Madhusmita Nayak

Inspirational

4.0  

Madhusmita Nayak

Inspirational

ନୀରବତାର ସ୍ପର୍ଶ

ନୀରବତାର ସ୍ପର୍ଶ

6 mins
194


  ଦୀର୍ଘ ଦିନର ବ୍ୟବଧାନ ପରେ ବର୍ଷା ପୁଣି ଥରେ ନିଜ ଆଡୁ କଥା ହୁଏ ମଳୟଙ୍କ ସହ।ନୀରବତା ଯେ କେତେ କଷ୍ଟ ଦିଏ ସେକଥା ବର୍ଷା ବୁଝି ସାରିଥଲା କିନ୍ତୁ ମଳୟ....ନିଜ ଦୁନିଆରେ ନିଜ କଷ୍ଟଗୁଡାକୁ ଭଲ ପାଇବାରେ ଏମିତି ମସଗୁଲ ଥିଲେ ଯେ,ବର୍ଷାଠୁ ଦୂରତାର ଦୁଃଖଟା ନିରବତାରେ ଲୀନ ହୋଇଯାଇଥିଲା।ହଁ ତାର ବି ମନ ଅଛି ବେଳେବେଳେ ସେ ବି ରଣ ହୁଙ୍କାର ଦେଉଥିଲା ବର୍ଷାର ନିରବତାକୁ ପ୍ରଶ୍ନ କରି ନିଜକୁ। ତଥାପି ଟଳିନି ମଳୟ ନିଜକୁ ହଜେଇନି ବର୍ଷା ପାଖରେ ଦୁହେଁ ଖୁବ ଭଲ ବନ୍ଧୁ କିନ୍ତୁ ସମୟ ପରିସ୍ଥିତି ଦୁଇଜଣଙ୍କୁ ଆଜି ଦୁଇଟି ସରଳ ରେଖାରେ ଠିଆ କରିଦେଇଛି।


 ଏଇତ ଏବେ ଏବେ ଭେଟ ଦୁହିଁଙ୍କର ତଥାପି ଥିଲା ସମ୍ପର୍କ ଯୁଗ ଯୁଗର ହୁଏତ ସେ କୃଷ୍ଣସୁଦାମା ଭଳି ନଥିଲେ ବନ୍ଧୁ ତଥାପି କମିନଥିଲା ବନ୍ଧୁତାରେ ନିଜକୁ ହଜେଇବା।ଜୀବନରେ ସବୁ ସମ୍ପର୍କ ଜନ୍ମ ସହ ମିଳି ନଥାଏ ଏମିତି କିଛି ପବିତ୍ର ସମ୍ପର୍କ ଗଢି ଉଠେ ଯାହା ମଣିଷ ନିଜେ ଗଢ଼ିଥାଏ,ହଁ ଅବଶ୍ୟ ଏଥିରେ ବି ସେଇ ଲୀଳାମୟର ଲୀଳାହିଁ ଲୁଚି ରହିଥାଏ।ହଠାତ ଦେଖା ହୋଇଥାଏ ଏକ କୁହୁକ ଭରା ସଦ୍ୟ ପ୍ରହରରେ ବର୍ଷା ଆଉ ମଳୟଙ୍କର।ସେଦିନ ସେ ପ୍ରହରଟି ଖୁବ ମନୋହର ଥାଏ ଦୁହିଁଙ୍କ ମନରେ ଏକ ସମ୍ପର୍କର ଖିଅ ଯୋଡି ହୋଇଯାଇଥାଏ।ନିରବ ସମୁଦ୍ର ସେଦିନ ନିରବତାର କିଛି ସ୍ପର୍ଶ ଭେଟି ଦେଇଥାଏ ବନ୍ଧୁତ୍ୱର ନୂତନ ପାହାଚରେ,କିନ୍ତୁ ଏଇ ବନ୍ଧୁତା କଣ ହୋଇପାରେ ଦିଗନ୍ତ ବ୍ୟାପି ଯାହାର ନାହିଁ ଆଦି କି ଅନ୍ତ ଯାହାର ନାହିଁ ସ୍ୱପ୍ନକି ବାସ୍ତବତାର ଛଳ।ଗୋଟିଏ ନାରୀ ପୁରୁଷ କଣ ଏକ ସୁନ୍ଦର ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି....?ଦୁହେଁ କେତେଦିନ ବନ୍ଧୁତାରେ ରହି ପାରନ୍ତି ...?ଏ ସାମାଜିକ କୁସଂସ୍କାର କଣ ବନ୍ଧୁତ୍ୱ ଶବ୍ଦର ମୂଲ୍ୟ ବୁଝେ....?ଏମିତି ଏନେକ ପ୍ରଶ୍ନକୁ ଆଡେଇ ମଳୟ ବର୍ଷା ଆଗେଇ ଚାଲନ୍ତି ନୂଆ ଏକ ଆଲୋକର ସନ୍ଧାନରେ।ହଜେଇଦେବାକୁ ସେଇ ଜଡ ଜର୍ଜରିତ ସଂଜ୍ଞାହୀନ ଜୀବନକୁ କିଛି ମୁହୂର୍ତ୍ତ ପାଇଁ ନୀରବତାର ନିର୍ବିକାର ସ୍ପର୍ଶରେ.....

   

 କିନ୍ତୁ ବିହି ବୋଧହୁଏ ଅଲଗା କିଛି ଚାହୁଁ ଥିଲା....

ସମ୍ପର୍କ ନିବିଡ଼ତାର ଚରମ ସୀମା ଟପିବାର ପ୍ରୟାସ ଜାରି ରଖିଥାଏ, କୋଇଲିଟି ନୂଆ ନୂଆ କଣ୍ଠରେ ସ୍ୱର ତୋଳିଧରୁଥାଏ.....ବୋଧହୁଏ ନିରବ ସମୁଦ୍ରଟି ନୀରବତାର ସ୍ପର୍ଶରେ ନିଜକୁ ଭିଜେଇ ସାରିଥିଲା।କିନ୍ତୁ ହଠାତ କଳା ମେଘର ଚାଦର ଢାଙ୍କି ଦେଲା ସମ୍ପର୍କର ବାଲି ଘର ଉପରେ ହଁ ମଳୟ ପରିବର୍ତ୍ତିତ ସମୟରେ ନିଜକୁ ପରିବର୍ତ୍ତନ କରିଦେଲା,କିନ୍ତୁ କାରଣ ଅସ୍ପଷ୍ଟ ଥିଲା ।ବର୍ଷା ନିରବ ସମୁଦ୍ରର ନିଷ୍ପତ୍ତି ଆଗରେ ଥିଲା ନିରୁପାୟ,ନିଜକୁ ବୁଝେଇ ଦେଲା ବନ୍ଧୁତ୍ୱ ବୋଧହୁଏ ତା କପାଳରେ ନଥିଲା....


  ମଳୟ ଯେମିତି ଏକ ସମୁଦ୍ର ପରି ମାଡି ଆସିଥିଲା ବର୍ଷାର ଜୀବନରେ ସେମିତି ଦୂରେଇ ଗଲା।ହଁ ଦିନେ ମନ ଖୋଲି ରଖିଥିଲା ବର୍ଷା ଆଗରେ ସମୁଦ୍ରେ ଲୁହ କୋହ ଚାପି ଖୁବ ହସିଥିଲା, କହିଥିଲା ଦେଖ ବର୍ଷା ମୁଁ ବି ଖୁବ ହସେ ମ ଠିକ ଏମିତି....।ବର୍ଷା ନିରବ ଥିଲା ନିରବ ସମୁଦ୍ରର ପ୍ରଗାଢ଼ତା ମାପିବାରେ।କିନ୍ତୁ ମାପି ସାରିଥିଲା ମଳୟର ମନ ଇଲାକା।ହଁ ମଳୟ ଖୁବ ସ୍ୱାଭିମାନୀ ଥିଲେ ଏଇ ସ୍ୱାଭିମାନୀ ହେବା ହିଁ ଖୁବ ଭାରି ପଡିଥିଲା ତାଙ୍କ ଉପରେ,ପରିବାର ସାରା ସଦସ୍ୟ ହାତ ଛାଡ଼ି ଦେଇଥିଲେ।ବାପା ମାଆ କାହୁଁ ଆସିଲା ପରି ଦୂର କରି ଦେଇଥିଲେ ନିଜଠୁ,ତଥାପି ନିଜ ସ୍ୱାଭିମାନ ହାରିନଥିଲେ ମଳୟ।ନିଜ ମୁତାବକ ଜୀବନ ଜିଅନ୍ତି, ପରକୁ ଆପଣା ଘଡିକେ କରି ନିଅନ୍ତି, ହଁ ଅସହାୟ ନିରୀହ ଅର୍ଥହୀନ ବ୍ୟକ୍ତି ବିଶେଷଙ୍କ ପାଇଁ ତାଙ୍କ ମନରେ ସ୍ୱତନ୍ତ୍ର ଜାଗା ଥାଏ।ଅର୍ଥରେ ଗରିବ ହୋଇ ପାରନ୍ତି କିନ୍ତୁ ମାନବିକତାର ବହୁତ ଧନୀ।ଅସୁବିଧାରେ କାହାକୁ ଦେଖିଲେ ସଂଗେ ସଂଗେ ସହାୟତାର ହାତ ବଢ଼େଇ ଦିନନ୍ତି।


  ଏମିତି ଏକ ଅସହାୟତାର ମୁହୂର୍ତ୍ତରେ ସାହାଯ୍ୟର ହାତ ବଢ଼େଇ ଦେଇଥିଲେ ମୋତେ।ସେଦିନର ବର୍ଷା ହିଁ ଆମ ବନ୍ଧୁତ୍ୱର ଏକ ମାଧ୍ୟମ ଥିଲା।ବସକୁ ଅପେକ୍ଷା କରି ସମୟ ଗଡି ଚାଲିଥାଏ କିନ୍ତୁ ବସ କଣ ଆସିବ,ଆସିଲା ସେଇ ଫୁଲେଇ ବର୍ଷା କଳା ଘନ ଅନ୍ଧକାରରେ ଆଚ୍ଛନ୍ନ କରି ସାରା ଆକାଶଟା।କି ଡର ଲାଗୁଥାଏ ବର୍ଷାକୁ ଦେଖି,ଛାତି ଥରି ଉଠୁଥାଏ ତା ସହ ସେ ବିଜୁଳି ଘଡ଼ଘଡିର ଗର୍ଜନ କାରି ଶବ୍ଦରେ।ସେଦିନ ମୋ ପସନ୍ଦର ଫିକା ହଳଦୀ ରଙ୍ଗର ଚୁଡ଼ିଦାର ପିନ୍ଧିଥାଏ।ମୋ ସାଙ୍ଗ ମାନେ କୁହନ୍ତି କାଳେ ହଳଦୀ ରଙ୍ଗରେ ଠିକ ସେଇ ସୁନ୍ଦରୀ ପକ୍ଷୀ ହଳଦୀ ବସନ୍ତ ପରି ଦେଖାଯାଏ।ଥଟା କରି କୁହନ୍ତି ଏଇ ବର୍ଷା ହୁସିଆରି ଥିବୁ ଯେମିତି ତୋ ରଙ୍ଗ ରୂପ ଢ଼ଙ୍ଗ ଦେଖି କହି ବେହୋସ ହୋଇନପଡ଼ନ୍ତି।ଭାରି ରାଗ ଲାଗେ ସେମାନଙ୍କ ଏଭଳି କଥାରେ।ଖୁସି ବି ଲାଗେ ମୋ ସାଙ୍ଗ ମାନଙ୍କ ଏତେ ଭଲପାଇବା ଦେଖି,ଆଜି ସେଇ ଫିକା ହଳଦୀ ରଙ୍ଗର ଡ୍ରେସକୁ ଫୁଲେଇ ବର୍ଷା ରାଣୀର ତାଣ୍ଡବ।ଆହାରେ ମୋ ଭାଗ୍ୟ,ବସଟି ଯେ ଆସୁନି ଏପଟେ ବର୍ଷାର ଘନ ଅନ୍ଧାରକୁ ବିଜୁଳି ଚମ ଚମ।ଅପେକ୍ଷାର ଅନ୍ତ ହେଲା କିନ୍ତୁ ବସର ନୁହେଁ ଏଇ ଫୁଲେଇ ବର୍ଷାର ଯିଏ କି ବର୍ଷିଲା ମନ ଭରି ସତେ ଯେମିତି କୋଉ ଯୁଗରୁ ବର୍ଷିନି।ସେ ସିନା ଖୁସିରେ ବର୍ଷିଲା କିନ୍ତୁ ମୁଁ,ହଁ ସେ ଫିକା ହଳଦୀ ରଙ୍ଗର ସାଲୁଆରଟି ସମ୍ପୂର୍ଣ୍ଣ ଭିଜି ସାରିଥାଏ ବିଜୁଳିର ଚମକରେ ଦେହର ରଙ୍ଗ ଚମକି ଦିସୁଥାଏ,ଲାଜରେ ଚୁଡ଼ିଦାରର ସେଇ ହଳଦୀ ଚୁନିଟି ଅସ୍ତବ୍ୟସ୍ତ ହୋଇ ଘୋଡେଇ ଭିଜା ଦେହର ସେ ଚମକକୁ ଲୁଚେଇବାର ଚେଷ୍ଟା ଜାରି ରଖିଥାଏ।ଏଇ ସମାଜର କିଛି ଲୋଲ୍ୟୁପ ଦୃଷ୍ଟି ରଖୁଥିବା ବ୍ୟକ୍ତି ବିଶେଷ ଏଭଳି ଅସହାୟତାକୁ ମନ ଭରି ଉପଭୋଗ କରୁଥିଲେ। ନିରୁପାୟ ଥିଲି, ନା ଆସୁଥିଲା ବସ ନା ଥମୁ ଥିଲା ବର୍ଷା।କିଏ ଜଣେ ପୁଣି କହି ଉଠିଲା ଏ ଭିଜା ଦେହର ବାସ୍ନାରେ ବର୍ଷା ବି ବୈଶାଖୀ ତାତି ପରି ଲାଗୁଛି।ଜଳି ଯାଉଥାଏ ମୁଁହ ମୋର,ହାଏରେ ଏତେ କଥା ପୁଣି ଶୁଣିବାର ଥିଲା।ଫୁଲେଇ ବର୍ଷାକୁ ମନେ ମନେ ବହୁତ ଗାଳି କରୁଥାଏ,ଠିକ ସେତିକି ବେଳେ ପଛରୁ କିଏ ଡାକିଲେ ଓ ମିସ ହଳଦୀ....ଏଇଟା ନିଅ।ହଠାତ ଏପରି ଡାକ ଶୁଣି ଚମକି ପଡିଲି ଦେଖେତ ପଛରେ ଅଛନ୍ତି ରୂପମୟ ଯୁବକ ଜଣେ,ତାଙ୍କ ହାତରେ ଅଛି କଳାରଙ୍ଗର ଟିସାର୍ଟଟିଏ।ସେଇ ସାର୍ଟଟି କହୁଛନ୍ତି ନେବାକୁ।କହିଲେ ମିସ ହଳଦୀ କଣ ଦେଖୁଛନ୍ତି ନିଅନ୍ତୁ ଏଇଟା ଏ ତୁମକୁ ସାହାଯ୍ୟ କରିଵ ନିଶ୍ଚିନ୍ତ। ବର୍ଷାକୁ ଖାତିର ନକରି ନିଜ ସାର୍ଟଟି ଖୋଲି ଧରେଇ ଦେଇଥିଲେ ହାତକୁ। ନିରୁପାୟ ଥିଲି ଗ୍ରହଣ କରିନେଲି ତାଙ୍କ ଦେହର ଅସୁସ୍ତତା କଥା ଅପେକ୍ଷା ମୋ ଲଜ୍ୟା ନିବାର ଅଧିକା ଦରକାର କଲି।ଠିକ ସେଇ ସମୟରୁ ବନ୍ଧୁତ୍ୱର ନିଡ଼ ଟିଏ ବସାବନ୍ଧିଥିଲା।ବସଟି ଆସି ପହଁଚିଲା, ଦୁହେଁ ସେଇ ବସରେ ବସି ନିଜର ବାସ ସ୍ଥଳୀକୁ ଫେରିଥିଲୁ।କିନ୍ତୁ ଏଇ ସୁନ୍ଦର ସମ୍ପର୍କକୁ ସାଇତି ରଖି ପାରିଲିନି।


 ଯୋଉ ସ୍ୱାଭିମାନ ପାଇଁ ସମସ୍ତଙ୍କୁ ପର କରିଦେଇଥିଲେ ମୁଁ ବା କେମିତି ବାଦ ଯିବି।ଦିନେ ଏମିତି ଗୋଟେ କଥାରେ ଯୁକ୍ତି ହେଲା ସେଇ କଥୋପନରେ କହିଦେଇଥିଲି ତମେ କିଏ କଣ ପାଇଁ ମୋ ଜୀବନର ନିସ୍ପତି ନେବ ,ମୁଁ ବିବାହ କରିବି କି ନାହିଁ ସେକଥା ମୁଁ ଭାବିବି।ସେଇ ଦିନଠୁ କେବେ ଭାଙ୍ଗିନି ତାଙ୍କ ନୀରବତା।ଦୂରେଇ ଯାଇଥିଲେ ନୀରବତାର ସ୍ପର୍ଶ ଦେଇ କେବଳ।ହଁ ଆଜି ଯାଏଁ ଆମର କଥା କି କେବେ ଦେଖା ହୋଇନି।ବୁଦୁ ପ୍ରଶ୍ନବି କଲେନି ମୁଁ କଣ ପାଇଁ ଏମିତି ସବୁ କହିଲି।କାରଣ ସେ ପିଲା ଆତ୍ମଗର୍ବୀ ଥିଲା ତା କଥାରୁ ମୁଁ ଅନୁଭବ କରିଥିଲି କେବଳ ଧନ ସମ୍ପତ୍ତି ଘର ଦ୍ୱାର ଭଲ ରୋଜଗାର ଥିଲେ ପିଲା ଭଲ ହୋଇଥିବ ବ୍ୟବାହିକ ଜୀବନ ଭଲରେ କଟିବ କେବେ କେଜାଣି ଆମ ମାନଙ୍କ ମନରୁ ଉଠିବ ଏ ଅନ୍ଧବିଶ୍ୱାସ...?ସେ ଯାହା ହେଉ ବିବାହତ ହେଲାନି କିନ୍ତୁ ଆମ ବନ୍ଧୁତ୍ୱ ଭାଙ୍ଗି ଗଲା।ଆଜି କିନ୍ତୁ ଆଉ ନୁହେଁ ଏ ନିରବ ସମୁଦ୍ର ମଳୟ ଙ୍କ ସହ ଆଜି କଥା ହେବି ଶୁଣିଛି ବନ୍ଧୁ ଏଇ ବ୍ୟବଧାନ ଭିତରେ ବିବାହ ପରି ପବିତ୍ର ସୂତ୍ରେ ବାନ୍ଧି ହୋଇ ସାରିଛନ୍ତି,ତା ପୁଣି କେମିତି ସେଇ ତାଙ୍କ ମହାନତାର ଗୁଣରେ।ଗରିବ ଶ୍ରେଣୀର ଝିଅଟେ ବିବାହ ମଣ୍ଡପରେ ଯୌତୁକ ପାଇଁ ମଙ୍ଗୁଳା ହୋଇ ରହିଯାଉଥିବା ବେଳେ ବାବୁ ଆମର ଜୀବନ ସାଥି କରିନେ0ଲେ,ସତରେ ମୋ ବନ୍ଧୁ ନିରବ ସମୁଦ୍ର ପରି ନିରବତାରେ ହିଁ ଝଡ଼ ଆଣି ନିରବତାର ନିରବ ସ୍ପର୍ଶରେ ନିଜର କରି ନିଅନ୍ତି।ଆଜି ନୂଆ ଏକ ପରିଚୟ ପାଇଛନ୍ତି ଆଜି ପାଦ ଭୂମିକୁ ଚୁମୁଥିବ,ଏଇ ସମୟ ହିଁ ଠିକ ବନ୍ଧୁଙ୍କ ମାନ ଭାଙ୍ଗିବାର।ବାପା ହୋଇଛନ୍ତି, ବନ୍ଧୁ ପତ୍ନୀ ସୁନ୍ଦର କନ୍ୟା ସନ୍ତାନଟିଏ ଜନ୍ମ ଦେଇଛନ୍ତି।ଖୁସିର ସୀମା ନାହିଁ, ପ୍ରଭୁ ଏମିତି ମୋ ବନ୍ଧୁଙ୍କ ଜୀବନରେ ସବୁବେଳେ ଖୁସି ଭରୁଥାନ୍ତୁ ଏତିକି ମିନତୀ।


 ଦୁଃଖ ଯାତନା ଜର୍ଜରିତ ମୁହୂର୍ତ୍ତକୁ ଅତିକ୍ରାନ୍ତ କରି ଏବେତ ଟିକିଏ ଖୁସିକୁ ହାତ ପାପୁଲିରେ ସାଉଁଣ୍ଟି ଛନ୍ତି ହେ ଈଶ୍ୱର ତାଙ୍କ ସୁଖକୁ ନଲାଗୁ ଦୁର୍ଭାଗ୍ୟର ଦୁର୍ଯ୍ୟୋଗ।


Msgଟି ପହଁଚିଛି ମୋର ମଳୟ ସେପଟୁ ପ୍ରତିଉତ୍ତର ଦେଇଛନ୍ତି।ଓ ମିସ ହଳଦୀ ଆଜି ମନେ ପଡ଼ିଲା ଏଇ ନିରଵ ସମୁଦ୍ର ମଳୟ କଥା....

-ଭୁଲିଥିଲି କେତେବେଳେ ଯେ...?

-ତାହେଲେ ବର୍ଷେ ବିତିଗଲାଣି କୋଉଠି ହଜି ଯାଇଥିଲ...?

-ଏଇ ତମ ନୀରବତାର ନିରବ ସ୍ପର୍ଶରେ....

-ହା ହା ହା ନିରବ ସ୍ପର୍ଶ....!ମୁଁ ତ ନିଜେ ନିରବ... କି ସ୍ପର୍ଶ ବା ଦେଇ ପାରେ....?

-ଆଛା ବନ୍ଧୁ କହିଲ ଏ ନୀରବତା କଣ ଖୁସି ଦେଇଛି ତୁମକୁ...?

-ଏ ପ୍ରଶ୍ନର ଉତ୍ତର ମୋଠୁ ବେଶ୍ ତୁମକୁ ଜଣା....

-ମୋ ପରିସ୍ଥିତି ସମସ୍ତଙ୍କଠୁ ଅଲଗା ତମେତ ଜାଣିଛ ମୁଁ କେମିତି ...ତଥାପି ନିରବରେ ରହିଗଲ

-ତଥାପି ଭୁଲିନି ମିସ ହଳଦୀ ତୁମକୁ ତୁମ ନାମ ହିଁ ଦେଇଛି ମୋ ଝିଅର "ବର୍ଷା"।

ହଁ ତମେ ଟିକେ ବେସି ଫୁଲେଇ ମୋ ଝିଅ ସେମିତି ଜମା ନୁହଁ....

-ହା ହା ହା ହଉ ହଉ ଝିଅକୁ ପ୍ରଭୁ ସବୁ ଖୁସି ଦିଅନ୍ତୁ....

-ହଉ ଏଥରତ ମାନ ଅଭିମାନ ନୀରବତା ସବୁ ତୁଟିଲା ,କୁହ କେବେ ଆସିବ ମିସ ହଳଦୀ ଆମ ଘରକୁ....

-ହଁ ଯିବି ନିଶ୍ଚିନ୍ତ,ଝିଅ ବର୍ଷାକୁ ଦେଖିବି ତମ ନୀରବତାକୁ ଭେଟିବି ଆଉ ତମ ପତ୍ନୀଙ୍କ ହାତ ରନ୍ଧା ଖାଇକି ହିଁ ଫେରିବି।

-ହଉ ବନ୍ଧୁ ରହୁଛି ପୁଣି ଦେଖା ହେବ ନିରବତାରେ....

-ହଁ ହଁ ନିଶ୍ଚିନ୍ତ ବନ୍ଧୁ.....


  ଜୀବନ ଡାଏରୀ ଖେଳାଉ ଖେଳାଉ ବର୍ଷା ଆଖି ଭିଜି ଯାଇଥିଲା,ହଁ ଆଜି ବର୍ଷା ତା ପୁରୁଣା ଡାଏରୀ ଦେଖୁ ଦେଖୁ ତା ବନ୍ଧୁ ନିରବ ସମୁଦ୍ର ମଳୟଙ୍କ ଲେଖିଥିବା ଏକ ସୁନ୍ଦର ଜଣାଣ କାଳିଆ ପାଇଁ ପଢି, ସେହି ସମୟର ବିତେଇ ଥିବା କିଛି ସ୍ମୃତିକୁ ଆଙ୍କୁଦେଉଥିଲେ ଆଖିର କୋଣରେ ମନର ପ୍ରଚ୍ଛଦ ପଟ୍ଟରେ।ଡାଏରୀ ଭିଜି ସାରିଥଲା ଲୁହର ବର୍ଷାରେ।ବର୍ଷା ବୋହି ଯାଉଥିବା ଲୁହକୁ ପେଣତରେ ସାଉଁଣ୍ଟି ନେଇ ଭାବୁଥିଲେ, ବାଃରେ ବନ୍ଧୁ ନିରବ ସମୁଦ୍ର ମଳୟ ସତରେ ତମ ନିରବତାର ସ୍ପର୍ଶ ସେଇ ଈଶ୍ୱର କାୟ ସତ୍ତା କୃଷ୍ଣ କୃଷ୍ଣ ମୟ।ଏ ବନ୍ଧୁତ୍ୱ ଯୁଗ ଯୁଗକୁ ଅମର,କୃଷ୍ଣ ଆଉ କୃଷ୍ଣା କି କୃଷ୍ଣ ସୁଦାମା ନହୋଇପାରେ କିନ୍ତୁ ସେତିକି ପଵିତ୍ର।ବର୍ଷା ମଳୟ ଙ୍କ ବନ୍ଧୁତ୍ୱ ଯୁଗ ଯୁଗକୁ ଏ ଆଧୁନିକ ଯୁଗରେ ଶିକ୍ଷା ଯେ ନାରୀ ପୁରୁଷ ଭଲ ବନ୍ଧୁ ମଧ୍ୟ ହୋଇପାରନ୍ତି ନା କି କେବଳ ପ୍ରେମ ସମ୍ପର୍କ ଗଢି ଉଠେ।


*ବେଳେବେଳେ ନିରବତା ବହୁତ କିଛି ଶିକ୍ଷା ଦେଇଯାଏ।ସେଇ ନିରବତା ହିଁ ଜୀବନକୁ ସୁନ୍ଦର ଭାବେ ଗଢିପାରେ।



Rate this content
Log in

Similar oriya story from Inspirational