Bhumati Sabar

Others

3  

Bhumati Sabar

Others

ପ୍ରେମ ରାତ୍ରି - ଭାଗ ୪

ପ୍ରେମ ରାତ୍ରି - ଭାଗ ୪

2 mins
171


 ଦିନେ ସେ ରାତିରେ ବାହାରକୁ ଭ୍ରମଣ କରି ଗଲେ । ସେ ଖୋଲା ଆକାଶରେ ଉଡ଼ି ବୁଲିଲେ । ହଠାତ୍ ତାଙ୍କ ନଜର ଗୋଟେ ବଗିଚାରେ ପଡ଼ିଲା। ଯେଉଁଠାରେ ସେ ଗୋଟେ ଗୋଲାପ କଢିକୁ ଦେଖିଲେ, ଯା'ର ଆଖି ଦୁଇଟି ନୀଳ ନୀଳ, ଓଠ ତା'ର ଗୋଲାପି, ମୁହଁ ତା'ର ଚାନ୍ଦିନୀ ପରି ଝଲସି ଉଠୁଥିଲା, ସୁନେଲୀ ରଙ୍ଗର ଲମ୍ବା ବାଲ ତହିଁରେ ଫୁଲର ମୁକୁଟ, ଜ୍ୟୋସ୍ନା ରଙ୍ଗରେ ରଙ୍ଗାୟିତ ତା'ର ସୁନ୍ଦର ବଦନ ତାଙ୍କର ଅର୍ଦ୍ଧ କାନ୍ଧକୁ ଲାଗି ଭୂମିକୁ ସ୍ପର୍ଶ କରୁଥିବା ଗୋଲାପିର ରଙ୍ଗର ଗାଉନ ପାଦରୁ ମୁଣ୍ଡ ଯାଏଁ ଫୁଲର ଗହଣାରେ ସୁସଜ୍ଜିତ । ସେଠାରେ ସେ ଗୋଟେ ଫୁଲ ନଥିଲେ ଆହୁରି ମଧ୍ୟ ସୁନ୍ଦର ସୁନ୍ଦର ଫୁଲ ମାନେ ଥିଲେ, ହେଲେ ସେମାନଙ୍କ ସାଥିରେ ଅନେକ ଭଅଁର ମଧ୍ୟ ବୁଲୁଥିଲେ । ସେଠାରେ ନୃତ୍ୟ, ସଙ୍ଗୀତର ଉତ୍ସବ ହେଉଥିଲା । 


ସେ ଉପରୁ ଓହ୍ଲେଇ ଆସି, ସୁନ୍ଦର ବସ୍ତ୍ର ପରିଧାନ କରି ଉତ୍ସବରେ ଗଲେ, ସେ ସେହି ସୁନ୍ଦରୀ ପାଖକୁ ଯାଇ ହାତ ଆଗକୁ ବଢ଼ାଇ କହିଲେ, " ହେ ! ସୁନ୍ଦରୀ କ'ଣ ତୁମେ ମୋ ସାଥିରେ ନୃତ୍ୟ କରିବାକୁ ଚାହିଁବ କି ? "  


କନ୍ୟାଟି ତାଙ୍କ ସୁନ୍ଦର ରୂପରେ ମୋହିତ ହୋଇ ତାଙ୍କ ହାତରେ ହାତ ବଢ଼େଇ ଦେଲେ ।  


 କନ୍ୟାର କୋମଳ ହାତର ସ୍ପର୍ଶ ତାଙ୍କ ହୃଦୟରେ ଗୋଟେ ମରୀଚିକା ସୃଷ୍ଟି କଲା । ଦୁହେଁ ସଙ୍ଗୀତର ତାଳେତାଳେ ନୃତ୍ୟ କରିବା ସାଙ୍ଗେ ସାଙ୍ଗେ ତାଙ୍କ ମନ ମଧ୍ୟ ପ୍ରେମର ତାଳେତାଳେ ନୃତ୍ୟ କରିବାକୁ ଲାଗିଲା । ଆଖିରୁ ଆଖି ମିଳିଲା, ହାତରେ ହାତ ନୃତ୍ୟ କରୁ କରୁ ନିଜ ଉପରୁ ନିୟନ୍ତ୍ରଣ ହରାଇ ସେ ଗୋଲାପି ଓଠରେ ଚୁମ୍ବନ କଲେ । 


 ଦୁହେଁ ପରସ୍ପର ଭିତରେ ହଜି ଗଲେ। ହଠାତ୍ ଏକ ଉଜ୍ଜ୍ୱଳ ଆଲୋକମୟ ରଶ୍ମି ତାଙ୍କ ଦୁହିଁଙ୍କ ମଝିରେ ଆସି ପଡିଲା । ଦୁହେଁ ପରସ୍ପର ଠାରୁ ଦୂରେଇ ତଳେ ପଡିଗଲେ ।


"କୃଷ୍ଣା ! ତମେ ଗୋଟେ ଅପସରାର କନ୍ୟା ହୋଇ ସେ ରାକ୍ଷସ ସହ ନୃତ୍ୟ କରିବାର ଦୁଃସାହସ କଲ କେମିତି !" 

ଜଣେ ଦେବତା ଆସି କହିଲେ ।


 ଆଉ ଜଣେ ଦେବତା ଆସି କହିଲେ, "ହେ ! କାଇଶ୍ ତୋର ସାହସ କେମିତି ହେଲା ଏଠିକି ଆସିବା ପାଇଁ ! କ'ଣ ତୁ ଭୁଲି ଯାଇଛୁ ତୁ କିଏ ? ତୁ ହେଉଛୁ ଗୋଟେ ପାପୀ, ଅପରାଧୀ ତୁ ଦେବତା ନାମରେ ଗୋଟେ ରାକ୍ଷସ । ମହାରାଜ କୃଷ୍ଣାକୁ ନେଇ ଏଇଠୁ ଚାଲ, ୟାକୁ ତ ମୁଁ ଦେଖୁଛି । " କହି ସେ ତା' ଉପରେ ପ୍ରହାର କଲା ।


କୃଷ୍ଣାକୁ ଧରି ସେ ଦେବତା ତା ଉଁଆସକୁ ନେଇ ଗଲା । ସେଠାରେ ବହୁତ୍ ଅପସରା ଓ ଦେବତା ମାନେ ଥିଲେ ।ସେ କ୍ରୋଧିତ ହୋଇ କହିଲେ, "ଗୋଟେ ଅପସରା ହେଇକି ତାକୁ ଗୋଟେ ରାକ୍ଷସ ସ୍ପର୍ଶ କରିଛି, ସେ ଏବେ ପବିତ୍ର ନୁହଁ ସେ ଏବେ କଳଙ୍କିତ ହୋଇ ଗଲେଣି । ତାଙ୍କ କରିଥିବା ଭୁଲ୍ ପାଇଁ ତାଙ୍କୁ ଦଣ୍ଡ ମିଳିବ, ଆଉ ସେଇଟା ହେଉଛି ମୃତ୍ୟୁଦଣ୍ଡ ! ମୁଁ ଏଇ କ୍ଷଣ ଆଦେଶ ଦେଉଛି କୃଷ୍ଣାକୁ ଏବେ ଏହି କ୍ଷଣ ଅଗ୍ନିକୁଣ୍ଡରେ ସମର୍ପିତ କରାଯାଉ । 


 ଗୋଟେ ଦେବତା ଆଦେଶ ଶୁଣିବା ମାତ୍ରକେ କୃଷ୍ଣାକୁ ତା' ଶକ୍ତି ବଳରେ ବନ୍ଦୀ କରି ଉପରେ ଟାଙ୍ଗି ଦେଲା । ତଳେ ଅଗ୍ନିକୁଣ୍ଡ ଲାହାଲାହା ହୋଇ ଜଳି ନିଆଁ ଫୁଟୁ ଥାଏ । ଗୋଟେ ଦେବତା କୃଷ୍ଣାକୁ ଜୋରରେ ପ୍ରହାର କଲା, କୃଷ୍ଣାର ଶରୀର ରକ୍ତାକ୍ତ ହୋଇଗଲା ସେ ଶକ୍ତିହୀନ ହୋଇ ଗଲା।

ସେ ଆଉଥରେ ପ୍ରହାର କଲା, କୃଷ୍ଣା ବହୁତ ଦ୍ରୁତ ଗତିରେ ତଳକୁ ଖସି ଗଲା, ସେ ଅଗ୍ନିକୁଣ୍ଡରେ ଯେମିତି ସମାହିତ ହେଲା ଠିକ୍ ସେତିକି ବେଳେ ଦ୍ରୁତ ଗତିରେ ନୀଳ ରଙ୍ଗର ରଶ୍ମି ତା'ର ଶରୀରକୁ ଢାଙ୍କି ଦେଲା, ସେ କୁଆଡ଼େ ଉଭେଇ ଗଲେ ।  


ଦେବତା ମାନେ ଅବାକ୍ ହୋଇ ଗଲେ । 



Rate this content
Log in