Madhusmita Nayak

Classics

4.6  

Madhusmita Nayak

Classics

ମୋ ଜୀବନ ସାଥୀ

ମୋ ଜୀବନ ସାଥୀ

5 mins
281


ରାତି ଆସି ବାରଟା ପରେ ହେଲାଣି, ହଠାତ କବାଟ ଠକ ଠକ ଶବ୍ଦ ଶୁଣି ଅଙ୍କିତା ଛାଇ ନିଦରୁ ଉଠି ଯାଇ କବାଟ ଖୋଲେ।ଦୁଆର ମୁଁହ ରେ ଅନିକେତ ଙ୍କୁ ଦେଖି ଟିକେ ଅଭିମାନ ଭରା କଣ୍ଠରେ କୁହେ କି ବେକାର ଲୋକ ମ ? ଟିକେ ବି ନିଜର ଚିନ୍ତା ନାହିଁ ସବୁବେଳେ କାମ କରୁଥବ,ଦେଖିଲ କେତେଟା ବାଜି ଲାଣି ନଖାଇ ନ ସୋଇ କେମିତି ଦିଶିଲଣି କେବେ ଦେଖିଛ ନିଜକୁ ଟିକେ ? ଅନିକେତ ରୁମ କୁ ଆସନ୍ତି ଅଙ୍କିତା କଥା ର ପ୍ରତି ଉତ୍ତର ନରଖି କେବଳ ଟିକେ ମୁରୁକି ହସି ଦିଅନ୍ତି।ଅଙ୍କ୍ତିତା ବି ସେତିକି ରେ ନିଜକୁ ଚୁପ ରଖି ଆଗେ ସ୍ବାମୀ ଅନିକେତ ଙ୍କ ଖାଇବା ପିଇବା କଥା ବୁଝିବାରେ ଲାଗେ। ମନେ ମନେ ଭାବୁଥାଏ କେତେ ପରିଶ୍ରମ କରୁଛନ୍ତି ଦୁଇ ମୁଠା ଦାନା ଆଉ ସାରା ପରିବାର ର ଆବଶ୍ୟକତା କୁ ଠିକ ରେ ମେଣ୍ଟାଇବା ପାଇଁ ଆଖି ତାର ଲୁହ ରେ ଟଳ ଟଳ ହୋଇ ଆସୁଥାଏ କିନ୍ତୁ ସ୍ବାମୀ ଙ୍କୁ ଲୁଚେଇ ସେଇ ଲୁହ ଦୁଇଟୋପା କୁ ପଣତରେ ପୋଛି ନେଇଥାଏ।ସ୍ଵାମୀଙ୍କ ପାଇଁ ଖାଇବାକୁ ବାଢି ଆଣେ ଆଦର ଯତ୍ନ ରେ। ଅନିକେତ ବହୁତ ଥକି ପଡ଼ି ଥାନ୍ତି କିନ୍ତୁ ମୁହଁ ରେ ଟିକେ ବି ସେ ଥକା ପଣ ର ଝଲକ ବି ନଥାଏ, ହଁ ରହିବ ବା କେମିତି ଅଙ୍କିତା ଦେଖିଲେ ମନ ଦୁଃଖ କରିବ ନା ବାବୁ ପଛେ ଯେତେ କଷ୍ଟ ସହିବେ କିନ୍ତୁ ସ୍ତ୍ରୀ କୁ ଟିକେ କଷ୍ଟ ଛୁଇଁବାକୁ ବି ଦେବେନି। ହଁ ଅନିକେତ ଫେରିଲା ସମୟରେ ଅଙ୍କିତା ର ପସନ୍ଦ ଚାଟ ଆଉ ବାଦାମ ଆଣି ଆସିଛନ୍ତି।ସତରେ ଅଙ୍କିତା ଭାବୁ ଥାଏ ମୁଁ କେଡେ ଭାଗ୍ୟବତୀ ice cream ବିକିବାକୁ ଯାଇଥିବା ହାତ ସ୍ତ୍ରୀ ପାଇଁ ବି ଏମିତି କିଛି ଖୁସି ଆଣି ପାରେ । ଏପଟେ ଅଫିସ କାମ ଦିନ ମାନ କରି ତିନି ଘଣ୍ଟା ର ପଥ ଅତିକ୍ରମ କରି ଆସି ପୁଣି ରାତି ଏତେ ଯାଏଁ ice cream ବିକିବା (ଗାଁ ରେ ପୂଜା ବସିଥାଏ ମାଆ ଙ୍କ ର, ଯାତ୍ରା ମେଲୋଡି ଏମିତି କାର୍ଯ୍ୟ କର୍ମ ଚାଲିଥାଏ ସେଇ ପୂଜାରେ ହିଁ ice cream ଷ୍ଟଲ୍ ଦେଇ ଥାନ୍ତି ଅନିକେତ) ସେ ପୁଣି ବିନା ସ୍ୱାର୍ଥରେ କେବଳ ପରିବାର ର ଆବଶ୍ୟକତା ମେଣ୍ଟାଇବା ପାଇଁ,ସତରେ ଏମିତି ପୁରୁଷ ମାନେ ମହାନତା ର ଉଦାହରଣ।କଥା ରେ କୁହନ୍ତି ପୁରୁଷ କାଳେ କାନ୍ଦେନି କିନ୍ତୁ ଏ କଥା ଟି କେତେଦୂର ଠିକ ? ମୁଁ ତ କହିବି ପୁରୁଷ କାନ୍ଦେ ସବୁଠୁ ଅଧିକା କିନ୍ତୁ କେହି କେବେ ଦେଖି ହିଁ ପାରନ୍ତିନି।ଆଜି ସ୍ବାମୀ ଅନିକେତ ଙ୍କ ଅକ୍ଲାନ୍ତ ପରିଶ୍ରମ ଅଙ୍କିତା ମନରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ଏହିକି,ସତରେ ଏ ସଂସାର କରିବା କେତେଯେ କଷ୍ଟ !ଦୀର୍ଘ ନିଃଶ୍ବାସ ଟେ ନେଇ ଭାବନାରେ ଲଗାମ ଦେଇ ବସି ଯାଇଛି ଅନିକେତ ଙ୍କ ପାଖେ।ଏଇ କିଛି କଷ୍ଟ ଯନ୍ତ୍ରଣା ମଧ୍ୟରେ ମଧ୍ୟ କିଛି ଖୁସି ସାଇତି ରଖି ବାକୁ। ଅନିକେତ କୁହନ୍ତି ଆରେ ଅଙ୍କିତା ଚାଟ ଟି ଆଣି ଖାଅ କେମିତି ଲାଗୁଛି ଟେଷ୍ଟ ଦେଖ।ଅଙ୍କିତା ଗୋଟେ ପ୍ଲେଟ ରେ ଚାଟ ଟି ସଜାଡ଼ି ଆଣେ ଅନିକେତ ଙ୍କ ପାଖକୁ।ଏଇ ତମେ ନିଅ ଆଗେ ଖାଇ ନିଅ ମୁଁ ଖାଇବି। ହଁ ଆଜି କାଲି ହୁଏତ କେହି ମାନନ୍ତି ନି ସ୍ୱାମୀର ଅଇଁଣ୍ଠା ଖାଇବାର ପୁଣ୍ୟ ତା କୁ ସାଥୀରେ ହିଁ ଖାଆନ୍ତି,କିନ୍ତୁ ଅଙ୍କିତା ଆଜିବି ସେଇ ବିଶ୍ୱାସ ରେ ବଞ୍ଚେ ସ୍ଵାମୀଙ୍କ ଅଇଁଠା ତା ପାଇଁ କୋଟି ଜନ୍ମ ପୁଣ୍ୟ ଫଳ। ଅନିକେତ ନାଇଁ ନାଇଁ କରୁଥାନ୍ତି କିନ୍ତୁ ଅଙ୍କିତା କଥା ରଖି ଚାଟ ନେଇ ଖାଇଲେ ସେ ବି ଥରେ କାରଣ ଅନିକେତ ସ୍ତ୍ରୀ ଙ୍କ ମନ କଥା ଜାଣନ୍ତି ଯେ ଚାଟ କେତେ ପ୍ରିୟ ଆଉ ଏକଥା ବି ଜାଣନ୍ତି ସେ ସମ୍ପୂର୍ଣ୍ଣ ଚାଟ ପ୍ଲେଟ ଟି ଖାଇବେନି ପିଲା ଙ୍କ ପାଇଁ ସକାଳ କୁ ରଖିଦେବେ , ମାଆ ମନ ପରା ଯେତେ ସ୍ଵାଦିଷ୍ଟ ଜିନିଷ ତାଙ୍କୁ ବା ଭଲ ଲାଗେନା ପିଲାଙ୍କ ପାଇଁ ସାଇତା ସବୁ।ଦୀର୍ଘ ବାର ବର୍ଷ ର ବିବାହ ରେ ଆଉ କଣ ଅଙ୍କିତା କୁ ଚିହ୍ନିବା ବାକି ଅଛି। ହଁ ଅବଶ୍ୟ ଅଧିକା ଆଣି ଥାଆନ୍ତି କିନ୍ତୁ ମାଆ ପରା ସେ ପେଟ ରୁ କାଟି ହିଁ ପିଲା ପାଇଁ ସାଇତି ଦିଏ।

   ଅଙ୍କିତା ଜୋର କରି ନିଜ ହାତରେ ଖୁଆଇ ଦେଲା ଅନିକେତ ଙ୍କୁ ତା ପରେ ନିଜେ ଖାଇ ନେଲା। ଦୁହେଁ କିଛି ସମୟ ଦୁଃଖ ସୁଖ ବାଣ୍ଟିଲେ ଅନିକେତ ଙ୍କ ଶରୀର ବହୁତ କଷ୍ଟ ଅନୁଭବ କରୁ ଥାଏ ଯାହା ଅଙ୍କିତା ହେଜ କରୁଥାଏ।ବସିଗଲା ଅନିକେତ ଙ୍କ ପାଦ ପାଖେ,ଏବେ କର୍ମେ ସୁ ଦାସୀର କର୍ତ୍ତବ୍ୟ ସମୟ।ପ୍ରଥମେ ତ ଅନିକେତ ଙ୍କ ଦୁଇ ପାଦ କୁ ଓଠରେ ଲଗେଇ ଲୁହ କୋହ ଚାପି ଚୁମ୍ବନ ଟିଏ ଆଙ୍କି ଦେଲା ,ଆଃ କେଡେ କଷ୍ଟ ଆଜି ଏଇ ପାଦ କୁ ପ୍ରଭୁ ଙ୍କୁ ସ୍ମରଣ କରି କହୁଥାଏ ତାଙ୍କ ସବୁ କଷ୍ଟ ମୋତେ ଦେଇ ଦେବ ତାଙ୍କୁ ଯେମିତି କେବେ ନ ଛୁଇଁବ ଶରୀର କଷ୍ଟ କୋମଳ ହାତରେ ସାରା ଶରୀରର କ୍ଳାନ୍ତି ଦୂର କରିବାକୁ ହାଲକା ହାଲକା ସ୍ପର୍ଷ ଦେଇ ଚାଲି ଥାଏ ଅଙ୍କିତା। ଅନିକେତ କୁହନ୍ତି ଆରେ ଥାଉ ଅଙ୍କିତା ମୁଁ ଠିକ ଅଛି ଏମିତି ମୋଡ଼ିଲେ ମୋତେ କଷ୍ଟ ହେଉଛି ତମେ ଆସିଲ ରାତି ଅନେକ ହେଲାଣି ଶୋଇଯିବ ସକାଳୁ ଉଠିଲେ ପୁଣି ତୁମର କେତେ କାମ। ଏଇତ ପୁରୁଷର ମହାନତା କଷ୍ଟ ହେଉ ପଛେ ନିଜକୁ କିନ୍ତୁ ଜୀବନ ସାଥୀ କି କଷ୍ଟ ନ ଛୁଇଁ ପାରୁ।

ଅଙ୍କିତା କିଛି ସମୟ ପରେ ଚାଲି ଆସେ ଶୋଇବା ପାଇଁ। ଅନିକେତ ନ କହିବାକୁ ଚାହୁଁ ଥିଲେ ମଧ୍ୟ କହି ଦିଅନ୍ତି ଶରୀରର ସେଇ କଷ୍ଟ ଆଉ ବିକିବାର ସେ ଅନୁଭୂତି,ଅଙ୍କିତା କାନ୍ଦି ପକାଏ କିନ୍ତୁ ଅନିକେତ ଙ୍କୁ ଲୁଚେଇ।ଭାବେ ଜୀବନ ଠିକ ଠାକ ଚାଲୁଥିଲା କିନ୍ତୁ ଏ ମହାମାରୀ କୋରୋନା ସବୁ ଓଲଟ ପାଲଟ କରିଦେଲା।ଆଉ ତା ସହ ଆମ ସରକାର ଙ୍କ ଦରଦାମ ର ବଜେଟ। ଏସବୁ କଣ ବଞ୍ଚି ବାକୁ ଦେଉଛି ଯେ ମଣିଷ ଶାନ୍ତିରେ ନିଃଶ୍ୱାସ ମାରିବ।ସଂସାର କରି କେତେ ଝଡ ଝଞ୍ଜା ଯିଏ ଅଙ୍ଗେ ନିଭେଇଛି ସେ ଜାଣିଛି।

  ଅନିକେତ କୁହନ୍ତି ଅଙ୍କିତା ଆମ ବିବାହର ବାର ବର୍ଷ ରେ ଅଭାବ ସଂସାର ରେ ତମେ କେବେ ଅନୁଭବ କରିବାକୁ ଦେଇନ ମାନସିକ ଯନ୍ତ୍ରଣା।ସବୁବେଳେ ମୋ ସାଥୀରେ ଅଛ,କିଛି କେବେ ନିଜ ସୁଖ ସୁବିଧା ପାଇଁ ଅଳି କରିନ।ମୋ ପରିବାର କୁ ନିଜର କରି ନେଇଛ ଖୁବ କମ ସମୟ ରେ ତୁମର ସହଯୋଗ ନଥିଲେ ନା, ଜୀବନ ବାଟ ଚାଲିବା କେତେଯେ କଷ୍ଟ ହୋଇଥାନ୍ତା ମୁଁ କଳ୍ପନା ବି କରି ପାରୁନି।ସେଦିନ ର ସେ ନିଷ୍ପତି ତୁମକୁ ଜୀବନ ସାଥି କରିବାର ଠିକ ହିଁ ଥିଲା,ତମଠୁ ଅଧିକ ସୁବିଚାର ସୁନ୍ଦର ମନ ଥିବା ସାଥୀ କେବେ ପାଇ ନଥାନ୍ତି।ତମେ ମୋ ଜିବନ ଅଙ୍କିତା ତମ ବିନା ମୁଁ ଅଧା ତୁମେ ହିଁ ମୋ ପୂର୍ଣ୍ଣତା ହଁ ତମେ ହିଁ ଉଚିତ ସାଥୀ ମୋ ଜୀବନ ସାଥୀ ।

  ଏ ପାଗଳ ଶୋଇଯାଅ ବେଶୀ ଗୋଟେ ଗପୁଚ ଏତେ ଟେକ ନି ତମ ସ୍ତ୍ରୀ କୁ ଗଳି ପଡ଼ିବ ଖଟରୁ (ଅନିକେତଙ୍କ ମନକୁ ଶାନ୍ତ ସହଜ ସୁନିଦ୍ରା ଆଣିବାକୁ କିଛି ହସ ଖୁସି ର ମହୋଲ ବନେଇ ଦିଏ ଅଙ୍କିତା ନିଜର ଏମିତି ଉକ୍ତିରେ)

ଅନିକେତ- ଆଉ କଣ ନା,ମୋ ସ୍ତ୍ରୀ କାଇଁ ଗଳିବେ ଖଟ ରୁ ମୁଁ ଅଛି ନା ତାଙ୍କୁ କୋଳେଇ ନେବାକୁ

ଅଙ୍କିତା - ଆହା ରେ ମୋ ପ୍ରେମିକ ପର୍ବର ଚୁପ ହୋଇ ସୋଇପଡ ସକାଳୁ ପୁଣି ଅଫିସ ଯିବ

ଅନିକେତ - ସୋଇବି ଯେ ତମେ ଶୋଇବାକୁ ଦେଲେ ତ ଏତେ ଗପୁଚ ଯେ ଗପୁଡ଼ି କଇଁଛ କୋଉଠି କାର

ଅଙ୍କିତା - କଣ ହେଲା ମୁଁ ଗପୁଡି କଇଁଛ ଏଇ କଇଁଛ ପାଇଁ ପତି ବାବୁ ଆପଣ ଦିନେ ପାଗଳ ହୋଇ ମୋତେ ଆମ ଘରୁ ଚୋରି କରି ଆଣିଥିଲେ ଆଜି କହିଲେ କଣ ନା କଇଁଛ ଯାଅ ମୁଁ ରାଗିଲି ଆଉ କଥା ହେବିନି

ଅନିକେତ - ଆଛା,ସତରେ ରାଗିଲ ତ ହଉ ଲୋ ମାଆ କି ଶାନ୍ତି ମୁଁ ସୋଉଛି, କହିଦେଉ ନ କେତେଦିନ ପାଇଁ ରାଗିଲ ମୁଁ ଜାଣି ଥାଏ ମୋ ଅଙ୍କିତା ରାଗିବି ପାରନ୍ତି

ଅଙ୍କିତା - ମୋ ମୁଣ୍ଡ ଟିଣ କରନି କହୁଛି ତମ ମୁଣ୍ଡ ଫଟେଇ ଦେବି

ଅନିକେତ - ହଉ ଲୋ ମୋ ମାଆ ଏଥର ରାଗ ଶାନ୍ତ କରି ସୋଇ ଯାଅ ତମ ପ୍ରାକୃତିକ ତକିଆ ଯଥା ମୋ ସୁଦୀର୍ଘ ବକ୍ଷରେ

ଅଙ୍କିତା - ହଉ ହଉ ହେଲା ଏତେ ଆଉ ସାହିତ୍ୟିକ ଶବ୍ଦ ରେ କୁହନି ହେଲା ତମ ଭଳି ଦୁଷ୍ଟ ଙ୍କୁ ଏସବୁ ଶୋଭା ଦେଉନି ମ ।କି ପଲ୍ଟିକ୍ସ୍ ମ କୋଳେଇ ନେବାକୁ

ଅନିକେତ - ଜାଣିଛ ତ ତମ ସ୍ବାମୀଙ୍କୁ ଏଥର ମାନ ଅଭିମାନ ଭୁଲି ଶାନ୍ତି ମନରେ ଶୁନିଦ୍ରା ରେ ଶୋଇଯାଅ,ନିଦ ପ୍ରବଳ ଅଙ୍କିତା ଏଥର ଶୋଇବା

ଅଙ୍କିତା - ହଁ ହଁ ସୋଇଯିବା

   ଅନିକେତ ସୋଇ ଯାଆନ୍ତି କିନ୍ତୁ ଅଙ୍କିତା ସେଇ ସୁଦୀର୍ଘ ବକ୍ଷରେ ସୋଇ ରହି ଭାବୁ ଥାଏ ଆଜି ମୋ ଜନ୍ମ ସାର୍ଥକ ହେଲା ଭଳି ଲାଗୁଚି କାରଣ ମୋ ସ୍ବାମୀ ଯେଉଁ କହିଦେଲେ ମୋ ପାଇଁ ମାନସିକ ଅସାନ୍ତି କେବେ ଭୋଗି ନାହାନ୍ତି ସେଇତ ମୋ ଅର୍ଜିତ ପୁଣ୍ୟ ଫଳ ମୋ ଜନ୍ମ ର ସାର୍ଥକତା ଯାହା ଆଜି ମୋ ଜୀବନ ସାଥୀ ର ଜୀବନ କୁ ସୁନ୍ଦର କରି ପାରୁଛି,ହେ ପ୍ରଭୁ ବାସୁଦେବ ମୋ ସଂସାର ତୁମକୁ ସମର୍ପଣ ତୁମେ ହିଁ ସର୍ବଦା ସହାୟ ହେଉ ଥିବ ଏମିତି ପାର୍ଥନା କରି ସୋଇଯାଏ ଅଙ୍କିତା ଅନିକେତ ଙ୍କ ବକ୍ଷରେ ଶାନ୍ତି ନିଦ୍ରାରେ ଏଇତ, ଏମିତି ଏକ ସଂପର୍କ ହୋଇଥାଏ "ଜୀବନ ସାଥୀ"ବା ଦାମ୍ଭିକ ରୂପେ କୁହାଯାଇ ପାରିବ "ମୋ ସାଥୀ" ଯାହା ଜୀବନ ର ଅଙ୍କା ବଙ୍କା ପଥକୁ ଅତିକ୍ରମ କରିବା ରେ ସହଜ ସୁଗମ ସହ ଯୋଗ ହୋଇଥାଏ ।


Rate this content
Log in

Similar oriya story from Classics