STORYMIRROR

Lopamudra Parida

Drama Horror Action

3  

Lopamudra Parida

Drama Horror Action

ଏଇ ଝୁମା ଝୁମା ଗୋଲାପି ବେଳାରେ

ଏଇ ଝୁମା ଝୁମା ଗୋଲାପି ବେଳାରେ

3 mins
171


ଗଳ୍ପ: ଝୁମା ଝୁମା ଗୋଲାପି ବେଳାରେ 

____________________________

ଲୋପାମୁଦ୍ରା ପରିଡା 

ଏଇ ଝୁମା ଝୁମା ଗୋଲାପି ବେଳାରେ ...... 

ଗୀତ ଗୁଣୁଗୁଣେଇବା ମୋର ଗୋଟେ ଖୋଇ ।ମୁଁ ବୋର ହୁଏନି କେବେ ଏକା ଥାଏ କି ଶହେ ଜଣରେ ।ହାତରେ କାମ ଥାଉ କି ବିଶାଳ ସମୁଦ୍ର ପରି ଅବସର ମୁଁ ଗୁଣୁଗୁଣୁଉଥାଏ ।ମୁଁ ନିଜ ଭିତରେ ହଜିଥାଏ, ଚାରିପଟର ସବୁ ଚହଲି ନଥିବା ବେଳେ ବି ଆଉ ଚକ୍ରି କାଟୁଥିବା ବେଳେ ବି ।ହଁ ଆଉ ଗୋଟେ ମୋର ପ୍ରିୟ କାମ ଅଛି, କହିବି ? ଅନ୍ଯମନସ୍କ ହେବା ।


ଦିନେ ଆମେ ଦଳଟେ ପିଲା ବାହାରିଲୁ ।ପାଗଳ ମାନଙ୍କୁ ପାଗଳ ସାଙ୍ଗ ଜୁଟିଲା ପରି ମୋ ପରି ଆଡବାୟାଙ୍କର ଗୋଷ୍ଠୀ ବି ସେମିତି ।ବିନ୍ଦାସ୍ ।ସବୁତକ ମୁଣ୍ଡା ।ସମ ଅଙ୍ଗ ସାଙ୍ଗ ପରା ।

ସେଦିନ ମୁଣ୍ଡ କୁ ଢୁକିଲା, ଚାଲ ସେ ଫାଙ୍କାରେ ଲମ୍ବା ଜିଭ କାଢି ହାମୁଡି ପଡିଥିବା ବରଗଛ ପାଖ ବଙ୍ଗଳାରେ ଆଜି ଲାଇଭ୍ ଚିତ୍ର ଶିବିରଟେ ଆଙ୍କିବା ।ସମସ୍ତେ "ହଁ" ଏକାସାଙ୍ଗେ  ।

ହେଲେ ଛବି ଛେପ ଢୋକି କହିଲା, କିନ୍ତୁ...... ।ସମସ୍ତେ ତା' ଉପରକୁ ଚଢି ଆସିଲେ ।ଏତେ ଧଡସ ଏକାଠି ଦେଖି ସିଏ ବି ଚୁପ୍ ।


ଆମେ ପହଞ୍ଚିଛୁ ଆଉ ଦିହିପହର ହେଇ ସାରିଛି । ଗନ୍ତବ୍ୟ ପଥରେ ହି ଚେରେଇ ଯାଇଛି ସେ ଜାଗାକୁ ନେଇ ଗୁଜବ ତକ ସାପ ପରି  ।ଗଛ ଚାରିପଟକୁ ଖେଳେଇ ହେଇ ଆମେ ନିଜ ନିଜ ଚିତ୍ର ଖାତା ଧରି ବସିଛୁ ସତ ହେଲେ ସବୁ ଛାତିରେ ଛବିର ସେ "କିନ୍ତୁ" ଟା ରହି ରହି ଫୁଟୁଛି ।


ସୁ ସୁ ସୁ .... 


ଜାକି ହେଇ ଆସିଲେ ସମସ୍ତେ ପାଖା ପାଖି ନିଃଶବ୍ଦ ରେ , ସଂଜ ଢଳା ଆକାଶ ବି ..... ।


ହେଃ ! ପବନଟା ରେ ।ନିରୁତା ପବନ ।


ମଗ୍ନ ପୃଥିବୀ ରେ ମଗ୍ନ ଚିତ୍ରକର ମାନେ ନିଜ ନିଜ କାରୁକାର୍ଯ୍ୟରେ ହଜିଥିବା ବେଳେ .......


ମୁଁ ଖସିଗଲି ଚୁପ୍ ଚାପ୍,  ଅଢୁଆଳ କରି..... ସମସ୍ତଙ୍କ ଅଲକ୍ଷ୍ଯ ରେ। ପହଞ୍ଚିଲି ନୀଳଇଟାର ବଙ୍ଗଳାରେ ।ଡର ନଥିଲା ମ , ଥିଲା ନିରିହ କୌତୂହଳ ଟେ ଯାହା .... କିଛି ଗୋଟେ ଏମିତି ଦେଖିବାର ଆଗ୍ରହ ଟେ ଟାଣିନେଇଥିଲା ଯୋଉଟା ଚମକପ୍ରଦ ତଥ୍ଯ, ଦୃଶ୍ୟ, କି ଘଟଣାରେ ଗଣା ହବ ।ଯାହାକୁ ମୁଁ ପ୍ରତ୍ୟକ୍ଷ କରିବି ।ସେଇ ଛବିର " କିନ୍ତୁ " ଟା କୁ ଜାଲ ପକେଇ ନୁହେଁ ଜିଜ୍ଞାସା ରେ ଧରିବାକୁ ଖସିଥିଲି ମୋ ଡ୍ରଇଁଖାତା ଧରି ଅଜଣା ଦିଗରେ , କାନୋକାନ କାହାକୁ ଜଣେଇ ନ ଦେଇ ମୋ ଗୁମର ଅଭିଯାନ  । ନିଜକୁ କହିଥିଲି କି ? କେଜାଣି  ?


ସାଢେ ତିନିଟା ବେଳିଆ ଖରା ମୟୁର ପୁଚ୍ଛ ପରି ମେଲେଇ ହେଇ ପଡିଥିଲା ।ଦିନେରେ ଡର କଣ ! ସାକ୍ଷାତ ସୂର୍ଯ୍ୟ ନାରାୟଣ ଅଛନ୍ତି ପରା । ଡର ଲାଗିଲେ 'ଥୁ ' କି ଛାତି ଉପରେ ଛେପ ପକେଇଦେବିନି କି ! ଫୁସ୍ ହେଇଯିବ ନି ନା ଡର ।


ହେଏଏ ବଡ ଦରଜା ।ବେକ ଭାଙ୍ଗି ଆଖି ପୁରା ଖୋଲି ମୁଣ୍ଡ ଟେକି ଦେଖିଲେ ବି ଖୋସିହେଇଗଲା ପରି ।ହାତ ପାଇବନି ଡେଙ୍ଗେଇ ହେଇ ବି , ଏମିତି ଅପହଞ୍ଚ ଉଚ୍ଚତା ।ଆଗଉଥିଲି, ସମ୍ମୋହିତ ହେଉଥିଲି ।କିଏ ଥିଲା ଏଠି କାହାର ଏତେ ବଡ ବଙ୍ଗଳା? ଆମ ଘର ସବୁ ଭିତରେ ଏତେ ଲୋକ ଆଉ ଜାଗା ନିଅଣ୍ଟ, ହେଲେ ଏଠି ମେଲା ମେଲା ଚଉତରା ଆଉ କେହି କୁଆଡେ ନାହିଁ ।ଖାଲି ପରସ୍ତ ପରସ୍ତ ଧୂଳିର ରାଜୁତି ।ପବନ ଛୁଇଁ ଦେଲେ ଧୂଳି ଧୂଆଁ ରେ ବଦଳିଯାଏ ।


ଏକ ,ଦୁଇ, ତିନି ।ମୋ ପାଦ ଶବ୍ଦ ମୁଁ ଗଣୁଛି ।ଦରଜା ପରେ ଦରଜା ପାର କରି ଚାଲିଛନ୍ତି ହଳେ ପାଦ ।ମୁଁ ଏବେ ନିଜକୁ ସେ ବଙ୍ଗଳାର ଅଭିନ୍ନତାରେ ଫେରି ପାଉଛି ।ଉପରଦରଜାର ଆହୁରି ଉପରକୁ ଲାଗିଥିବା ରଙ୍ଗୀନ କାଚ ର ଅଧାଭଙ୍ଗା ଜାଲଣା ଦେଇ ପଶିଆସୁଥିବା ପ୍ରତିଫଳିତ ରଙ୍ଗୀନ ଖରା ମୋ ମୁହଁ ସାରା ଲେସି ହେଇ ମତେ ଟାଣିନେଉଥିଲେ ଏକ ଭିନ୍ନ ପ୍ରତିଚିକୁ  । ମୁଁ କେହି ଜଣେ , ଯିଏ ଏଇଠି ଥିଲା ଆଉଥରେ ଏମିତି ପ୍ରତିତ ହେଉଥାଏ । ଲମ୍ବା ଲମ୍ବା ଆଇନା ସବୁରେ ଅଳନ୍ଦୁ ଝୁଲୁଥିଲେ  ,ଖଣ୍ଡ ବିଖଣ୍ଡିତ ହେଇ ହସୁଥିଲେ ତହିଁରେ କାନ୍ଥ ମାନେ ।


ସମୟ କହିପାରେ ଯଦି ଚାହେଁ , ପଛପୃଷ୍ଠା ଲେଉଟାଇ ସିଏ ହିଁ ଦେଖିପାରେ ।ମୋ ଟିକି ଗୋଲାପି ଫ୍ରକ୍ ଗୋଟେ ଲମ୍ବା ଗାଉନ ପରି ମୋ ପାଦ ତଳ ଯାଏ ଘୁସୁରୁଥିଲା  ।ମୋ କାନ ଯାଏ ବବ୍ କଟ୍ ଚୁଟି ଅଣ୍ଟା ତଳ ଯାଏ ବହିସାରିଥିଲେ ।ମୁଁ  ତୋଫା ଗୋରା ଦିଶୁଥିଲି । ଫେରିସାରିଥିଲି ମୋ ବିଗତ କେତେ ଜନ୍ମ ତଳକୁ କୁ ଯେମିତି ।

ମୋ କାନ ପରଦାକୁ ଛୁଉଁଥିଲା ପ୍ରତିଧ୍ବନୀ କେତେ ନୂଆ ଶବ୍ଦ ର ତ୍ବରାନ୍ବିତ ହୋଇ ଥର ଥର କି .ସ୍ମୃତି ତୁମେ ପାଉଁଶ ତଳର ନିଆଁ .......


ମୋ ଭିତରର ଶବ୍ଦ ସବୁ କି କଣ କିଏ ପାରିବ ବା କହି !


ସେ ଭିତର କକ୍ଷର ବିଶାଳ ବନ୍ଦ ଦୁଆର ଭିତରର ବନ୍ଧନ ମତେ ଆକର୍ଷୁ ଥିଲା  ।ପେଲିଦେଲି କବାଟ, ଝାଙ୍କିଦେଲା ବିରାଟ ତାଲାଟେ ପୁଣି ମୋ ପଟକୁ ତାକୁଇ ପେଲିଦେଇ ,ଏଁ ଏଏଁ କରି  ଶବ୍ଦ ଟେ ଫିଙ୍ଗି ଦେଇ ତାତ୍ସଲ୍ୟ ରେ ।ସିଏ ଶୋଇଥିଲା ବୋଧେ ଭିତରେ ।ଆଖି ଗଳେଇଲି ।ଆଖି ଡୋଳାପୁଅ ଭିତରକୁ ଝାଙ୍କି ଦରାଣ୍ଡି ଆସିଲା ସେଇ ଅଦ୍ଭୁତ ଅଦୃଶ୍ୟତା କୁ ।ମୁଁ ଫେରିପାରୁନଥିଲି ସେ ଦୁଆରୁ ।ସେ ମତେ ପଛ କରିଥିଲା, ମୁହଁ ଦିଶୁନଥିଲା ତାର ।ମୋ ଭିତରେ ସବୁ ଘଟୁଥିଲା ଯେମିତି । ସେ ଉଠିଲା ,ପାଦ ନେଇ ତା ସାମ୍ନାରେ ଥିବା ଅଳ୍ପ ମେଲା ଝରକା ଠି ଥୋଇଲା ଆଉ 


ମୋ ଅଜାଣତେ ମୁଁ ଗାଉଥିଲି ଏଥର ........


ହେ ଫଗୁଣ ତୁମେ ଗଲା ପରେ ପରେ ଅନେକ ଯାତନା ଏଠି, ଅନେକ ଯାତନା ଏଠି ।।ଲୁହରେ ଲେଖୁଛି କବିତା ଆଜି ମୁଁ, ଲହୁରେ ଲେଖୁଛି ଚିଠି.... .... ସହସ୍ର କମ୍ପନରେ ଉଡିଗଲେ ଠଣା ଖଞ୍ଜା ର ପାରା ମାନେ ଫଡ୍ ଫଡ୍ ଫଡ୍ ।  ତୀର୍ଯ୍ୟକ ଖରା ମିଶା ସଂଧ୍ୟା ଲାଲିମା ମୋ ମୁହଁ ସାରା ।

ଚାରିପଟେ ଖାଲି ରୁଜା ରୁଜା ହଜାରେ ମୋରି ଚେହେରାର ଚିରୁଡା ଚିରୁଡା କାଗଜ ଚିତ୍ର ଖେଳେଇ ହେଇଥିଲେ ।


*****************

ଆଖି ଖୋଲିଲା ବେଳକୁ ମୋ ଦେହ ଭାରି କସମସିଆ ଲାଗୁଥିଲା ।ମୋ ଚାରିପଟେ ଆମ ଦଳକ ଙ୍କର ଢେମା ଢେମା ଆଖି ର ସତର୍କ ଦୃଷ୍ଟି  ବେଢିଥିଲେ ।ବୋଉ ଟା ସେପଟେ କୁଁ ସୁଁ ହଉଥିଲା ନା କଣ ବୋଧେ ।


ସମସ୍ତେ ଗଲା ପରେ ବି ଛବି ତାର କାନ୍ଥ  କୁ ଡେରୀ ଠିଆ ହେଇଥିଲା ସେମିତି, କାଠମୂର୍ତ୍ତି ଟେ ପରି ।


ମୁଁ ତାକୁ ହାତ ଠାରିଲାରୁ ସିଏ ପାଖକୁ ଆସିଲା ଡରି ଡରି ।ମୁଁ କହିଲି, ଦେଖ ମୁଁ ବଞ୍ଚିଛି, ଠିକ୍ ଅଛି, କେହି ନାହାନ୍ତି ସେଠି ।କିଛି ବି ନାହିଁ ।


ମୋ ଶକ୍ତି ସରିଆସୁଥିଲା ଅବଶତା ରେ । 


ଛବି ଖାଲି କହିଲା , କିନ୍ତୁ......


ମତେ ଶୁଭିଲା 

ସତରେ କଣ କେହି ନଥିଲେ ।ରାଣ ଖାଇଲୁ 


__________________

ପାନାଥୁର

 ବାଙ୍ଗାଲୋର 


Rate this content
Log in

Similar oriya story from Drama