Gangadhar Nanda

Abstract Romance Classics

3  

Gangadhar Nanda

Abstract Romance Classics

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୫

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୫

2 mins
120


ରାଣୀ ଓ ଘୋଡ଼ାବେପାରୀ କାହାଣୀ (ଭାଗ୫)


         ପରଦିନ ପ୍ରଭାତରୁ ଯଥା ସମୟରେ ଶ୍ୱାନକେତୁ ରାଜନଅର ଉପକଣ୍ଠସ୍ଥ ଯୁଦ୍ଧ୍ୟାଭ୍ୟାସ ଭୂମିରେ ଉପସ୍ଥିତ ହେଲେ । ରାଜା , ରାଣୀ .ସେନାପତି , ମନ୍ତ୍ରୀ ଓ କିଛି ଅମାତ୍ୟ ବର୍ଗ ଆସନ ଗ୍ରହଣ କରିବା ପରେ ଯୁଦ୍ଧକଳାର ପ୍ରଦର୍ଶନ ଆରମ୍ଭ ହେଲା । ପ୍ରଥମେ ରାଜ୍ୟର ଶ୍ରେଷ୍ଠ ବର୍ଚ୍ଛାଧାରୀଙ୍କୁ ଶ୍ୱାନକେତୁ ଆହ୍ଵାନ କଲେ । ସେ ଯୋଦ୍ଧାର ବର୍ଚ୍ଛା ଯେତେ ଦୂର ଲକ୍ଷ୍ୟ ଭେଦ କରିପାରିଲା ,ଶ୍ୱାନକେତୁଙ୍କର ବର୍ଚ୍ଛା ତା'ଠାରୁ ପଚାଶ ଗଜ ଅଧିକ ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିବାକୁ ସମର୍ଥ ହେଲା । ସେହିପରି ତୀର ଓ ଖଣ୍ଡା ଚାଳନା କ୍ଷେତ୍ରରେ ମଧ୍ୟ ଶ୍ୱାନକେତୁ ନିଜର ଶ୍ରେଷ୍ଠତା ପ୍ରତିପାଦନ କଲେ ।

         ଏଥିରେ ମହାରାଜା ଅତ୍ୟନ୍ତ ଦୁଃଖିତ ହୋଇ ଘୋଷଣା କଲେ,'କ'ଣ ମୋ ରାଜ୍ୟରେ ଏପରି କୌଣସି ଯୋଦ୍ଧା ନାହାନ୍ତି , ଯେ କି ଏ ବିଦେଶୀ ଶ୍ୱାନକେତୁକୁ ହରାଇ ପାରିବ '?

'ନାହାଁନ୍ତି ମହାରାଜ '; ସେନାପତି ଧିର ସ୍ଵରରେ ରାଜାଙ୍କୁ ଉତ୍ତର ଦେଲେ ।'ଶ୍ଵାନକେତୁ ଜଣେ ଅଦ୍ୱିତୀୟ ଯୋଦ୍ଧା । ତାଙ୍କୁ ଯୁଦ୍ଧରେ ପରାସ୍ତ କଲାଭଳି ଯୋଦ୍ଧା , କେବଳ ଆମ ରାଜ୍ୟ ନୁହେଁ ପାଖରେ ଥିବା ପଡୋଶୀ ରାଜ୍ୟଗୁଡିକରେ ମଧ୍ୟ ନାହାଁନ୍ତି '।

'ତେବେ ତମେ କାହିଁକି ଅଛ ସେନାପତି '? ଯାଅ ;ସେ ଶ୍ୱାନକେତୁକୁ ପରାସ୍ତ କରି ଏ ରାଜ୍ୟର ତଥା ମୋର ସମ୍ମାନ ବଞ୍ଚାଅ 'Iରାଜା ଗମ୍ଭୀର କଣ୍ଠରେ ସେନାପତିଙ୍କୁ ଆଦେଶ ଦେଲେ ।

ଅଗତ୍ୟା ଉପାୟହୀନ ସେନାପତି ଶ୍ୱାନକେତୁ ସାଙ୍ଗରେ ଦ୍ଵନ୍ଦ ଯୁଦ୍ଧ ଲାଗି ପ୍ରସ୍ତୁତ ହେଲେ ।

           ଯୁଦ୍ଧ ହେବାର ବହୁ ସମୟ ପର୍ଯ୍ୟନ୍ତ କେହି କାହାକୁ ହରାଇ ପାରୁ ନଥାନ୍ତି । କିନ୍ତୁ ଯୁଦ୍ଧ ବିଦ୍ୟାରେ ସାମାନ୍ୟ ଜ୍ଞାନ ଥିବା ଦର୍ଶକମାନେ ବୁଝିପାରୁଥା'ନ୍ତି ଯେ , ଶ୍ଵାନକେତୁଙ୍କର ପରାକ୍ରମ ଓ ରଣକୌଶଳ ସେନାପତିଙ୍କଠାରୁ ଯଥେଷ୍ଟ ଅଧିକ । ଏପରି ଲାଗୁଥିଲା ଯେପରି ଶ୍ୱାନକେତୁ ସେନାପତିଙ୍କୁ ହରାଇଦେବାକୁ ନ ଚାହିଁ ବରଂ ତାଙ୍କୁ ଯୁଦ୍ଧବିଦ୍ୟାର କିଛି କୌଶଳ ଶିକ୍ଷା ଦେଉଛନ୍ତି । କିଛି ସମୟ ପରେ ଉଭୟ କ୍ଳାନ୍ତ ହୋଇପଡିବାରୁ ଦ୍ଵନ୍ଦଯୁଦ୍ଧର ପରିସମାପ୍ତି ଘୋଷଣା କରାଗଲା । ଯୁଦ୍ଧରେ କେହି କାହାକୁ ହରାଇ ପାରିନଥିଲେ । ସର୍ତ୍ତ ଅନୁସାରେ ଏହା ପରଠାରୁ ଶ୍ୱାନକେତୁ ରାଜନଅର ଅନ୍ତର୍ଗତ ରାଜାଙ୍କ ବ୍ୟକ୍ତିଗତ ଅତିଥିଶାଳାରେ ରହିବାକୁ ଲାଗିଲେ ।

         ମହାରାଣୀ ମନ୍ଦାକିନୀ ଦେବି ଅବସର ସମୟରେ ସତରଞ୍ଜ ଖେଳିବାକୁ ଭଲ ପାଉଥିଲେ । କିନ୍ତୁ ତାଙ୍କ ସମକକ୍ଷ ଖେଳାଳୀ ଅନ୍ତପୁରରେ କେହିନଥିଲେ । ମହାରାଜା ମଧ୍ୟ ଖେଳରେ ଏତେ ଓସ୍ତାଦ ନ ଥିଲେ । ଶ୍ୱାନକେତୁଙ୍କର ବିଭିନ୍ନ ପ୍ରତିଦ୍ଭା ପ୍ରଦର୍ଶନରେ ମୁଗ୍ଧ ହୋଇଥିବା ରାଣୀ ଦିନେ ତାଙ୍କୁ ସତରଞ୍ଜ ଖେଳିବା ପାଇଁ ଆମନ୍ତ୍ରଣ କଲେ । ଖେଳିବା ମଧ୍ଯରେ ରାଣୀ ଶ୍ୱାନକେତୁଙ୍କୁ ପ୍ରଶ୍ନ କଲେ ,

'ଆପଣ ଚାହିଁଥିଲେ ସେନାପତିଙ୍କୁ ସହଜରେ ହରାଇ ପାରିଥାନ୍ତେ ';

'ହଁ ,ପାରିଥାନ୍ତି ''

'ସେପରି ନକରି ଯୁଦ୍ଧ ଅମିମାଂସିତ ରଖିବାର ହେତୁ '?

'କ୍ଷମା କରିବେ ମହାରାଣୀ , ଏହାର ଅନେକଗୁଡିଏ କାରଣ ରହିଛି ଓ ସେସବୁ ଏ ରାଜ୍ୟର ହିତ ପାଇଁ ଉଦ୍ଦିଷ୍ଟ'।

'ସେ କାରଣ ଗୁଡିକ ମୋତେ ଜଣାନ୍ତୁ'।

'ପ୍ରଥମତଃ ଗୋଟିଏ ରାଜ୍ୟର ସେନାପତି ଜଣେ ବିଦେଶୀଠାରୁ ଦ୍ଵନ୍ଦଯୁଦ୍ଧରେ ହାରିଯିବା ଘଟଣାଟି ରାଜ୍ୟର ସମସ୍ତ ସୈନିକ ଓ ପ୍ରଜାମାନଙ୍କ ମନୋବଳ ହ୍ରାସ କରିବ, ଯାହାକି ରାଜ୍ୟ ପାଇଁ ଶୁଭପ୍ରଦ ନୁହେଁ । ଦ୍ୱିତୀୟତଃ ଆଗକୁ ଆସୁଥିବା ଯୁଦ୍ଧରେ ସ୍ଵୟଂ ସେନାପତି ନିଜର ପୂର୍ଣ୍ଣ ସାମର୍ଥ୍ୟ ନେଇ ଯୁଦ୍ଧ କରିବାକୁ ଅକ୍ଷମ ହେବେ । ଏହା ହେଲେ ରାଜ୍ୟର ପରାଜୟ ନିଶ୍ଚିତ । ଆହୁରି କିଛି ଛୋଟ ଛୋଟ କାରଣ ମଧ୍ୟ ରହିଛି 'I

'ଆପଣଙ୍କର ଏ ରାଜ୍ୟ ପ୍ରତି ଥିବା ନିଷ୍ଠା ନିଶ୍ଚିତ ରୂପେ ପ୍ରସଂଶନୀୟ ।

'ଧନ୍ୟବାଦ ମହାରାଣୀ 'I

'ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ 'I

'କୁହନ୍ତୁ ମହାରାଣୀ 'I

'ଆପଣ ଯେତେଦିନ ଏଠାରେ ରହିବେ , ସେତେଦିନ ପର୍ଯ୍ୟନ୍ତ ମୋତେ ଆପଣଙ୍କର ସଙ୍ଗଲାଭର ସୁଯୋଗ ଦେବେ 'I

'ଯଥା ଆଜ୍ଞା ମହାରାଣୀ । ଆପଣଙ୍କ ଇଚ୍ଛା ପାଳନ ହେବ 'I

          ଏହାପରେ ମହାରାଣୀ ଓ ଶ୍ଵାନକେତୁଙ୍କ ମଧ୍ୟରେ ସଂପର୍କର ନିବିଡିତା ବୃଦ୍ଧି ପାଇବାରେ ଲାଗିଲା ।ମହାରାଣୀ ନିଜ ପାଖରେ ପ୍ରତ୍ୟେକ ସମୟରେ ଶ୍ୱାନକେତୁର ଉପସ୍ଥିତି ଚାହିଁଲେ । ଅବଶେଷରେ ଦିନେ ମହାରାଣୀ ମନ୍ଦାକିନୀ ଦେବି, ନିଜ ମନୋଭାବକୁ ଶ୍ୱାନକେତୁଙ୍କ ସମ୍ମୁଖରେ ପ୍ରକାଶ କରିଦେଲେ ।

          


Rate this content
Log in

Similar oriya story from Abstract