ରକ୍ତାକ୍ତ ରଜନୀ
ରକ୍ତାକ୍ତ ରଜନୀ
ପାରିବାରିକ କଳହ କଣ ବୁଝି ନଥିବା ଦିଜଣ ନିଷ୍ପାପ ଶିଶୁ ସାଜିଥିଲେ ଏକ ରକ୍ତାକ୍ତ ରଜନୀ ମୁକ ସାକ୍ଷୀ l ଏକ ରକ୍ତ ପିପାସୁ ରାକ୍ଷସ ତାଙ୍କ ସାମ୍ନା ରେ ବାରମ୍ବାର ଆଘାତ କରୁଥିଲି ସେମାନଙ୍କ ଜନ୍ମଦାତ୍ରୀ ଙ୍କୁ l
ଦିନ ଥିଲା ବହୁ ଆଡ଼ମ୍ବରରେ ଜୀବନ ବିତୁଥିଲା ଗୋଟିଏ ପରିବାର ର l ବୟସ୍କ ମହିଳା ଜଣକୁ ସମସ୍ତେ ଖୁସି ରେ ରାଣୀ ମା ବୋଲି ସମ୍ବୋଧନ କରୁଥିଲେ l ସେ କୌଣସି ରାଜବଂଶ ରୁ ନଥିଲେ l କିନ୍ତୁ ଯେବେ ସେ ବଧୂ ସାଜି ସେ ଗ୍ରାମ କୁ ଆସିଥିଲେ ବହୁ ସୁନା ଅଳଙ୍କାର ଆଣିଥିଲେ l ପରିବାର ରେ ତାଙ୍କରି ଝିଅ ମାନେ ସବୁ ଶାଶୂଘର ଗଲେଣି ଦି ପୁଅ ବୋହୂ ନାତି ନାତୁଣୀ ଓ ସ୍ୱାମୀ ଙ୍କୁ ନେଇ ସଂସାର l
ଗୋଟିଏ ଛାତ ତଳେ ସମସ୍ତେ ରହିଲେ ମଧ୍ୟରେ ପାରସ୍ପରିକ ସମ୍ପର୍କ ଧୀରେ ଧୀରେ କ୍ଷୀଣ ହେବାକୁ ବସିଥିଲା l
ବଡ଼ ପୁଅ ସ୍ବେଛାଚାରୀତା ଘରେଭିତରେ ବେଶି ପ୍ରଭାବ ପକାଉଥିଲା l ସେ ନିଜର ସଉକ ମେଣ୍ଟାଇବା କୁ ଯାଇ ପଇତୃକ ସମ୍ପତ୍ତି କୁ ନଷ୍ଟ କରୁଥିବା ବେଳେ ନୀରବ ଦ୍ରଷ୍ଟା ସାଜିଥାନ୍ତି ବାପା ମା l ଘରେ ବାପା ଙ୍କ ର ଭୂମିକା ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା l ସବୁବେଳେ ମା ହିଁ ଘରବାହାର ସମ୍ଭାଳୁ ଥାନ୍ତି l ଯେବେଠୁଁ ବଡ଼ ପୁଅ ପାରିବାର ହୋଇଛି ସେ ସବୁ ଅର୍ପଣ କରିଦେଇଛନ୍ତି ତାରି ହସ୍ତରେ l
ଏ ସବୁ ଶାନ୍ତ ସରଳ ସାନ ପୁଅ ସହଜରେ ଗ୍ରହଣ କରିପାରେନି l କିନ୍ତୁ କରିବ କଣ ନା କହି ପାରୁଥାଏ ନା ସହିପାରୁଥାଏ l ମା ବି କରିବେ କଣ ଯେତେବେଳେ ଶାସନ କରିବା କଥା ସେ କରିନାହାନ୍ତି ଏବେ କେବଳ କପାଳ ରେ ହାତ ମାରିବା କଥା l କାରଣ ଏବେ ସ୍ୱାମୀ ବି ମାନସିକ ଭାରସମ୍ୟ ହରେଇ ବସିଛନ୍ତି l ତେଣୁ ସେ ଏବେ ତାଙ୍କ ଆରୋଗ୍ୟ ପାଇଁ ତାଙ୍କ ସେବାରେ ଲାଗିଥାନ୍ତି l
ଗୋଟିଏ ପଟେ ବଡ଼ପୁଅର ପୁତ୍ର କନ୍ୟା ମାନେ ସୁନ୍ଦର ସୁନ୍ଦର ବସ୍ତ୍ର ପିନ୍ଧନ୍ତି, ସୁସ୍ୱାଦୁ ଖାଦ୍ୟ ଖାଉଥିବା ବେଳେ ସାନ ନିଜର ପିଲାଙ୍କୁ ଖାଇବାକୁ ବି ଠିକ ସେ ଦେଇ ପାରୁନଥିଲା l
ଏସବୁ ଦୁଃଖ ଗ୍ଲାନି ସେ କେବେ କାହା ଆଗରେ ପ୍ରକାଶ କରୁନଥିଲା l ଭିତରେ ଭିତରେ କିନ୍ତୁ ଜଳୁଥିଲା l
ସେଦିନ ଗାଁ ରେ ବିଦ୍ୟୁତ କାଟ ହୋଇଥାଏ l ଯେହେତୁ ଖରା ଦିନ ଥିଲା ରାତ୍ରି ଭୋଜନ ସାରି ସଭିଏଁ ପ୍ରାୟ ସୟନ କଲେଣି l ରାଣୀ ମା ତଳ ଘରେ ସାନ ପୁଅ ଓ ଉପରେ ଘରେ ବଡ଼ ପୁଅ ବୋହୂ ରୁହନ୍ତି l ସେଦିନ କଣ ହେଲା କେଜାଣି ସାନ ପୁଅ ହାତରେ ଏକ ଧାରୁଆ ମାରଣାସ୍ତ୍ର ଟେ ଧରି ଉଦ୍ୟତ ହୁଏ ଉପରକୁ ଯିବାକୁ l ଚକ୍ଷୁ ଦୁଇଟି ଅଗ୍ନି ଶିକ୍ଷା ପରି ପ୍ରତୀୟ ମାନ ହୋଉଥିଲା l ତା ସ୍ତ୍ରୀ ତାକୁ ପ୍ରତିରୋଧ କରନ୍ତେ ସେ ଆହୁରି ଭୟଙ୍କର ରୂପ ଧାରଣ କରେ l ନିଜ ସ୍ତ୍ରୀ କୁ ଏପରି ଆଘାତ କରେ ସେ ନିଜର ଚେତନା ହରେଇ ବସନ୍ତି l ଏତିକି ରେ ମା ଆସି ପହଁଚିଲେ, ପୁଅ ର ଏକି ରୂପ!
ସ୍ତମ୍ଭିଭୂତ ହୋଇଗଲେ l ଆଗ୍ନେୟ ଉଦ୍ଗିରଣ ହେଲା ପରି ଚାପି ରହିଥିବା କ୍ରୋଧ ବିସ୍ପରଣ ଘଟିଛି l ତାକୁ ଯେବେ ଅଟକାଇବା ଯାନ୍ତି ଓଃ... ମରିଗଲି..ମରିଗଲି... ଚିତ୍କାର ରେ ପ୍ରକମ୍ପିତ ହୁଏ ଘର l ଜୀବନ ବିକଳରେ ଧାବନ୍ତି ବାହାରକୁ ସାହାଯ୍ୟ ଉଦେଶ୍ୟ ରେ l ଯୋଗ କୁ ସେ ଦିନ ବଡ଼ ପୁଅ ବାହାରେ ଶୋଇଥାଏ l କଟୁରୀ ରୁ ଥପ ଥପ ରକ୍ତ ପଡୁଥିଲା l ସେ ଚଢିଲା ପାହାଚ ଯେପରି ସେ ପାଲଟିଯାଇଥିଲା ରକ୍ତ ପିପାସୁ ପିଶାଚ l ଚିତ୍କାର ଶୁଣି ଜାଗ୍ରତ ହୋଇପଡ଼ିଥିଲେ ବଡ଼ ପୁଅ ର ସ୍ତ୍ରୀ l ଆସନ୍ନ ବିପତ୍ତି କୁ ଅନୁଭବ କରି ପୁଅ ଝିଅ କୁ ଖଟ ତଳେ ଲୁଚେଇ ଦେଲେ l ଭାଇ କୁ ନ ପାଇ ସବୁ ରାଗ ଶୁଝେଇ ଥିଲା ଭାଉଜ ଉପରେ l ବାରମ୍ବାର ଆଘାତ କରିଥିଲି ମୁଣ୍ଡରେ l ରକ୍ତ ର ଛିଟା ରେ ଘରର କାନ୍ଥ ଲାଲ ମନ୍ଦାର ପରି ଦିଶୁଥାଏ l ମା ର କରୁଣ ଚିତ୍କାର ରେ ଖଟ ତଳେ ଥିବା ପୁଅ ମୁହଁ ଖୋଲିଲା ବେଳକୁ ବଡ଼ ଭଉଣୀ ଜାବୁଡି ଧରିଥିଲା ତା ପାଟିକୁ l କାନ୍ଦି କାନ୍ଦି ଫୁସଫୁସ କରି କହୁ ଥିଲା ବାବୁ ରେ ପାଟି କରେନି l ମା ର ସବୁ ତ୍ୟାଗ ଫସର ଫାଟିଯିବ l
ଇତିମଧ୍ୟରେ ମା ଯାଇ ବଡ଼ ପୁଅକୁ ଉଠେଇ ଲା l ସାହିପଡିଶା ଙ୍କ ପାଖକୁ ଦୌଡିଲେ l କିନ୍ତୁ ତାଙ୍କ ମଥା ରୁ ଝରି ପଡୁଥିବା ଧାର ଧାର ରକ୍ତ କୁ ଦେଖି ବେଶ ଅନୁମାନ କରିପାରୁଥିଲେ ଶାନ୍ତ ସରଳ ସୂର୍ଯ୍ୟ ଅଜି କି ରୂପ ଧରିଛି l ତେଣେ ହାତରେ ତାର ମାରଣାସ୍ତ୍ର l ରଜନୀ ର ଅନ୍ଧାର ଯେପରି ତାର ବଳ ସାଜିଛି କେ ଯିବ ତା ଆଗକୁ l
ବଡ଼ ପୁଅ କୁ ସମସ୍ତେ ବାରଣ କରୁଥାନ୍ତି ତୁ ଯାନି ତା ଆଗକୁ l ସେ ଦୌଡ଼ି ଗଲେ ସ୍ତ୍ରୀ ନିକଟକୁ l ରକ୍ତ ଜୁଡୁବୁଡୁ ଶରୀର ଟା ଲୋଟିଛି ଖଟ ପାଖରେ l ଲଣ୍ଠନ ରେ ମିଞ୍ଜି ମିଞ୍ଜି ଆଲୁଅ ରେ ତାଙ୍କ ସ୍ତ୍ରୀ ପୁର୍ଣ୍ଣିମା ମୁହଁ ଯେପରି ମଳିନ ଦିଶୁଛି l ବାପା ଙ୍କୁ ଦେଖି ଟିକିଏ ସାହସ ପାଇଲେ ପିଲାଦୁହେଁ l କାଳବିଳମ୍ୱ ନକରି ତାଙ୍କୁ ନେଇ ଚାଲିଲେ ହସ୍ପିଟାଲ l ପ୍ରଥମେ ତ ଡାକ୍ତର କହିଲେ କିଛି କରି ହେବନି କିନ୍ତୁ କଥାରେ ଅଛି ପରା "ଯାହାକୁ ରଖିବେ ଅନନ୍ତ କେ କରିପାରିବି ବଲବନ୍ତ "l ଦୀର୍ଘ ଦିନ ଚିକିତ୍ସା ଧୀନ ରହି ସେ ଆରୋଗ୍ୟ ହୋଇଥିଲେ l ମା ମଧ୍ୟ ମେଡିକାଲ ବେଡ଼ ରେ ଶୋଇ ଶୋଇ ଭାବୁଥାନ୍ତି ସେ ଯଦି ମୂଳରୁ ତାର ଭାବନାକୁ ବୁଝି ଥାନ୍ତେ l ପରିବାର ମଧ୍ୟରେ ଭାବ ର ଆଦାନ ପ୍ରଦାନ ଠିକ ରହିଥାନ୍ତା ତେବେ ଆଜି ଏପରି ଏକ ପରସ୍ଥିତି ଘଟି ନଥାନ୍ତା l
ତା ଠୁଁ ବେଶି ଦୁଃଖ ର ବିଷୟ ସରଳ ମଣିଷ ଟେ ଅପରାଧୀ ସାଜି ହଜିଗଲା ସେଇ ନିଶିଦ୍ଧ ରଜନୀ l ତା ପରଠୁଁ କେବେ ଗାଁ ରେ ତାଙ୍କୁ ଦେଖି ନାହାନ୍ତି l କେହି କେବେ ଖୋଜ ଖବର ନେବାକୁ ତାର ଚେଷ୍ଟା କରିନାହାନ୍ତି l କିନ୍ତୁ ତା ଧର୍ମ ପତ୍ନୀ ଆଜି ବି ହାତରେ ଶଙ୍ଖା ସିନ୍ଦୂର ନାଇଁ ଚାହିଁଛି ତା ଫେରିବା ବାଟକୁ l
