ସ୍ୱପ୍ନ
ସ୍ୱପ୍ନ
ସେଦିନ ପଞ୍ଜାବରେ ୱାଘା ବର୍ଡରରେ ପ୍ୟାରେଡ ଦେଖିନପାରି, ଅବଶୋଷ ରହିଯାଇଥିଲା, ତ ଆଜି ପଞ୍ଚସ୍ତରୀ ସ୍ଵାଧୀନତା ଦିବସରେ ମନଭରି ପ୍ୟାରେଡ ଦେଖୁଥାଏ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଏତେ ପାଖରେ ଦେଖି ଦେହ ସାରା ଲୋମ ଟାଙ୍କୁରି ଯାଉଥାଏ।
ପ୍ୟାରେଡ ସରିଲା ପରେ ବିଜୟୀ ଗୋଷ୍ଠୀର ଯୁବକ ମାନଙ୍କୁ ରାଷ୍ଟ୍ରପତି ନିଜ ସ୍ଵହସ୍ତରେ ସମ୍ବର୍ଦ୍ଧନା ଦେଲାବେଳେ ସମ୍ବର୍ଦ୍ଧନା ଫଳକ ପ୍ରତ୍ୟେକ ଗ୍ରହଣ କଲେ କିନ୍ତୁ ସ୍ଥିରୀକୃତ ଅର୍ଥରାଶି ଗ୍ରହଣ ନକରି ରାଷ୍ଟ୍ରପତିଙ୍କ ଗୋଡ ତଳେ ପଡ଼ି କ୍ଷମା ମାଗି ଆଦିବାସୀ ଜନଜାତି ଯୁବକମାନେ ରାଷ୍ଟ୍ରପତିଙ୍କୁ ମାଆ ବୋଲି ସମ୍ବୋଧନ କରି ଆମକୁ ଆପଣଙ୍କଜୀବନଶୈଳୀରେ ଦୀକ୍ଷିତ କରି ଧାର୍ଯ୍ୟ ସାହାସ ଓ ଉତ୍ସାହ ଶିକ୍ଷା ପାଇବାକୁ ଆଶୀର୍ବାଦ କରନ୍ତୁ ମାତ। ଆମେ ଆପଣଙ୍କର ସେହି ଧର୍ଯ୍ୟଜୀବନ ଶୈଳୀ ପାଇବାକୁ ଚାହୁଁ। ନିଜଗୋଡରେ ନିଯେ ଠିଆ ହେବାକୁ ଚାହୁଁ। ସେତିକି ଆଶୀର୍ବାଦ କରନ୍ତୁ। ଯୁଗ ଥିଲା ସମାଜର ମୂଖ୍ୟ ସ୍ରୋତରେ, ଆମକୁ ସାମିଲ କରାଇବାକୁ, ଡକ୍ଟର ଆମ୍ବେଦକରଜୀ ଯାହା କରିଥିଲେ, ସେତେବେଳେ ସେସବୁ ଆବଶ୍ୟକତା ଥିଲା। ହେଲେ ଆଜି ଆମେ ସମସ୍ତଙ୍କ ସହ ସମକକ୍ଷ, ଦକ୍ଷ, ବରଂ ସେ ପଇସା ଅନାଥ ଆଶ୍ରମରେ ରହୁଥିବା ପିତୃ ମାତୃହୀନ ପିଲାଙ୍କୁ ଦିଆଯାଉ।
ଘନ ଘନ କରତାଳି ଓ ସାମରିକ ସମ୍ମାନ ଦିଆଯାଇଥିଲା ଆଦିବାସୀ ଜନଜାତି ଭାଇମାନଙ୍କୁ। ଆଉ ରାଷ୍ଟ୍ରପତିଙ୍କ ଆଖିରୁ ଗଡ଼ିଯାଉଥିଲା ଦୁଇ ଧାର ଅଶ୍ରୁ। ପିଲାମାନେ ତାଙ୍କଠୁ କୋଉ ଧର୍ଯ୍ୟ ସାହାସ ଶକ୍ତି ଶିଖିଛନ୍ତି, ସେମାନେ ଜାଣିଥିବେ, ହେଲେ ନିଜ ହକ ପାଇଁ ତିନିଦିନ ତିନିରାତି ଆଖିଆ ଆପିଆ, ନିଜ ହକ ଓ ନିଜ ନ୍ୟାୟ ଓ ସୁରକ୍ଷା ପାଇଁ, ତହସିଲ ଅଫିସରେ ପଡ଼ିରହି ଅପେକ୍ଷା କରିବାର ଧର୍ଯ୍ୟ ମନେ ପଡ଼ୁଥିଲା ତାଙ୍କ ସଂଘର୍ଷ କାହାଣୀ। ମୋ ପାହାନ୍ତି ନିଦ ଚଟ କରି ଭାଙ୍ଗିଯାଇଥିଲା। ପାହାନ୍ତି ପହର ସ୍ୱପ୍ନ ସତ ହୁଏ କହନ୍ତି। ମୋ ସ୍ବପ୍ନ ବୋଧେ ସତ ହେବାକୁ ବେଶି ଡେରି ନୁହେଁ ବୋଲି ଭାବୁଥିଲି।
