୍ଧା ଭଳି ଶବ୍ଦର ଆନ୍ତରିକତା...?ବୋଧେ ହୁଏ ମୋ ପାଖରେ ହିଁ କିଛି କମ ଥାଏ ସେଥିପାଇଁ ମିଳେନି। ଛାଡ଼ ଏମିତି ତ ସମୟ ବିତି ଚାଲିଛି ଆଉ ବା କେତେଟା ଦିନ ବଞ୍ଚିବି ...?ମୋର ଏଇ ସଙ୍ଗୀତ ହିଁ ମୋତେ ସେ ସ୍ନେହ ଶ୍ରଦ୍ଧା ପ୍ରେମ ଆନନ୍ଦ ସବୁ ଦେଇ ଦେଇଛି,ସେଇ ଥୀରେ ବଞ୍ଚିଯିବା।

କିନ୍ତୁ,ଏମିତି କଣ ବଞ୍ଚି ହୁଏ...?ଏମିତି ଏକାକୀ ସେଇ ମାନେ ବଞ୍ଚି ପାରିବେ ଯାହାଙ୍କ ପାଖରେ ସଂପର୍କ ର ମାନେ ନଥିବ।ଯିଏ କେବଳ ମିଛ ବିଳାସ ବସନ ରେ ମନ ରଖୁ ଥିବେ।ମୁଁ ତ ଏମିତି କେବେ ହୋଇପାରିବିନି।ପିଲାଟି ଦିନରୁ ସ୍ନେହ କାଙ୍ଗାଳି ଟିଏ ମୁଁ। ହଁ ମୁଁ ଆଶା ସ୍ନେହର ଭ୍ରମରେ ବଞ୍ଚେ କିନ୍ତୁ ସ୍ନେହ ଶ୍ରଦ୍ଧା ପ୍ରେମ ଏସବୁ କ୍ଷଣିକ ମିଳେ।

ଜୀବନରେ ଅନେକ କଷ୍ଟ ଦେଖିଛି,କିନ୍ତୁ ଆଜିର ରାତି ମୋ ପାଇଁ ବେସି କଷ୍ଟ ଲାଗୁଛି।ଲାଗିବନି ବା କେମିତି ଦୀର୍ଘ ଦୁଇ ବର୍ଷ ହେବ ସ୍ବାମୀ ଆକାଶ ଭୁଲି ଗଲେଣି ମୁଁ ବୋଲି କିଏ ଜଣେ ଅଛି ତାଙ୍କ ଜୀବନ ରେ। ଏବେତ ଦୂରତା ଟା ଦେହ ସୁଆ ହୋଇ ଗଲାଣି ଆଉ ଅଣଦେଖା ଟା ଅଳଙ୍କାର ହୋଇଛି।ଏଇ ଦୁଇ ବର୍ଷ ମଧ୍ୟରେ ସ୍ବାମୀ ସ୍ନେହ ଶ୍ରଦ୍ଧା ପ୍ରେମ କେବଳ ଅନ୍ଧାର ରାତିର ସେଇ ଇତସ୍ତତ ବିଛଣା ରେ ହିଁ ଭେଟିଛି।ରାତି ପାହି ଗଲେ କିନ୍ତୁ ସେସବୁ ନଥାଏ,ରାତି ପରି ସେବି ଉଭେଇ ଯାଏ।କିନ୍ତୁ କର୍ତ୍ତବ୍ୟ ରେ ହେଳା କରିନାହାନ୍ତି ଆକାଶ।କୋଉଥିରେ ଅଭାବ ରଖି ନାହାଁନ୍ତି କିନ୍ତୁ ଏଇ ସ୍ନେହ କାଙ୍ଗାଳି ଯେ ଟିକିଏ ସ୍ନେହ ଭରା ଦୁଇ ପଦ କଥାରେ ସନ୍ତୁଷ୍ଟ ସେକଥା ବୁଝି ପାରି ନାହାଁନ୍ତି।

    ଦିନ ଥିଲା ଏଇ ଆକାଶ କିଛି ନ କହିବା ଆଗରୁ ପଢ଼ି ନେଉଥିଲେ ଆଶା କୁ।ଲୁହ ଝରିବା ଆଗରୁ ତୋଳି ନେଉ ଥିଲେ ବାହୁରେ।କିନ୍ତୁ ଏବେ ସଂପୂର୍ଣ୍ଣ ପରିବର୍ତ୍ତନ,ରାତି ରାତି ପାଖରେ ଥାଇ ମଧ୍ୟ ଶୁଣି ପାରନ୍ତି ନି ଟୋପା ଟୋପା ଲୁହ ର ସେ ଶବ୍ଦ।ସୋଇ ଯାଆନ୍ତି ଆରପଟକୁ ମୁଁ ହଁ ଦେଇ।ସେମିତି କେତେ ରାତି ଲୁହ ଢ଼ାଳି ଢ଼ାଳି ବିତି ଯାଇଛି ଆଶା ର ହିସାବ ନାହିଁ।ତଥାପି ଅପେକ୍ଷା ଥାଏ ସେଇ ସ୍ନେହ ଶ୍ରଦ୍ଧା ପ୍ରେମ ପାଇବାର।

କର୍ମ କର୍ତ୍ତବ୍ୟ ରେ ଆକାଶ ଏତେ ଲିପ୍ତ ଯେ ଭୁଲି ଗଲେଣି ସବୁ ଭାବାବେଗ।ଆଜିର ଏ ମ୍ୟାସେଜ କଣ ପାଇଁ ଥିଲା କେଜାଣି।ଯେବେ ଆଶା ତା ଆଡୁ ଗୋଟେ ଫଟୋ କି ମ୍ୟାସେଜ ଦେଇଛି ତାର ରୀପ୍ଲାଇ ମିଳିନି ଯଦିବା ମିଳିଛି ଏମିତି,ମୋ ଫୋନ ଗ୍ୟାଲେରୀ ଫୁଲ ହୋଇଯିବ ଫଟୋ ଏତେ ଦେଲେ।ଏମିତି କଥା ଶୁଣି ଆଶା ବି ନୀରବ ରହି ଯାଏ,ତାର ବି ସ୍ୱାଭିମାନ ଅଛି।ନିଜକୁ ବଦଳେଇ ଦେଇଛି ସମ୍ପୂର୍ଣ୍ଣ। ଏମିତି ଅନେକ ସମୟ ହେଲା ପରେ କେବେଠୁ ଆଉ ଦିଏନି ଗୋଟେ ବି ମ୍ୟାସେଜ।ଭାଵନା ର ମୂଲ୍ୟ ନାହିଁ କେବଳ କର୍ତ୍ତବ୍ୟ ର ଶିକୁଳି ରେ ଯଦି ଦୁହେଁ ଆବଦ୍ଧ ତେବେ ଏସବୁ ପ୍ରୟୋଜନ କାହିଁ.....?

  

   ଅଭିମାନ ଅଭିଯୋଗ କଲେ ଉତ୍ତର ଆସିଛି ତୁମ ମାନ ଅଭିମାନ ପାଇଁ ସମୟ ନାହିଁ ମୋ ପାଖରେ। ଆଶା ବି ଚୁପ୍ ଭୁଲି ଯାଇଛି କେବେଠୁ ଏସବୁ ବୋଲି କିଛି ଅଛି।ଯେମିତି ରୂପେ ଯିଏ ଚାହିଁଛି ପରିବାର ଠୁ ସ୍ବାମୀ ପିଲା ଆଉ ସମାଜ,ସେମିତି ବଦଳି ଯାଇଛି। ବାପ ଘରେ ବଦଳି ଥିଲା,ନିଜ ସ୍ଵପ୍ନ କୁ ତିଲାଞ୍ଜଳି ଦେଇ।ଯୋଉଠି ସ୍ଵପ୍ନ ହଜିଛି ସେଠୀ ବାସ୍ତବ କେବେ ସୁଖ ଦାୟୀ ହୋଇପାରେ...?

ସବୁ କଷ୍ଟ ପରେ ବି ଖୁସି ଥିଲା,ସ୍ବାମୀ ଆକାଶ ଙ୍କ ଅସୀମ ପ୍ରେମ ରେ।କିନ୍ତୁ ସତରେ କଣ ମଣିଷ ବଦଳି ଯାଏ,କର୍ମ କର୍ତ୍ତବ୍ୟ ଟା ସୁନ୍ଦର ସଂପର୍କ ରେ ଏମିତି ରୂପେ ବିରାମ ଲଗେଇ ପାରେ....?

କୁହନ୍ତି ସ୍ତ୍ରୀ ଭୁଲ କରେ ମୁଁ ବି ଭାବୁଛି ସ୍ତ୍ରୀ ଭୁଲ ବାଟକୁ ବୋଧେ ହୁଏ ଏଇ ଅବହେଳା ରୁ ଯାଏ।ସ୍ବାମୀ ସ୍ତ୍ରୀ ସଂପର୍କ ଯଦି ଫର୍ମାଲିଟି ରେ ରୁହେ ତେବେ କେମିତି ବଞ୍ଚି ହୁଏ....?

ଅନେକ କିଛି ଭାବି କାନ୍ଦି କାନ୍ଦି ସୋଇଯାଇଛି ଆଶା।ସକାଳ ହେଳାରୁ ପୁଣି ଫୋନ ଦେଖେ ତ ବିଶ୍ଵ ନାରୀ ଦିବସର ଶୁଭ କାମନା ଭରା ମ୍ୟାସେଜ ଟେ ଦେଇଛନ୍ତି ଆକାଶ।ପୁଣି ସେଇ ଲୁହ କୋହ ର ଅମାପ ଆସର।ନିଜକୁ ପୁଣି ଥରେ ବଦଳେଇ ଦେଲା ସ୍ବାମୀ ଆକାଶ ଙ୍କ ଖୁସି କୁ ପ୍ରାଧାନ୍ୟ ଦେଲା।ପ୍ରତି ଉତ୍ତର ମ୍ୟାସେଜ ଟି ଦେଲା।ଥ୍ୟାଙ୍କ ୟୁ ମାଇଁ ଡିଅର ହଜବ୍ୟାଣ୍ଡ।ମିସ ୟୁ ଲଭ ୟୁ ଧନ।ଏମିତି ମ୍ୟାସେଜ ଟେ ପରେ ଆକାଶ ବି ରିପ୍ଳାଇ ଦେଇଛନ୍ତି।ଅନେକ ଦିନର ନିରବତା ଆଉ କୌଣସି ପ୍ରକାର ଶିକୁଳି ମାନିନି।

ମାନ ଅଭିମାନ ସ୍ୱାଭିମାନ ସବୁ ବଳି ପଡ଼ି ଯାଇଛନ୍ତି ସେଇ ଈଶ୍ୱର ପ୍ରଦତ୍ତ ସ୍ନେହ ଶ୍ରଦ୍ଧା ପ୍ରେମ ଆଗରେ।ପୁଣି ଥରେ ହସି ଉଠିଛି ଆଶା ଆକାଶ ଙ୍କ ଛୋଟିଆ ସଂସାର।ଲୁହ ଗୁଡ଼ା ଅଜାଡ଼ି ହୋଇ ପଡିଛନ୍ତି ନିଜ ଭାରସାମ୍ୟ ହରାଇ।କିନ୍ତୁ ଆଜି ଆଉ ସେ ରାତି ରାତି କଷ୍ଟ ପରି କଷ୍ଟ ନାହିଁ।ଖୁସିର ଏ ଲୁହ,ତଥାପି ଡରି ଯାଇଛି ଆଶା ଏ ଖୁସି କୁ ନଜର ଲାଗି ବନି ତ...? ସଙ୍ଗେ ସଙ୍ଗେ ମାଆ ଙ୍କୁ ସ୍ମରଣ କରି ମୁଣ୍ଡିଆ ମାରି ନେଇଛି।

    ବିଶ୍ଵ ନାରୀ ଦିବସ ରେ ଫେରି ପାଇଛି ନାରୀତ୍ୱର ସେଇ ସମ୍ପୂର୍ଣ୍ଣ ଅଧିକାର ସ୍ବାମୀ ଆକାଶ ଙ୍କ ଠୁ।ଖୁସିର ସୀମା ନାହିଁ,ଗୋଟେ ନାରୀ ଆଉ କଣ ଚାହେଁ କି....?ଜୀବନ କାଳ ରେ ଜୀବନ ସାଥୀ ଠୁ ଟିକେ ସ୍ନେହ ଶ୍ରଦ୍ଧା ପ୍ରେମ ଆଉ ସମ୍ମାନ।ସେତିକି ମିଳିଗଲେ ସବୁକିଛି ପାଇ ଯାଏ।ଜୀବନ ତମାମ ଆୟୁଷ କୁ ସମର୍ପି ଦିଏ ସେଇ ପୁରୁଷ ର ପାଦ ତଳେ।ନିଜ ପାଇଁ କେବେ ବଞ୍ଚିବାକୁ ଚାହେଁନି ବାସ ଅଳ୍ପରେ ସନ୍ତୁଷ୍ଟ ହୁଏ।ଗଣ୍ଡେ ଖାଇ ଖଣ୍ଡେ ପିନ୍ଧିବାକୁ ସୌଭାଗ୍ୟ ମଣେ।ତଥାପି ସମାଜ କୁହେ ନାରୀ ମାୟା ନରେ ଅଗୋଚର।ଏଭଳି ତାତ୍ସଲ୍ୟ କଣ ପାଇଁ କେଜାଣି।ସବୁ ନାରୀ ଜେ ସୂପନେଖା ନୁହେଁ ସୀତା ସାବିତ୍ରୀ ଉର୍ମିଳା ମନ୍ଦୋଦରି ବି ଅଛନ୍ତି।

ସମାଜ ବଦଳୁଛି ଚଳନି ବଦଳୁଛି ନାରୀ ପୁରୁଷ ଉଭୟ ବଦଳୁଛନ୍ତି କିନ୍ତୁ ତନ ମଧ୍ୟରୁ ଅନେକ ନାରୀ ପୁରୁଷ ଆଜିବି ସଂସ୍କାର ସଂସ୍କୃତି ମାନବିକତା କୁ ବଜାୟ ରଖିଛନ୍ତି।ସେଥିପାଇଁ ତ ଏ ସତ୍ୟ ଧର୍ମ ନ୍ୟାୟ ଏବେବି ବଞ୍ଚିକି ଅଛି।

  ନାରୀ ବା ପୁରୁଷ ଏମାନଙ୍କ ପାଇଁ ଦିବସ ଟେ କଣ କେତେ ଯୁଗ ବି କମ ପଡ଼ିଯିବ ପାଳନ କରିବାକୁ। ତଥାପି ଏମିତି ପ୍ରୟାସ ଜାରି ରହୁ ଦିବସ ବି ସବୁ ଯୁଗ ପରି ନାରୀଙ୍କ ଠୁ ପ୍ରାରମ୍ଭ ହେଉ।

    ଜୟ ମାଆ ଆଦିଶକ୍ତି ନାରୀ ରୂପେ ପୂଜା ପାଉ......



Rate this content
Log in

Similar oriya story from Abstract