Manoj Behera

Action Classics Fantasy

3  

Manoj Behera

Action Classics Fantasy

ଦୀପାବଳି ରେ ବାରିପଦା

ଦୀପାବଳି ରେ ବାରିପଦା

2 mins
169



......ସୂଯ୍ୟାସ୍ତର ସାତରଙ୍ଗ ପରି ବାରିପଦା ସହର ପୁଣି ରସମୟ ହୋଇଯାଏ। ସ୍ରଷ୍ଟାୟିତ କଳ୍ପନୀୟ ସୃଜନରେ ପତିତପାବନୀ ଜଗତ ଜଗତଜନନୀ ମା’ ଭଦ୍ରକାଳୀ ଅବତରଣ କରନ୍ତି ।   ମା'ଙ୍କ ମହିମା ଅସୀମ ଅନନ୍ତ ଓ ଅଭୂତ । ଏ ଅନନ୍ତ -ବିଶ୍ବବ୍ରହ୍ମାଣ୍ଡ ହେଉଛି ମା'ଙ୍କର ଚିନ୍ମୟ ମୂର୍ତ୍ତୀ।  ମନେହୁଏ ସମସ୍ତ ପ୍ରକାର ଭେଦ ଭାବକୁ ଭୂଲି ସମସ୍ତଙ୍କୁ ଆଦୋରି ନେଇଛି ଏ ମାଟି। ଏ'ମାଟି ଦେଖିଛି ବାରିପଦା ରେ କାଳିମାର୍କେଟର କାଳିପୂଜା ।ସବୁଠୁ ପୁରୁଣା ବୋଲି କହନ୍ତି । ଆମେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟରେ ପାଠପଢୁଥାଉ। ନବେ ଦଶକର କଥା, ମସିହା ୧୯୯୦ ଆମେ କାଳିମାର୍କେଟ ଆଡେ ଖେଳଛୁଟି ରେ ଯାଉ। ବାରିପଦାର ଗୁଜୁରୀ ବଜାରରେ ଦୀପାବଳି ଉପଲକ୍ଷେ କାଳୀପୂଜା

ହୁଏ । କରାଳ ଦର୍ଶିନୀ ମା ମହାକାଳୀଙ୍କର ଗଭୀର ରାତ୍ରୀ ରେ ମୃଣ୍ମୟୀ ମୂର୍ତ୍ତୀ ରେ ସ୍ପୂଜା କରା ଯାଏ ଓ ପ୍ରତ୍ୟୁଷରେ ବିସର୍ଜନ କରି ଦିଆଯାଏ। ବଜାରର ମାରୱାଡ଼ି ବ୍ୟବସାୟୀମାନେ ଦୀପାବଳି ଉପଲକ୍ଷେ ଲକ୍ଷ୍ମୀପୂଜା ଓ ନୂଆ ଖାତା ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ ବାରିପଦା ହାଟ ନିକଟସ୍ଥ ଷ୍ଟେସନ ବଜାରରେ ବ୍ୟବସାୟୀମାନେ ମଧ୍ୟ କାଳୀ ପୂଜା ଆରମ୍ଭ କରିଥିଲେ ।

ନବେଦଶକ ବେଳକୁ ପ୍ରଶାନ୍ତ ଦତ୍ତ ଜୁଏଲାସ୍ସ ଛାତ ଉପରେ ସୁନ୍ଦର ସୁନ୍ଦର ଲାଇଟ୍ ର ସାଜସଜ୍ଜା ଆମେ ଦେଖିଛୁ ଓ ହୋଇଛୁ ବିମହିତ । ଜଣେ ମହିଳା ଏକ ଟିଉବେଲ କୁ ଜାକିଲା ବେଳେ ପାଣି ବାହାରିବା ର ଦୃଶ୍ୟ ।

ଆଲୋକ ଏବଂ ବିଜୁଳିର ଖେଳ। ବେଶ ଫୁଟିଉଠୁଥାଏ ଆମ କଳାର ଉତ୍କର୍ଷତା। ଆମ ଗଢିବାପଣ। ପରେ ଜାଣିଲୁ ବଜାରର ସେହି ରାସ୍ତାରେ ଅପେରା ଟେଣ୍ଟ ରେ ଅପେରା ହୁଏ । 

ରାତ୍ରି ର ଶେଷ ପ୍ରହର ପର୍ଯ୍ୟନ୍ତ ଚାଲେ ଅପେରା । ଯାହାକି ସାଧାରଣ ଦର୍ଶକଙ୍କ ଜୀବନକୁ ଉପଭୋଗ କରିବାର ଏକ ଭିନ୍ନସୁଖଦାୟକ ଅନୁଭବ ପ୍ରଦାନ କରିଥାଏ।କାଳିପୂଜାରେ ଅପେରା ଜନଜୀବନକୁ ସର୍ବଧିକ ଆକୃଷ୍ଟ କରିଥାଏ।ଅପେରା ଉପଭୋଗ କରିବା ପାଇଁ ,ଏକ ସ୍ଵତନ୍ତ୍ର ଅନୁଭବ ଦେଇଛି। ଦିନବେଳେ ଉପରକୁ ପରଦା ଗୁଡିକ ଉଠାଯାଇଥିବା ବେଳେ ରାତିରେ ବଜାର ରେ. ଲୋକ ଗହଳି କମିଯାଏ । ପ୍ରାୟ ୧୦ ଟା ବେଳକୁ।  

ପାଖରେ ପରିବା ମାର୍କେଟ ।ଲୋକମାନେ ପନି ପରିବା ନେଇ ପଳେଇଥାନ୍ତି । ଦୋକାନଗୁଡିକ ବନ୍ଦ ହେବା ଉପରେ । ଜନଗହଳି କମିଯାଇଥାଏ। ଆରମ୍ଭ ହୁଏ କାଳିମାର୍କେଟର ଅପେରା । ଆମ ବାପା ମାନେ ଆସନ୍ତି ଦେଖିବାକୁ।ରାତି ୧୦ଟା । ପୁଣି ବଜାରକୁ।

ଅସମ୍ଭବ । କିଏ ଆସିବ ? ପ୍ରଶ୍ନ ଉଠୁନି । ଆଉ ଗୋଟିଏ କଥା ମନେପଡେ କାଳିପୂଜାରେ ବାରିପଦା ରେ ଆରମ୍ଭ ହୋଇଯାଏ ନେପାଳି ମାର୍କେଟ୍। ଏବେକାର ତିବ୍ବତ ମାର୍କେଟ ଯାହା କି ଅନ୍ୟ ଏକ ଆକର୍ଷଣ।

ଶୀତର ଆଗମନ ହୁଏ ବାରିପଦାରେ। ବାରିପଦାରେ ପୁଣି ନେପାଳି ମାନେ ଏହି କାଳିପୂଜାଠାରୁ ସେମାନେ ତାଙ୍କର ବ୍ୟବସାୟ କୁ ଶୁଭଦେଇ ଆରମ୍ଭ କରନ୍ତି।ଶୁଭାରମ୍ଭରେ ଏକ ପତକା ଗାଡିଥାନ୍ତି। ତିବ୍ବତ୍ ମାର୍କେଟ ଲେଖାଥାଏ।

କିନ୍ତୁ ସମସ୍ତେ ନେପାଳି ମାର୍କେଟ କହିଥାନ୍ତି । ନେପାଳୀ ମାର୍କେଟ ଭାବେ ସର୍ବତ୍ର ପରିଚିତ।

ନେପାଳି ଝିଅମାନେ ଆସନ୍ତି ବାରିପଦା ଶୀତବସ୍ତ୍ର ନେଇ । 

ଶୀତଦିନିଆ ପୋଷାକରେ ଭର୍ତ୍ତି । ଶୀତ ଦିନ ପାଇଁ ପ୍ରସ୍ତୁତ ହୋଇ ଶୀତବସ୍ତ୍ର ବିକ୍ରୟ କରୁଥିବା ଷ୍ଟଲଗୁଡିକ ରେ ସ୍ୱିଟର, ଜ୍ୟାକେଟ୍, ମଫଲର୍, ଗ୍ଲୋଭସ୍, ଶାଲ, କମ୍ବଳ, ରେ ଗ୍ରାହକଙ୍କୁ ଆକର୍ଷିତ କରେ ଶୀତବସ୍ତ୍ର ରେ ରଙ୍ଗ ବୁଣେ ସ୍ବପ୍ନ ବୁଣେ ଓ ସ୍ବାଭିମାନ ବୁଣେ। 

ଯେଉଁଥିରେ ଥାଏ ବାରିପଦା କୁ ବ୍ୟାପିଯିବାର ଉଦାରପଣ।

ପୁଣି ଏକବର୍ଷ ପରେ ସେମାନଙ୍କୁ ଭେଟିହୁଏ।

କିଏ ଥାଏ......... କିଏ ଅବା ନଥାଏ......।

ଯେଉଁ ଜିନିଷ ସରିଯାଇ ଥାଏ କହନ୍ତି  "-ଖତମ ହୋଗୟା ବାବୁ "...ବୋଲିଏ । ଖଣ୍ଡି -ଖଣ୍ଡି ଓଡିଆ ।ଖଣ୍ଡି -ଖଣ୍ଡି ହିନ୍ଦୀ । ବେଳେବେଳେ ବାରିପଦିଆ ଭାଷା -କିଷ କହୁଛ , କିହେଲା, ନେବନି ଏହିଭଳି ହସିହସି କହନ୍ତି । ସେମାନେ ବାରିପଦାର ବିଭୋରପଣରେ ହଜ୍ଜିଯାନ୍ତି ମଜ୍ଜିଯାନ୍ତି ଖରାଦିନ ଆସିବା ପର୍ଯ୍ୟନ୍ତ। ଆସନ୍ତା କାଲି ଦୀପାବଳୀରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସମସ୍ତଙ୍କ ଜୀବନରେ ରେ ଝଲସି ଉଠୁ । ଆସନ୍ତୁ ଦୀପାବଳି ଓ କାଳୀପୂଜା ରେ ମୟୂରଭ୍ଞ୍ଜ ଓ ବାରିପଦାର ସେ ସମୟର ସୃତି ଆଉ ଇତିହାସ କୁ ସାଉଁଟିବା।



Rate this content
Log in

Similar oriya story from Action