Madhusmita Nayak

Tragedy

4.2  

Madhusmita Nayak

Tragedy

ସ୍ମୃତି ରୁ ଚେନାଏ

ସ୍ମୃତି ରୁ ଚେନାଏ

3 mins
221



  ସେଦିନ ସେ ମନ୍ଦିର ରେ ଭବାନୀ ଙ୍କ ସହ ମୋର ପ୍ରଥମ ଦେଖା,ନୂଆ ନୂଆ ପାଦ ଦେଉ ଥାଏ ଯୌବନର ପ୍ରଥମ ପାହାଚରେ।ପ୍ରେମ ଶବ୍ଦର ପରିଭାଷା କଣ ବୁଝି ନଥାଏ,କିନ୍ତୁ କେଜାଣି କାହିଁ ସେଦିନ ମୋ ସ୍ପନ୍ଦନ ଜୋରରେ ଧକ ଧକ କରିଥିଲା ପାଦ ମୋର ଯେମିତି ସ୍ଥାଣୁ ପାଲଟି ଯାଇଥିଲା ଆଉ ଆଖି କଥା କଣ ବା କହିବି ଯେମିତି ଦିଅଁ ଙ୍କ ସାମ୍ନାରେ ଆଉ ଏକ ଦିଅଁ ଙ୍କୁ ଭେଟିଥିଲା।ଦିଅଁଙ୍କ ଦର୍ଶନ କରି ଲେଉଟି ପଡୁ ପଡୁ ସାମ୍ନାରେ ଦିବ୍ୟରୁପକ୍ରାନ୍ତି ରେ ଭରା ସେ ଦିବ୍ୟ ପୁରୁଷଙ୍କୁ ଭେଟିଲି ହାତରେ ଥାଏ ଖବର କାଗଜ ଟେ ଦିଅଁଙ୍କୁ ପ୍ରଣାମ କରୁଥାନ୍ତି,ଠିକ ମୋ ନଜର ପଡିଛିତ ତାଙ୍କ ପ୍ରଣାମ ସାରି ଆଖି ଖୋଲିଲେ ଦୁହିଁଙ୍କ ଆଖି ସେଇ ଦିବ୍ୟ ଦେବାଳୟ ରେ ଏକ ହୋଇ ଯାଇଥିଲା।ସେଦିନ ଥାଏ ଆମର ମନ୍ଦିରରେ ରୋସେଇ ଭୋଗ,ମାନସିକ ପୂରଣ ହେବା ପରେ ପୂଜା ପାଇଁ ଆସିଥାଉ।ସମସ୍ତ ପରିବାର ସହ ଗୋଟେ ଦିନ କଟି ଥିଲା ସେଇ ଦିବ୍ୟ ବାତାବରଣ ରେ।ସେଇଠୁ ଗଢି ଉଠିଲା ଏକ ଭିନ୍ନ ସଂପର୍କ ସୂତ୍ର....ଦୁହିଁଙ୍କ ଆଖି ମିସିଲା ପରେ କେଜାଣି କେମିତି ଦୁହେଁ ପରସ୍ପର ମନକୁ ବୋଧେ ପଢି ସାରିଥିଲୁ,ମୁଁ ବୋଧେ କିଛି କମ ପଢ଼ିଥିଲି କିନ୍ତୁ ସେ ମୋ ମନକୁ ପରଖି ସାରିଥିଲେ।

ଦିନମାନ ସେଇ ମନ୍ଦିରରେ ସେ ମଧ୍ୟ ରହିଥିଲେ ତାଙ୍କର ମଧ୍ୟ ପୂଜାଥିଲା,ଆଖିରେ ଆଖି ଏମିତି ମିସିଥିଲା ନଜର କେବଳ ତାଙ୍କୁ ହିଁ ଖୋଜୁଥିଲା।ହଠାତ ନଦେଖି ବିଚଳିତ ଲାଗିଲା ମନ,ଚାରି ଆଡକୁ ଦରଦ ଭରା ନୟନରେ ଚାହିଁ ନପାଇ ତାଙ୍କୁ ଯେତେବେଳେ, ନଜର ଫେରେଇ ଆଣିଲି ଠିକ ସେତିକି ବେଳେ ମୋ ପରିବାର ଗହଣରେ ତାଙ୍କୁ ଭେଟିଲି।ମୁଁ ଆବକ ଏ କଣ ଚିହ୍ନା ନାହିଁ ଜଣା ନାହିଁ ଏକଣ ଆମ ପରିବାର ଗହଣରେ ବସିଛନ୍ତି ହସୁଛନ୍ତି କଥା ହେଉଛନ୍ତି ସମସ୍ତଂକ ସହ ଏମିତି ଅନେକ ପ୍ରଶ୍ନ ମନରେ ଉହୁଙ୍କି ମାରୁ ଥାନ୍ତି....?ସେ ସମସ୍ତଙ୍କଠୁ ନଜର ଚୋରେଇ କଣେଇ କଣେଇ ଚାହୁଁ ଥାନ୍ତି ମୋତେ,ମୁଁ ବି ନିଜକୁ ଅଟକେଇ ପାରୁ ନଥାଏ ତାଙ୍କ ନଜର ରେ ନଜର ଆପେ ଆପେ ମିଶେଇ ଦେଉଥାଏ।ଦୁହେଁ ଦୁହିଁଙ୍କ ସହ କଥା ହେବାକୁ ଯେମିତି ବ୍ୟାକୁଳ ହୋଇଯାଇଥିଲୁ,କିନ୍ତୁ ସମସ୍ତଙ୍କ ଗହଣରେ କଥା ହେବା ଅସମ୍ଭବ ଥିଲା।କେବଳ ଆଖିରେ ଆଖିରେ ଯାହା ମନର ଭାଷା ପଢୁଥିଲୁ।ନିଜର ଇଚ୍ଛା ଶକ୍ତି ବଳରେ ପରିବାର ସହ ମିଶି ଫୋନ no ଟି ସଂଗ୍ରହ କରିନେଉ ଥାନ୍ତି,ମୋତେ ଅନେଇ ମୁରୁକି ମୁରୁକି ହସୁ ଥାନ୍ତି।ଏକବାର ଭଲ ବନ୍ଧୁ ପାଲଟି ଯାଇ ଥାନ୍ତି ଆମ ପରିବାର ଲୋକଙ୍କର, ତାଙ୍କ no ଆମ ଫୋନ no ଭିତରେ ବେସି ଫରକ ନଥାଏ କେବଳ ଗୋଟିଏ no ର ଫରକ 1 ଜେଗାରେ 0 ତାଙ୍କର ଏକି ସଂଯୋଗ ବାବା,ସେଦିନ ପରଠାରୁ ସବୁଦିନ ଫୋନରେ ଆଳାପ ଆରମ୍ଭ ହେଲା ।ଧୀରେ ଧୀରେ ସଂପର୍କ ସୂତ୍ରଟା ପ୍ରଗାଢ ହେବାକୁ ଲାଗିଲା,

କିନ୍ତୁ ଏ ସଂପର୍କକୁ ନଜର ଲାଗିଗଲା ସେଇ ତଥାକଥିତ ଜାତି ଅଣା ବାଦ ଆଉ ଭଲ ପାଇବା ଭୁଲ ବୋଲି ଭାବନାର ରାକ୍ଷସ ଗ୍ରାସି ଦେଲା ସୁନ୍ଦର ଏକ ସଂପର୍କ।ଗଢିବା ଆଗରୁ ସମାଧି ନେଇ ଗଲା ସଂପର୍କ ର ଖିଅଟା।ରାଣ ନିୟମ ରେ ବନ୍ଧା ପଡିଗଲା ନୀରିହ ମନଟା,ଏମିତି କି ସେଇଠି ସେଇ ସମୟରୁ ଜୀବନରେ ନୂତନ ପରିବର୍ତ୍ତନ ଆସିଗଲା ସବୁ ଠପ ହୋଇଗଲା ଇଚ୍ଛା ଆକାଂକ୍ଷା ର ଅସୁମାରୀ ସ୍ୱପ୍ନଟା।ଜାଣିନୀ ସେ ଦିବ୍ୟ ପୁରୁଷ କଣ ଭାବୁଥିବେ ଧୋକାବାଜ ଭଳି ଶବ୍ଦରେ ତଉଲୁଥିବେ ନା ବିଚାରି ହାତଭାଗିନୀ ଭାବି ନିଃଶବ୍ଦ ପ୍ରହରେ ଆଜିବି ଆଃ ଭରୁଥିବେ। ଦିନ ସିନା ଚାଲି ଯାଇଛି କିନ୍ତୁ ଚିହ୍ନ ରହି ଯାଇଛି,ସେଇ ଚିହ୍ନ ଚେନାଏ ସ୍ମୃତି ହୋଇ ନୀତି ଝଲସି ଉଠୁଛି ।

  କେତେ କଣ ମିଛ କି ସତ ଆରୋପ ଲଗେଇ ଦେଲେ ମଦ୍ୟପ ଗଞ୍ଜଡ଼ ଚରିତ୍ରହୀନ ସବୁ ଶୁଣି ନିରବ ରହିଲି ଆଯିବି ସବୁ କଥା ପ୍ରଶ୍ନ ହୋଇ ରହିଛି ସତରେ କଣ ସେ ମନ୍ଦିର ବେଢାର ସେ ପୁରୁଷ ଏମିତି ଥିଲେ,ଖୁବ କମ ଦିନ ସଂପର୍କ ଭିତରେ କେବେ ଥରେ ଖରାପ ବୁଦ୍ଧି ଦେଇ ନଥିଲେ ଓଲଟି ପାଠ ପଢି ଜୀବନରେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରତି ଥର ଉତ୍ସାହ ଭରି ଥିଲେ।ସବୁର ସମାପ୍ତି ଗୋଟିଏ ଆବେଗ ଭରା ମୁହୂର୍ତ୍ତ ପାଇଁ ଘଟିଗଲା ପ୍ରେମ ଥିଲା କି ନାହିଁ ଆଯିବି ଅବୁଝା ଆକର୍ଷଣ ଥିଲା କି ଆଉ ସେ ଦିବ୍ୟରୁପକ୍ରାନ୍ତି ପୁରୁଷଙ୍କ ପାଇଁ ?ସେ ଯାହା ହେଉ ସେ ଫର୍ଦ୍ଦ ଆରମ୍ଭ ହେଉ ହେଉ ପୂର୍ଣ୍ଣ ଛେଦ ପଡି ଯାଇଥିଲା। ଆଜି ସେଇ ସ୍ମୃତିରୁ ଚେନାଏ ଆଙ୍କି ହୋଇଗଲା କାଗଜେ କଲମେ

ଏମିତି ଅନେକ ସଂପର୍କ ଆଜିବି ନିଃଶ୍ୱାସ ତ୍ୟାଗୀ ଦେଉଛି ଏଇ ଜାତି ରାଣ ନିୟମ ମିଛ ସତ ଭୁଲ ଠିକ ର ଛକା ପଞ୍ଚା ଖେଳରେ

ସମୟ ପରିବର୍ତ୍ତନ ଶୀଳ କିନ୍ତୁ ଚିନ୍ତାଧାରା ଯଦି ପରିବର୍ତ୍ତିତ ସମୟ ଅନୁସାରେ ନହୁଏ ତେବେ ଏମିତି କିଛି ସଂପର୍କ ଅବେଳରେ ସମାଧି ନେଇ ଯାଏ ।

  

 ଲେଖି ଦେଲି କିଛି ଅନାଵନା ଭବନା

ସେଇ ଭବନା ମୋ ସ୍ମୃତିର ଚେନାଏ ନାମରେ ନାମିତା ।


Rate this content
Log in

Similar oriya story from Tragedy