ରାକ୍ଷସ
ରାକ୍ଷସ
ଦିନ ଦଶଟା। ପ୍ରାଇଭେଟ ବସଟିଏ ଚାଲିଛି। ଦୁଇ ଜଣିଆ ସିଟଟିରେ ବସିଛନ୍ତି ଦୁଇଜଣ ବିବାହିତା ମହିଳା। ଜଣକର ବୟସ ବତିଶ ପାଖାପାଖି। ଅନ୍ୟଟିର ବୟସ ପଚିଶ ପାଖାପାଖି। ପଚିଶ ବଷିର୍ଆ ଯୁବତୀ ଜଣକ ସୁଦର୍ଶନା। ଶିନ୍ଥିରେ ସିନ୍ଦୁର। ବସ ଗହଳି ଥିଲା। ଚାରୋଟି ଯୁବକ ଅଧାରୁ ସେ ବସରେ ଚଢ଼ିଲେ। ଫୁଲ ପ୍ୟାଣ୍ଟ ଟିସାର୍ଟ ସାଙ୍ଗକୁ ଫାଡ଼ୁ ଚେହେରା। ମହିଳା ଦ୍ଵୟଙ୍କୁ କମେଟ ମାରିବା ଆରମ୍ଭ କଲେ। କମେଟ ମରା ଅସହ୍ୟ ହେବାରୁ ଦୁଇଜଣକ ମଧ୍ୟରୁ ବୟସ୍କା ମହିଳା ଜଣକ ପ୍ରତିବାଦ କଲେ। ଉଚ୍ଚବାଚ ବଢ଼ିଗଲା। ଗଣ୍ଡଗୋଳ ହେଲା।
ଦିନ ଦୁଇଟା। ମହିଳା ଦୁଇ ଜଣ ଏକ ଥାନା ପାଖରେ ଗାଡ଼ି ଅଟକାଇବାକୁ କହିଲେ। ଥାନାରେ ଯାଇ ଅଭିଯୋଗ କଲେ। ଥାନାରୁ ପୁଲିସ ଆସି ଚାରିଜଣ ଯୁବକଙ୍କୁ ବାନ୍ଧି ନେଲେ। ପୁଲିସ ଚାରିଜଣଙ୍କୁ ବହେ ଶୁଣେଇଲା। ଭଲ ଘରର ପିଲା ପରି ଚାରିଜଣ ଯାକ ନିରବରେ ସବୁ ଶୁଣିଲେ। ଦୋଷ ସ୍ବୀକାର କଲେ। ପୋଲିସ ଭବିଷ୍ୟତରେ ଏପରି ନ କରିବା ପାଇଁ ତାଗିଦ କରି ଭୁଲ ମଗେଇ ସେମାନଙ୍କୁ ବିଦା କଲା।
ସନ୍ଧ୍ୟା ଛଅଟା। ଉକ୍ତ ମହିଳାଙ୍କ ମଧ୍ୟରୁ ବଡ଼ଟି ଚୁଲି ମୁଣ୍ଡରେ ବସି ରନ୍ଧା ରନ୍ଧି କରୁଛନ୍ତି। ହଠାତ୍ ପଶି ଆସିଲେ ପୂବୋର୍କ୍ତ ଚାରି ଜଣ ଯୁବକ। କିଛି ବୁଝିବା ପୂର୍ବରୁ ଚୁଲି ମୁଣ୍ଡରୁ ଭିଡ଼ି ନେଲେ ରାକ୍ଷସ ପରି। ଜଣେ ପାଟିକୁ ଚିପି ଧରିଥିଲା। ବେକରେ ଶାବଳ ପକେଇ ଦୁଇ ଜଣ ମାଡ଼ି ବସିଲେ। ଅନ୍ୟ ଜଣେ ଏକ ବଡ଼ ପଥର ଟେକିଆଣି ମୁଣ୍ଡକୁ ଛେଚି ଦେଲା। ମୁଣ୍ଡଟା ଢେ଼ା କରି ଶବ୍ଦ କଲା।
ଛଅଟା ପାଞ୍ଚ। ସବୁ ଶୂନଶାନ।