Madhusmita Nayak

Inspirational

4.0  

Madhusmita Nayak

Inspirational

ମୋହନ-ସଂଘର୍ଷର ଅନ୍ୟନାମ

ମୋହନ-ସଂଘର୍ଷର ଅନ୍ୟନାମ

8 mins
165



   ସକାଳ ପହରୁ ପୁରା ଘର ଚଳ ଚଞ୍ଚଳ। ହଁ ଟୁନା ସ୍ତ୍ରୀ ପରା ଗର୍ଭବତୀ ଥିଲା ପ୍ରସବ ବେଦନା ଆରମ୍ଭ।ତିନି ଝିଅ ଦୁଇ ପୁଅଙ୍କ ପରେ ଆଜି ଆଉ ଥରେ ପୁଣି କୋଳ ପୁରୀ ଉଠିବ,ସମସ୍ତେ ବ୍ୟସ୍ତ ବିବ୍ରତ।ମୋତି ନାନୀ ଆସିଲାଣି ସେ ପରା ପୁରୁଖା ମଣିଷଟା ଗାଁଟା ସାରା ସବୁ ସ୍ତ୍ରୀ ଲୋକଙ୍କ ପ୍ରସବ ତାହାରି ସାହାର୍ଯ୍ୟ ଆଉ ପୁରୁଖା ପଣିଆରେ ହିଁ ହୁଏ। ଅସହ୍ୟ ବେଦନାରେ ବିକଳ ରଡ଼ି ଆଃ ଘର କମ୍ପି ଉଠୁ ଥାଏ। ପ୍ରଭୁଙ୍କୁ ପର୍ଥନା କରୁଥାଏ ଟୁନା ପୁଅଟିଏ ପାଇଁ ଗୁହାରି।ସେପଟେ ପ୍ରସବ ବେଦନା ଫେଡି କୁଆଁ କୁଆଁ ରାବ ଦେଇ ଶିଶୁ ପୁତ୍ରଟିଏ ଜନ୍ମ ନେଲା ହାରାଦେବୀଙ୍କ ଗର୍ଭରୁ। ଆଃ ସାରା ପରିବାରଟା ସାରା ଖୁସିର ଲହରୀ କିନ୍ତୁ ଏପଟେ ଯେ ଆଉ କାହା ପାଇଁ ସଂଘର୍ଷ ଆରମ୍ଭର ସମୟ ଆସିଗଲା।   

    ହାରାଦେବୀଙ୍କ ଭାଇ, ନଥିବାରୁ ବଡ ପୁଅ ମୋହନକୁ ପୁଅ କରି ନେବାର ଥାଏ ପୂର୍ବନିର୍ଦ୍ଧାରିତ, ଅପେକ୍ଷା ଥିଲା କେବଳ ଏଇ ପ୍ରସବର। ପ୍ରସବ ଶେଷ ଏଥର ତିନି ପୁଅ,ସେଥିରୁ ଜଣଙ୍କୁ ମାମୁଁ ଘରକୁ ପଠେଇ ତାଙ୍କ କୂଳ ରଖିବାର ନିଷ୍ପତି ନେଲେ।ସେତେବେଳେ ବଡ ପୁଅ ମୋହନ ଅଷ୍ଟମ ଶ୍ରେଣୀରେ ପଢ଼ୁଥାଏ।ଜୀବନ କଣ ଜାଣି ନଥିବା ବେଳେ ସଂଘର୍ଷ କଣ ବୁଝିବାକୁ ପଡ଼ିଲା । ସାନ ପୁଅର ବାର ରାତ୍ର ଦିନ ବଡ ପୁଅକୁ ଟେକି ଦେଲେ ମାମୁଁ ଘରକୁ।

    ମାମୁଁ ଘରେ କେବଳ ବୁଢ଼ୀ ଆଈ ମାଆ।ମାଉସୀ ଦୁଇ ଜଣ ବିବାହ ସରିଯାଇଥାଏ ଅଜା ଆର ପାରିରେ।ଅଷ୍ଟମ ଶ୍ରେଣୀ ପଢା ବହିରେ ଡୋରି ବାନ୍ଧି ଦେଲେ ମୋହନ।ଜୀବନ ଜିଇଁ ବାକୁ ହେଲେ ତ ରୋଜଗାର କରିବା ନାହତି ଆବଶ୍ୟକ ଏଇ କଥା ଭଲ ଭାବେ ବୁଝି ଯାଇଥିଲେ।ଦୁଇଟି ସଂସାର ତାଙ୍କ ଉପରେ ନିର୍ଭର। ଘରର ବଡ ପୁଅ ବହୁତ ଦାୟିତ୍ଵ,ମାମୁଁ ଘରେ ବି ନିଜେ ସ୍ଥାୟୀ ଭାବେ ରହିବାର ଅଛି, ଭଉଣୀ ବିବାହ କରିବାର ଅଛି, ଭାଇମାନଙ୍କ ଭବିଷ୍ୟତ ଗଢିବାର ଅଛି ଆଉ ବାପା ମାଆଙ୍କୁ ବେସି ନହେଲେ ନାହିଁ ଖୁସି ଟିକେ ଦେବାର ଅଛି।ଏସବୁକୁ ଜୀବନର ମୂଳ ମନ୍ତ୍ର ଭାବି ସଂଘର୍ଷ ଆରମ୍ଭ ହୁଏ।ବାପା ସାଧାରଣ ଜଣେ ଚାଷୀ ସେ ପୁଣି ବେସି ଜମି ବାଡ଼ିର ନୁହେଁ। ହଁ କୂଳ ବେଉସାକୁ ବୃତ୍ତି କରି ଯାହା ଯେତିକି ମିଳେ କଷ୍ଟେ ଜଳି ଯାଆନ୍ତି।କିନ୍ତୁ କେବଳ ଯେ ଭୋକ ମେଣ୍ଟଇବାକୁ ଅନ୍ନ ଦୁଇ ଓଳି ମିଳିଗଲେ ଚଳିବନି , ବହୁତ କିଛି କରିବାର ଅଛି।ଏମିତି ସବୁ ଭାବି ମୋହନ ପାନ ଦୋକାନଟିଏ ଆରମ୍ଭ କରନ୍ତି। ମାମୁଁ ଘର ବି ସମ୍ଭଳ ବୋଲି କିଛି ନଥାଏ। ସେଇ ଚାଷ ହିଁ ଏକ ମାତ୍ର ଗୁଜୁରାଣ ମେଣ୍ଟାଇବାର ଆଶ୍ରା।ନିଜ ମନୋବଳକୁ ଶକ୍ତ କରି ବୁଢ଼ୀ ଆଈ ମାଆର ଆଶ୍ରୀବାଦରେ ପାନ ଦୋକାନଟିଏ କରନ୍ତି।ସେ ପୁଣି ବିନା କେଭିନରେ ଜଣଙ୍କ ଦୋକାନ ବାରଣ୍ଡା କଡକୁ ଛୋଟ ଟେବୁଲଟିଏ ପକେଇ ପାନ ଭାଙ୍ଗନ୍ତି। ଭଲ ଦୁଇ ପଇସା ରୋଜଗାର ବି ହୁଏ। ଘର ଠୁ ଅଳ୍ପ ବାଟ ହେବ ବଜାର, ବୁଢ଼ୀ ଆଈ ଖରା ବେଳେ ନାତି ପାଇଁ ଚାଲି ଚାଲି ଖାଇବାକୁ ନେଇ ଯାଏ।ଏମିତି କିଛି ଦିନ ଜୀବନ ଗାଡ଼ିଟି ଚାଲେ।

   ବଡ ଭଉଣୀର ବିଭାଘର ହୁଏ ।ବାପାଙ୍କ ସହ କାନ୍ଧରେ କାନ୍ଧ ମିଳେଇ ପୁଅ ମୋହନ ବଡ ଭଉଣୀକୁ ଶାଶୁ ଘର ପଠେଇ ଦିଅନ୍ତି ସେ ବି ସୁଚାର ରୂପେ ।ଏତେ କମ ବୟସ ତଥାପି ମୁଣ୍ଡରେ ସଂସାର ବୋଝ ଯିଏ ସଂସାର କଣ ଜାଣିନି ସେ ପୁଣି ସମସ୍ତଙ୍କୁ ସମ୍ଭାଳିଛି ଏମିତି କିଛି ଆହା ପଦ କୁହନ୍ତି ସାଇ ପଡ଼ିଶା ଘର ଲୋକ। ଧୀରେ ଧୀରେ ଅନ୍ୟ ଭାଇ ଭଉଣୀମାନେ ବୁଝିବାର ବୟସରେ ଉପନୀତ ହୁଅନ୍ତି ମୋହନ ସେଇ ଛୋଟ ଦୋକାନ ଟିରେ ସକାଳ ନଅରୁ ରାତି ନଅଟା ଯାଏଁ ବାର ଘଣ୍ଟା ସେମିତି ଗୋଡ ଭାଙ୍ଗି ଠିଆ ହୋଇ ବେପାର କରନ୍ତି। କଷ୍ଟଟା ଦେହ ସୁହା ହୋଇଗଲାଣି କିନ୍ତୁ କେବେ ପ୍ରତିବାଦ ନାହିଁ ପ୍ରତିବାଦ ବା କାହାକୁ କରିବ....?ସେ ଭାଗ୍ୟ ବିଧାତାର ନା ଜନ୍ମ କଲା ବାପା ମାଆଙ୍କର।

  ସୁନ୍ଦର ହୃଦୟଟେ ମୋହନଙ୍କର ଛନ୍ଦ କପଟ କଣ କେବେ ଛୁଇଁନି।ଭାଇ ଭଉଣୀ ତାଙ୍କ ଜୀବନ ।ସେମାନଙ୍କ ପାଇଁ ତ ଏ କଠୋର ପରିଶ୍ରମ।ଭଲ ପିନ୍ଧିବା ଭୁଲି ଯାଇଛନ୍ତି,ଭଲ ଖାଇବା କଥା କେବେ ଭାବି ନାହାଁନ୍ତି। କେବଳ ଗୋଟିଏ ଲକ୍ଷ ମୋ ପରିବାର କେମିତି ଦୁଇ ଓଳି ଦୁଇ ମିଠା ଖାଇବାକୁ ପାଇବ ପିନ୍ଧିବାକୁ ପାଇବ ଆଉ ବାପାଙ୍କ କିଛି ଋଣ ସୁଝେଇ ପାରିବ।

    ଏବେ ବିବାହ ବୟସରେ ଉପନୀତ ମୋହନ,ବିବାହ ବି ହେଲା ସୁକନ୍ୟା ସୁଗୁଣ ବତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ। ରୂପରେ ଗୁଣରେ ଆଃ ସତେ ସାକ୍ଷାତ ଲକ୍ଷ୍ମୀ ପ୍ରତିମା।ଜୀବନ ପଥରେ ନୂତନ ସଂଘର୍ଷରେ ପଦାର୍ପଣ କଲେ ଦୁଇଟି ଆତ୍ମା।ଏବେ ଯେ ସଠିକ ରୂପେ ସଂସାରୀ ମୋହନ।ଦାୟିତ୍ଵ ବଢ଼ିଲା, ଜୀବନ ସାଥୀ ଆଉ ପରିବାରକୁ ସୁଚ୍ଚାର ରୂପେ ତୁଲାଇବା ସମୟ ଆସିଲା।କିନ୍ତୁ ମୋହନଙ୍କୁ ଏସବୁ ପାଇଁ ବେସି ପରିଶ୍ରମ କରିବାକୁ ପଡ଼ିନି କାରଣ ଅନ୍ନପୂର୍ଣ୍ଣା ,ନାମ ଯେମିତି କାମ ବି ସେମିତି ସମସ୍ତଙ୍କୁ ନିଜର କରି ନେବାର ସୁନ୍ଦର ହୃଦୟର ଅଧିକାରିଣୀ। କ୍ଷଣକେ ଅଲିଅଳି ଝିଅରୁ ସୁଲକ୍ଷ୍ମୀ ବୋହୂ ସାଜି ପାରିଛି।ମୋହନଙ୍କ ପରିବାରକୁ ନିଜର କରି ନେଇଛି ।ବାପା ମାଆ ଭାଇ ଭଉଣୀଙ୍କୁ ସ୍ନେହ ସମ୍ମାନ ଦେଇ ଆପଣେଇ ନେଇଛି।ଅଭାବ କଣ ଜାଣି ନଥିବା ଝିଅ ଖୁବ ସୂଚାର ରୂପେ ଅଭାବକୁ ସୌଭାଗ୍ୟ ଭାବି ନେଇଛି।ଭାବି ବନି ବା କେମିତି,ମୋହନଙ୍କ ଭଳି ଜୀବନ ସାଥୀ ଯେ ପାଇଛି।ମୋହନ ଭଳି ସରଳ ସୁନ୍ଦର ସ୍ଵଭାବର ବ୍ୟକ୍ତିତ୍ଵ କୋଟି ପୁଣ୍ୟ କରିଥିଲେ ମିଳେ।ବିବାହର ପ୍ରଥମ ରାତ୍ରୀରୁ ଯେ ଦୁହେଁ ପ୍ରତିଜ୍ଞା ବଦ୍ଧ, ନିଜେ ପଛେ ଉପାସେ ଭୋକେ ରହିବେ କିନ୍ତୁ ପରିବାର ସବୁ ସଦସ୍ୟଙ୍କୁ ଭଲରେ ରଖିବାକୁ ସବୁବେଳେ ଚେଷ୍ଟା କରିବେ। ଯେତେ ବିପଦ ଆପଦ ଆସିଲେ ବି ଦୁହେଁ ଦୂହିଁଙ୍କ ପାଇଁ ଧର୍ଯ୍ୟ ସାଜିବେ ଏକତ୍ର ରହିବେ।ଏମିତି ପ୍ରତିଜ୍ଞାକୁ ନେଇ ନୂଆ ଜୀବନ ବେସ କିଛି ଦିନ ସୁରୁଖୁରୁରେ ଚାଲେ। ଅଭାବଟା ଏତେ ବି ନିର୍ଦ୍ଦୟ ଲାଗେନା ଯେତେବେଳେ ସାରା ପରିବାରଟା ଗୋଟିଏ ମନ ହୋଇଚଳନ୍ତି।

   ଦିନ ମାସ ବର୍ଷ ଗଡି ଚାଲେ,ମଝିଆ ଭାଇର ପଢା ପ୍ରତି ଆଗ୍ରହ ନଥାଏ ବୋଲି ସେଲୁନଟିଏ କରି ବସେଇ ଦେଲେ ମୋହନ। ସାନ ଭାଇର ପାଠ ପଢ଼ିବାର ଆଗ୍ରହ ଆଉ ଭଲ ବି ପଢ଼େ ଜାଣି କଷ୍ଟ ହେଉ ପଛେ ପଢ଼ିବା ଜାରି ରହିଲା। ସାନ ଭାଇ ବି ନିଜେ କେତେଜଣ ପିଲାଙ୍କୁ ଟିଉସନ୍ ଦେଇ ନିଜ ଖର୍ଚ୍ଚ କିଛି ମାତ୍ରାରେ ଉଠେଇଲା।ଦୁଇ ଭଉଣୀଙ୍କୁ ବେଶୀ ଭଲ ନହେଲେ ମଧ୍ୟ ନିଜ ସାକ୍ଷ ସାମର୍ଥ ଅନୁଯାୟୀ ଭଲ ବର ପାତ୍ର ଘର ଦେଖି ବିବାହ କରେଇ ଦେଲେ।କିନ୍ତୁ ଭିତରେ ଭିତରେ ଯେ କେତେ ଭାଙ୍ଗି ପଡ଼ି ଲେଣି ସେକଥା କାହାକୁ ଜଣା ନାହିଁ ଗୋଡ ଭାଙ୍ଗି ଠିଆ ହୋଇ ପାନ ଦୋକାନର ସେ ବାର ଘଣ୍ଟା କଷ୍ଟ ଠୁ ଅଧିକା କଷ୍ଟ ଥିଲା ଉତ୍ତର ଦାୟଦର ଆଗମନ ବିନା। ହଁ ବିବାହର ଦୀର୍ଘ ସାତ ବର୍ଷ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୋଳ ଶୁନ୍ୟ। ଓଷା ବ୍ରତ ପୂଜା ଅର୍ଚ୍ଚନାରେ ସ୍ବାମୀ ସ୍ତ୍ରୀ ଉଭୟଙ୍କର କୌଣସି କମି ନଥାଏ ।ତଥାପି ପ୍ରଭୁ ଏଡେ ନିର୍ଦ୍ଦୟ ଯେ ଦୁଃଖୀ କି ଯେତେ ପାରନ୍ତି ଦୁଃଖ ହିଁ ଦିଅନ୍ତି କେଜାଣି ଏମିତି କରି କି ସୁଖ ପାଆନ୍ତି। ମୋହନଙ୍କ ପାଖରେ ସେତିକି ଅର୍ଥ ନଥାଏ ଯେ ଭଲ ଡାକ୍ତର ଦେଖାଇବେ ସ୍ତ୍ରୀଙ୍କୁ ନେଇ।ଭିତରେ ଭିତରେ ଏ ଅଭାବଟା ଜିଅନ୍ତା ଶବ ପାଲଟେଇ ଦେଲାଣି।ନା ଅଛି କିଛି ସମ୍ଭାବନା ନା ଉଦ୍ଦୀପନାର ଆଭାସ, ବାସ ନିଃଶ୍ୱାସ ନିଃଶେଷ ନହେବା ଯାଏଁ କର୍ମ କର୍ତ୍ତବ୍ୟ କରି ଚାଲିଛନ୍ତି। ବେଳେବେଳେ ମୋହନ ଅନ୍ନପୂର୍ଣ୍ଣା ଦୁହେଁ ଦୁହିଁଙ୍କୁ ବୁଝାନ୍ତି କି ପିଲା ନହେଲା ନାହିଁ ଭାଇ କଣ ପୁଅ ନୁହେଁ କି....?ସେମାନେ ହିଁ ଆମ ସନ୍ତାନ, ସେମାନଙ୍କୁ ନେଇ ହିଁ ବଞ୍ଚି ଯିବା।


   କିଛି ଦିନ ପରେ.....

ଆରେ କଣ ହେଲା ଅନ୍ନପୂର୍ଣ୍ଣା ତମ ଦେହ ଠିକ ଅଛି ତ କଣ ଏମିତି ଅସ୍ତ ବ୍ୟେସ୍ତ ହେଉଛ ଯେ....?ଚାଲ ତମକୁ ମେଡିକାଲ ନେଇ ଯିବି। ଅନ୍ନପୂର୍ଣ୍ଣା ଦେବୀଙ୍କ ଆଖି ଲାଜରେ ନଇଁ ଯାଏ ମୁହଁରେ ଖୁସିର ଅପୂର୍ବ ଝଲକ ଆଃ.... ସତେ ଯେମିତି ସ୍ୱର୍ଗର ପାରିଜାତ ପାଇଯାଇଛନ୍ତି। ମୋହନ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲି ଥାନ୍ତି କିଛି ସମୟ ଅନ୍ତରାଳେ ଅନ୍ନପୂର୍ଣ୍ଣା ଲାଜକୁ ନିୟନ୍ତ୍ରଣ କରି ଖୁସିର ସମ୍ଭାଷଣ ଶୁଣେଇ ଦିଅନ୍ତି.......ତମେ ବାପା ହେବାକୁ ଯାଉଅଛ, ମାଆ ଆମ ଡାକ ଶୁଣି ଛନ୍ତି ଆମ ଓଷା ବ୍ରତ ପୂଜା ପାର୍ଥନା ନିରର୍ଥକ ହୋଇନି।ମୋହନଙ୍କ ଆଖିରେ ଖୁସିର ଦୁଇ ବୁନ୍ଦା ଅଶ୍ରୁ ଝରି ପଡେ। ପ୍ରଭୁ ରାଧାକାନ୍ତ ଆମ ଡାକ ଶୁଣିଲେ ଅନ୍ନପୂର୍ଣ୍ଣା,ଏବେ ଆମ କୋଳ ପୁରୀ ଉଠିବ ଘର ହସି ଉଠିବ ଆମେ ବି ବାପାମାଆ ହେବାର ସେ ସ୍ୱର୍ଗୀୟ ମୁହୂର୍ତ୍ତକୁ ମନ ଭରି ଜିଇଁବା। ଦୁହେଁ ଖୁବ ଖୁସି ବନ୍ଧୁ ବାନ୍ଧବ ସାହି ପଡ଼ିଶା, ଘର ଲୋକ ସମସ୍ତେ ଖୁସିରେ ବିଭୋର।ନୂଆ ସଦସ୍ୟର ଆଗମନ ଏଣିକି ଦାୟିତ୍ଵ ଦ୍ଵିଗୁଣିତ ହୋଇଯିବ।ଅନ୍ନପୂର୍ଣ୍ଣାଙ୍କ ସଠିକ ଦେଖା ଶୁଣା କରିବାକୁ ପଡ଼ିବ,ସେଥିପାଇଁ ବେଳେବେଳେ ଘରୁ ଶାଶୂ ଆସନ୍ତି ବୋହୂ ପାଖକୁ। ହଁ ଆଈ ଶାଶୁ ଏତେ ଭଲ ପାଆନ୍ତି ନି ଅନ୍ନପୂର୍ଣ୍ଣାଙ୍କୁ କାରଣଟା ତାଙ୍କୁ ଜଣା ତଥାପି ଅନ୍ନପୂର୍ଣ୍ଣା ତାଙ୍କ କର୍ତ୍ତବ୍ୟରେ ହେଳା କରନ୍ତିନି। ମାସ ଗଡି ଚାଲିଲା ଗର୍ଭରେ ଶିଶୁଟି ବଢ଼ିବାକୁ ଲାଗିଲା ଯେମିତି, ଅନ୍ନପୂର୍ଣ୍ଣାଙ୍କ ଯନ୍ତ୍ରଣା ନକହିଲେ ନସରେ। ତଥାପି ଧର୍ଯ୍ୟ ରଖି ସବୁ ଯନ୍ତ୍ରଣାକୁ ଅମୃତ ଭାବି ପାନ କରିନିଅନ୍ତି।ପ୍ରସବ ବେଦନା ଆରମ୍ଭ ହୁଏ ଡାକ୍ତରଙ୍କ ନିର୍ଦ୍ଧାରିତ ସମୟରେ। କନ୍ୟାଟିଏ ଜନ୍ମ ନିଏ, ଦୀର୍ଘ ସାତ ବର୍ଷ ଅନ୍ତରାଳେ। ଖୁସିର ଠିକଣା ନଥାଏ ମୋହନ ଆଉ ଅନ୍ନପୂର୍ଣ୍ଣା ଦେବୀ ତ ଯେମିତି ନୁଆ ଜୀବନଟିଏ ପାଇଗଲେ। ଜେଜେ ମାଆ କୁହନ୍ତି କେତେ ମାନସିକ କରି ପାଇଛି ଏ ମୋ ମାନସୀ ଜେଜେ କୁହନ୍ତି ନା ଏ ମୋ କଣ୍ଢେଇ ଦେଖୁନୁ କେମିତି କଣ୍ଢେଇ ଭଳି ହୋଇଛି। ଏପଟେ ପୁଣି କୁହନ୍ତି ମାଆ ତାର ବାନ୍ତି କରି କରି ଆମ ମାନ ମହତ ସାରିଛି ଏ ଆମ ମାନ ରଖିବ ଆମ ମାନିନୀ। ଏମିତି ଏମିତି ଯାହା ଖୁସି ଯାହା ନାମ କରଣଟି ହୋଇଯାଏ । କିନ୍ତୁ ଶେଷରେ ବାପାଙ୍କ ନାମରେ ଝିଅର ନାମ ରୁହେ "ମଧୁମିତା"....ଝିଅ ଲକ୍ଷ୍ମୀ ହୋଇ ଆସେ ବାପାଙ୍କ ଦୁଃଖ ଦୂର ହୁଏ।ଛୋଟିଆ ପାନ ଦୋକାନ ଲେଡିଜ କର୍ଣ୍ଣରର ରୂପ ନିଏ।ସେ ପୁଣି ଝିଅ ନାମରେ ହିଁ ନାମିତ ହୁଏ। ଦାଦା ମାନଙ୍କ ଜୀବନ ବାପାଙ୍କ ସ୍ପନ୍ଦନ ଝିଅ କଣ୍ଢେଇ। ଖୁସି କଣ ଆକୁ ହିଁ କୁହନ୍ତି ଏକଥା ଭାବି ବେଳେବେଳେ ଆତ୍ମ ବିଭୋର ହୋଇ ପଡନ୍ତି ମୋହନ ଅନ୍ନପୂର୍ଣ୍ଣା। ଝିଅ ସମସ୍ତଙ୍କ ଗେହ୍ଲି ରାଜକୁମାରୀ ଭଳି ଗଢି ରଖନ୍ତି ଝିଅ ଭାବିବା ଆଗରୁ ତା ମନ ପସନ୍ଦ ହାତ ମୁଠାରେ ଥାଏ । ଝିଅଟି ବି ରୂପରେ ଗୁଣରେ କମ ନୁହେଁ ସମସ୍ତଙ୍କ ମନ ଜିଣି ନିଏ ମିଠା ମିଠା କଥାରେ।


 ସମୟର ଗତି ବଢ଼ି ଚାଲେ,ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଭାଇ ମାନଙ୍କ ସହଯୋଗରେ ଏକ ସ୍ତରରେ ପହଞ୍ଚି ବଜାରରେ ନିଜ ନାମ ପ୍ରତିଷ୍ଠା କରି ସାରି ଥାଆନ୍ତି ମୋହନ। ହଁ ଭାଇମାନଙ୍କ ପାଇଁ ଉପଯୁକ୍ତ ଜୀବନ ସାଥି ଖୋଜି ବିବାହ ବନ୍ଧନରେ ଆବଦ୍ଧ କରି ସାରି ଥାଆନ୍ତି। ମାଆ ହାରା ଦେବୀ ବାପା ଟୁନା ଆଉ ଆଈ ମାଆ ଦୁହେଁ ଆର ପାରିକୁ ଚାଲି ଗଲେଣି।କେବଳ ଆର୍ଶୀବାଦ ସ୍ବରୂପ ସେମାନଙ୍କ ସ୍ମୃତି ରହି ଥାଏ ମଥାରେ। ଯାହା ଯେମିତି ହେଉ ଗୋଟେ ପ୍ରକାର ଖୁସିରେ ଥାଆନ୍ତି ସମସ୍ତେ। କିନ୍ତୁ ମୋହନଙ୍କ ମନରେ ଗୋଟେ ଦାୟିତ୍ଵ ବାରମ୍ବାର ପ୍ରଶ୍ନ କରୁଥାଏ, କି ତୁ ଯେଉଁ ବଂଶ ରକ୍ଷା ପାଇଁ ଆସିଥିଲୁ ସେ ବଂଶ ଧର କାହିଁ......? ଝିଅ ତ ବିବାହ କରି ଦିନେନା ଦିନେ ଶାଶୁ ଘର ଚାଲି ଯିବ ତା ସଂସାର ଗଢ଼ିବାକୁ,ଏଠି ରହିବ କିଏ .....? ଏମିତି ପ୍ରଶ୍ନ ବାର ବାର ବିଚଳିତ କରି ପକାଏ। ସ୍ତ୍ରୀ ଆଶ୍ଵାସନା ଦିଅନ୍ତି ଆମ ଦିଅର ମାନେ ତ ଆମ ପିଲା ସେମାନଙ୍କ ପିଲା ହିଁ ସବୁ ଦାୟିତ୍ଵ ନେବେ, ତଥାପି ବୁଝିବା କଷ୍ଟ ହୁଏ। ମନ ବି ବିଚଳିତ ହୁଏ କିନ୍ତୁ କଷ୍ଟ ହେଲେ ବି ସମୟ ଆଉ ନିୟତି ନିୟମ ସହ ସାଲିସ କରିବାକୁ ପଡ଼େ।

   ଏପଟେ ଝିଅ ଯୌବନର ପ୍ରଥମ ପାହଚରେ ପାଦ ଥାପି ସାରିଲାଣି।ଏଣିକି କଡ଼ା ନଜରର ପ୍ରହରାରେ ରଖିବାକୁ ପଡ଼ିବ। ଏ ବୟସରେ ପାଦ ଟଳମଳ ହେବାର ସମ୍ଭାବନା ଅଧିକ। ଅନ୍ନପୂର୍ଣ୍ଣାଙ୍କୁ ବୁଝେଇ ଦିଅନ୍ତି ଝିଅକୁ ମୋର ଟିକେ ସଂସ୍କାର ଶାସନ ସିଖାଉ ଥାଅ ବେଳ କାଳ ଭଲ ନାହିଁ । କିନ୍ତୁ କେତେବେଳେ ଯେ ଶାସନଟା ଶିକୁଳି ହୋଇଗଲା ସେକଥା ବାପା ମାଆ ବୁଝି ପାରିଲେନି। ଅଲିଅଳି ଝିଅଟି ଯେ ସବୁବେଳେ ଯନ୍ତ୍ରଣାରେ ଜର୍ଜରିତ ରହିଲା ତାକୁ କେହି ବି ଅନୁଭବ କରି ପାରିଲେନି। ରାଜ ଉଆସର ରାଜକୁମାରୀ ସୁଖ ଝିଅକୁ ସୁହାଇ ଲାନି ସେ ଉଡିବାକୁ ଚାହିଁଲା ମନ ଖୋଲି ହସିବାକୁ ଚାହିଁଲା ନୀଳ ଆକାଶର ସୁନିଲ ରଙ୍ଗରେ ହଜିବାକୁ ଚାହିଁଲା ହଁ ସେ ବି ସାଥୀଟିଏ ଖୋଜିଲା ମନ କଥା କହିବାକୁ। ଶିକୁଳିରୁ ମୁକ୍ତ ହେବାକୁ ଚାହିଁଲା, ତଥାପି ବାପା ମାଆ ପରିବାର ସମସ୍ତଙ୍କ ମୁହଁଙ୍କୁ ଅନେଇ ନୀରବ ରହିଲା ଜଳି ଜଳି ବଞ୍ଚିଲା। ହଠାତ ଆଦିନ ମେଘ ପରି ତା ଜୀବନରେ ବି ପ୍ରେମର ମେଘ ବରଷି ଗଲା। କ୍ଷଣକ ପାଇଁ ଶୁନ୍ୟ ଚେତନାରେ କେବଳ ପ୍ରେମକୁ ହିଁ ଅନୁଭବ କଲା ।ଭୁଲି ଗଲା ଜନ୍ମ ସଂପର୍କ ତୁଚ୍ଛ କଲା ରାଜ ଉଆସ।ଏଥର ଉଡ଼ିବାର ସମୟ ହଁ କିଛି ନଭାବି ଉଡିଗଲା ।କିନ୍ତୁ ଏପଟେ ଯେ ଗୋଟିଏ ବୋଲି ଝିଅକୁ ନ ପାଇ ପରିବାର ସାରା କଳା ମେଘ ଘୋଟି ଗଲା। ମାନ ସମ୍ମାନ ଯାହା କମେଇ ଥିଲେ ମୋହନ ବାବୁ ସବୁ ଧୂଳି ସାତ ହୋଇଗଲା। ଝିଅ ବିନା ଘରେ ହାହାକାର ଛାଇ ଗଲା। ମୋହନ ବାବୁ ସେଇ ଦିନ ସତରେ ନିଜକୁ ଶବ ସହ ତୁଳନା କରିଦେଲେ ,କାରଣ ମଣିଷ ମଲେ ଶରୀର ତ୍ୟାଗ କରି କିନ୍ତୁ ଆତ୍ମା ଆଜି ମରିଗଲା ଏବେତ ସେ ଜିଅନ୍ତା ଶବ ପାଲଟି ଗଲେ । ତଥାପି ସଂଘର୍ଷ ସରିନି, ଝିଅ ଶାଶୁ ଘରକୁ ଯାଇ କୋଳେଇ ନେଲେ ଝିଅକୁ , ପଥର ରଖି ସେ ମାନ ସମ୍ମାନର ପାଚେରୀ ଉପରେ। ଝିଅ ଫେରିଲା ସବୁ ଠିକ ହେଲା କିନ୍ତୁ ଦଇବ ସହିଲାନି ଦୁଇ ବର୍ଷ ପରେ ପକ୍ଷାଘାତ ରୋଗଟି ଅକ୍ତିଆର କରି ବସିଲା ଅର୍ଦ୍ଧା ଅଙ୍ଗକୁ ।ବ୍ରେନ ଷ୍ଟ୍ରୋକକୁ ପକ୍ଷାଘାତ ରୋଗ ମୁକ ସଜେଇ ଦେଲା। ପୁଣି ନୂଆ ସଂଘର୍ଷ ପରିବାରଟା ସହ ମୋହନ ବାବୁଙ୍କ ଏ ରୋଗର।

    ତଥାପି ହାରିଲେନି ରୋଗ ସହ ସଙ୍ଘର୍ଷ କରି ପୁଣି କଥା କହିଲେ।ଏକ ପାଖ ଅଙ୍ଗ ଅଚଳ ଥିଲା କେବଳ ଗୋଡଟି କିଛିଦିନ ପରେ ଚଳିଲା। ସେତେ ସମୟ ଯାଏ ସ୍ତ୍ରୀ ଅନ୍ନପୂର୍ଣ୍ଣା ଧର୍ଯ୍ୟ ହାରିନଥାନ୍ତି ଅର୍ଦ୍ଧାଙ୍ଗିନୀ ଶବ୍ଦକୁ ସଠିକ ରୂପେ ପାଳନ କରିଥାନ୍ତି ଅର୍ଦ୍ଧା ଅଙ୍ଗ ସାଜି। ମୋହନ ପୁଣି ଉଠିଲେ କଥା କହିଲେ ଧର୍ଯ୍ୟ ହରେଇ ଥିବା ପରିବାରକୁ ପୁଣି ଧର୍ଯ୍ୟ ଦେଲେ। ମୂରବୀ ପଣରେ ପୁଣି ସଂସାର ହସି ଉଠିଲା,ଜିଅନ୍ତା ଶବଟା ସଂଘର୍ଷ ଜାରି ରଖିଲା । ନିଃଶ୍ୱାସ ନିଃଶେଷ ନହେବା ଯାଏ ଏ ସଂଘର୍ଷ ଜାରି ରହିଲା ।

ନାମଟି ମୋହନ ସେ ମଦନ ମୋହନ ହରେ ମୁରାରି ଯେ କେବେ ହାରି ନଥିଲେ ଏ ବା କେମିତି ହାରିବେ ।

  ଏ ହେଲେ ଜିଅନ୍ତା ଶବରୁ ଜୀବିତ "ମୋହନ"

                  ସଂଘର୍ଷର ଅନ୍ୟନାମ ।



Rate this content
Log in

Similar oriya story from Inspirational