The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lipi Sahoo

Comedy Drama Inspirational

4.7  

Lipi Sahoo

Comedy Drama Inspirational

ରୋଷଶାଳ ରୁ ରାଜନୀତି

ରୋଷଶାଳ ରୁ ରାଜନୀତି

6 mins
50


ବିଖ୍ୟାତ ଓଡ଼ିଶାରାଜ୍ୟର ଏକ ଅଖ୍ୟାତ ପଲ୍ଲୀ ଶୁଖୂଆପୋଡା । ଦେଢ ଶହ ପରିବାର ବିଶିଷ୍ଠ ଛୋଟିଆ ଗାଁ ଟିଏ। ଖୁବ୍ ଶାନ୍ତ ପରିବେଶ । ସେଇ ଗାଁର ଚୋପାଛଡା ବାବୁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ଗାଁରେ ଓ ପାଖାପାଖି ଅଞ୍ଚଳରେ ତାଙ୍କ ନାଁ ଡାକ ଅଛି । ପତ୍ନୀ , ଦୁଇପୁଅ , ଦୁଇବୋହୁ ଓ ତିନି ନାତିନାତୁଣୀ ଙ୍କୁ ନେଇ ମୋଟାମୋଟି ଏକ ସୁଖୀ ପରିବାର । ଦେଖିବାକୁ ଗଲେ ନବୀନ ପ୍ରୌଢ଼ ବୟସ । ପତ୍ନୀଙ୍କ ନାମରଙ୍ଗେଇ ଦେଈ । ହେଲେ ଗାଁରେ ସେରହାବାଳି ନାନୀ ନାମରେ ପ୍ରଖ୍ୟାତ । ନାଇ ନାଇ ଆପଣ ମାନେ ଓଲଟା ଭାବନ୍ତୁ ନାହିଁ । ସେ ମାଇପି ହିସାବରେ ଖୁବ୍ ଭଲ ହେଲେ ତାଙ୍କ ପିଟି ଟା ଖୁବ୍ ବଡ । ସେ କଥା କହିଲେ ଚାରିଟା ଘରର ଲୋକ ଶୁଣିବେ । ପାଠ କହିଲେ ଖୁବ୍ ଯୋର ସପ୍ତମ ଅଷ୍ଟମ ଶ୍ରେଣୀ । ହେଲେ ‌ସେ ଖୁବ୍ ମେଳାପି ଆଉ ତାଙ୍କ ହୃଦୟ ବହୁତ ବଡ଼ । ସମସ୍ତଙ୍କ ସୁଖଦୁଃଖରେ ଆଗ ତାଙ୍କୁ ଖୋଜା ପଡେ ଆଉ ସେ ବି ନିଜେ ଯାଇ ଆଗ ଠିଆ ହୁଅନ୍ତି । କଥା ସିନା ଠସ୍ ଠସ୍ କହିବେ ହେଲେ ଭିତରେ ସମସ୍ତଙ୍କ ପ୍ରତି ଭରପୂର ସ୍ନେହ ଥାଏ । ତାଙ୍କର ପାଟି ଆଉ ଭଲପଣିଆ ପାଇଁ ଗାଁରେ ସମସ୍ତେ ଊଣା ଅଧିକେ ଡରନ୍ତି ବି ମାନନ୍ତି ବି । ଚୋପାଛଡା ବାବୁ କଣ୍ଟାକଟ୍ରି କାମ କରୁଥିଲେ । ଏବେ ସେ କଥା ଦୁଇ ପୁଅ ବୁଝନ୍ତି । ଘରେ ଏପର୍ଯ୍ୟନ୍ତ ଗୋଟିଏ ହାଣ୍ଡି ଚାଲିଛି କହିବା ତାତ୍ପର୍ଯ୍ୟ ସମସ୍ତେ ମିଳିମିଶି ଚାଳନ୍ତି । ସେ କଳାରେରଙ୍ଗେଇ ନାନୀ ଖୁବ୍ ଧୁରନ୍ଧର । ଖାଲି କ'ଣ ସେତିକି ?? ବାରଟା ବାଜିଲେ ତାଙ୍କ ଅଗଣାରେ ମାଇପି ମହଲ ବସେ । ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ସବୁ ଚର୍ଚ୍ଚା ଚାଲେ । ମାଇପିଏ କ'ଣ ଖାଲି ହାତରେ ଆସନ୍ତି କି ??? କା ହାତରେ ବାଡି ପୋଇ ତ କା ହାତରେ ବାଡି କଦଳୀ ପୁଣି କା ହାତରେ ମାଛ ବେସର …... ଏମିତି କେତେ କଥା । ସବୁ ଯେମିତି ଗୋଟିଏ ସୂତାରେ ବନ୍ଧା । ତାଙ୍କ ମୁଣ୍ଡର ବଡ଼ ସୁନ୍ଦୂର ଟୋପାକୁ ଥଟ୍ଟାଳିଆ କଥାରେ ଯେମିତି କୁହୂକ ଥାଏ । ସବୁ ନିଜ କାମ ତୁଟାଇ ଏଇଠି ମେଳି ହୁଅନ୍ତି ।

                  ଚଳଚଞ୍ଚଳ ସୁନ୍ଦର ଗାଁ ଟି ହଠାତ୍ କୋଳାହଳମୟ ହୋଇ ଉଠେ ଏଇ ଇଲେକ୍ସନ୍ ସମୟରେ । ପ୍ରତିଥର ପରି କିଛି କୁଜି ନେତାମାନେ ଆସି ଟଙ୍କା ମଦମାଂସର ଥୋପ ଦେଇ । ଥୋକେ ଗଜୁରାରୋହି ଭାକୁରଙ୍କୁ ଦରାଣ୍ଡି ପକାନ୍ତି । ସେଇମାନେ ଗାଁ ଟାକୁ ପୁରା ଓଛାଳି ପକେଇଲେ । କିଛିଦିନ ଭିତରେ ଗୋଳିଆ ପୋଖରୀ ପାଲଟି ଗଲା ଗାଁ । ପ୍ରାର୍ଥୀ ଚୟନ ପାଇଁ ଖୁବ୍ କସରତ ଚାଲିଲା ଦଣ୍ଡା ବାଡି ବି ଗାଁ ଦାଣ୍ଡରେ ଚାଲିଲେ ।ପ୍ରତିଥର ଭଳି ୟେଥର ବି ଗାଁରଣଭୂମି ପାଲଟି ଗଲା । ଗାଁ ମୁରବି ସବୁ ବସି ପ୍ରମାଦ ଗଣିଲେ । ଉପାୟ ନ ପାଇ ଗାଁରେ ପଞ୍ଚ ଡକାଗଲା । କିଛି କେରାଣ୍ଡି ଦଣ୍ଡକିରି ପଞ୍ଚରେ ବସି ବେଶ୍ ହଟ୍ଟଗୋଳ କଲେ । କାହାକୁ କଥା କୁହେଇ ଦେଲେନି । ୟେ ସବୁ ମଦମାଂସର କରାମତି । ଶେଷରେ ଉପାୟ ନ ପାଇ ଚୋପାଛଡା ବାବୁ ଠିଆ ହେଲେ ଆଉ କହିଲେ ୟେ ଗାଁରେ କୌଣସି ଦଳ ପଶି ପାରିବେନି ।


ଏଇ କିଛି ଟା ଦିନରେ ଗାଁର ପୁରା ଚିତ୍ର ହିଁ ବଦଳି ଗଲାଣି । ଏଠି ଯିଏ ସରପଞ୍ଚ ଠିଆ ହେବ ସେ ସ୍ଵାଧୀନ ପ୍ରାର୍ଥୀ ହେବ । ଗାଁରେ ଯଦି ଶାନ୍ତି ଚାହୁଁଚ ଶସ୍ତାରାଜନୀତି ଛାଡ଼ । ଆଜି ପର୍ଯ୍ୟନ୍ତ ଗାଁରେ କ'ଣ ଏମିତି ଉନ୍ନତି ହେଇଛି ? ମନ୍ତ୍ରୀଙ୍କ ଚାମଚାଗିରି କରି ଖାଲି ଯାହା ଅର୍ଥ ଆତ୍ମସାତ କରାଯାଉଛି । ଗାଁରେ ଭାଇକୁ ଭଗାରି ବନେଇବା ସାର ହୋଉଛି । ଯେଉଁମାନେ ଆସି ଏବେ ଏତେ ସାରାଗ ଝାଡୁଛନ୍ତି ଇଲେକ୍ସନ ପରେ ଗୋଟାଏ ବି ଦେଖା ଦେବେନି । ଗାଁ ମୁରବି ସବୁ ଚୋପାଛଡା ବାବୁଙ୍କ କଥାରେ ସହମତି ଜଣାଇଲେ । ଦଳେ ଲଗାମଛଡା ପୁଣି ଠିଆ ହୋଇ କେରାଣ୍ଡି ଭଳି ହଲହଲ ହେଲେ ଆଉ ଶେଉଳ ଭଳି ନଶରପଶର ହୋଇ ସେ ଜାଗା ଛାଡି ଚାଲିଗଲେ । ମୁରବି ସବୁ ବସି ଫଇସଲା କଲେ ନା ୟେ ସବୁ ଆଉ ଚଳିବନି ଯେଉଁ ମାନେ ଆମରି ଆଗରେ ନାକର ସିଂଘାଣି ପେଣ୍ଟରେ ପୋଛୁଥୁଲେ ସେଇ ମାନେ ଧମକଚମକ ଦେଇ ଗାଁ ଟାକୁ ଛାରଖାର କରିଦେଲେଣି । ଟାଙ୍କିଏ ମଦ ପିଇ ମା କୁ ମାଉସୀ , ଆଉ ବାପ କୁ ଭାଇ ଡାକୁଛନ୍ତି । ଗାଁରେ ଶେଷରେ ଗୁଣ୍ଡାରାଜ ଚାଲିବ । ଯୋଗକୁ ୟେଥର ଗାଁ ସରପଞ୍ଚ ପାଇଁ ମହିଳା କୋଟା ଅଛି । ସମସ୍ତେ ଭାବିଚିନ୍ତି କହିଲେରଙ୍ଗେଇ ନାନୀ ହିଁ ପ୍ରାର୍ଥୀ ହେଉ । ଆମେ ସମସ୍ତେ ତାକୁ ହିଁ ଭୋଟ ଦେବୁ ।        

        

                 ଦୁଇଦିନ ପରର କଥାରଙ୍ଗେଇ କଂସେ ପଖାଳ ସାଙ୍ଗକୁ ଗରମ ଗରମ ମାଛଭଜା ପେଟେ ଠୁଙ୍କି ଦେଇ । ଭିତର ପିଣ୍ଡାରେ ବସି ପାନ ଭାଙ୍ଗୁଥାନ୍ତି । ସେଇ ସମୟରେ ଚୋପାଛଡା ବାବୁ କାଗଜ ବିଡେ ଆଣିରଙ୍ଗେଇଙ୍କୁ ବଢେଇ ଦେଇ କହିଲେ ଦସ୍ତଖତ କର । ଢିମା ଢିମା ଆଖିରେ କିଛି ନ ବୁଝିଲା ପରି ଆଗ ଅନେଇଲେ । ତା'ପରେ ତ କ'ଣ ହେଲା କେଜାଣି ବଡ ପାଟି କରି କାନ୍ଦି ଉଠି କହିଲେ ଶେଷକୁ ଏଇ ଦିନ ଦେଖିବାକୁ ଥିଲା । ହେ ଭଗବାନେ ! ମୋତେ ଉଠେଇ କାହିଁକି ନେଲନି ??? ଏଡେ ବଡ଼ ବଡ଼ ପୁଅ ବୋହୂ ଥାଉ ଥାଉ ତମେ ଶେଷରେ ଏଇ କାମ କରିବ ଜାଣି ନଥିଲି । ଏଇ ବୟସରେ ଏଇ କାମ କରି ଗାଁରେ ନାଁ ପକେଇବ। ତମ ଭିତରେ ଯଦି ଏତେ କଥା ଥିଲା ଆଗରୁ କହିଲନି । ହଁ ମୋର ହିଁ ପୋଡାକପାଳ କିଛି ବୁଝି ପାରିଲିନି । ନାତିନାତୁଣୀ କ'ଣ ଭାବିବେ ?? ଏତିକି ଶୁଣି ବୋହୂମାନେ ଆସିରୋଷେଇ ଘରୁ ଡୁଙ୍ଗିଲେ । ଭାଗ୍ୟ ଭଲ ପୁଅମାନେ ଘରେ ନଥିଲେ । ନାକ ପୋଛି କହିଲେ ହଉ ମୁଁ ଚାଲି ଯିବି ବାପଘରକୁ ମୋ ମଲା ମୁହଁ ବି ତମେ ଦେଖିବନି । ଖାଲି ଏତିକି ଶୁଣେଇ ଦିଅ କୋଉ ପୁଡାମୁହିଁ ପାଇଁ ଏତିକି କାଣ୍ଡ କରୁଛ ??? ଟିକେ ବି ଭାବିଲନି ଗାଁ ଲୋକ କେମିତି ଛି ଛାକର କରିବେ । ପୁଅମାନେ ମୁଣ୍ଡ ଟେକି ଗାଁ ଦାଣ୍ଡରେ ଚାଲିପାରିବେ ତ ???? ଏତିକିରେ ମାଇପିମାନେ ନିଜ ନିଜ କବାଟ ଝରକାରୁ ଉଣ୍ଡିବା ଆରମ୍ଭ କରିଦେଲେ । 

                 ନା ନା ଆଉ ସମ୍ଭାଳି ହେବନି ଚୋପାଛଡା ବାବୁରଙ୍ଗେଇଙ୍କ ପାଟିକୁ ମାଡି ବସିଲେ , କ'ଣ ସବୁ କହି ଯାଉଛି କହିଲ ??? ମୁଁ କିଛି ବି ବୁଝି ପାରୁନି । ତମର କିଛି ବୁଦ୍ଧି ସୁଦ୍ଧି ଅଛି ନା ନାହିଁ ??? 

                 ପାଟିରୁ ହାତ କାଢ଼ି ଦେଇ ପୁଣି ଆରମ୍ଭ କଲେ କେମିତି ବୁଝିବ ?? ସେ ସବାଖାଇ ତମକୁ ତ କିମିଆ କରିଛି । ତମ ମୁଣ୍ଡ କାମ କରିବ ଯେ ତୁମେ ବୁଝିବ । 

                 ଚୋପାଛଡା ବାବୁଙ୍କ ଧର୍ଯ୍ୟଚ୍ୟୁତି ଘଟିଲା , କହିଲେ ଚୁପ୍ ପୁରା ଚୁପ୍ ଏଇଟା କି କାଗଜ ବୋଲି ଭାବିଲ କି ??? ପାଟିରେ ୟେତେ ସମୟ ଧରି ଜାକିଥିବା ପାନକୁ ଦୁଇଥର ଚୋବେଇ ଦେଇ କାନିରେ ଦୁଇ ଆଖି ପୋଛିଦେଇ କହିଲେ ମୁଁ କ'ଣ ଜାଣିନି କି ତୁମ ଫନ୍ଦିଫିକର , ସବୁ ଜାଣିଚି । ଟିଭି ସିରିଅଲରେ ସବୁ ଦେଖିଚି । ଆଜିକାଲିକା ୟେ ଗୋଟେ ଫିସନ ହେଲାଣି । କାଗଜ ବିଡେ ବଢେଇ ଦେଇ କହୁଛନ୍ତି ଦ‌ସ୍ତଖତ କର । ୟେଇଟା ହେଲା ଛାଡ଼ପତ୍ର (ଡିଭୋସି ପେପର) ଆଉ ମୁଁ ତୁମ ସାଥିରେରହି ପାରିବିନି । ଏତିକି ଶୁଣି ଦୁଇ ବୋହୂ ପାଟିରେ କାନୀ ଜାକି ହସ ଚାପିରୋଷେଇ ଘରକୁ ଚାଲିଗଲେ । ଗାଁ ମାଇପିଏ ମୁରୁକି ହସ ମାରି ଯେଝା ଘରେ ପଶିଗଲେ ।

                 ଚୋପାଛଡା ବାବୁଙ୍କୁ ଆଉ ସମ୍ଭାଳେ କିଏ ??? " ଏଇ ଏଇ ତୁମେ ତ ବହୁତ ବଡ଼ ବଡ଼ କଥା କହୁଛ । ଆଗ ସେ ଟିଭି ଦେଖା ବନ୍ଦ କର । ମୋ ନାକ ନିଶ ତଳେ ପକେଇ ଦବ ମୁଁ ଯାହା ଦେଖିଛି" ।                 

 ପୁଣି ଫିଡିକି ଉଠିଲେରଙ୍ଗେଇ "କ'ଣ ହେଲା ମୁଁ ତଳେ ପକଉଚି ନା ତମେ ନିଜେ ପକଉଚ " ????

 " ଚୁପ୍ ଏକଦମ ଚୁପ୍ ଏଇଟା କି କାଗଜ ଜାଣିଛ ???? ତୁମେ ସରପଞ୍ଚ ପାଇଁ ଲଢିବ ସେଇ କାଗଜ । ନୋମିନେସନ୍ ପେପର ନିଅ ଦସ୍ତଖତ କର " ।

 ଛେପ ଢ଼ୋକିରଙ୍ଗେଇ କହିଲେ "କ'ଣ ହେଲା ସରପଞ୍ଚ ??? ମୁଁ କ'ଣ ନାଇ କ'ଣ ଭାବି ଦେଇଥିଲି..."।                                         

 ଛୋପାଛଡା ବାବୁ ଫିଡି ଫିଡି ହେଇ କହିଲେ "ତୁମେ ଯେତିକି ଡ୍ରାମା କରି ସାରିଲଣି ତମକୁ ଅଭିନେତ୍ରୀ ପାଇଁ ଦରଖାସ୍ତ ଦେବା କଥା "।             

 ରଙ୍ଗେଇ ମୁହଁ କୁ ମୋଡ଼ି କହିଲେ "ମୁଁ କ'ଣ ଏତେ କଥା   ଜାଣିଥିଲି କି ?? ଆଗରୁ କହିଲ ନି " । 

ରୁହ ଆଉ କେଇ ଘଡି ଗଲେ ତୁମର ସବୁ ଯାତରା ଗାଁ ଦାଣ୍ଡରେ ଡିବି ଡିବି ହେଇ ବାଜିବ ଯେ । ତୁଣ୍ଡ ବାଇଦ ସହସ୍ର କୋଶ । ଯେତେବେଳେ ସବୁ ଥଟ୍ଟା କରିବେ ସେତେବେଳେ ଜାଣିବ ଯେ ..

ଗାଁ ମୁରବୀ କହିଲେରଙ୍ଗେଇ ପରି ଦରଦୀ ଲୋକଟିଏ ହିଁ ହେବ ଗାଁ ସରପଞ୍ଚ । ସବୁରି ଦୁଃଖରେ ଯିଏ ଆଗ ଠିଆ ହୁଏ ସେ ହିଁ ୟେ ଗାଁ କୁ ସରସ ସୁନ୍ଦର କରିବ । ବର୍ଷ ବର୍ଷ ଧରିରାଜନୀତି ନାଁରେ ଯେତିକି ଭୋଗିଲେ ଭୋଗିଲେ ହେଲେ ୟେଥର ଆଉ ନୁହଁ । 

ଆମ ଗାଁ କୁ ଆଦର୍ଶ ଗାଁ କରିବା । ଯେତିକି କେରାଣ୍ଡି ଦଣ୍ଡକିରି ଫଡଫଡ ହୋଇଛନ୍ତି ସେମାନଙ୍କୁ ସାବାଡ କରିବାକୁ ହେବ ।


ଅଣ୍ଟାରେ କାନୀକୁ ଖୋସି ସ୍ବଗୋତୋକ୍ତି କରି କହିଲେ ହଁ ସତ କଥା ଗାଁ ଅଳିଆ ସବୁ ହଟେଇବାକୁ ପଡ଼ିବ । ନ ହେଲେ ଏଇ ଗୋଳିଆ ପୋଖରୀରେ ନିଃଶ୍ୱାସ ନେବା ବି ମୁସକିଲ ହେଇ ଯିବ । ହେଲେ ମୁଁ କ'ଣ ସତରେ ୟେ କାମ ସମ୍ଭାଳି ପାରିବି ???ରାଜନୀତିର ର ଅକ୍ଷର ବି ମୋତେ ଜଣା ନାହିଁ । ଚୂଲି କଡେଇ ମୋ ଦୁନିଆ । ପୁରା ଗାଁର ଦାୟିତ୍ଵ ମୋ କାନ୍ଧରେ ନେଇ ପାରିବି ତ ???

ଚୋପାଛଡା ବାବୁ କହିଲେ କ'ଣ ଏତେ ସବୁ ଭାବୁଛ ??? ଦସ୍ତଖତ କରୁନ ??? ତୁମେ ଏକୁଟିଆ ନୁହଁ ଆମେ ସମସ୍ତେ ତୁମ ପଛରେ ଅଛୁ । ଗୋଟେ ନାରୀ ହିଁ ସମସ୍ତଙ୍କ ଅସୁବିଧାକୁ ବୁଝି ପାରେ ଆଉ ତାର ସମାଧାନ ବି । ଘରେରହିରହି ସେ ତା'ର ଅସୀମ ଶକ୍ତିର କଳନା କରିପାରି ନ ଥାଏ । ତୁମେ ପାରିବ ନିଶ୍ଚୟ ପାରିବ । ଜଗତଜନନୀ ସାରା ଜଗତ ଚଳାଉଛନ୍ତି ପୁଣି ଶ୍ରୀମନ୍ଦିରରେରୋଷଶାଳା ବି ସମ୍ଭାଳିଛନ୍ତି । ଆଉ ତୁମେ ତାଙ୍କ ଅଂଶସମ୍ଭୁତା ହେଇ କିଛି ତ କଳା ଆଣିଥିବ ନିଶ୍ଚୟ ...... ।।।।।।



Rate this content
Log in

More oriya story from Lipi Sahoo

Similar oriya story from Comedy