ସାଙ୍ଗ
ସାଙ୍ଗ
ସେଦିନ ଅନ୍ୟ କିଛି ଉପାୟ ନପାଇ ପରିବାର ପ୍ରତିପୋଷଣ ପାଇଁ ହାତ ପାଟିଥିଲେ ଅନ୍ୟକୁ ଅର୍ଥାତ ଭିକାରୀ ସାଜିଗଲେ ସଲିମ . ପ୍ରତ୍ୟେକ ଦିନ ଟ୍ରେନରେ ହାତ ପାତିବାକୁ ଯାଇ କେବେ କିଏ କିଛି ଦିଏ ତ କେବେ କିଏ କିଛି ଦିଏନା. ଥରେ ଜଣେ ବଡ଼ ସେଠଙ୍କୁ ଦେଖି ସଲିମ ଭାବିଥିଲେ ଆଜି ନିଶ୍ଚୟ କିଛି ଅଧିକା ରୋଜଗାର ହେବ ହେଲେ ସେଠଙ୍କୁ ହାତ ପଟେଇବା ମାତ୍ରେ ସେ କହିଥିଲେ ମୁଁ ତୁମକୁ ପଇସା ଦେବି ସତ ହେଲେ ତୁମେ ମତେ କଣ ଦେବ? ନିରୁତ୍ତର ରହିଲେ ସଲିମ. ପ୍ରକୃତରେ କିଛି ନେବାକୁ ହେଲେ କିଛି ଦେବାକୁ ପଡେ,ଅର୍ଥାତ କିଛି ପାଇବାକୁ ହେଲେ କିଛି ଦେବା ମଧ୍ୟ ଜରୁରୀ ଅଟେ.ଏହା ତ ପ୍ରକୃତିର ନିୟମ. ସେଦିନ ତାଙ୍କ ପିଲାଦିନ କଥା ମନେ ପଡିଗଲା.
ସଲିମ ବହୁତ ଦୁଷ୍ଟ ଥିଲେ. ତାଙ୍କ ସାଙ୍ଗମାନେ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ହୋଲିରେ ମୁଣ୍ଡଫଟା ରଙ୍ଗ ବୋଳିବାକୁ ନିର୍ଣ୍ଣୟ କରିଥିଲେ.ରାଜୁ, ମିଟୁ, ମୁନା ଆଦି ଯେତେ କହିଲେ ମଧ୍ୟ ଜୈବିକ ବା ପ୍ରାକୃତିକ ରଙ୍ଗ ଉପରେ ତାଙ୍କର ଭରସା ବା ବିଶ୍ୱାସ ନଥିଲା ତ ସମସ୍ତେ ଗାଜର, ବିଟ ଓ ଭିଭିର୍ନ୍ନ ଫୁଲର ରଙ୍ଗ ସାହାଯ୍ୟରେ ହୋଲି ଖେଳି ରଙ୍ଗ ପିଚକାରୀ ମାରିଲାବେଳେ ସଲିମ କୁକୁର ଓ ଷଣ୍ଢ ମୁଁହରେ କେମିକାଲ ମିଶ୍ରିତ ରଙ୍ଗ ବୋଳିବା ଫଳରେ କୁକୁର ନିଦ୍ରିତ ଅବସ୍ଥାରୁ ଉଠି କାମୁଡି ଦେଇଥିଲା ତ ଷଣ୍ଢ କେଞ୍ଚି ଦେଇଥିଲା. ଲହୁଲୁହାଣ ହୋଇ ହସ୍ପିଟାଲକୁ ସେହି ସାଙ୍ଗମାନେ ନେଇ ଭଲ କରି ଆଣିଥିଲେ ସତ ହେଲେ ଡାକ୍ତର ବାବୁ କହିଥିଲେ ଯଦି ପାରିବ କାହାର ଉପକାର କର କିନ୍ତୁ ଅପକାର ନୁହେଁ. ଯଦି ପାରୁଛ ହସି ଦେଇ ହୋଲିର ମଜ୍ଜା ନିଅ କିନ୍ତୁ କୁକୁର ଓ ଷଣ୍ଢ ପରି ନିରୀହ ଜନ୍ତୁମାନଙ୍କର କ୍ଷତି କରନି ବା ଅଯଥାରେ କାହାକୁ ହଇରାଣ କରନି. ତା ପରେ ପରେ ଦଙ୍ଗା ଓ ଯୁଦ୍ଧରେ କବଳିତ ହୋଇ ସଲିମଙ୍କର ଆଜି ଏ ଦୁରାବସ୍ଥା. ପିଲାଦିନେ ଡାକ୍ତର ବାବୁ କହିବା ପରି ଆଜି ସେଠ ମଧ୍ୟ ଚେତେଇ ଦେଉଛନ୍ତି ଭିକ୍ଷା ବଦଳରେ ଭିକ୍ଷା ଦେବାକୁ ହୁଏ. ହସି ଦେଇ ଓଲ୍ହେଇ ପଡିଥିଲେ ସଲିମ କିନ୍ତୁ ତା ପରଠୁ ଫୁଲ ବିକି ଟ୍ରେନରୁ ରୋଜଗାର କରୁଥିଲେ ତ ସେହି ସେଠ ଯେବେ ଦେଖାହେଲେ ତାଙ୍କୁ ଫୁଲ ତୋଡ଼ା ବଢ଼ାଇ ଦେବା ପରେ ସେ ବହୁତ ଖୁସି ହେଲେ ଏବଂ ଉଚିତ ମୂଲ୍ୟ ଦେଇ ସାରିବା ପରେ କହିଥିଲେ ଏବେ ତୁମେ ଭିକାରୀ ନୁହଁ ବରଂ ବେପାରୀ ହୋଇସାରିଛ. କଥାଟା ସଲିମଙ୍କୁ ଚେତାବନି ନୁହେଁ ବରଂ ଅନ୍ଧାରରୁ ଆଲୋକ ଆଡକୁ ନେଇଯାଇଥିଲା.
ସେହିଦିନଠୁ ସଲିମ ଆଉ ଭିକ୍ଷା ବୃତ୍ତି କରୁନଥିଲେ ବରଂ କୌଳିକ ବୃତ୍ତି ଆପଣେଇ ଚୋପଡା ଧରିନେଇଥିଲେ. ଖାସି ମାଂସ ବିକିଲା ବେଳେ କାହାକୁ ଠକୁ ନଥିଲେ. ଆଉ ଯୋଉଦିନ ସେହି ସେଠ ତାଙ୍କ ପାଖରୁ ଖାସି ମାଂସ ନେବାକୁ ଆସିଥିଲେ ଦୁହେଁ ଦୁହିଁଙ୍କୁ ଚିହ୍ନିପାରିଥିଲେ. ସେଠ ଖାଲି ସେଠ ନଥିଲେ ବରଂ ପିଲାଦିନର ସାଙ୍ଗ ଅସିମ ମିଶ୍ର ବା ଡାକନାମ ରାଜୁ ଥିଲା. ମନେ ପଡିଗଲା ଦୁହିଁଙ୍କର ସେ ଦୁହେଁ ସାଙ୍ଗ ଥିଲେ. ଭାଗ୍ୟ ଚକ୍ରର ଘୁର୍ଣ୍ଣନରେ ଦୁହେଁ ପୁଣି ମିଳିତ ହୋଇଛନ୍ତି. ଆଜି ଏବର୍ଷ ହୋଲିରେ ସଲିମଙ୍କୁ ଜୈବିକ ରଙ୍ଗ ଲଗାଇ ତାଙ୍କ ଠାରୁ ମାଂସ କିଣିନେଲା ବେଳେ ପଇସା ନେଇନଥିଲେ ସଲିମ.ବରଂ କହିଥିଲେ ହୋଲି ମୋବାରକ ସାଙ୍ଗ. ସତରେ ମଣିଷପଣିଆ ଥିଲେ ମଣିଷ କେବେ ହାରିନଥାଏ ବୋଲି ଦୁଇବନ୍ଧୁ ବୁଝିସାରିଥିଲେ.।
