ପରମ୍ପରା ସୁସ୍ଥ ନା ଦୁସ୍ଥ
ପରମ୍ପରା ସୁସ୍ଥ ନା ଦୁସ୍ଥ
ବାହାଘର ପୁର୍ବର ଉନ୍ମାଦନା ବାହାଘର ପରେ ନଥାଏ। ବନ୍ଧୁବାନ୍ଧବ ଲୋଡାଖୋଜା, ଭୋଜିଭାତ ଆୟୋଜନ, ରୋଷଣୀ ସହ ବାଣ ବାଜା, ସାଜସଜ୍ଜା, ଫୁଲ, ବେଦୀ ତୋରଣ ଇତ୍ୟାଦି ପାଇଁ ଅଗ୍ରୀମ, ଭୋଜି ଓ ଷ୍ଟାଟସ୍ ର ଆଇଟମ ସ ସିଲେକ୍ସନ ସହ ମତାନ୍ତର ମନାନ୍ତର ଭିତରେ ସମାଧାନ ସୂତ୍ର ଖୋଜୁ ଖୋଜୁ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତି ରେ ମଧ୍ୟ ତାଳ ମେଳ, ସର୍ବୋପରି ବର ବଧୂଙ୍କ ପୋଷାକ ତଥା ଅନ୍ୟ ମାନଙ୍କ ମହତ ଓ ମର୍ଯ୍ୟାଦା ପାଇଁ ଶାଢ଼ୀ, ସାର୍ଟ ପ୍ୟାଣ୍ଟ ସହ ବରଯାତ୍ରୀ କେତେ ଯିବେ, କିଏ ଯିବେ, କୋଉଠି ରହିବେ, ଇତ୍ୟାଦି ଅନେକ ଅନେକ ପ୍ରସଙ୍ଗରେ ଝିଅ ଓ ପୁଅ ଘର ଲୋକମାନେ ନୟାନ୍ତ।
ବାହାଘରରେ ଏତେ ଭୋଜି ଭିତରେ ବର, କନ୍ୟା ଓ ଉଭୟ ପଟର ବାପା ମାଆ କିନ୍ତୁ ଉପାସ ରହିବେ। ପରମ୍ପରା, ସଂସ୍କୃତି କୁ ଛାଡ଼ିବା ଉଚିତ ନୁହେଁ ସତ, ହେଲେ କୋଉଟା ସୁସ୍ଥ କୋଉଟା ଦୁସ୍ଥ ପରମ୍ପରା ମଧ୍ୟ ବିଚାର କରିବା ସ୍ଵୀକାର୍ଯ୍ୟର ସମୟ ଅବସର ପାଇ ଏବେ କେହି କେହି ଅନ୍ନ ଭୋଜନ ବଦଳରେ, ପାନିପଣା ତଥା ଉପଲବ୍ଧ ଅବଢ଼ା ବା କିଛି ଜଳଖିଆ ଖାଇବା ପ୍ରଥା ଚାଲିଲାଣି।
ପାଣି ଆମ ଜୀବନ। ଗହଳି ମାକାଳିରେ ତୁମେ ଯେତେ ପାଣିର ଆୟୋଜନ ର ସୁ ବନ୍ଦୋବସ୍ତ କରିଥିଲେ ବି, ବରଯାତ୍ରୀଙ୍କ ହୋ ହାଲ୍ଲା, ବରଘର କନ୍ୟାଘର ବନ୍ଧୁବାନ୍ଧବଙ୍କ ମିଳନ ପରେ ପିଲାଛୁଆ ଧରି ଆସିଥିବା ବାପା ମାଆ ମାନଂକ ମିଶ୍ରଣ ଫଳରେ ସବୁ ହୁଏ ଗୋଳିଆ।
ବେଦୀରେ ବସିଲା ପରେ ଜୋଇଁ ଯେବେ ହାତ ଠାରି ଶାଶୂ ପ୍ରତିଭାଙ୍କୁ ପାଣି ମୁନ୍ଦାଏ ମାଗିଥିଲେ, କୋଉଠି ହେଲେ ଭଲ ପାଣି ଟୋପେ ପାଇଲେ ନାହିଁ ସୁପ୍ରଭା। ଜୋଇଁ ପାଇଁ ସାଇତିଥିବା ଭଲ ଭଲ ଥଣ୍ଡା ଓ ଆଇସକ୍ରିମ ମଧ୍ୟ ଉଭାନ, ତଥାପି ଗୋଟେ କୋଣରେ ପାଣି ବୋତଲ ଟିଏ ପାଇ ବଢ଼େଇଦେଲେ ଦୁଇ ଗ୍ଲାସ୍ ଗୋଟେ ଜୋଇଁ ଙ୍କୁ ଆଉ ଗୋଟେ ମୋ ଝିଅର ପାଟିତଣ୍ଟି ଶୁଖିଯାଉଥିବ ବୋଲି ଝିଅକୁ ବଢେଇ ଦେଇଥିଲେ।
ଶାଶୁଘରେ ପହଞ୍ଚୁ ପହଞ୍ଚୁ ଦୁହିଁଙ୍କୁ ଜର ସମସ୍ତେ ଲଘୁ ମନ୍ତବ୍ୟ ଦେଉଥାନ୍ତି, ଏମିତି ବାହାଘର ଜର ହୁଏ। ସତକୁ ସତ ଦୁଇ ପଟର ବାପା ମାଆ ଙ୍କ ସହ ଅନେକଙ୍କୁ ଜର। ଠିକ ଠାକ୍ ଶୋଇବା, ଗରିଷ୍ଠ ଖାଇବା, ଇତ୍ୟାଦିର କୁପରିମାଣ ଏଇ ଜର ବୋଲି ଜାଣିଥିଲେ ବି କି ପାଣି ବୋଲି କି ପାଣି ମୋ ପିଲାଙ୍କୁ ପିଆଇଲି ବୋଲି ଔଷଧ ନେ଼ଇ ଆନୁସଙ୍ଗିକ ଜିନିଷ ପତ୍ର ସହ ଝିଅ ଶାଶୁଘରେ ପହଞ୍ଚିଲେ ସୁପ୍ରଭା। ସାଧାରଣ ଜର କହି କେହି ଗୁରୁତ୍ଵ ଦେଉନଥିବା ଦେଖି ଔଷଧ ଧରାଇ ଦେଇ ଫେରିଥିଲେ ସୁପ୍ରଭା ସ୍ଵାମୀ ଓ ଅନ୍ୟାନ୍ୟ ବନ୍ଧୁ ବାନ୍ଧବଙ୍କ ସହ। ସ୍ଵାମୀ ବୁଝାଇ, ସାନ୍ତ୍ଵନା ଦେଇ,କହିଥିଲେ ପୁଅ ବାହାଘରକୁ ସତର୍କ ରୁହ। ପରମ୍ପରା ଓ ପ୍ରଥାକୁ ସଜାଡ଼ି ଶୃଙ୍ଖଳିତ କରିପାରିଲେ ସବୁ ପରମ୍ପରା ସୁସ୍ଥ, ଜଗି ନପାରିଲେ ସବୁ ଦୁସ୍ଥ। ମୁଁ ତାଙ୍କ ମୁହଁକୁ ଚାହିଁ ଥିଲି ଜଳଜଳ, ଭାବୁଥିଲି, ବୋଧହୁଏ ବହୁତ୍ ଲୋକରେ ମୂଷା ମରେନା ରୂଢି ଟି ଠିକ