Satyabati Swain

Classics

2  

Satyabati Swain

Classics

ରାଗିଙ୍ଗ୍

ରାଗିଙ୍ଗ୍

3 mins
425


ଆଖି ବୁଝି କିଛି କ୍ଷଣ ବସି ପଡିଲେ ଜଣକ ମୁହଁ ମୋ ଆଖିରେ ଦିଶିଯାଏ।କାନରେ ତା କଥା ଶୁଭିଯାଏ।ଦୁହେଁ ଦୁହିଁଙ୍କ ଜୀବନ।ସ୍କୁଲ କଲେଜ ସାଙ୍ଗ ହୋଇ ପଢା।ଦୁଃଖ ସହସୁଖ ବି ବଣ୍ଟାବଣ୍ଟି।ଗୋଟିଏ ଗାମୁଛାର ଏ ମୁଣ୍ଡ ସେ ମୁଣ୍ଡ ଆମେ।ସେ ଆକାଶ ଆଉ ମୁଁ ସୂରଜ।

    ଆମ ବନ୍ଧୁତ୍ୱ ଦେଖି ଈର୍ଷାର ବାରୁଦ ଗନ୍ଧ ହୁଏ ଅନେକଙ୍କର।ସେମାନଙ୍କ ଭିତରେ ବାଦଲ,ତାରା,ଶଶୀ, ଗଙ୍ଗା,ବସୁଧା,ପୁଷ୍ପ ,ମେଘା ଅନ୍ୟତମ। ବହୁତ ଚେଷ୍ଟା କରନ୍ତି ଆମ ବନ୍ଧୁତାରେ ଫାଟ ହେବାକୁ। ଅନେକ କଳ୍ପଲୋକଳ୍ପିତ କଥା କୁହନ୍ତି ଆମ ଦୁହିଁଙ୍କୁ ପରସ୍ପରକୁ ନେଇ। ଆମେ କିନ୍ତୁ ଅଖଣ୍ଡ ବିଶ୍ୱାସର ଦୀପ ଜାଳୁଥାଉ ମନରେ। ଏଣୁ କେହି ବି ଚେଷ୍ଟା କରି ମଧ୍ୟ ଆମ ବନ୍ଧନରେ ବିଘ୍ନ ସୃଷ୍ଟି କରି ପାରନ୍ତି ନାହିଁ। ମୋ ମା ତ ଆକାଶ ଆକାଶ କହି ପାଣି ପିଏନି। ଆଉ ବାବା ଭାବନ୍ତି ତାଙ୍କର ଗୋଟେ ନୁହେଁ ଦୁଇଟି ପୁଅ ସୁରଜ ଓ ଆକାଶ। ଆକାଶ ମାମା ବି ମୋତେ ଖୁବ୍ ପସନ୍ଦ କରନ୍ତି। ଏତେ ଟିକେ ଜିନିଷ ହେଲେ ଗୁଞ୍ଜି ରଖିଥାନ୍ତି ଫ୍ରିଜ଼ ରେ। ଆମେ ଦୁଇ ବନ୍ଧୁ ଚାରି ଜଣ ବାବା ମା କୋଳେ ଖୁ ହସ ଖୁସିଆ ଜୀବନ ଟିଏ ବଞ୍ଚୁଥିଲୁ।

   ସ୍କୁଲ ସଇଲା। ଏକାଜିଦ୍ ଧରି ଆକାଶ ଓ ମୁଁ ଗୋଟିଏ କଲେଜରେ ବି ପଢ଼ିଲୁ। ଆମ କଲେଜ ସାଙ୍ଗ ମାନେ ଟିପ୍ପଣୀ ଦେଇ କୁହନ୍ତି "ଏ ଆକାଶ ଓ ସୁରୁଜ ଦିଟା "ଗେ "ରେ"...। କି ଅପୂର୍ବ ବନ୍ଧୁତା ଶଳେ କେଉଁ ପୁଅ ଝିଅ ଏମିତି ହଳେ ନଥିବେ,ଏ ଦିଟା ଯେମିତି ହେଉଛନ୍ତି। ଏମିତି ବି ଆମେ ହଷ୍ଟେଲରେ ଗୋଟିଏ ରୁମରେ ରହୁଥିଲୁ।

   ଥରେ ଉପର କ୍ଲାସ୍ ବଡ଼ ପିଲା ମାନେ ରାଗିଙ୍ଗ୍ ନାଁ ରେ ଆମ ସମ୍ପର୍କ ଦେଖି ଆମକୁ ଅଧଭୁତ ଲଙ୍ଗଳା କରି ଚେକ୍ କଲେ ଆମେ ଦି ଟା ପୁଅ ନା ଗେ। ଓଃ କି ଲଜ୍ଜା ଆମ ପ୍ୟାଣ୍ଟ ଗଞ୍ଜି ଉତ୍ତାରି ସମସ୍ତେ ହୋ ହୋ ହେଉଥିଲେ।ଆଉ କିଛି ଆମ ଅଣ୍ଟା ତଳକୁ ଫୋଟୋ ବି ନେଉଥିଲେ।

   ଆକାଶ କୁଙ୍କୁରି କାଙ୍କରି ଗୋଟିଏ କୋଣରେ ଠିଆ ହୋଇ ଥରୁଥିଲା ଓ କାନ୍ଦୁଥିଲା। ଏତକ ଦେଖି ମୁଁ ସହି ପାରିଲିନି। ଫଁ ଫଁ ହୋଇ ଶିବ ଙ୍କ ଭଳି ଉଦଣ୍ଡ ନାଚ ନାଚିଲି। ଟେବୁଲ ଚେୟାର ଯାହା ପାଇଲି ସବୁ ଟେକି ଫୋପାଡିଲି ସେ ବେହିଆଙ୍କ ପରି ହସୁଥିବା ପିଲାଙ୍କ ଉପରକୁ। ଦିଟା ପିଲା ତ ଆକାଶରଲଙ୍ଗଳା ଦେହରେ ଏଣେ ତେଣେ ହାତ ମାରି ହାଲିଆ କରି ଦେଉଥାନ୍ତି। ରାଗ ମୋର ବ୍ରହ୍ମକୁ ଛୁଇଁଲା। ଦୁଇ ଜଣ ପିଲାଙ୍କ ମୁଣ୍ଡ ଫଟାଇ ଦେଲି ଚେୟାର ଫିଙ୍ଗି। ଶଳେ ପାଠ ପଢିବାକୁ ଆସିଛନ୍ତି ନା ବେହିଆମୀ କରିବାକୁ ଆସିଛନ୍ତି

   ଆମ ରୁମରେ ବାଡ଼ିଆ ପିଟା ହୋ ହା ଶୁଣି ହଷ୍ଟେଲ ଅନ୍ୟ ପିଲା ସୁପରିଡେଣ୍ଟଙ୍କୁ ଫୋନ୍ କରିଦେଲେ। ଦିନ ଦୁଇଟା । ପୋଲିସ ସହ ସୁପରିଡେଣ୍ଟ ଆସି ଚୁପ୍ କି କବାଟ ବାଡେଇଲେ।ଯାହା ଦେଖିଲେ ତାଜୁବ ହୋଇଗଲେ।

   ମୁଁ ଓ ମୋ ସାଙ୍ଗର୍ ଲଙ୍ଗଳା ଦେହକୁ ବେଡ୍ ରେ ପକାଇ ମାଡି ବସି ଉତ୍ଶୃଙ୍ଖଳ ଛାତ୍ର ଗୁଡିକ କି କଦର୍ଯ୍ୟ ଭାବେ ବ୍ୟବହାର କରୁଥିଲେ। କହୁଥାନ୍ତି ରହ ରହ ତୁମକୁ ଟେଷ୍ଟ କରିବା ତୁମେ ମାଈ ନା ଅଣ୍ଡିରା। ଆରେ ହେ ଏଗୁଡ଼ାକ ଅଣ୍ଡିରା ଛଡା ବେ। ଏହା କହି କୁଆଡେ କୁଆଡେ ଚିପୁଥାନ୍ତି ଆମ ଜୀବନ ଛାଡି ଯିବା ପରି ଲାଗୁଥିଲା। ଆମେ ଦୁହେଁ ଓଃ ଆଃ ହେଉଥିଲୁ। ମୁଁ ଯେତେ ସମ୍ଭବ ଗୋଇଠା ନଦୁଥିଲି। ଜଣେ ଦି ଜଣଙ୍କ ନାକ ବି ଫଟେଇ ଦେଇଥିଲି। ସେମାନେ ମୋତେ ଛାଡି ନଥିଲେ। ଖୁ ଗୁଡାଏ ଗୋପାଳି ଥୋଇଥିଲେ ମୋ ଉପରେ। ମୋ ଦେହର ଅନେକ ଜାଗା ଖଣ୍ଡିଆ ଖାବରା ବି ହୀ ଯାଇଥିଲା।

   ଏ ଦୃଶ୍ୟ ଦେଖି ସାର୍ ଓ ପୋଲିସ ଚକିତ ହୋଇଗଲେ। ପୁଅ ମାନେ ଏପରି ସେକ୍ସୁଆଲ ହାରାସ ମେଣ୍ଟ କରି ରାଗିଙ୍ଗ୍ କରି ପାରନ୍ତି ବାନ୍ଧିନେଲେ ସତର ଜଣ ପିଲାଙ୍କୁ। ଆମକୁ ସୁପରିଡେଣ୍ଟ ଉଠାଇ ଆମ ଉପରେ ବେଡ୍ ସିଟ୍ ଘୋଡାଇ ଦେଲେ। ଆମେ ଖାଲି କାନ୍ଦୁଥାଉ କଷ୍ଟ ପାଇଁ କମ୍ ଲଜ୍ଜା ପାଇଁ ଅଧିକ।

     ଆକାଶ ମୋତେ କୁଣ୍ଢେଇ ପକାଇ କହିଲା ତୁ ମୋ ପାଇଁ କେତେ ମାଡ଼ ଖାଇଲୁ କହିଲୁ। କାଇଁକି ଏମିତି କଲୁ। ଦେଖ୍ ତୋ ନାକ,ତୋ ପିଠି,ତୋ ଗୋଡ଼ କେମିତି ଖଣ୍ଡିଆ ହୋଇଛି

     ଆରେ ଖଣ୍ଡିଆ କିଛି ନୁହେଁ ତୋ ପାଇଁ ମୁଁ ଜୀବନ ଦେଇ ପାରେ ଆକାଶ;ଏ ତ କିଛି ନୁହେଁ।

     ଦୁଇ ବନ୍ଧୁ କାନ୍ଦୁଥୁଲୁ ଖୁବ୍। ତା ପରେ ଆଉ କେହି ଆମକୁ ସେ କଲେଜରେ ଦେଖି ନାହାଁନ୍ତି। ଏବେ ଯଥେଷ୍ଟ ବଡ଼ ହୋଇଛୁ ଆମେ ଦୁଇ ବନ୍ଧୁ କିନ୍ତୁ ଭୁଲି ପାରିନୁ ସେଇ ନୃଶଂସ ରାଗିଙ୍ଗ୍ ଦିନକୁ।

   


Rate this content
Log in

Similar oriya story from Classics