STORYMIRROR

Sunanda Mohanty

Abstract Crime Children

4  

Sunanda Mohanty

Abstract Crime Children

ପ୍ରେମର କାରୁଣ୍ୟ

ପ୍ରେମର କାରୁଣ୍ୟ

2 mins
370

ଟ୍ରେନରେ ଆସିବା ବେଳେ ଆମ ସଙ୍ଗେ ପୁଅ ଝିଅ ଦୁହେଁ ଉଠିଲେ l ଆମେ ଭାବିଲୁ ଭଲ ହେଲା, ନେଞ୍ଜେରା ନଥିବା ପୁଅ ଝିଅ ଦୁଇଟି ଆମ ସିଟ ଉପରକୁ ଉପରକୁ ଶୋଇଗଲେ ଆଉ ମତେ କିଛି ଅସୁବିଧା ହେବନି, ହେଲେ କିଛି ସମୟ ପରେ, ଦୁଇ ହଳ ସ୍ଵାମୀ ସ୍ତ୍ରୀ ଆସିଗଲେ l ସେମାନେ ଚାରିଜଣ ଆମେ ଦୁଇ ଜଣ, ଏମିତି ଛଅଟି ସିଟ ପୁରଣ ହୋଇଗଲା l ସେ ପୁଅ ଝିଅ ଦୁହେଁ ବାଟ ପାସେଞ୍ଜର ବୋଲି ଭାବିଥିଲୁ, ହେଲେ ନଅ ଟା ପରେ ସେ ଦୁହେଁ ଆମ ସାଇଡର ଉପର ବର୍ଥ ରେ ଶୋଇଲେ। ଭାଇଭଉଣୀ ଭାବିଥିବା ଦୁହେଁ ଯେ ପ୍ରେମିକ ପ୍ରେମିକା ବୁଝିବାକୁ ବାକି ନଥିଲା, ଯେବେ ଲାଇଟ ଲିଭିବା ପରେ ଜଣଙ୍କ ଉପରେ ଜଣେ ଶୋଇ, ରାତି ସାରା ଟୁପଟାପ ହେଉଥିଲେ।

ସମସ୍ତଙ୍କୁ ଖରାପ ଲାଗିଲେ ବି କେହି କିଛି କହିବାର ଅଧିକାର ନଥିଲା। ସହଜେ ଦୁଇ ଦମ୍ପତ୍ତିଙ୍କର ଛୋଟ ଛୋଟ ପିଲା ଦୁଇଟଙ୍କୁ ସମ୍ଭାଳୁ ସମ୍ଭାଳୁ ସେମାନେ ନାକେଦମ। ମୁଁ ମୋ ଟିକି ନାତୁଣୀଟିକୁ ଛାଡି ଆସିଥିବାରୁ କାନ୍ଦି କାନ୍ଦି ଭୀଷଣ ମୁଣ୍ଡବିନ୍ଧା, ମୋ ସ୍ୱାମୀ ମେଡିସିନ ଖାଇ ନିଦ ଭିତରେ l ସେ ଝିଅର ଘରୁ ଫୋନ ଆସୁଥାଏ, ଆଉ ତା କଥାରୁ ବୁଝି ହେଉଥାଏ ସେ ଏକେଲା ସୁବିଧାରେ ବସି ଯାଇଛି। କାହାର କିଛି କହିବାର ନଥିଲେ ମଧ୍ୟ ସେ ଦୁହିଁଙ୍କ ଅଶାଳୀନ କଥାବାର୍ତ୍ତା ଓ ଢଙ୍ଗଢାଙ୍ଗ କାହାକୁ ଭଲ ଲାଗୁନଥିଲା।

ସକାଳୁ ସକାଳୁ ଖୋର୍ଦ୍ଧା ରୋଡ଼ ପୁର୍ବରୁ ହୋ ହାଲ୍ଲାରେ ନିଦ ଭାଙ୍ଗିଗଲା। ଯୁବତୀ ଝିଅଟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା। ପାଖରେ ଥିବା ପୁରୁଷ ବନ୍ଧୁ ବା ଯୁବକ ଫେରାର। ପୋଲିସ, ତନାଘନା ଭିତରେ ଝିଅଟା ବଞ୍ଚିଛି କି ମରିଛି ଜାଣି ହେଉନଥିଲା, ଷ୍ଟେସନ ରେ ଓହ୍ଲାଇବା ବେଳେ, ଆମ ଝିଅର ଘନ ଘନ ଫୋନ l ଭଲରେ ପହଞ୍ଚିଲ ତ ଉତ୍ତରରେ କଣ କହନ୍ତି ମୁଁ, ମୁଁ ଖାଲି କହିଥିଲି ଟିକି ନାତୁଣୀ କଥା ଭାବୁଛି ମାଆ। ତ ଝିଅ କହୁଥିଲା ସେ ଆଈ ଆଈ ଅଜା ଅଜା ହେଉଛି ରାତିସାରା। ମୁଁ କହିଲି ମୁଁ ବହୁତ ଶୀଘ୍ର ତୋ ପାଖକୁ ଫେରିବି ମାଆ, ଟିକି ଝିଅକୁ କାହା ଭରସାରେ ଛାଡି ସ୍କୁଲ ଯିବୁ। ଝିଅ କହୁଥିଲା ତୁ ଔଷଧ ଖାଇ ଆଗ ଭଲ ହୋଇଯା, ତା ଜେଜେ ଜେଜେମା ଆସିଯିବେ ଗାଁରୁ। ମୁଁ ଦୀର୍ଘନିଶ୍ୱାସ ପକାଇ ଫୋନ ରଖିଥିଲି, ମୋ ଆଖି ଆଗରେ ପ୍ରେମ ପିଶାଚ ଯୁବକ ମୁହଁ ଭାସିଉଠୁଥିଲା। ପ୍ରଭୁ ହେ ମୋ ନାତୁଣୀକୁ ଘଣ୍ଟଘୋଡାଇ ରକ୍ଷାକର ପ୍ରଭୁ କହି ହାତ ଯୋଡୁଥିଲି ଠାକୁରଙ୍କୁ, ତ ସ୍ଵାମୀ କହୁଥିଲେ ନାତୁଣୀର ଜେଜେ ଜେଜେମା ଅଛନ୍ତି, ଭଲ ଶିକ୍ଷା ପାଇ ବଡ ହେବ ନିଶ୍ଚୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract