ଡ.ସୁରେଶ ଚନ୍ଦ୍ର ବରାଡ଼

Inspirational

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Inspirational

ବିକାଶ

ବିକାଶ

5 mins
6



ଏକଦା ଅନ୍ତରାଜ୍ୟର ରାଜାମାନଙ୍କୁ ନେଇ ଶ୍ରେଷ୍ଠରାଜା ଚୟନ କରିବା ପାଇଁ ଗଠିତ ଚୟନ କମିଟିର ମୁଖ୍ୟ ଦେଶ ମଧ୍ୟରେ ଥିବା ବିଭିନ୍ନ ରାଜ୍ୟର ରାଜା ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ବିଚାର ବିମର୍ଶ କରି ସର୍ବଶ୍ରେଷ୍ଠ ଦୁଇ ଜଣ ରାଜାଙ୍କ ନାମକୁ ମାଗଧିର ଦେଶର ମହାରାଜାଙ୍କ ନିକଟକୁ ସୁପାରିଶ କଲେ।ବଛା ଯାଇଥିବା ଦୁଇ ରାଜାଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ହେବେ ଏହା ନେଇ ମହାରାଜା ଭାଳେଣିରେ ପଡ଼ିଥିବା ବେଳେ ହଠାତ୍ ରାଜଗୁରୁ ସାଆନ୍ତଙ୍କର ଆବିଭାର୍ବ ଘଟିଲା। ମହାରାଜ ନିଜ ଚିନ୍ତାକୁ ହାଲକା କରିବା ପାଇଁ ରାଜଗୁରୁଙ୍କୁ ପ୍ରଣିପାତ ସହିତ କହିଲେ-ହେ ପଣ୍ଡିତମନ୍ୟ! ଆପଣ ଏ ଦୁଇ ରାଜାଙ୍କ ମଧ୍ୟରୁ ଶ୍ରେଷ୍ଠ ରାଜା ଚୟନ ଭାର ବହନ କରନ୍ତୁ। ରାଜଗୁରୁ ମହାରାଜାଙ୍କ ଆଗ୍ରହକୁ ସାଗ୍ରହେ ଗ୍ରହଣ କରି ପୂଣ୍ଣାର୍ଙ୍ଗ ଘଟଣାକୁ ଜାଣିବା ପାଇଁ ଜିଜ୍ଞାସା କରନ୍ତେ ମହାମନ୍ତ୍ରୀ ଗୁରୁଙ୍କୁ ବୁଝାଇବାକୁ ଯାଇ କହିଲେ-ଉଚ୍ଚ ପ୍ରଜ୍ଞାଶୀଳ, ବିଚାରବନ୍ତ ତଥା ଦୃଢ଼ ପ୍ରଶାସକ ଆମ୍ଭ ମହାରାଜା ତାଙ୍କ ଦେଶ ଅଧିନରେ ଥିବା ଅନେକ ଛୋଟବଡ଼ ରାଜ୍ୟକୁ ନେଇ ବର୍ଷରେ ଥରଟିଏ ନିଜ ରାଜଧାନୀରେ ଏକ ସାଂସ୍କୃତିକ ମେଳାର ଆୟୋଜନ କରୁ ଅଛନ୍ତି। ଏହି ମେଳାକୁ ସାମ୍ରାଜ୍ୟର କୋଣାନୁକୋଣରୁ ବିଭିନ୍ନ କ୍ଷେତ୍ରରେ ପାରଦଶୀର୍ତା ହାସଲ କରିଥିବା ବ୍ୟକ୍ତିତ୍ଵମାନଙ୍କୁ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆହ୍ଵାନ କରାଯାଇଛି। ପ୍ରତିଯୋଗୀମାନଙ୍କର ରହିବା, ଖାଇବା ଏବଂ ପ୍ରସ୍ତୁତି କରିବା ଆଦି ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଛି। ଆଜି ମେଳା ଉଦ୍ଯାପନୀ ଉତ୍ସବରେ ନିଜେ ମହାରାଜା ଉପସ୍ଥିତ ରହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାକୁ ଯାଉଛନ୍ତି।

ଏହି ପ୍ରତିଯୋଗୀତାରେ ରାଜାମାନେ ମଧ୍ୟ ଭାଗ ନେଇଛନ୍ତି। ଚଳିତ ବର୍ଷର ଶ୍ରେଷ୍ଠ ରାଜା ଚୟନ କରାଯାଇ ଉକ୍ତ ରାଜାଙ୍କୁ ଶ୍ରେଷ୍ଠ ରାଜାର ଉପାଧି, ସନନ୍ଦ ଓ ପ୍ରଶଂସାପତ୍ର ପ୍ରଦାନ କରାଯିବ।

ଏଥି ନିମନ୍ତେ ମହାରାଜା ଏକ ବିଚାରକ ମଣ୍ଡଳୀ ଗଠନ କରିଥିଲେ। ଚଳିତ ବର୍ଷ ସର୍ବଶ୍ରେଷ୍ଠ ରାଜା ବାଛିବା ନିମନ୍ତେ ଗଠିତ କମିଟିର ଅଧ୍ୟକ୍ଷ ରୂପେ ଦେଶର ଶ୍ରେଷ୍ଠ ସନ୍ୟାସୀ ଈଶ୍ଵର ଦାସ ମହାରାଜଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ତାଙ୍କ ସହିତ କମିଟିରେ ଅନ୍ୟ ଛଅ ଜଣ ଜ୍ଞନୀ ଗୁଣୀ ଦାର୍ଶନିକଙ୍କୁ ସହଯୋଗ ପାଇଁ ରଖା ଯାଇଥିଲା। ସେମାନେ ବହୁ ପୂର୍ବରୁ ରାଜ୍ୟ ଗୁଡ଼ିକୁ ଗୁପ୍ତରେ ପରିଭ୍ରମଣରେ ଯାଇ ସେଠାରେ ହୋଇଥିବା ଜନହିତକର କାଯ୍ୟର୍, ବିକାଶ ଓ ରାଜାଙ୍କର ଶାସନ ବିଷୟରେ ବିବରଣୀ ସଂଗ୍ରହ କରି ଅଛନ୍ତି। ବିଚାର ବିମର୍ଶ ପରେ ସର୍ବଶ୍ରେଷ୍ଠ ଦୁଇ ରାଜାଙ୍କର ସୂଚୀ ପ୍ରସ୍ତୁତ କରି ତାହାକୁ ମହାରାଜାଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି।ଏବେ ମହାରାଜା ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ରାଜାଙ୍କୁ ବାଛିବା କଥା ଯାହାର ଦାୟିତ୍ଵ ସେ ଆପଣଙ୍କ ଉପରେ ନ୍ୟସ୍ତ କରିଛନ୍ତି। ସମସ୍ତ ବିଷୟ ଅବଗତ ହେଲା ପରେ ରାଜଗୁରୁ ମନ୍ତ୍ରୀ ମହୋଦୟଙ୍କୁ ସର୍ବଶ୍ରେଷ୍ଠ ଦୁଇ ରାଜାଙ୍କ ନାମ ଓ ସେମାନଙ୍କ ଦ୍ଵାରା ତାଙ୍କ ରାଜ୍ୟରେ ହାତକୁ ନିଆଯାଇଥିବା ଜନହିତକର କାଯ୍ୟର୍କ୍ରମର ତାଲିକା ପଢ଼ିବାକୁ ନିର୍ଦ୍ଦେଶ ଦେଲେ।ମନ୍ତ୍ରୀ ପାଠକଲେ-ଗୁରୁଦେବ! ଚଳିତ ବର୍ଷ ଯେଉଁ ଦୁଇ ଯଶସ୍ବୀ ରାଜାଙ୍କର ନାମ ଚୟନ କମିଟି ଦ୍ଵାରା ପୁରସ୍କାର ପାଇଁ ସୁପାରିଶ ହୋଇଛି ସେମାନେ ହେଲେ ବାଙ୍କୁଲୀ ରାଜ୍ୟର ରାଜା ବିଶ୍ଵନାଥ ଚମ୍ପକରାୟ ଓ ସୁଶାନ୍ତ ଗଡ଼ର ରାଜା କୁଶଧ୍ଵଜ ମାନସିଂହ।

ସଭାସ୍ଥଳ କରତାଳିର ଶବ୍ଦରେ କମ୍ପି ଉଠିଲା। ଦର୍ଶକ ଶ୍ରୋତା ମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଖେଳି ଗଲା। ସାଧୁ ମହଲରୁ ସାଧୁ ସାଧୁ ଶବ୍ଦ ଶୁଣିବାକୁ ମିଳିଲା। ରାଜନ୍ୟବର୍ଗ ମାନେ ବସିଥିବା ରାଜା ମାନଙ୍କ ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଘୂରି ଗଲା। ଏପରିକି ରାଜାମାନେ ସେହି ଦୁଇ ରାଜାଙ୍କ ପ୍ରତି ଈଷାର୍ଳୁ ଦୃଷ୍ଟିରେ ଚାହିଁବାକୁ ଲାଗିଲେ। ବୁଦ୍ଧିଜୀବୀମାନେ ସେମାନଙ୍କ କୃତି ସମ୍ପର୍କରେ ଜାଣିବାକୁ ଉତ୍ସୁକ ହୋଇ କାନ ତରାଟି ଧିରଭାବରେ ଅପେକ୍ଷା କରିବାକୁ ଲାଗିଲେ। କିନ୍ତୁ ମହାରାଜା ଥିଲେ ଧିର ଓ ସ୍ଥିର। ତାଙ୍କ ମୁଖ ମଣ୍ଡଳରେ ଲାଖି ରହିଥିଲା ଚେନାଏ ସ୍ମିତ ହାସ୍ୟ।

ରାଜଗୁରୁ ପଚାରିଲେ-ମନ୍ତ୍ରୀବର! ଏ ଦୁଇ ରାଜା କ’ଣ ଏପରି କାଯ୍ୟର୍ କରିଛନ୍ତି ଯେ ଶତାଧିକ ରାଜା ମାନଙ୍କ ମଧ୍ୟରୁ ଏମାନଙ୍କୁ ଚୟନ କରାଯାଇଛି।ମନ୍ତ୍ରୀ କହିଲେ-ଗୁରୁଦେବ! ଆମ ଦେଶର ସବୁ ରାଜ୍ୟର ରାଜାମାନେ ରାଜ୍ୟ ଶାସନରେ ଅତ୍ୟନ୍ତ ପାରଦଶୀର୍।ସମସ୍ତେ ନିଜନିଜ ରାଜ୍ୟର ରାଜ୍ୟବାସୀଙ୍କୁ ଅତ୍ୟନ୍ତ ଆନନ୍ଦରେ ରହିବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। କିନ୍ତୁ ଏମାନେ ନେଇଥିବା ଜନହିତକର କାର୍ଯ୍ୟର ଚିଠା ଦୀର୍ଘ ଓ ପ୍ରଶଂସା ଯୋଗ୍ୟ।ମହାରାଜା ତଥା ରାଜଗୁରୁଙ୍କ ମୁଖମଣ୍ଡଳ ଉଜ୍ଜ୍ଵଳ ଦେଖାଗଲା। ଲୋକମାନଙ୍କ ମଧ୍ୟରେ ଜିଜ୍ଞାସା ବଢ଼ିଗଲା। ସାରା ମେଳା ସ୍ଥଳରେ ନୀରବତା ଛାଇ ଗଲା।ମନ୍ତ୍ରୀ ଆରମ୍ଭ କଲେ-ଗୁରୁଦେବ! ବାଙ୍କୁଲୀ ରାଜ୍ୟର ରାଜା ତାଙ୍କ ରାଜ୍ୟରେ ଥିବା ପାଖାପାଖି ୨୦ ହଜାର ବିଦ୍ୟାଳୟ ମାନଙ୍କୁ ଅଜସ୍ର ପାଣ୍ଠି ଯୋଗାଇ ଦେଇ ସେଗୁଡ଼ିକର ସୋୈନ୍ଦଯ୍ୟର୍କରଣ ଏପରି କରିଛନ୍ତି ଯେ ସେଗୁଡ଼ିକ ନୂଆ ବୋହୂ ପରି ଲାଗୁଛନ୍ତି। ସେଥିରେ ବଗିଚା, ବିଜ୍ଞାନାଗାର, ପାଠାଗାର ଆଦି ଯୋଡ଼ି ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଠପଢ଼ାର ଏକ ଅନନ୍ୟ ପରିବେଶ ସୃଷ୍ଟି କରିଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଆନନ୍ଦରେ ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ହସିଖେଳି ପଢ଼ିବା ପଦ୍ଧତି ଆପଣା ଯାଇଛି। ଦିନ ସାରା ପିଲାମାନଙ୍କର କଳରୋଳରେ ବିଦ୍ୟାଳୟ ଫାଟି ପଡ଼ୁଛି। ବାତାବରଣ ମନମୋହୁଛି।ରାଜ୍ୟରେ ଅନାଥ ମାନଙ୍କର ଥଇଥାନ ପାଇଁ ୧୫୦୦ ଅନାଥାଶ୍ରମ, ବୃଦ୍ଧବୃଦ୍ଧାଙ୍କୁ ସେବା ଯୋଗାଇ ଦେବା ପାଇଁ ୧୨୦୦ ଜରାନିବାସ ଖୋଲା ଯାଇଛି। ନାରୀମାନଙ୍କୁ ସଶକ୍ତ କରିବା ପାଇଁ ଗାଁ ଗାଁରେ ଅନେକ ସଂଗଠନ ଖୋଲି ସେମାନଙ୍କୁ ସ୍ବାଧୀନତା ଓ ରୋଜଗାରର ପନ୍ଥା ଯୋଗାଇ ଦିଆଯାଇଛି। ଲୋକମାନଙ୍କୁ ବିନା ମୂଲ୍ୟରେ ଚାଉଳ ଯୋଗାଇ ଦିଆ ଯାଉଛି। ଭିକାରୀମାନଙ୍କ ସ୍ଥିତିକୁ ଲକ୍ଷ୍ୟ କରି ସେମାନଙ୍କ ପାଇଁ ରାତ୍ରୀ ରହଣିସ୍ଥଳ ଓ ବିନାମୂଲ୍ୟରେ ରନ୍ଧା ଖାଦ୍ୟ ଗାଡ଼ିମାନଙ୍କରେ ନେଇ ଯୋଗାଇ ଦିଆ ଯାଉଛି।ପ୍ରତି ଗ୍ରାମରେ ଥିବା ଶ୍ମଶାନ ଗୁଡ଼ିକୁ କଂକ୍ରୀଟ ଘରରେ ପରିଣତ କରି ସେଠାକୁ କଂକ୍ରୀଟ ରାସ୍ତା ନିର୍ମାଣ କରାଯାଇଛି। ଶ୍ମଶାନ ପ୍ରତି ଲୋକଙ୍କ ଭୟ ଦୂରୀଭୂତ କରିବା ପାଇଁ ତାହାକୁ ପାର୍କରେ ପରିଣତ କରି ବିଦ୍ୟୁତ ଆଲୋକରେ ତାହାକୁ ଉଦ୍ଭାଷିତ କରାଯାଇଛି।ମଦ୍ୟପାନରୁ ବିରତ କରିବା ପାଇଁ ରାସ୍ତାଠାରୁ ୧୫୦ ମିଟର ଦୂରରେ ମଦଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଦ ଉପରେ ଅତ୍ୟଧିକ କର ଲଗା ଯାଇଛି। ଦେଶରେ ମଦମୃତ୍ୟୁକୁ ରୋକିବା ପାଇଁ ରାଜା ଏକ ମଦ ନିଗମ ଖୋଲି ତାହା ଜରିଆରେ ବିଶୁଦ୍ଧ ମଦ ଯୋଗାଇ ଦେଉଛନ୍ତି। ଏଠି ସେଠି ଲୁଚାଚୋରାରେ ବିକ୍ରୀ ରୋକିବା ପାଇଁ ପ୍ରତ୍ୟେକ ଗ୍ରାମରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏଥିରୁ

ମିଳୁଥିବା ଅର୍ଥ ଜନହିତକର କାଯ୍ୟର୍ରେ ନିୟୋଜିତ କରାଯାଉଛି।ରାଜ୍ୟରେ ୫୦ଗୋଟି ନୂତନ କାରାଗୃହ ପ୍ରତିଷ୍ଠା କରାଯାଇଛି। ବାଳ ଅପରାଧି ମାନଙ୍କୁ ବାଟକୁ ଆଣିବା ପାଇଁ ୧୧୦ଟି ସୁଧାରଗୃହ ନିମିର୍ତ ହୋଇଛି।ରାଜ୍ୟରେ ଥିବା ସମସ୍ତ ମନ୍ଦିରର ସୋୈନ୍ଦଯ୍ୟର୍କରଣ ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ମନ୍ଦିରର ସାଜସଜ୍ଜା ଅତ୍ୟନ୍ତ ଆକର୍ଷକ ହୋଇଛି। ରାଜ୍ୟ ମଧ୍ୟରେ କିଛି ନିନ୍ଦୁକଙ୍କୁ ଛାଡ଼ି ଦେଲେ ସମସ୍ତେ ରାଜାଙ୍କର କାଯ୍ୟର୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।ଦ୍ଵିତୀୟ ରାଜା ହେଲେ ସୁଶାନ୍ତ ଗଡ଼ ରାଜ୍ୟର ରାଜା କୁଶଧ୍ଵଜ। ସେ ତାଙ୍କ ରାଜ୍ୟରେ ମଧ୍ୟ କିଛି ଜନହିତକର କାଯ୍ୟର୍ କରିଛନ୍ତି। ସେ କିଛି ନୂତନ ବିଦ୍ୟାଳୟ ଖୋଲିଛନ୍ତି। ସେଥିରେ ଗ୍ରାମବାସୀମାନଙ୍କୁ ସଂଶ୍ଳିଷ୍ଟ କରିଛନ୍ତି। ଗ୍ରାମବାସୀମାନଙ୍କ ଦ୍ଵାରା ଚୟନ କରାଯାଇଥିବା ବିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେଥିରେ ନିଯୁକ୍ତି ଦେଇଛନ୍ତି। ଶିକ୍ଷକମାନେ ନିଜ ସାଧ୍ୟମତେ ସ୍ବ ପଦ୍ଧତିରେ ଶିକ୍ଷାଦାନ କରୁଛନ୍ତି। ଛାତ୍ରଛାତ୍ରୀମାନେ ଗୁରୁ ମାନଙ୍କୁ ଡରି ମରି ଅଛନ୍ତି। ବିଦ୍ୟାଳୟ ସର୍ବଦା ନିସ୍ତବ୍ଧ ଲାଗୁଛି। ମନେ ହେଉଛି ଯେପରି କେହି ଛାତ୍ରଛାତ୍ରୀ ନାହାଁନ୍ତି।ଲୋକମାନଙ୍କ ମଧ୍ୟରେ ଭକ୍ତି ଭାବର ଉଦ୍ରେକ ପାଇଁ ଗାଁ ଗାଁରେ ପୁରାଣ ପାଠ କରିବାକୁ ପ୍ରୋତ୍ସାହିତ କରାଯାଉଛି। ନିଜ ନିଜ ପୈତୃକ କର୍ମକୁ ଆପଣାଇ ବଂଚିବା ପାଇଁ ସାଧନ ଓ ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ଯାହା ଫଳରେ ଲୋକେ ସ୍ବାବଲମ୍ବୀ ହୋଇ ପାରିବେ। ବାଙ୍କୀ ରାଜ୍ୟ ପରି ଏଠି ବିକାଶ ଦୃଶ୍ୟମାନ ହେଉ ନାହିଁ। କିନ୍ତୁ ରାଜ୍ୟରେ ଲୋକମାନେ ହସଖୁସିରେ ଥିବା ପରି ପ୍ରତୀୟମାନ ହେଉଛି।ଏ ଦୁଇ ରାଜାଙ୍କ ମଧ୍ୟରୁ ଶ୍ରେଷ୍ଠ ରାଜା ବାଛିବା କାଯ୍ୟର୍ ଚୟନ କମିଟି ମହାରାଜାଙ୍କ ଉପରେ ଛାଡ଼ିଦେଇଛନ୍ତି।ଗୁରୁ ଦୁଇ ରାଜାଙ୍କର ବିକାଶର କଥା ଶ୍ରବଣ କରି ସାରିବା ପରେ ନିଜ ଆସନରୁ ଉଠି କହିଲେ-ବତ୍ସ! ଏ ଦୁଇ ରାଜାଙ୍କ ମଧ୍ୟରୁ ସୁଶାନ୍ତ ଗଡ଼ ରାଜାଙ୍କୁ ଏ ବର୍ଷର ଶ୍ରେଷ୍ଠରାଜା ବାଛିବା ନିମନ୍ତେ ମୁଁ ମତ ଦେଉଛି।ରାଜାଙ୍କ ସମେତ ସମସ୍ତ ଦର୍ଶକ ଓ ଶ୍ରୋତାଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଗଲା। ଗୁରୁ ଏ କ’ଣ କହିଲେ। ଲୋକ ମାନଙ୍କର ସବାର୍ଙ୍ଗୀଣ ବିକାଶ ତ ବାଙ୍କୁଲୀ ରାଜ୍ୟରେ ହୋଇଛି। ସୁଶାନ୍ତ ଗଡ଼ ରାଜା ଶ୍ରେଷ୍ଠ ହେଲେ କେମିତି?ରାଜା ମୋୈନ ଭାଙ୍ଗି ଗୁରୁଙ୍କୁ ପ୍ରଶ୍ନ କଲେ-ଗୁରୁଦେବ! ଆପଣ କୃପାକରି ଏହି ନିର୍ଣ୍ଣୟର କାରଣ ଦୟାକରି ବତେଇ ଦେବେ କି?ଗୁରୁ କହିଲେ-ରାଜ୍ୟରେ ଅଧିକ ଅନାଥାଶ୍ରମ ଖୋଲା ଯାଇଛି ଅର୍ଥ ସେ ରାଜ୍ୟରେ ଅନାଥ ଅନାଥିନୀଙ୍କ ସଂଖ୍ୟା ବଢ଼ିଯାଇଛି, ଜରାନିବାସ ଅଧିକ ଖୋଲା ଯାଇଛି ଅର୍ଥ ସେ ରାଜ୍ୟର ଅଧିବାସୀ ନିଜ ପିତାମାତାଙ୍କର ସେବା ବିମୁଖ ହୋଇଛନ୍ତି। ରାଜ୍ୟରେ ଅଧିକ କାରାଗାର ଖୋଲା ଯାଇଛି ମାନେ ସେ ଦେଶରେ ଚୋରୀ ଡକୈତି ହତ୍ୟା ଲଣ୍ଠନାଦି କାର୍ଯ୍ୟରେ ବୃଦ୍ଧି ହୋଇଛି।

ପୁଣି, ଯେଉଁ ରାଜ୍ୟର ରାଜା ମଦ ବିକୁଛି ସେ ନିଜେ ଶୁଣ୍ଢି। ଲୋକ ମଦୁଆ ଅଥାର୍ତ ଅଳସୁଆ ଓ ବିପଥଗାମୀ। ମଦ ପଇସାରେ ବିକାଶର ପ୍ରଶ୍ନ ଉଠେନା। କାରଣ ଯେମିତି ଅନ୍ନ ସେମିତି ବର୍ଣ୍ଣ। ଭିକାରୀ ଥଇଥାନ ଆବଶ୍ୟକ ହେଉଛି ମାନେ ସେ ଦେଶରେ ରୋଜଗାରର ବ୍ୟବସ୍ଥା ନାହିଁ। ଲୋକଙ୍କୁ ମାହାଳିଆ ଖାଇବାକୁ ଦେଇ ଅକାଳ କୁଷ୍ମାଣ୍ଡରେ ପରିଣତ କଲେ ସେ ରାଜ୍ୟ ଦିନେ ରସାତଳକୁ ଯିବା ନିଶ୍ଚିତ। ଶ୍ମଶାନକୁ ସଜା ଯାଇଛି ଏବଂ ଚିରସ୍ଥାୟୀ କଂକ୍ରିଟ ଶ୍ମଶାନ ଗୃହ ନିମାର୍ଣ କରାଯାଇଛି ଏହା ସୂଚନା ପ୍ରଦାନ କରୁଛି ଯେ ଏ ଦେଶରେ ଅଧିକରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏ ସମସ୍ତ ବିଷୟ ବିଚାରକୁ ନେଲେ ବାଙ୍କୁଲୀ ରାଜ୍ୟ ଯଦିଓ ବାହାରକୁ ବିକଶିତ ପରି ଲାଗୁଛି କିନ୍ତୁ ପ୍ରକୃତ ବିକାଶ ସେଠାରେ ହୋଇନି।

ହେଲେ ସୁଶାନ୍ତ ଗଡ଼ ରାଜ୍ୟରେ ଶିକ୍ଷାର ଭାର ଗୁରୁ ମାନଙ୍କ ଉପରେ ଛାଡ଼ି ଦେଇଛନ୍ତି। ରାଜ୍ୟରେ ଦେଖାଯାଉଥିବା ସବୁ ଅସୁବିଧାର ମୂଳ ହେଉଛି ଶିକ୍ଷାର ଅଭାବ। ସେଠାକାର ରାଜା ସେହି ଶିକ୍ଷାର ବିକାଶରେ ତାଙ୍କର ସମସ୍ତ ସାମର୍ଥ୍ୟ ଲଗେଇ ଦେଇଛନ୍ତି। ସେଠାରେ ଯେଉଁ ବିକାଶ ହୋଇଛି ତାହା ହିଁ ପ୍ରକୃତ ବିକାଶ। ଏଣୁ ବାସ୍ତବରେ ସେ ହିଁ ପୁରସ୍କାର ପାଇବାକୁ ଯୋଗ୍ୟ ଓ ତାହାହିଁ ମୋର ଚୟନର କାରଣ।ସମସ୍ତ ଜନତା ଓ ପାରିଷଦ ସାଧୁ ସାଧୁ ଉଦ୍ଘୋଷଣରେ ଗଗନ ପବନ ମୁଖରିତ କରି ଦେଲେ।


Rate this content
Log in

Similar oriya story from Inspirational