Bhumati Sabar

Fantasy

3  

Bhumati Sabar

Fantasy

ପ୍ରେମ ରାତ୍ରି - ଭାଗ ୩

ପ୍ରେମ ରାତ୍ରି - ଭାଗ ୩

2 mins
175


  ରାଜା ଘୁଙ୍ଗୁରୁ ର ଅନୁସରଣ କରି ସେହି ସ୍ଥାନକୁ ପହଞ୍ଚିଲେ ଯେଉଁଠାରେ ସେ କନ୍ୟା ଟି ସେ ଦିନ ରାତିରେ ନୃତ୍ୟ କରିଥିଲା । ଘୁଙ୍ଗୁରୁ ଟି ସେଠାରେ ଅଟକି ଗଲା ରାଜା କିଛି ବୁଝି ପାରିଲେ ନାହିଁ ସେ ଚାରି ଆଡେ଼ ଚାହିଁଲେ ହେଲେ ସେଠାରେ କେହି ଦେଖାଯାଉ ନ ଥିଲେ । ହଠାତ୍ ଘୁଙ୍ଗୁରୁଟି ତାଙ୍କ ଗୋଡ଼ ରେ ଆସି ବାନ୍ଧି ହୋଇଗଲା । ରାଜା ତାଙ୍କ ଗୋଡ଼ କୁ ଦେଖିଲେ ହଠାତ୍ ସେ ତଳକୁ ଧସିବାକୁ ଲାଗିଲେ । ରାଜା ଗୋଟେ ଗୁମ୍ଫା ଭିତରେ ପଡ଼ିଲେ, ସେ ଉଠିପଡ଼ି ଏପଟସେପଟ ରାସ୍ତା ଖୋଜିଲେ, ଗୁମ୍ଫା ଟି ପୁରାପୁରି ଅନ୍ଧାର ଥିଲା ତାଙ୍କୁ କିଛି ଦେଖା ଯାଉନଥାଏ ତଥାପି ରାଜା ରାସ୍ତା ଖୋଜୁଥିଲେ କିଛି ସମୟ ପରେ ତାଙ୍କ ନଜର ଗୋଟେ ଜୁଳୁଜୁଳିଆ ପୋକ ଉପରେ ପଡିଲା । ସେ ସେହି ପୋକ ଆଡ଼କୁ ଗଲେ । ସେ ଆଗ କୁ ଆଗକୁ ବଢ଼ି ବଢ଼ି ଚାଲିଲେ ସେ ଗୋଟେ ପାହାଚ ଦେଖିଲେ ଯାହାକି ବହୁତ୍ ଉପରକୁ ଯାଇଛି । 


  ରାଜା ଯେମିତି ପ୍ରଥମ ପାହାଚ ରେ ପାଦ ପକେଇଲେ ସେ ଦେଖିଲେ କନ୍ୟା ଟି ତାଙ୍କୁ ହାତ ଠାରି ଉପରକୁ ଡାକୁଛି ସେ ପାହାଚ ଉପରକୁ ଚଢ଼ି ଆଗକୁ ବଢ଼ି ଚାଲିଲା । ଶେଷରେ ସେ ଉପରକୁ ପହଞ୍ଚି ଗଲା । ସେଠାରେ ଗୋଟେ ସୁନ୍ଦର ମହଲ ଥିଲା । ଉପରେ ଖୋଲା ଆକାଶରେ ତାରା ମାନେ ମିଞ୍ଜି ମିଞ୍ଜି ହୋଇ ଜଳୁ ଥିଲେ, ଚାରିପଟେ ମହଲାକୁ ଲାଗି ରଙ୍ଗ ବେରଙ୍ଗର ଫୁଲ ବଗିଚା ତା'ର ମହକରେ ଚାରିପଟ ବାସି ଯାଉଥିଲା, ଝରଣା ର କୁଳୁକୁଳୁ ଶବ୍ଦ, ଜୁଳୁଜୁଳିଆ ପୋକ ମାନେ ଏଠି ସେଠି ଉଡି ବୁଲୁଥିଲେ ତାଙ୍କର ଆଲୁଅ ରେ ବଗିଚା ଝଲସି ଉଠୁଥିଲା । ରାଜା ସୁଲୁସୁଲିଆ ପବନ କୁ ଅନୁଭବ କରି ପ୍ରକୃତି ର ଏହି ସୁନ୍ଦର ନଜାରା କୁ ଉପଭୋଗ କଲେ କ୍ଷଣୀକ ପାଇଁ ରାଜା ସେ ଠାରେ ଅଟକି ଗଲେ ।


 ହଠାତ୍ ତାଙ୍କ ମନରେ ପୁଣି କନ୍ୟା ର କଥା ମନେ ପଡ଼ିଲା ସେ ପୁଣି ଆଗକୁ ବଢିଲେ । ସେ ମହଲ ଭିତରକୁ ପ୍ରବେଶ କଲେ, ମହଲ ଭିତରେ ପ୍ରହରୀ ମାନେ, ଦାସି ମାନେ ଥିଲେ, ହେଲେ ସମସ୍ତେ ଅଚେତ ହୋଇ ଅବସ୍ଥା ରେ ଥିଲେ । ସେ ଚାରି ଆଡକୁ ଦେଖିଲେ ସେଠାକାର ସବୁ ଜିନିଷ ମୃତ ହୋଇ ପଡ଼ିଛି । ରାଜା ଯାଇ କି ଯେମିତି ସିଂହାସନ ଉପରେ ବସିଲେ, ତାଙ୍କ କାନରେ କନ୍ୟା ଟି ର ସ୍ଵର ଗୁଞ୍ଜି ଉଠିଲା । ରାଜା ନିଜ କାନ କୁ ଦୁଇ ହାତରେ ବନ୍ଦ କରିଦେଲା ତଥାପି ତାଙ୍କ କାନରେ କନ୍ୟା ଟି ର ସ୍ଵର ଗୁଞ୍ଜି ଉଠିଥିଲା । 


ରାଜା ବହୁତ୍ ଜୋରରେ ଚିତ୍କାର କରି କହିଲେ, "କୃଷ୍ଣା ! "


ସେ ଆଖି ବୁଜିଲେ ତାଙ୍କ ଆଖିରେ ତାଙ୍କ ଅତୀତ ର ଘଟଣା ଦେଖାଦେଲା । ରାଜା ଦେଖିଲେ ଯେ ଅତୀତରେ ସେ ଜଣେ ଦେବତା ଥିଲେ , ସେ ବହୁତ୍ ଶକ୍ତିଶାଳୀ ଥିଲେ ସେ ସବୁବେଳେ ଏକୁଟିଆ ରହୁଥିଲେ ଗୋଟେ ଗୁମ୍ଫା ରେ ସେ ଅନ୍ୟ ଦେବତା ମାନଙ୍କୁ ଘୃଣା କରୁଥିଲେ । 



Rate this content
Log in

Similar oriya story from Fantasy