ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy

ଅଗାଧୁ

ଅଗାଧୁ

5 mins
5




କେଁ

କେଁ ଏ ବିକଟ ଶବ୍ଦ ଶୁଣୁ ଶୁଣୁ, ମୋ ପାଦର ଚାପ ବ୍ରେକ ଉପରେ ବଢ଼ିଗଲା ମୋ ଅଜଣାରେ, ତା’ ସହ ଡାହାଣ ହାତର ମୁଠା ଏପରି କଷି ହୋଇଗଲା ଆଗ ବ୍ରେକ ଉପରେ ଯେ ମାତ୍ର ୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଉଥିବା ମୋ ବାଇକ୍ଟା କିଁ...... ଶବ୍ଦ କରି ଘୋଷାରି ହୋଇ ଖଣ୍ଡେ ଦୂରରେ ଠିଆ ହୋଇଗଲା।

ସେମ୍ମାହିତ ହେଲା ପରି ଆଖି ଯୋଡ଼ିକ ଆଗକୁ ଗଲା ବେଳକୁ ଦେଖେ ଆଗରେ ଯନ୍ତ୍ର ଦାନବ ହାଉଆଟିଏ ପ୍ରାୟ ୨୦ ଫୁଟ ରାସ୍ତା ଘୋଷାଡ଼ି ହୋଇ ଆସି ବିକଟ ଶବ୍ଦ କରି ରହି ଯାଇଛି ଠିକ୍ ମୋ ସାମ୍ନାରେ କିଛି ଦୂରରେ।

ତା’ ଆଗପଟେ ଇଂଜିନ ତଳୁ ଏକଶତ ବର୍ଷରୁ ଅଧିକ ବୟସର ବୃଦ୍ଧ ଜଣେ ହାତରେ ଭରା ଦେଇ ପିଚାକୁ ଘୋଷାରି ଘୋଷାରି ବାହାରି ଆସୁଛନ୍ତି। କ’ଣ ଘଟିଲା ସେଥି ପ୍ରତି ବିତସ୍ପୃହ କିମ୍ବା ଜାଣିବା ଶକ୍ତି ବିହୀନ ସେ, ଜାଣିବାର କୋୈଣସି ସୁବିଧା ନ ଥିଲା କାହା ପାଇଁ।

ଛଅ ଫୁଟରୁ ଅଧିକ ଲମ୍ବା ଶରୀର। ବର୍ଷେ ସରିକି ତେଲ ଲଗା ହୋଇ ନ ଥିବା ଚୁଟି। ଅସ୍ଥି ଚର୍ମସାର ଶରୀର। ଶରୀର ବାହାରେ ଘୋଡ଼ିଆ ହୋଇଛି କେଇ ବର୍ଷ ସଫା ହୋଇ ନ ଥିବା ଲୋଚାକୋଚା ଚର୍ମର ଆବରଣ। ତ’ ଉପରେ ମଣିଷ ତିଆରି କୋୈଣସି ଆବରଣ ନାହିଁ।

ବସ୍ତ୍ର ପିନ୍ଧି ଲଜ୍ଜା ନିବାରଣ ନିମନ୍ତେ ଯାହାକୁ ଘୋଡ଼ିଆଯାଏ ତାହା ପଦାକୁ ବାହାରି କଳାମଚମଚ ପିଚୁ ରାସ୍ତା ଉପରେ ଘୋଷାଡ଼ି ହୋଇ ନିଶେଷ ହୋଇ ତାଙ୍କୁ ଲଜ୍ଜା ନିବାରଣ ଚିନ୍ତାରୁ ମୁକ୍ତ କରିବାକୁ ଯେମିତି ପ୍ରଯତ୍ନ କରୁଛି।

ନିଶ୍ଚିତ ଦୁର୍ଘଟଣାରୁ ମୋ ଗାଡ଼ି ଓ ସେ ଦିଗମ୍ବର ବୃଦ୍ଧ ଉଭୟ ରକ୍ଷା ପାଇ ଯାଇ ଥିବାରୁ ଭଗବାନଙ୍କୁ ବଧେଇ ଜଣାଇଲିି।

ଆଖି ଓ ପେଟ ଶରୀର ଭିତରେ ପଶି ଯାଇଥିବା ସମ୍ପୂର୍ଣ୍ଣ ଉଲଗ୍ନ ଓ ସରିସୃପ ପରି ନିଜକୁ ଘୋଷାଡ଼ି ନେଉଥିବା ସେହି ମଣିଷ ପରି ପ୍ରତ୍ୟୟମାନ ଜନ୍ତୁଟି ରାସ୍ତାପାର ହୋଇ ବାମ ପଟରେ ଥିବା ଗୋରୁ ଗୁହାଳ ପରି ଘର ଭିତରେ ପଶି ଯାଉ ଯାଉ ମୋର ସ୍ମୃତି ମୋତେ ଘୋଷାଡ଼ି ନେଲା ଅତୀତକୁ।

ଏ ବୃଦ୍ଧଙ୍କ ନାମ ଅଗାଧୁ ପାଢ଼ୀ। ଆମ ଗାଁ ଦଧିବାମନ ମନ୍ଦିରର ଏ ପୂଜକ ରୂପେ ଜୀବନ ସାରା କାମ କରିଛନ୍ତି।

ଛଅଫୁଟରୁ ଅଧିକ ଉଚ୍ଚ। ଗୋରା ତକ୍ ତକ୍ ଚେହେରା। ଓସାରିଆ ବିସ୍ତୀର୍ଣ୍ଣ କପାଳ। ହଳଦିଆ ଯୋଡ଼ ସାଙ୍ଗକୁ ଅଣ୍ଟାରେ ସୁନ୍ଦର ଭାବରେ ଚଉତା ହୋଇ ବନ୍ଧା ଯାଇଥିବା ଗାମୁଚ୍ଛା। କାନ୍ଧରେ ଆଉଖଣ୍ଡେ ଦାମିକା ଗାମୁଚ୍ଛା। ହାତରେ ଫୁଲ ତୁଳସୀର ଡାଲା। କପାଳରେ କପୁର୍ର ମିଶା ଚନ୍ଦନ କୋରା। ଶରୀରର ସବାର୍ଙ୍ଗ ଚନ୍ଦନ ଚଚ୍ଚିର୍ତ। ନିର୍ଗତ ହେଉଛି ଚନ୍ଦନର ମୁହୁମୁର୍ହୁ ବାସ୍ନା। ଦର୍ଶନ ମାତ୍ରେ ଭଗବାନଙ୍କ ଦର୍ଶନ ହୋଇ ଗଲା ପରି ମନେହୁଏ।

କଥାରେ କିଣିଲା କିଣିଲା ପରି ଭାବ। ମୁଁ ତାଙ୍କୁ ଯେବେ ଠାରୁ ଦେଖିଥିଲି ଏହି ସ୍ବରୂପରେ ଦେଖିଛି। ଦେଖିଲେ ଭକ୍ତିରେ ମୁଣ୍ଡ ନଇଁ ଯାଏ। ବହୁତ ଭଲ ପାଆନ୍ତି ମୋତେ ସେ।

ଯୁବକ ସଂଘର ସଂପାଦକ ରୂପେ ଗାଁଟା ସାରା ଘରେ ଘରେ ମୋର ପରିଚିତି। ଦିନେ ତାଙ୍କ ଘରେ ପହଞ୍ଚିଲି। ବଡ଼ମା’ ଅଥାର୍ତ୍ ଅଗାଧୁ ପାଢ଼ୀଙ୍କ ଧର୍ମପତ୍ନୀଙ୍କ ସହ ଭେଟ ହେଲା।

ସଂସାରରେ ଯିଏ ଯାହା ଦୁଃଖକୁ ନେଇ ବନ୍ଦୀ। ସମାଜ ସେବା ଲକ୍ଷ୍ୟ ନେଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ବେଳେ ବେଳେ ମୋର ଅନ୍ତରଙ୍ଗତା ଟିକେ ବଢ଼ିଯାଏ।

ବଡ଼ ମା’ ସାବନା ରଙ୍ଗର। ଛଅଫୁଟ ସରିକି ଉଚ୍ଚତା। ମଜବୁତ ଗଠନ। ବିରାଟ ବପୁ। ସୁଗଠିତ ଗୋଲ ମୁଖମଣ୍ଡଳ। ଅଣ୍ଟାର ଗୋଲେଇ ୫୫ ଇଂଚରୁ ଅଧିକ। ଦେଖୁ ଦେଖୁ କାନ୍ଦି ପକାଇଲେ।

ଅପତ୍ୟ ନ ଥିବା ଦୁଃଖରେ ଦୁଃଖି ସେ। ସ୍ବାମୀ ଅଗାଧୁ ପାଢ଼ୀ ସେତେବେଳେ ଇଂରେଜ ସରକାରଙ୍କ ଅମଳରେ ମିଲିଟାରୀରେ ଯୋଗ ଦେଇଥିଲେ। ବମାର୍ରେ ଲଢେ଼ଇ କରିଥିଲେ। ବଡ଼ ମା’ଙ୍କ ଝିଆରୀ ଏ ଗାଁରେ ବାହା ହୋଇଛି। ତା’ ପୁଅକୁ ପୋଷ୍ୟ ପୁଅ କରି ବଂଚିବାର ଆଶା ନେଇ ସମ୍ପର୍କ ବଢେ଼ଇଛନ୍ତି। ନିଜ ଝିଅ ପରି ଦିଆ ନିଆ କରୁଛନ୍ତି।

ସେ ଦିନ ଜାଣିଲି ତାଙ୍କ ମନ ବେଦନା। ମୋତେ ଭାରି ବାଧିଥିଲା। ଏ କଷ୍ଟ ଭଗବାନ ଦେଇଛନ୍ତି କାହିଁକି ବୋଲି ଚିନ୍ତା କରି ମନ ମୋର ଭାରାକ୍ରାନ୍ତ ହୋଇ ଯାଇଥିଲା।

କିନ୍ତୁ ଅଗାଧୁ ପାଢ଼ୀଙ୍କର ଏ ଦେବତୁଲ୍ୟ ଚେହେରା ପଛରେ ଏକ ବିକୃତ ଇତିହାସ ଯେ ଲୁଚି ରହିଛି ତାହା କଥା ଛଳରେ କହିଥିଲେ ଆମ ଗାଁର ସଭାପତି। ଗାଁର ସଭାପତି ମୋର ସମ୍ପକୀର୍ୟ।

ଗାଁର ମୁଖିଆ ଥା’ନ୍ତି ଦାଶ ଅଧିକାରୀ। ମନ୍ଦିର ପୂଜକ ହିସାବରେ ଅଗାଧୁଙ୍କର ତାଙ୍କ ସହ ଥାଏ ଭଲ ସମ୍ପର୍କ। ପୁଣି ଦୁହେଁ ବ୍ରାହ୍ମଣ। ସମ୍ପତ୍ତିକୁ ନେଇ ଦାଶ ଅଧିକାରୀଙ୍କର ମାନପୁର ବାହା ହୋଇଥିବା ତାଙ୍କ ସମ୍ପକୀର୍ୟ ଭଉଣୀ ଚମ୍ପା ସହ ହେଲା ମନାନ୍ତର। ମତାନ୍ତର ଯ୍ଧବ ଏପରି ସ୍ତରରେ ପହଁଚିଲା ଯେ କିଛି ଲୋକଙ୍କ ସହାୟତାରେଉକ୍ତ ସମ୍ପକୀର୍ୟ ଭଉଣୀ ଚମ୍ପାକୁ ଅତି ନିଷ୍ଠୁର ଅମାନବୀୟ ଭାବରେ ଗହୀର ଭିତରେ ହତ୍ୟା କରାଯାଇଥିଲା। ଶୁଣାଯାଏ କେସରେ ଦାଶ ଅଧିକାରୀ ବିଜୟ ହାସଲ କରି ନିଦ୍ଵନ୍ଦ୍ଵରେ ମୁକୁଳି ଆସିଥିଲେ। ସମ୍ଭବତଃ ପଇସା ବଳରେ ଅଥବା ଓକିଲ ବଳରେ। କିନ୍ତୁ ତା’ପରେ ପରେ ସେ ହରାଇଥିଲେ ତାଙ୍କର ଗୋଟିଏ ଗୋଡ଼। ଦାଶ ଅଧିକାରୀରୁ ସେ ପାଲଟି ଯାଇଥିଲେ ଛୋଟା ଅଧିକାରୀ ଅଚିହ୍ନା କ୍ୟାନସର ରୋଗର ଶୀକାର ହୋଇ।

ଗାଁରେ ଗାଁ ମାଇପେ କୁହାକୁହି ହୁଅନ୍ତି-ଆଇନ ହାତରୁ ସିନା ପଇସା ବଳରେ ମୁକୁଳି ଗଲା, ଦଇବ ହାତରୁ ସେ ମୁକୁଳି ପାରିଲେ ନାହିଁ। ବଞ୍ଚି ଥାଉ ଥାଉ ଦଇବ ଦଣ୍ଡ ଦେଇଦେଲା। କ୍ୟାନସର ଆକ୍ରାନ୍ତ ହୋଇ ସେ ହରାଇଥିଲେ ତାଙ୍କର ଗୋଟିଏ ଗୋଡ଼ ଜଙ୍ଘ ପାଖରୁ।

ଯେଉଁମାନେ ତାଙ୍କୁ ସେ ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ସମସ୍ତେ ଅଳ୍ପେ ବହୁତେ ଦଣ୍ଡ ପାଇ ସାରିଥିଲେ ବୋଲି ଲୋକେ ହୁଅନ୍ତି କୁହାକୁହି।

ଅଗାଧୁ ସମାଜ ଚକ୍ଷୁରେ ସ୍ବଚ୍ଛ। ଜୀବନସାରା ଧୋବଧାଉଳିଆ ହୋଇ ବୁଲୁଛନ୍ତି ସିନା ସେ ସେହି ଚମ୍ପା ହତ୍ୟାକାଣ୍ଡ ସହିତ ପୂର୍ଣ୍ଣ ସଂଶ୍ଳିଷ୍ଟ ବୋଲି ଲୋକେ କହନ୍ତି।

ଦିନ ଗଡ଼ି ଚାଲିଥିଲା। ତାଙ୍କୁ ଦେଖିଲେ ଯଦିଓ ମନରେ ଭକ୍ତି ଭାବ ଉପିନ୍ନ ହେଉଥିଲା କିନ୍ତୁ ମନର ନିଭୃତ କକ୍ଷରୁ ଉଙ୍କି ମାରୁଥିଲା ତାଙ୍କର ସେହି ହତ୍ୟାକାରୀ ରୂପଟା ରହି ରହି।

ଘଟଣା ଚକ୍ରରେ ସେ ଯେଉଁ ମନ୍ଦିରର ପୂଜକ ମୁଁ ସେହି ମନ୍ଦିରର ପରିଚାଳନା ଟ୍ରଷ୍ଟି ପଦ ସମ୍ଭାଳେ। ଦିନେ ମନ୍ଦିର କେମିତି ଚାଲିଛି ବୋଲି ଦେଖିବାକୁ ଗଲା ବେଳକୁ ଦିନ ୯ଟା। ସମ୍ଭବତଃ ମହାପ୍ରଭୁଙ୍କର ସଙ୍ଖୁଡ଼ି ଭୋଗ ସରି ଯାଇଥାଏ।

ମନ୍ଦିରଟି ଗାଁର ପଶ୍ଚିମ ମୁଣ୍ଡରେ। ବୀଜେ ପ୍ରଭୁ ଜଗନ୍ନାଥ ଓ ମହାପ୍ରଭୁ ଦଧିବାମନ। ରାଜ ପ୍ରତିଷ୍ଠିତ ଦିଅଁ। ଖଞ୍ଜା ୫୭ ଏକର ଅଉଲ ନମ୍ବର ଜମି। ଢେର ଆୟ ଅମଳ। ଗାଁ’ବାଲା ମନ୍ଦିରର ଯତ୍ନ ନିଅନ୍ତି ସୁନ୍ଦର ଭାବରେ।

ମହାପ୍ରଭୁଙ୍କ ନିମନ୍ତେ ସକାଳବେଳା ଦୁଇଥାଳି ଅନ୍ନ ଭୋଗ ଖଞ୍ଜା। ସେଥିରେ ଅନ୍ନ ସହ ରହିଛି ଡ଼ାଲି, ତରକାରୀ ଓ ଖଟା। ଗୋଟିଏ ଥାଳି ପୂଜାରୀ ଖେୟୀ ରୂପେ ନିଅନ୍ତି। ଅନ୍ୟ ଥାଳିଟି ଅଭ୍ୟାଗତ। ଅତିଥି ଅଭ୍ୟାଗତଙ୍କର ଆଗମନ ନ ଥିଲେ ତାହା ଏକାଠି ମିଶାଇ ପିଲାମାନଙ୍କୁ ବାଣ୍ଟି ଦିଆଯାଏ। ରାଜା ମହାରାଜା ମାନେ ମନ୍ଦିରରେ ଅତିଥି ଅଭ୍ୟାଗତ, ବାବାଜୀ ବୈଷ୍ଣବ ମାନଙ୍କ ନିମନ୍ତେ ଏ ଭୋଗ ପ୍ରସାଦ ଖଞ୍ଜା କରିଛନ୍ତି। ସୁନ୍ଦର ଅନ୍ନଦାନର ବ୍ୟବସ୍ଥା ଯାହାକି ଆଜିର ଏ ବୈଷୟିକ ଯୁଗରେ ହଜି ହଜି ଯାଉଥିବା ଲକ୍ଷ୍ୟକରାଯାଉଛି।

ମୁଁ ମନ୍ଦିର ସାମ୍ନାରେ ପହଞ୍ଚିଲା ବେଳକୁ ପୂଜକ ଅଗାଧୁ ଭୋଗ ଥାଳି ଧରି ମନ୍ଦିର ସାମ୍ନାକୁ ପିଲାଙ୍କୁ ବାଣ୍ଟିବାକୁ ଧରି ପାହାଚରୁ ଓହ୍ଲୋଉଥିଲେ। ଆଜି ଅଭ୍ୟାଗତ ନ ଥିଲେ ବୋଧହୁଏ। ପିଲାମାନେ ଆସି ମନ୍ଦିର ସାମ୍ନାରେ ଜମା ହୋଇ ସାରିଥିଲେ। ମୋତେ ଦେଖି ସେ ପଛୁଆ ପଛୁଆ ଚାଲିଗଲେ।

ରୁହ ରୁହ ବୋଲି ଯେତେ କହିଲେ ମଧ୍ୟ ସେ ସେହିପରି ପଛୁଆ ଯାଇ ଗମ୍ଭୀରା ଘରେ ପହଞ୍ଚିଲେ। ମୁଁ ବି ସେଇମିତି ତାଙ୍କ ଉପରେ ନଜର ରଖି ଆଗୋଉଥିଲି। ମୋ ମନରେ ଥିଲା ସନ୍ଦେହ! ଘଟଣା କ’ଣ?

ହଠାତ୍ ସେ ଧରିଥିବା ଥାଳିରେ କ’ଣ ଗୋଟେ ରଖି ଦେଇ ମୋ ପାଖକୁ ଆସିଲେ। ମୁଁ ଥାଳି ଦେଖି ଜାଣିଗଲି ତାଙ୍କର ପଛେଇବାର କାରଣ।

ମହାପ୍ରଭୁଙ୍କ ପାଇଁ ରନ୍ଧା ଯାଇଥିବା ଭୋଗ ସାମଗ୍ରୀରେ ତରକାରୀ ନ ଥିଲା। ସେ କେବଳ ଡାଲମା ପ୍ରସ୍ତୁତ କରିଥିଲେ। ମୋତେ ଦେଖି ଧରାପଡ଼ିଯିବା ଭୟରେ ଅନ୍ୟ ଥାଳିର ଡାଲମାରୁ କିଛି ଫଳଫଳ ଏକ ପତ୍ରରେ ସେ ପିଲାଙ୍କ ପାଇଁ ନେଉଥିବା ଥାଳିରେ ରଖି ଦେଇଥିଲେ। ମୁଁ ଖେୟୀ ଥାଳିଟିକୁ ଦେଖିବା ପରେ ମୋର ସନ୍ଦେହ ସତ୍ୟରେ ରୂପାନ୍ତରିତ ହୋଇ ସାରିଥିଲା।

ମୋ ପାଟିରୁ ବାହାରି ପଡ଼ିଲା-ହେ ଭଗବାନ!

ତାଙ୍କୁ ପାଖକୁ ଡାକିଲି। କହିଲି-ଭଗବାନଙ୍କୁ କ’ଣ କେହି ଠକି ପାରେ? ସେ ପରା ସର୍ବତ୍ର ଅଛନ୍ତି, ସବୁ ଦେଖୁଛନ୍ତି। ତୁମର ଏ କାଯ୍ୟର୍ ସେ କ’ଣ ଦେଖି ନାହାଁନ୍ତି?

ସେହି ଦିନ ଠାରୁ ତାଙ୍କ ପ୍ରତି ମୋ ବିଶ୍ଵାସ ତୁଟି ଯାଇଥିଲା। ‘ସେବା ଚୋରି ବଣିଜ ମିଛ’ ବୋଲି ଲୋକେ ଯାହା କହନ୍ତି ତାହା ତାଙ୍କ ଠାରେ ଶତପ୍ରତିଶତ ବାସ୍ତବ ରୂପ ନେଇଥିଲା।

ପୂବୋର୍କ୍ତ ଚମ୍ପା ହତ୍ୟାକାଣ୍ଡରେ ଏ ସଂପୃକ୍ତ ଥିବା ମୋର ବିଶ୍ଵାସ ହୋଇଯାଇଥିଲା। ତେବେ ସମସ୍ତେ ଦଣ୍ଡ ପାଇ ସାରିଥିବା ବେଳେ ଏ?

ଆଜି ତାଙ୍କର ଏ ଅବସ୍ଥା ଦେଖି ମୋ ଚକ୍ଷୁରେ ସଂସାରର ସ୍ବରୂପ ପ୍ରାଞ୍ଜଳ ଦେଖା ଯାଉଥିଲା। ପାପର ଦଣ୍ଡ ଆଉ କେଉଁଠି ମିଳିବକି ନାହିଁ ମୁଁ ଜାଣେନା, ତେବେ ତାଙ୍କ ପାପର ଦଣ୍ଡ ତାଙ୍କୁ ଏହିପରି ଭାବେ ମିଳି ଯାଇଥିଲା କି ଆଉ?



Rate this content
Log in

Similar oriya story from Tragedy