Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Santanu Bisoi

Classics Inspirational

5.0  

Santanu Bisoi

Classics Inspirational

ପରିସ୍ରା

ପରିସ୍ରା

2 mins
303


ଅନେକ ଦିନ ତଳର କଥା। ଓଡ଼ଗାଁ ପାଖ ରଂଗଣିପାଟଣାରେ ରହୁଥିଲେ ଜମିଦାର ରଘୁନାଥ ସାହୁ। ସାହୁ, ସାଉକାରିଆ ଲୋକ। ଲୋକଙ୍କ ଖାତିରଦାର ଥିଲା। ବର୍ତ୍ତମାନର ହନୁମାନ ଛକଠାରୁ ଆରମ୍ଭ କରି ହାଡିସହି, ଅରବିନ୍ଦ ସ୍କୁଲ ପରିବ୍ୟାପ୍ତ ହୋଇ ଜମିଦାର ରଘୁନାଥ ସାହୁଙ୍କର ବହୁ ଜମିଜମା ଥିଲା।


ସେ ସମୟରେ ମୋଟର ଗାଡିର ପ୍ରଚଳନ ନଥିଲା। ଏସବୁର ଦେଖାରଖା କରିବା ପାଇଁ କର୍ମଚାରିତ ଥିଲେ, ତଥାପି ଜମିଦାର ନିଜ ପାଇଁ ସ୍ୱତନ୍ତ୍ର ଶଗଡ଼ ଗାଡ଼ିଟିଏ ରଖିଥାନ୍ତି। ଶଗଡ଼ିଆ ଗୋଟିଏ ବି ନିଯୁକ୍ତି କରି ରଖିଥାନ୍ତି।


ଦିନକର କଥା, ସାଉକାରେ ଶଗଡ଼ ଗାଡ଼ି ନେଇ ଜମିର ଭଲମନ୍ଦ ଦେଖିବାକୁ ଯାଇଥାନ୍ତି। ରାସ୍ତା କଡରେ ଅଧିକାଂଶ ଜମି ଥିବାରୁ ପ୍ରାୟତଃ ହୁଡାଗଡି ଡେଇଁ ଯିବାକୁ ପଡୁନଥାଏ। ଅଳ୍ପ ଦୂରରେ ଶଗଡ଼ ଗାଡ଼ି ଠିଆ କରାଇ ସାଉକାରେ ଜମି ନିରୀକ୍ଷଣ କରୁଥାନ୍ତି। ପରିସ୍ରା ଲାଗିବାରୁ ଠିଆହୋଇ ସେ ପରିସ୍ରା କଲେ।


ଇଂରେଜ ଜମାନା।ରାଜସତ୍ୱ ଲୋପ ନୀତି ଅନୁସାରେ ସବୁ ରାଜା ରାଜୁଡା ଇଂରେଜ ମାନଙ୍କ କବଳିତ ହୋଇ ଆସୁଥିଲେ। ରାଜା ରାଜୁଡା ସାଶନରେ ପ୍ରଜାକୁଳ ଅତିଷ୍ଠ ହୋଇ "ପ୍ରଜା ଆନ୍ଦୋଳନ" ନୂଆଁ ନୂଆଁ ମୁଣ୍ଡ ଟେକି ଉଠୁଥାଏ। କହିବାକୁ ଗଲେ ଇଂରେଜ ମାନଙ୍କ ତୋଷାମଦକାରୀଙ୍କ ଭାଉ ବଢି ଯାଇଥିଲା।


ସାଉକାର ରଘୁନାଥ ସାହୁଙ୍କ ପରିସ୍ରା କରୁଥିବା ଦେଖି, ଜଣେ ବ୍ରିଟିଶପାଇକ ପାଖକୁ ମାଡିଆସିଲେ। ଏଥିପାଇଁ ତଣ୍ଡ ଜରିମାନା କଥା କହିଲେ। ଏଭଳି ଭୁଲ କାମ ପାଇଁ ଟଙ୍କାଏ ଜରିମାନା ଦେବାକୁ ପଡିବ। ଜମିଦାରଙ୍କୁ ଏ କଥାଟା ଖରାପ ଲାଗିଲା। ରାଗ ପଞ୍ଚମକୁ ଉଠିଲା। ବ୍ରିଟିଶପାଇକଙ୍କୁ ସେ ବି ତେରିମେଟି ଦେଖାଇ ବେତନଭୋଗି କର୍ମଚାରୀ କହି ନିଜ ଶଗଡ ରେ ବିରାଜମାନ କରି କାଲିଆସିଲେ ତୋ କଥା ବୁଝୁଛି କହି ଚାଲି ଆସିଲେ।


ବ୍ରିଟିଶ ପାଇକ।ସିଏ ବା କାହିଁକି କାହାକୁ ଡରିବ। ମନସ୍ଥ କଲା ଜମିଦାରଙ୍କ ନିଶା ଉତୁରେଇକି ରଖିବ। କାଲି ସେ ଦାରୁଗାଙ୍କୁ ନେଇ ଆସିବ।


ଘଣ୍ଟି ଘାଗୁଡି, ଗୋରୁ ଟାପୁ ସାଙ୍ଗକୁ ଶଗଡର ଘିଡି ଘିଡି ଶବ୍ଦ ଶୁଣି ବ୍ରିଟିଶପାଇକ ଧାଇଁଲା ଦାରୁଗା ବାବୁଙ୍କ ପାଖକୁ। ଶଗଡ଼ ଭିତରେ ବସି ଜମିଦାର ତା'ର ହାବଭାବକୁ ଲକ୍ଷ୍ୟ କରିଥାନ୍ତି।


ଦାରୁଗା ବାବୁ ଦୂରରୁ ଆସିବା ଲକ୍ଷକରି ଜମିଦାରେ ତାଙ୍କରି ପାଖକୁ ଆସିଲେ।


ଅଭିଯୋଗ ମୁତାବକ ଦାରୁଗା ବାବୁ ଜମିଦାରଙ୍କୁ ଦୋଷୀ ସାବ୍ୟସ୍ତ କଲେ।


ଜମିଦାର କିନ୍ତୁ ଏହାକୁ ଖଣ୍ଡନ କରି ପରିସ୍ରା କରାଯାଇଥିବା ଜାଗା ଉପରକୁ ଦାରୋଗା ବାବୁଙ୍କୁ ଡାକି ନେଲେ। ପରିସ୍ରା ଦୁଇଟି ଜାଗାରେ ହୋଇଥିଲା।


ଜମିଦାରେ ଦାରୁଗା ବାବୁଙ୍କୁ ବୁଝାଇ ଦେଉଥିଲେ, କାଲି ଏହି ପାଇକ ଜଣକ ଏଠି ପରିସ୍ରା କରୁଥିଲେ, ସେ ପରିସ୍ରା କରିସାରିବା ପରେ ମୁଁ ଆସି ଏଠାରେ ପରିସ୍ରା କଲି। ଆଜି ବି ସେ ସେପରି କରିଛନ୍ତି। ଏଇ ଦେଖନ୍ତୁ ଦୁଇ ଜାଗାରେ ପରିସ୍ରା ହୋଇଥିବାର ଚିହ୍ନ। ମୁଁ ଜମିଦାର ଜାଣିବା ଉତାରୁ ସେ ମୋ'ଠାରୁ କିଛି ଲାଞ୍ଚ ଆଶା କରିଥିଲେ। କିନ୍ତୁ ମୁଁ ଏହାକୁ ପ୍ରଶ୍ରୟ ଦେଲି ନାହିଁ। ସେ ରୋସର ବଶବର୍ତ୍ତୀ ହୋଇ ଏଭଳି କୁତ୍ସା ରଟନା କରିଛନ୍ତି।


ଫାଣ୍ଡି କର୍ମଚାରୀଙ୍କ ପାଇଁ ଅଲଗା ଦଣ୍ଡ ଓ ଜମିଦାରଙ୍କ ପାଇଁ ଅଲଗା ଦଣ୍ଡ ଏମିତି ତ କିଛି ନାହିଁ। ଯଦି ମୁଁ ଜରିମାନା ଦେବି, ତେବେ ଆପଣଙ୍କ ପାଇକ କାହିଁକି ନୁହେଁ??


ଦୁଇ ଜାଗାରେ ପରିସ୍ରା ଓ ଜମିଦାରଙ୍କ ବୟାନ ଶୁଣି ଦାରୁଗା ବାବୁ ପାଇକ ଉପରେ କ୍ଷୁବ୍ଧ ହୋଇ ସସ୍ପେଣ୍ଡ କରିବାକୁ ଧମକ ଦେଲେ।


ବାସ୍ତବରେ ବ୍ରିଟିଶ ପାଇକ ପରିସ୍ରା କରିନଥିଲେ। ତା'ର ଅହଂକାର ଚୁନା କରିବାକୁ ଓ ଔକାଦ ଦେଖାଇଦେବାକୁ ନିଜ ଉପସ୍ଥିତ ବୁଦ୍ଧି ବଳରେ ନିଜେ ହିଁ ଦୁଇ ଜାଗାରେ ପରିସ୍ରା କରି, ପାଇକକୁ ଦୋଷୀ ସାବ୍ୟସ୍ତ କରାଇଥିଲେ, ଜମିଦାର ରଘୁନାଥ ସାହୁ।


ପରଦିନ ପାଇକ ଆସି ନିଜ ଭୁଲ ବୁଝିପାରି ଜମିଦାରଙ୍କୁ କ୍ଷମା ପ୍ରାର୍ଥନା କଲା।


ଉଈ ଡେଣାରେ ପକ୍ଷ ଲାଗିଲେ, ସେ ଉଡ଼ି ଉଡ଼ି ସ୍ୱର୍ଗକୁ ଯିବାକୁ ଚେଷ୍ଟା କରେ।


Rate this content
Log in