Manoj Behera

Classics Fantasy

4  

Manoj Behera

Classics Fantasy

ସାଇକଲ ରେ ଲୁଲୁଙ୍ଗ ପିକ୍ ନିକ୍ (୩ୟ)

ସାଇକଲ ରେ ଲୁଲୁଙ୍ଗ ପିକ୍ ନିକ୍ (୩ୟ)

2 mins
262


ଆସିଛି ପିକନିକ୍ ଋତୁ । ସ୍ମୃତି ସେଦିନର। ସାଇକଲରେ ଲୁଲୁଙ୍ଗ ପିକନିକ ।

( ୩ୟ ଭାଗ )


ସନ୍ଧ୍ୟା ଆସନ୍ନ ପ୍ରାୟ । ଜନଗହଳି କ୍ରମଶଃ କମି ଆସୁଛି । ଆଉ ଟିକିଏ ପରେ ଗୋଟି-ଗୋଟି ତାରାରେ ଭରିଯିବ ସାରା ଆକାଶଟା । ପୁଣି ନୀରବ- ନିଶ୍ଚଳ - ଅନ୍ଧକାରରେ ! ନିସଙ୍ଗ ହେବ ଲୁଲୁଙ୍ଗ ।

 ଖୋଜି ହେଉଥିବ କିଛି ସମୟର ସେହି ପୂର୍ବ ମୁହୁଉଁ ମାନଙ୍କୁ ? ଯେଉଁଠି ମଣିଷମାନଙ୍କ ଭିଡରେ 'ଲୁଲୁଙ୍ଗ' ଥିଲା କେତେ ଚଳଚଞ୍ଚଳ ! ଖାଇବାର ସମୟ ହେଲା । ସମସ୍ତେ ଖାଇବସିଲୁ। କିନ୍ତୁ ଆମ ମାଂସ ଗୁଡିକ ବେଶୀ ସିଝି ଯିବାରୁ କିଛିଟା ଘାଣ୍ଟି ହୋଇ ଯାଇଥୁଲା । କେବଳ କଣ୍ଟା ଛାଡ଼ିକି ତଥାପି ଆମେ ବହୁତ ଖୁସି ଥାଉ। କିନ୍ତୁ ଚିନ୍ତା ରେ ପଡିଥୁଲା । ସିଏ ? ଯିଏ ଏହାର ଦାୟିତ୍ୱରେ ଥିଲା । 

ଫେରିଲା ପରେ ସେ କଥା ? ଘଞ୍ଚ ବନାନୀ, ସବୁଜ ତରୁଶାଖା, ପାହାଡି ଝରଣା ପାଣି ର କୁଳକୁଳୁ କଲ୍ଲୋଳ ବେଶ୍ ମନୋମୋହିନିଏ ।

ଆଶ୍ଚର୍ଯ୍ୟ ଲାଗେ ପ୍ରକୃତି ପାଖରେ ଏତେ ନୀରବତା ।

ପାର୍ବତ୍ୟର ମିଶାମିଶା ସବୁଜିମାର ବଳୟ ମଧ୍ୟରେ ହାଲୁକା କହୁଡି ଭରା । କଳା ଢିମା ଢିମା ପଥର ସବୁ ଆକାଶକୁ

ମୁଣ୍ଡ ଟେକି ଛିଡା ହୋଇଛନ୍ତି । ଗଛ ,ଘାସ ଓ ଲଟାର ଆବୁରୁ ଜାବୁରୁ ଭିତରେ ପାହାଡଟି ଲାଗେ ରହସ୍ୟମୟ । 

ତିନିପାଶ୍ବରୁ ଶିମିଳିପାଳ ପାହାଡ ଦ୍ଵାରା ଘେରି ହୋଇ ରହିବାରୁ ଏହି ସ୍ଥାନଟି ବର୍ଷସାରା ପ୍ରାକୃତିକ ସୌନ୍ଦଯ୍ୟ ରେ ପରିପୂର୍ଣ୍ଣ ଥାଏ । ସେଠାରେ ହିଁ ସ୍ଥିର କଲୁ ଯେ ଆସନ୍ତା ବର୍ଷକୁ ଆଉ ସାଇକେଲରେ ନୁହେଁ । 

ଆମେ ମଧ୍ୟ ଅନ୍ୟମାନଙ୍କ ପରି ଚାରିଚକିଆ ରେ ଯିବୁ

ଅନ୍ଧାର ଯେ ଅନ୍ଧାର । ସାଇକେଲ ଗଡେଇବୁ.....ବଢୁଥୁଲା ଶୀତର ପ୍ରକୋପ। ଆଗର ଆଉ ସେସବୁ ନାହିଁ । 

ଏବେ ସବୁ ତା'ର ରୂପାନ୍ତରୀକରଣ ହୋଇସାରିଛି ।

 ପ୍ରବେଶ ଦ୍ଵାର ରେ ସୁନ୍ଦର ତୋରଣ । ହୋଇଛି ରୂପାନ୍ତରୀକରଣ ଅରଣ୍ୟନିବାସର । 

ନିକଟରେ ଉଦଘାଟିତ ହୋଇଛି ଏକ ଇକୋ କଟେଜ।

। ସୁନ୍ଦର ଜଙ୍ଗଲିଆ ପରିବେଶରେ ଏହି ଇକୋ କଟେଜ ରେ ରାତ୍ରିଯାପନ ର ବ୍ୟବସ୍ଥା ଅଛି, ନିର୍ମାଣ ହୋଇଥିବା ସେଇ ଅସ୍ଥାଇ ଗୃହ ଗୁଡିକରେ । ଏବେ ଫେରିବାର ବେଳ ....। ଅନିଛା ସତ୍ତେ ଲମ୍ବିଯାଇଥିବା ରାସ୍ତାରେ ଅଗ୍ରସର ହେଉଥିଲୁ ବାରିପଦା ଆଡକୁ .......। ଯେଉଁଠି ଥିଲା ଆମ ଚିରାଚରିତ ଜୀବନ ନାଟକର ମଞ୍ଚ ।



Rate this content
Log in

Similar oriya story from Classics