STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ରଜ ସଉଦା

ରଜ ସଉଦା

2 mins
349


ଧଇଁ ସଇଁ ହୋଇ ସିଡି ଚଢ଼ୁଥିଲେ ରାମାନୁଜ ବାବୁ। ଧାଉଁ ଆସିଲେ ବାସନ୍ତୀ ଦେବୀ , କହିବାକୁ ଲାଗିଲେ, ତମକୁ ପରା ଡାକ୍ତର ମନା କରିଛନ୍ତି ଶିଡି ଚଢ଼ିବାକୁ, ପୁଣି ବସ୍ତାଏ କଣ ଉଠେଇ ଆଣିଛ?? କିଏ ଅଛି ଘରେ ଖାଇବାକୁ। ଝିଅ ତ ଜୋଇଁଙ୍କ ପାଖେ, ବୋହୁତ ପୁଅ ପାଖେ, ଖାଲି ଭୋଗ ଟିକେ ପାଇଁ ଆମ୍ବ ଗୋଟେ କି ଦିଟା, କଦଳୀ ଗୋଟେ କି ଦିଟା ହୋଇଗଲେ ଗଲା, ପିଠା ପଣା କରିବାକୁ କି ବାଣ୍ଟିବାକୁ ଆଉ ମୋର ବଳ ବୟସ କଣ ଅଛି ଯେ ଏତେ ଏତେ କଥା ବୋହି ଆଣିଛ ଘରକୁ!


  ରାମାନୁଜ ବାବୁ କହୁଥିଲେ ମୋ କଥା ଆଗେ ଶୁଣ, ତା ପରେ ଯାହା କହିବ ସହିବି, ତ ବାସନ୍ତୀ ଦେବୀ କହିଥିଲେ, ହଉ କୁହ ଯେ ଚା ଟା ଆଗେ ପିଇ ନିଅ, ତା ଆଗରୁ ସେଠି ଲୁଣ ଲେମ୍ବୁ ପାଣି ରଖିଛି, ଟିକେ ପିଇ ନିଅ।

ରାମାନୁଜବାବୁ କହୁଥିଲେ, ତୁମ ଏ ଲେମ୍ବୁ ଲୁଣ ପାଣି ପରି କଥାଟା। ମଲା ଲେମ୍ବୁ ଲୁଣ ବାସ୍ତାଏ ଆଣିଛ ନା କଣ?? କଥାଟା ନଶୁଣି ମନ୍ତବ୍ୟ ଦେବା ଛଡା କଣ ଜାଣିଛ ଯେ? ହଉ ହଉ କୁହ।


  ରାମାନୁଜ ବାବୁ ଆରମ୍ଭ କଲେ ବଜାରରେ ଭାରି ଭିଡ। କଥା ସାରିବାକୁ ନଦେଇ ବାସନ୍ତୀ କହିଲେ ରାତି ପାହିଲେ ପହିଲି ରଜ, ଆଜିକାଲି ଝିଅ ବୋହୂଙ୍କ ସଙ୍ଗେ ସଙ୍ଗେ ପୁଅ ଓ ପୁରୁଷଙ୍କର ବି ନୂଆ ପୋଷାକ, ଆଉ ବଜାର ଭିଡ ହେବନି କଣ ଆମ ଦୁଆରେ ଭିଡ ହେବ ନା କଣ? ଚିଡିଯାଇ ରାମାନୁଜ ବାବୁ କହିଲେ କଥା ମଝିରେ ଷଣ୍ଢ ପୁରାଇଲେ କହିବି କେମିତି??


  ହଉ ହଉ କୁହ ତ ରାମାନୁଜ ବାବୁ କହିଲେ ଗହଳି ଭିତରେ ଗହଳି ଗୋଟେ ଜାଗାରେ ଦେଖି ଯାଇକି ଦେଖିଲି, ବୁଢା ମଣିଷଟି ଗୁଆ ଖୋଳପା କରି ବିକୁଛି। ଗଛରୁ ନଡ଼ିଆ ପଇଡ ଭୋଇ ଆଉ ତୋଳୁ ନଥିବା ବେଳେ ବୁଢା କେମିତି ଗୁଆ ଗଛରେ ଚଢ଼ି ସେସବୁ ସଂଗ୍ରହ କଲା ପୁଣି ସେଥିରେ ବିଭିନ୍ନ ସାଇଜର ଖୋଳପା ତିଆରି କଲା ବୋଲି ଦେଖିବାକୁ ଭିଡ, ହେଲେ କିଣକି ନନେଇ ଫେରିଯାଉଥିଲେ, ବୁଢାଟି ପେଜୁଆ ଆଖିରେ ମତେ ଚାହିଁ କହିଲା ହଳେ ନିଅ ବାବୁ ତ ସହିପାରିଲିନି, ସବୁତକ ଶସ୍ତା ରେ ଦେଲା ନେଇଆସିଲି l


  ତମେ ଶସ୍ତା ରେ ଆଣିଥିବା ଏ ଗୁଆ ଖୋଳପା କାହାକୁ କେମିତି କୋଉ ହିନସ୍ତା ହେଇ ମୁଁ ଦେବି, କିଏ ନବ, ବୁଝୁଥା, ମୋର ଠାକୁର ଘରେ ଅନେକ କାମ, କହି ଚାଲିଗଲେ ବାସନ୍ତୀ l


   ରାମାନୁଜ ବାବୁଙ୍କ ପାଖକୁ ପଢିବାକୁ ଆସୁଥିବା ପୁଅ ଝିଅ ମାନଙ୍କୁ ହଳେ ହଳେ କରି ଦେଇ ରାମାନୁଜ ବାବୁ କହୁଥାନ୍ତି, ରଜ ତିନିଦିନ ଛୁଟି, ଆକୁ ପିନ୍ଧି ରଜ ପାଳିବ, ଖୁସିରେ ପିଲାଏ ନେଇଗଲେ। ବାସନ୍ତୀ ତଥାପି ଗଜଗଜ ହେଉଥାନ୍ତି, ରାମାନୁଜ ବାବୁ କହୁଥାନ୍ତି, ସଂସ୍କୃତି ସମ୍ପର୍ନ୍ନ ଅନ୍ତତ ଟିକେ ହେବାକୁ ଏ ବୟସରେ ଚେଷ୍ଟା କର। ବାସନ୍ତୀ କହିଥିଲେ ମାଗଣା ପାଇ ପିଲାଏ ନେଲେ କୋଉଠି ଖତ ଖୁଆଇବେ। ରାମାନୁଜ ବାବୁ କହୁଥିଲେ ପ୍ରକୃତି ଛାଡ଼ିବ କୁଆଡୁ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract