ABADHOOT PANDA

Classics Inspirational

3  

ABADHOOT PANDA

Classics Inspirational

ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟତା

ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟତା

5 mins
205



ଆମର ଜନ୍ମଭୂମି ଭାରତ ବର୍ଷ ଅର୍ଥାତ ଉପମହାଦେଶ l କିନ୍ତୁ ବର୍ତ୍ତମାନ ଆମ ମାତୃଭୂମିକୁ ଉପମହାଦେଶ ବୋଲି ସମ୍ବୋଧନ କରିବା ହୁଏତ ଭୁଲ ହେଇପାରେ l କାରଣ ଏହା ଖଣ୍ଡିତ l ଇଂରେଜ ଶାସନ କାଳରେ ଅର୍ଥାତ ସ୍ୱାଧୀନତା ଲାଭ ପୂର୍ବେ ଅଖଣ୍ଡ ଭାରତ ଭାବେ ସର୍ବ ବିଦିତ ଥିଲା l ଅମର ପୂର୍ବ ପୁରୁଷମାନଙ୍କ ଛାତି ଗର୍ବରେ ଫାଟି ପଡ଼ୁଥିଲା ସେମାନେ ଯେତେବେଳେ ଭାବୁଥିଲେ ଯେ ସେମାନେ ଉପମହାଦେଶ ଓରଫ ଭାରତ ମାତାଙ୍କ ସନ୍ତାନ l ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ସେମାନଙ୍କର ଭବିଷ୍ୟତ ବଂଶଧରଗଣ ସ୍ୱାଧୀନତାର ସ୍ୱାଦ ଅନୁଭବ କରି ବିଖଣ୍ଡିତ ଭାରତମାତାଙ୍କ ସନ୍ତାନ ଭାବେ ନିଜ ନିଜର ପରିଚୟ ଦେବେ l ଆଉ ଭ୍ରଷ୍ଟାଚାର ଦୁର୍ନୀତି ବ୍ୟଭିଚାରର କାଳିମା ରଙ୍ଗରେ ହୋରି ଖେଳିବେ l ସେମାନେ ଜାଣି ନଥିଲେ ଯେ ବାପୁଜୀଙ୍କ ପରି ଅହିଂସା ପୂଜାରୀ ଦିନେ ଆତତାୟୀର ବନ୍ଧୁକ ଗୁଳିରେ ଆତ୍ମୋତ୍ସର୍ଗ କରିବେ l ସେମାନେ ଜାଣି ନଥିଲେ ଯେ ଜିନ୍ଦା ପୀର ଆଉରଙ୍ଗଜେବ ଖଣ୍ଡାଧାର ବଳରେ ଧର୍ମାନ୍ତରକରଣ ହୋଇଥିବା ଅସଂଖ୍ୟ ହିନ୍ଦୁଗଣ ନିଜ ମାତୃଭୂମି ପରିତ୍ୟାଗ କରି ପାକିସ୍ଥାନ ପଳାୟନ କରିବେ ଏକ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରିବା, ନିଜର ଧର୍ମ ବିଶ୍ୱାସକୁ ମଜବୁତ କରି ଏକ ସୁକେନ୍ଦ୍ରିକ ବସତି ସ୍ଥାପନ କରିବା ଅଭିପ୍ରାୟରେ l


ଅମର ପୂର୍ବ ପୁରୁଷ ସଚ୍ଚୋଟ ଏବଂ ନ୍ୟାୟ ପରାୟଣ l ସେମାନଙ୍କ ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ l ତାଙ୍କର ରାମଧୂନ ଗାନ ସେମାନଙ୍କୁ ପ୍ରଭାବିତ କରିଥିଲା l ସେମାନେ ଅର୍ଥାତ ଆମର ପୂର୍ବଜଗଣଙ୍କ ଗଭୀର ଦୂରଦୃଷ୍ଟି ତଥା ମହାତ୍ମାଜୀଙ୍କ ଦୁରଦୃଷ୍ଟି ପରସ୍ପର ଅନୁପୂରକ ଥିଲା l ଭଗବାନ ଶ୍ରୀରାମଙ୍କ ନାମ କୀର୍ତ୍ତନକୁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରି ପରମ ଶ୍ରୀରାମଭକ୍ତ ପାବନୀ ମହାରାଜାଙ୍କୁ ସନ୍ତୁଷ୍ଟ କରି ତାଙ୍କର ବାହୁ ଛାୟାରେ ଫିରିଙ୍ଗି ସଂସ୍କୃତିକୁ ଦୂରୀଭୂତ କରି ଭବିଷ୍ୟତରେ ଏକ ଆଦର୍ଶ ଯୁକ୍ତ ରାମରାଜ୍ୟ ସ୍ଥାପନ କରଣାର୍ଥେ ଉପମହାଦେଶ ଭାରତ ବର୍ଷର ପବିତ୍ର ମାଟି ଉପରେ ମହାତ୍ମାଜୀଙ୍କ ମହାନ ଉଦ୍ଦେଶ୍ୟ ଥିଲା l କାହିଁକି ନା ବାପୁଜୀ ଜଣେ ବୈଶ୍ୟ ପରିବାରର ସଦସ୍ୟ l ଆମର ପ୍ରାଚୀନ ଦେଶଜ ପରମ୍ପରା ବୈଶ୍ୟ ପରିବାରର ସୁକେନ୍ଦ୍ରିକ ଚଳଣି ସର୍ବୋତ୍କୃଷ୍ଟ ବୋଲି ଆମର ନୀତିବାନ ପୂର୍ବ ପୁରୁଷଙ୍କୁ ସମ୍ପୂର୍ଣ୍ଣ ଭାବେ ଜ୍ଞାତ ଥିଲା l ଆଉ ବି ସେମାନଙ୍କ ଧର୍ମ ବିଶ୍ୱାସର ଉତ୍ସ ଆଶାତୀତ ଶକ୍ତିଶାଳୀ l ପ୍ରତ୍ୟହ ସାୟଂ କାଳରେ ବାପୁଜୀଙ୍କ ରାମ ଧୂନ ଓ ଅନେକ ଅନୁଗାମୀଙ୍କ ଭକ୍ତି ପୁତ ସ୍ୱରରେ ବିରଳା ଭବନ ପ୍ରକମ୍ପିତ ହୋଇ ଉଠୁଥିଲା l ନିଜ ମାତୃ ଭୂମି ପାଇଁ ଆମରଣ ଅନଶନ ତାଙ୍କର ପ୍ରଧାନ ଅହିଂସା ଅସ୍ତ୍ର l ନବ ସ୍ୱାଧୀନତା ପ୍ରାପ୍ତ ଭାରତୀୟମାନଙ୍କ ଆଦର୍ଶମୟ ଜୀବନ ନିର୍ବାହ କିପରି କରିପାରିବେ ସେଥିପାଇଁ ସେ ସର୍ବଦା ଉଦ୍ୟମ ଶୀଳ ଥିଲେ l ତାଙ୍କର ମହାପୁରୁଷତ୍ୱ ରାଜ ନୀତିର ଆଦୌ ପକ୍ଷପାତୀ ନଥିଲା ବରଂ ସେ ସେଥିରୁ ଓହରି ଯାଇ ନିଜର ସାବରମତୀ ଆଶ୍ରାମରେ ଅବଶିଷ୍ଟ ଜୀବନକାଳ ଅହିଂସା ଧର୍ମ ପାଳନ କରି ନିରାଡମ୍ବର ଭାବେ ବଞ୍ଚି ରହିବାକୁ ସେ ବୋଧହୁଏ ପସନ୍ଦ କରୁଥିଲେ l ରାମଧୂନ କୀର୍ତ୍ତନ ନିଜେ କରି ନାମ କୀର୍ତ୍ତନର ମହିମା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସ୍ୱାଧୀନ ଭାରତର ନାଗରିକମାନଙ୍କୁ ଉଦବୁଦ୍ଧ କରିବା ମହାତ୍ମାଜୀଙ୍କର ବିବେକ ଅନୁମୋଦିତ ଥିଲା l


ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର l ତାଙ୍କର ରାମ ରାକ୍ୟ ଗଠନର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲ l ତାଙ୍କର ଅଭିପ୍ସା ମଣ୍ଡିତ ପବିତ୍ର ସ୍ବପ୍ନ ସାକାର ରୂପ ଧାରଣ କରି ପାରିଲାନି l ଯେହେତୁ ବାପୁଜୀଙ୍କୁ ତତ୍କାଳୀନ କତିପୟ ରାଜନୈତିକ ନେତା ନିଜର ସ୍ୱାର୍ଥ ପ୍ରଣୋଦିତ କ୍ଷମତା ହାସଲ କରିବା ନିମିତ୍ତ ଢାଲ ପରି ବ୍ୟବହାର କରିଥିଲେ l ଯେଉଁ ଅଭିସନ୍ଧି ସେ ଜାଣି ପାରିଲେନି l ପୁନଶ୍ଚ ମହାତ୍ମାଜୀ ଦେଶ ଭଙ୍ଗା ରାଜନୀତିରେ ପଦାର୍ପଣ କରି ଥିଲେ l ଜାତିଆଣ ପ୍ରଥାର ପକ୍ଷପାତୀ ଜନତା ଗାନ୍ଧିଜୀଙ୍କ ମହାନ ଆତ୍ମାକୁ ଚିହ୍ନି ପାରିଲେ ନାହିଁ l ସେ ସମଗ୍ର ଭାରତ ବାସୀଙ୍କୁ ଏକ ପରିବାରର ସଦସ୍ୟ ରୂପେ ଭାବୁଥିଲେ l କାରଣ ସକଳ ଘଟରେ ସେ ଅନ୍ତର୍ଯ୍ୟାମୀ ନାରାୟଣଙ୍କ ଅସ୍ତିତ୍ୱକୁ ଉପଲବ୍ଧି କରି ପାରୁଥିଲେ l ତଥାପି ଉଦାର ହୃଦୟ ଯୁକ୍ତ ମାନବ ପ୍ରେମୀ ଭାରତୀୟ ଜନତା ତାଙ୍କୁ ବେଶ ଉତ୍ତମ ଭାବେ ଚିହ୍ନି ପାରିଥିଲେ ଏବଂ ଶାନ୍ତି ପ୍ରତିଷ୍ଠା ପୂର୍ବକ ରାମ ରାଜ୍ୟ ଗଠନ ନିମିତ୍ତ ମହାତ୍ମାଜୀଙ୍କୁ ଯଥା ସାଧ୍ୟ ସହଯୋଗ କରିଥିଲେ l ହୁଏତ ଏଠାରେ ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ ମହାତ୍ମାଜୀ ଅକାଳ ମୃତ୍ୟୁ କାହିଁକି ବରଣ କଲେ? ନାଥୁରାମ ଜଣେ ଆଦର୍ଶବାଦୀ ବ୍ୟକ୍ତି ହୋଇ କାହିଁକି ତାଙ୍କୁ ଗୁଳି କଲେ? ଏସବୁର ଉତ୍ତର ପାଇବା ସହଜ ସାଧ୍ୟ ନୁହେଁ l ସାମ୍ପ୍ରତିକ ପରିସ୍ଥିତିର ଘନତ୍ଵ ହେତୁ ଅନେକ ମହାତ୍ମା ଗାନ୍ଧୀଙ୍କ ସଦୃଶ ଜଣେ ବିଶ୍ୱ ପ୍ରସିଦ୍ଧ ମହାପୁରୁଷଙ୍କ କାର୍ଯ୍ୟ କଳାପଗୁଡ଼ିକୁ ଜଣେ ସମାଲୋଚକ ଦୃଷ୍ଟିକୋଣରେ ଦେଖିବାକୁ ସମିଚୀନ ମନେ କରୁଛନ୍ତି ଯେଉଁ ସ୍ଥଳରେ ଜଣେ ମହାପୁରୁଷଙ୍କୁ ସମାଲୋଚନା କରି ତାଙ୍କ ଦୋଷ ଦର୍ଶନ କରିବା ଏକ ମନୁଷ୍ୟୋଚିତ ବ୍ୟବହାର ନୁହେଁ l ଅପର ପକ୍ଷେ ଯଦି ଜଣେ ମହାପୁରୁଷଙ୍କ କର୍ମ ଦେଶ ଜାତି ପାଇଁ ପ୍ରତିକୂଳ ହୁଏ ସେପରି କ୍ଷେତ୍ରରେ ନିଶ୍ଚିତ ରୂପେ ବାଧ୍ୟ ବାଧକତାରେ ସମାଲୋଚନା କରିବାକୁ ପଡ଼ିବ l ଯଥା: -------------------


ମହାତ୍ମାଜୀଙ୍କ ସ୍ୱାଧୀନତା ଆନ୍ଦୋଳନ କର୍ମ ଧାରା ମଧ୍ୟରେ କେତେକ ବୁଝା ମଣା ତ୍ରୁଟି ବୋଧହୁଏ ରହିଥିଲା l ଶତାଧିକ ବର୍ଷର ଶାସନ କାଳରେ ଇଂରେଜ ଶାସକ ଗୋଷ୍ଠୀ ଭାରତୀୟ ନାଗରିକଙ୍କ ମାନସିକତା, ଚାଲି ଚଳନ, ନୀତି, ପରମ୍ପରା ଇତ୍ୟାଦି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ତଦନୁଯାୟୀ ଶାସନ ନୀତି ଖସଡ଼ା ପ୍ରସ୍ତୁତ କରିଥିଲେ l ହଠାତ ନିଜ ହାତକୁ ଶାସନ ଦାୟିତ୍ୱ ନେଇ ସମ୍ବିଧାନକୁ ବଦଳଳାଇବା କଷ୍ଟସାଧ୍ୟ l ତେଣୁ ପ୍ରଥମ ଗୋଲ ଟେବୁଲ ବୈଠକରେ ତତ୍କାଳୀନ ଇଂରେଜ କୁତନୀତିଜ୍ଞ ଚିର୍ଚିଲ ଗାନ୍ଧିଜୀଙ୍କୁ ପରାମର୍ଶ ଦେଇଥିଲେ : ଆମେ ତ ଆପଣଙ୍କ ଦେଶକୁ ଶତାଧିକ ବର୍ଷ ଶାସନ କଲୁ l ଆମେ ହଠାତ ଶାସନ ଦାୟିତ୍ୱ ଆପଣଙ୍କୁ ଦେଲେ ସର୍ବ ସାଧାରଣ ଜନତା ନିଶ୍ଚୟ ଅସୁବିଧା ଭୋଗିବେ l କାରଣ ଆପଣଙ୍କ ଦେଶରେ ଗରିବମାନଙ୍କ ସଂଖ୍ୟା ଧନୀମାନଙ୍କ ସଂଖ୍ୟାରୁ ମାତ୍ରାଧିକ l ଜମିଦାର, ରାଜା କିମ୍ବା ସବର୍ଣ୍ଣ ବ୍ୟକ୍ତିଗଣ, ନିମ୍ନ ଜାତିର ଲୋକମାନଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି l ଜଣେ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠା ଆପଣଙ୍କ ଦେଶରେ ଜାତି ଅନୁଯାୟୀ ନିର୍ଦ୍ଧାରିତ ହୁଏ l ବହୁତ କିଛି ଚାରିତ୍ରିକ ବା ସ୍ଵଭାଵ ଗତ ଆବର୍ଜନା ଆପଣଙ୍କ ଦେଶବାସୀଙ୍କ ପାରସ୍ପାରିକ ମାନସପଟ୍ଟରେ ପରିପୂର୍ଣ୍ଣ l ଘୁଣ୍ୟ ଜାତିଆଣ ଭାବ ଏବଂ ନିଜ ନିଜ ମଧ୍ୟରେ ଏକତା ହୀନତା ଅତୀତରେ ଅନେକ ବିଦେଶୀ ଶାସକଙ୍କୁ ଆପଣଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରିବାକୁ ପ୍ରଶୟ ଦେଇ ଆସିଛନ୍ତି ଯାହାର ଜ୍ୱଳନ୍ତ ଉଦାହରଣ ଭାରତୀୟ ଇତିହାସରେ ଦେଖିବାକୁ ମିଳେ l ଆମେ ଭାରତୀୟ ମାନଙ୍କ ଉକ୍ତ ଦୁର୍ବଳତାର ସୁଯୋଗ ନେଇ ଯାହା କିଛି କରିଛୁ l ବର୍ତ୍ତମାନ ଆପଣ ସ୍ୱାଧୀନତା ପାଇଁ ଜିଦ୍ଦି କରୁଛନ୍ତି l ଯଦିବା ଆମେ ଆପଣଙ୍କୁ ସ୍ୱାଧୀନତା ଦେଇ ଦେବୁ,ଆପଣଙ୍କ ଦେଶବାସୀ ଙ୍କ ଜୀବନ ସୁଖ ଶାନ୍ତିରେ କଟିବ ବୋଲି କୋଉଠି ଗ୍ୟାରେଣ୍ଟି ଅଛି? କାହିଁକିନା ଢୋଲ ଭିତରେ ମୂଷା ଅଛନ୍ତି l ଆପଣ ସିନା ମହାପୁରୁଷ ସମସ୍ତେ କଣ ସେଇୟା l ଯାହାକୁ ଆପଣ ସରଳ ବିଶ୍ୱାସ କରୁଛନ୍ତି,ସେହି ବ୍ୟକ୍ତି ଆନ୍ତରିକ ସେଇୟା ନୁହନ୍ତି l ଗଣତନ୍ତ୍ର ଶାସନକୁ ବୁଝି ସେହି ଅନୁଯାୟୀ ବଞ୍ଚିବା ଭବିଷ୍ୟତରେ ସାଧାରଣ ମଳି ମୁଣ୍ଡିଆ ଲୋକମାନଙ୍କ ପକ୍ଷରେ ପ୍ରାଣାନ୍ତକ ହୋଇପାରେ l ଶାସନମାନେ ସମଗ୍ର ନାଗରିକଙ୍କୁ ସମାନ ସୁବିଧା ଦେଇ ଶାସନ କରିବା l ତାହାହେଲେ ଦେଶ ଶୃଙ୍ଖଳିତ ହୋଇପାରିବ l ଏତେ ବର୍ଷ ଅପେକ୍ଷା କଲେଣି ଆଉ କିଛି ବର୍ଷ ଅପେକ୍ଷା କରନ୍ତୁ l ଆମେ ଯାଚିକି ଆପଣଙ୍କୁ ଆପଣଙ୍କ ଦେଶ ଫେରାଇ ଦେବୁ l: -କିନ୍ତୁ ମହାତ୍ମାଜୀ ସ୍ବର୍ଗତ ଚର୍ଚ୍ଚିଲ ମହାଶୟଙ୍କ ପରାମର୍ଶକୁ ବିଚାର ନକରି କେବଳ ଭାରତର ସ୍ୱାଧୀନତା ପାଇଁ ପ୍ରସ୍ତାବ ଦେଲେ l ତର୍କ ବିତର୍କ ମଧ୍ୟରେ ସ୍ୱାଧୀନତା ପ୍ରସ୍ତାବ ସମ୍ବନ୍ଧିୟ କର୍ମସୂଚୀ ସ୍ଥଗିତ ରଖି ବୈଠକ ଶେଷ କରାଗଲା l


ପୁଣି 1931 ମସିହା ସେପ୍ଟେମ୍ବର ମାସରେ ଦ୍ଵିତୀୟ ଗୋଲ ଟେବୁଲ ବୈଠକ ଆରମ୍ଭ ହେଲା ଏବଂ ଚର୍ଚ୍ଚିଲ ଓଗେର ଭାରତୀୟ ସର୍ବ ସାଧାରଣ ଜନତାଙ୍କ ହିତାକାଂକ୍ଷୀ ଇଂରେଜ ମନୀଷୀଗଣ ଗାନ୍ଧିଜୀଙ୍କୁ ବହୁତ ବୁଝାଇଲା ପରେ ସୁଦ୍ଧା ମହାତ୍ମାଜୀ ତାଙ୍କର ଲକ୍ଷ ପଥରୁ ବିଚ୍ୟୁତ ହେଲେ ନାହିଁ - ଆମର ସ୍ୱାଧୀନତା ନିହାତି ଆବଶ୍ୟକ l ସ୍ୱାଧୀନତା ଆମର ଜନ୍ମଗତ ଅଧିକାର - ଅତି ଶୀଘ୍ର ଆମ ହାତକୁ ଭାରତ ଶାସନର ଦାୟିତ୍ୱ ହସ୍ତାନ୍ତର କରନ୍ତୁ - ମହାତ୍ମା ଗାନ୍ଧୀଙ୍କର ଉକ୍ତି ସାରା ବିଶ୍ୱରେ ଗୁଞ୍ଜରିତ ହେଲା l କ୍ରମାନ୍ୱୟ ସ୍ୱାଧୀନତା ସଂଗ୍ରାମ ଯଥା ଦେଶ ଭିତରେ ଗାନ୍ଧିଜୀଙ୍କ ଅହିଂସା ଏବଂ ଦେଶ ବାହାରେ ନେତାଜୀଙ୍କ ହିଂସା ଆନ୍ଦୋଳନର ଚାପା ଫଳରେ ଇଂରେଜ ସରକାର ବାଧ୍ୟ ହୋଇ ଦେଶ ଛାଡ଼ିଲେ l ନିଜ ଆନ୍ତରିକ ଇଚ୍ଛାରେ ପ୍ରଦାନ ଏବଂ ନିଜ ଇଚ୍ଛା ବିରୁଦ୍ଧରେ ବାଧ୍ୟତା ମୂଳକ ପ୍ରଦାନ ମଧ୍ୟରେ ଆକାଶ ପାତାଳ ପ୍ରଭେଦ l ନେହୁରୁଜୀ ପ୍ରଥମ ପ୍ରଧାନ ମନ୍ତ୍ରୀ ପଦ ପାଇଲେ ଯିଏକି ଜଣେ ବିଳାସୀ, କ୍ଷମତା ପ୍ରିୟ, ଉଚ୍ଚ ଶିକ୍ଷିତ, ଉଚ୍ଚାଭିଳାଷୀ ଓ ଇଂରେଜପ୍ରେମୀ ବ୍ୟକ୍ତି l ତାଙ୍କର ଉକ୍ତ ଅବଗୁଣ ଓ ମହାତ୍ମାଜୀଙ୍କ ନେହେରୁଙ୍କ ପ୍ରତି ଅତିଶୟ ଆସ୍ଥା ଓ ବିଶ୍ୱାସ ଆଜି ସପ୍ତ ଦଶନ୍ଧି ବିତିଗଲେ ସୁଦ୍ଧା ସ୍ୱାଧୀନ ଭାରତର କୋଟି କୋଟି ଜନତାଙ୍କ ପ୍ରାଣରେ ଅଶାନ୍ତି ସୃଷ୍ଟି କରି ଚାଲିଛି l ପରିଣାମ ସ୍ବରୁପେ ନାରୀ ଧର୍ଷଣ, ନାବାଳିକା ବଳାତ୍କାର, ଭ୍ରଷ୍ଟାଚାର, ଦୁର୍ନୀତି, ପାରିବାରିକ ଅଶାନ୍ତି,ସାମ୍ପ୍ରଦାୟିକ ହିଂସା କାଣ୍ଡ ଇତ୍ୟାଦି ଆସୁରିକ ଗୁଣ ଗୁଡ଼ିକ ଆର୍ଯ୍ୟଭୁମିର ଦେବପ୍ରତିମ ନାଗରିକମାନଙ୍କ ମନ ପ୍ରାଣକୁ ଦୂଷିତ କରି ଚାଲିଛି ଅଦ୍ୟାବଧି l ଆର୍ଯ୍ୟ ଭୂମି କେବଳ ନାମକୁ ମାତ୍ର, କର୍ମରେ ନୁହେଁ l ବାହାରକୁ ଆର୍ଯ୍ୟ ସଂସ୍କୃତି ସମ୍ପନ୍ନ ପ୍ରଦର୍ଶିତ କରୁଥିବା ଜଣେ ଖାଣ୍ଟି ଭାରତୀୟ ଭିତରେ ଭିତରେ ସୁଯୋଗ ଉଣ୍ଡି ଜଣେ ଅବଳା ଯୁବତୀ କିମ୍ବା ନାବାଳିକାକୁ ବଳାତ୍କାର କରିବା ନମିତ୍ତ ପଛଘୁଞ୍ଚା ଦେଉ ନାହାନ୍ତି l ମୁଖମେ ରାମ ରାମ ବଗଲମେ ଛୁରୀ ନୀତିରେ ସାମ୍ପ୍ରତିକ ଭରାତଭୂମି ପରିଚାଳିତ l ଲୋକ ଦେଖାଣିଆ ସମ୍ବୋଧନ " ମାତା ସୀତା " ଆଉ ଘର ଭିତରେ ସମ୍ବୋଧନ " ହି ବେବି " l ବର୍ତ୍ତମାନ ଭାରତୀୟ ନାରୀଙ୍କ ଆଉ ସତୀତ୍ୱ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ l ପ୍ରତ୍ୟେକ ଭାରତୀୟ ଜାଣିବା ଦରକାର କୌଣସି ଭାରତୀୟ ନାରୀ ନିଜ ସ୍ଵଇଛାରେ ନିଜର ଇଜ୍ଜତ କୌଣସି ପୁରୁଷକୁ କେବେବି ଟେକି ଦେଇ ପାରିବେ ନାହିଁ l ଏହା ସ୍ୱତଃ ସିଦ୍ଧ l ପରିସ୍ଥିତିର ପ୍ରତିକୂଲ୍ୟତାରେ ନାରୀ ସମାଜ ଆଜି ଜର୍ଜରିତ l ସୁଧାରିବାକୁ ଉପଯୁକ୍ତ ଶକ୍ତିଶାଳୀ ପୁଙ୍ଗବ ଲୋଡ଼ା l ବାଳିକା ଅବସ୍ଥାରୁ ପ୍ରତ୍ୟେକ ଅବିଭାବକ ବା ପିତା ମାତା ନିଜ ନିଜର କନ୍ୟା ସନ୍ତାନଙ୍କୁ ସାମରିକ କୌଶଳ ଶିକ୍ଷା ପାଇଁ ଉଚିତ ପ୍ରେରଣା ଦେବା ନିତାନ୍ତ ଆବଶ୍ୟକ l କନ୍ୟା ଓ ପୁତ୍ରଙ୍କୁ ସମ ଦୃଷ୍ଟିରେ ଦେଖିବା ସ୍ୱାଧୀନ ଭାରତର ସମସ୍ତ ବିବେକବାନ ପୁରୁଷ ଓ ବିବେକବତୀ ନାରୀଙ୍କ ଅଧୁନା ପରମ କର୍ତ୍ତବ୍ୟ l 

ପ୍ରକୃତ ସ୍ୱାଧୀନତାର ମହାତ୍ମ୍ୟ କଣ ସମ୍ପୂର୍ଣ୍ଣ ରୂପେ ଭାରତବାସୀ ଏପର୍ଯ୍ୟନ୍ତ ଜାଣି ସୁଦ୍ଧା ପାରିନାହାନ୍ତି l ଯେତେବେଳେ ସାମ୍ପ୍ରତିକ ଯୁବପିଢ଼ି ପୂର୍ବାପର ସଙ୍ଗତି ସହ ପରାଧୀନ ଭାରତ ଓ ସ୍ୱାଧୀନ ଭାରତର ସରଳାର୍ଥ ଲେଖି ଦେଶବାସୀଙ୍କ ହିତମୂଳକ କର୍ମରେ ଲଗାଇ ପାରିବେ ଏବଂ ଭାରତୀୟ ଗୃହିଣୀ, କର୍ମଜୀବୀ ମହିଳା ଗୋଷ୍ଠୀ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ବାଚ୍ଛନ୍ଦ୍ୟରେ, ବିନା ଆଶଙ୍କାରେ, ସମ୍ମାନ ସହକାରେ ଜନପଦରେ ନିର୍ଭୟରେ ବିଚରଣ କରିପାରିବେ ସେତେବେଳେ ଯାଇଁ ସମସ୍ତ ବରିଷ୍ଠ ନାଗରିକବୃନ୍ଦ ସ୍ବର୍ଗତ ଜବାହରଲାଲ ନେହେରୁ, ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଭୂରୀ ଭୂରୀ ପ୍ରଶଂସା କରି ସେମାନଙ୍କ ତ୍ୟାଗକୁ ଯଥାର୍ଥ ମହତ୍ତ୍ୱ ପ୍ରଦାନ କରିବେ l ସ୍ୱାଧୀନତା ମାନେ ସ୍ବେଛାଚାରିତା, ସ୍ୱାର୍ଥପରତା, ପୁରୁଷ ପ୍ରାଧାନ୍ୟତା,ସ୍ବଦେଶୀ ଭାଇ ବନ୍ଧୁ କୁଟୁମ୍ବଙ୍କ ମଧ୍ୟରେ ଶତ୍ରୁତା ଆଚରଣ, ପରଶ୍ରୀକାତରତା, ନାରୀ ବଳାତ୍କାର, ଉତ୍କୋଚ ଗ୍ରହଣ, ନିରୀହ ଆଦିବାସୀଙ୍କୁ ଶୋଷଣ, ଅରଣ୍ୟ ନଷ୍ଟୀକରଣ,ଅର୍ଥ ଲୋଭରେ ଅରଣ୍ୟ ସମ୍ପଦ ଆତ୍ମସାତକରଣ ଆଦୌ ନୁହେଁ l ପ୍ରତବର୍ଷ ଅଗଷ୍ଟ ପନ୍ଦର ସମସ୍ତ ଭାରତ ବାସୀଙ୍କୁ ଏକ ନୂତନ ଉଦ୍ଦୀପନା ସହ ନବଜୀବନ ଗଠନ ନିମିତ୍ତ ପ୍ରେରଣା ଯୋଗାଏ l 2021 ମସିହାର ସ୍ୱାଧୀନତା ଦିବସ ପାଖେଇ ଆସୁଛି l ଉକ୍ତ ପବିତ୍ର ଦିବସ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପ୍ରାଣରେ ସ୍ଵଦେଶ ପ୍ରେମ ଭରି ସାମ୍ପ୍ରତିକ ଶାସନ ପଦ୍ଧତି ପରିବର୍ତ୍ତନ କାରୀ ଅନୁକୂଳ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନିମନ୍ତେ ଉତ୍ସାହ ଭରି ଦେଉ l ନାରୀ ଜାଗରଣର ମହତ୍ତ୍ୱ ରହୁ l ବିଶେଷତଃ ସ୍ଵଦେଶପ୍ରେମୀ ଶିକ୍ଷିତ ଓ ଅଶିକ୍ଷିତ ଯୁବ ସମ୍ପ୍ରଦାୟଙ୍କ ସକ୍ରିୟ ଭୂମିକା ଓ ସକାରାତ୍ମକ ଚିନ୍ତାଧାରା ଭାରତ ବର୍ଷରେ ଆମୂଳଚୂଳ ଶାସନ ସଂସ୍କାର ସାଧନ କରିବା ନିମିତ୍ତ ନିତ୍ୟାନ୍ତ ଆବଶ୍ୟକ l ଅପର ପକ୍ଷରେ ଜଣେ ଶିକ୍ଷିତା ନାରୀ ଜଣେ ଅଶିକ୍ଷିତା ନାରୀକୁ ଭଲ ବାଟକୁ ଆଣିବାଳୁ ପ୍ରାଣ ପଣେ ଉଦ୍ୟମ ରତା ହେବା ସର୍ବାଦୌ ବାଂଛନୀୟ l ଜୟ ହିନ୍ଦ l ବନ୍ଦେ ଭାରତ ଜନନୀ l ଜୟ ଜଗନ୍ନାଥ l

                 ======*======

       


Rate this content
Log in

Similar oriya story from Classics