Gangadhar Nanda

Abstract Drama Classics fantasy

3  

Gangadhar Nanda

Abstract Drama Classics fantasy

ରାଣୀ ଓ ଘୋଡାବେପାରୀ କାହାଣୀ ଭାଗ-୯

ରାଣୀ ଓ ଘୋଡାବେପାରୀ କାହାଣୀ ଭାଗ-୯

2 mins
540



          'ହଁ ମହାମନ୍ତ୍ରୀ, ବାସ୍ତବତା ଓ ବିଧାତାର ଇଚ୍ଛା କାହାରି ବିଶ୍ୱାସକୁ ଅପେକ୍ଷା ରଖେନି । ଆପଣ ବର୍ତ୍ତମାନ ମୋ ଠାରୁ ଶୁଣିଥିବା ସମ୍ବାଦ ସତ୍ୟ 'I ଶ୍ୱାନକେତୁଙ୍କ ଛଦ୍ମବେଶରେ ଥିବା ଗୁରୁଦେବ କହୁଥିଲେ ।

'ନା ନା ଗୁରୁଦେବ ! ମୋତେ କ୍ଷମା କରିବେ ; ମୁଁ ଆପଣଙ୍କ କଥାକୁ ଅବିଶ୍ଵାସ କରୁନାହିଁ । ରାଣୀ ମନ୍ଦାକିନୀ ଦେବିଙ୍କର ଏ ହୀନ ଷଡ଼ଯନ୍ତ୍ରକୁ ମୁଁ ସହଜରେ ବିଶ୍ୱାସ କରିପାରୁନି । କିନ୍ତୁ ଯେତେବେଳେ ଆପଣ ଏ କଥା କହୁଛନ୍ତି ,ଏହା ସଂପୂର୍ଣ୍ଣ ସତ୍ୟ ହିଁ ହୋଇଥିବ ବୋଲି ମୋର ଧାରଣା । ଏବେ ଆମର କର୍ତ୍ତବ୍ଯ କଣ ଗୁରୁଦେବ '? ମହାମନ୍ତ୍ରୀ ଦୁଃଖିତ ଭାବରେ ପ୍ରଶ୍ନ କଲେ ।

'ଆପଣ ବର୍ତ୍ତମାନ ସେନାପତି ଓ ରାଜାଙ୍କର ଦୁଇଜଣ ଅତ୍ୟନ୍ତ ବିଶ୍ଵସ୍ତ ଦେହରକ୍ଷୀଙ୍କୁ ଏ ସ୍ଥାନକୁ ଡକାନ୍ତୁ ।ସାବଧାନ ! ଏଠାକୁ ସେମାନେ ଆସିବା ସଂପର୍କରେ ଯେମିତି କେହି ଘୃଣାକ୍ଷରେ ମଧ୍ୟ ଜାଣି ନ ପାରନ୍ତି 'I 

'ଆଜ୍ଞା ଗୁରୁଦେବ 'I ମହାମନ୍ତ୍ରୀ ଉତ୍ତର ଦେଇସାରି ଉପୋରକ୍ତ ବ୍ୟକ୍ତିମାନଙ୍କୁ ଡକାଇବାର ବ୍ୟବସ୍ଥା କଲେ ।

        ଏଇମାତ୍ର ରାତ୍ର ଆରମ୍ଭ ପ୍ରାୟ । ମହାମନ୍ତ୍ରୀଙ୍କର ବ୍ୟକ୍ତିଗତ ସାକ୍ଷାତ ପ୍ରକୋଷ୍ଠରେ ସ୍ଵୟଂ ଗୁରୁଦେବ , ମହାମନ୍ତ୍ରୀ ଓ ସେନାପତିଙ୍କ ସହିତ ନିଭୃତ ଆଲୋଚନାରେ ମଗ୍ନ I ବିଶ୍ଵସ୍ତ ଦେହରକ୍ଷୀ ଦୁଇଜଣ ସମୀପରେ ଦଣ୍ଡାୟମାନ । ରାଜ୍ୟ ତଥା ରାଜାଙ୍କ ପାଇଁ ଆଗକୁ ଥିବା ବିପଦ ସଂପର୍କରେ ସମସ୍ତ କଥା ଗୁରୁଦେବ ଏମାନଙ୍କୁ ବୁଝାଉଥିଲେ । ଏଥିସହିତ ସମସ୍ତଙ୍କର କର୍ତ୍ତବ୍ଯ କଣ ହେବା ଉଚିତ ତାହା ମଧ୍ଯ ବୁଝାଇ ଦେଲେ । 

           ଗୁରୁଦେବଙ୍କ ଯୋଜନା ମୁତାବକ ପ୍ରଥମେ ଜଣେ ବିଶ୍ଵସ୍ତ ଦ୍ରୁତ ଘୋଡାସବାର ସୈନିକ ଅତିଶୀଘ୍ର ରାଜ୍ୟ ସୀମାନ୍ତରେ ଥିବା ଜଙ୍ଗଲକୁ ଯାଇ ସେଠାକାର ଆଦିବାସୀ ସର୍ଦ୍ଦାରକୁ ଗୁରୁଦେବଙ୍କ ପ୍ରଦତ୍ତ ସନ୍ଦେଶ ପ୍ରଦାନ କରିବ । ଜଙ୍ଗଲରେ ରହୁଥିବା ଆଦିବାସୀମାନେ କାହାରି ଅଧିନସ୍ଥ ନଥିଲେ କିମ୍ବା ସେମାନଙ୍କୁ କୌଣସି ରାଜା ନିଜ ଅଧିନକୁ ଆଣିବା ଅସମ୍ଭବ ଥିଲା । କିନ୍ତୁ ଗୁରୁଦେବଙ୍କୁ ସେମାନେ ଭଗବାନ ତୁଲ୍ୟ ମାନୁଥିଲେ । ତେଣୁ ସେମାନେ ଏ ବିପଦରେ ଯେ ନିଶ୍ଚିତ ସାହାଯ୍ୟ କରିବେ , ଏ ବିଶ୍ଵାସ ଗୁରୁଦେବଙ୍କର ଥିଲା । ସନ୍ଦେଶ ଅନୁଯାୟୀ ଆସନ୍ତା କାଲି ସେମାନେ ନିଜ ନିଜର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବିଷ୍ଣୁପୁର ଆସିବେ ଓ ବିଷ୍ଣୁପୁର ସପକ୍ଷରେ ରହି ଚନ୍ଦ୍ରପୁର ବିରୁଦ୍ଧରେ ଯୁଦ୍ଧ କରିବେ । ଜୀବନରେ କେବେ କାହାର ବଶ୍ୟତା ସ୍ଵୀକାର କରିନଥିବା ଦୁର୍ଦ୍ଦଶ ଆଦିବାସୀ ମାନେ ଯେ ବିଷ୍ଣପୁରର ସୁରକ୍ଷା ପାଇଁ ଯୁଦ୍ଧ କରିବେ , ଏକଥା ମହାମନ୍ତ୍ରୀ ତଥା ସେନାପତିଙ୍କର ସହଜରେ ବିଶ୍ୱାସ ହେଉ ନଥିଲା । କିନ୍ତୁ ମହାମନ୍ତ୍ରୀ ସୋମଦେବ ପୂର୍ବରୁ ଗୁରୁଦେବଙ୍କୁ ଜାଣିଥିବାରୁ ବିଶ୍ୱାସ କରିବାକୁ ବାଧ୍ଯ ହେଉଥିଲେ ।

          ଯୋଜନାର ଦ୍ୱିତୀୟ ସୋପାନ ରାଜାଙ୍କ ଜୀବନରକ୍ଷା ସଂପର୍କୀତ ଥିଲା । ମଧ୍ୟରାତ୍ର ପୂର୍ବରୁ ସେନାପତିଙ୍କ ଆଦେଶରେ କିଛି ସୈନିକ ଉଦ୍ୟାନଟିକୁ ଗୁପ୍ତ ଭାବରେ ଘେରି ରହିବେ । ସେନାପତିଙ୍କ ଆଦେଶ ପାଇବା ମାତ୍ରେ ସେମାନେ ରାଜାଙ୍କୁ ହତ୍ୟା କରିବା ପାଇଁ ଆସିଥିବା ସୈନ୍ୟମାନଙ୍କୁ ଆକ୍ରମଣ କରି ହତ୍ୟା କରିବେ । ନିଜେ ସେନାପତି ଓ ଶ୍ଵାନକେତୁ ବେଶରେ ଥିବା ଗୁରୁଦେବ ଲୁଚି ରହି ରାଜାଙ୍କୁ ଅନୁସରଣ କରିବେ । 

       ଯୋଜନାର ସଫଳ ରୂପରେଖ ପ୍ରଦାନ କରିସାରି ଶ୍ୱାନକେତୁ ନିଜ ଆବାସକୁ ଫେରିଆସିଲେ । ଏବେ ମଧ୍ଯରାତ୍ରକୁ ଅପେକ୍ଷା । ଆସନ୍ତା କାଲି ହେବାକୁ ଥିବା ଯୁଦ୍ଧ ପାଇଁ ସେନାପତି ନିଜର ପ୍ରସ୍ତୁତି ଆରମ୍ଭ କରୁଥିବେ । କିଛି ସମୟ ଚିନ୍ତା କରିସାରି ଶ୍ଵାନକେତୁ ପଦ୍ମାସନରେ ବସି ଧ୍ୟାନସ୍ଥ ହୋଇଗଲେ । ଏ ପରିସ୍ଥିତିରେ ବିଭୁକୃପା ଅପରିହାର୍ଯ୍ୟ ।

          ମଧ୍ୟରାତ୍ର ଆଗତ ପ୍ରାୟ । ମହାରାଣୀ ମନ୍ଦାକିନୀ ଦେବି ଓ ମହାରାଜା ରୁଦ୍ରସେନ ରାଣୀ ଅନ୍ତପୁରରୁ ବାହାରି ଉଦ୍ୟାନ ଦିଗକୁ ଆସୁଛନ୍ତି । ଉଦ୍ଦେଶ୍ୟ ହେଉଛି , ଉଦ୍ୟାନରେ କିଛି ସମୟ ପଦଚାରଣା କରିବା । ରାଜାଙ୍କ ଦେହରକ୍ଷୀମାନେ ତାଙ୍କ ନିକଟରୁ ଦୂରେଇ ଗଲେଣି । ସେହି ମୂହୁର୍ତ୍ତରେ ହଠାତ କାହାର ଆଦେଶ ଶୁଭିଲା , ' ରାଜାଙ୍କୁ ହତ୍ୟାକର ' ।

       

କ୍ରମଶଃ....           

         


Rate this content
Log in

Similar oriya story from Abstract