ଫ୍ରେଣ୍ଡ୍ ଶିପ୍
ଫ୍ରେଣ୍ଡ୍ ଶିପ୍
ତମେ ମାନେ ମୋତେ ଏଠି କାହିଁକି ଡାକିଲ ?
ରାନୀ ଆମେ ତୋତେ କିଛି କହିବାକୁ ଚାହୁଁ ହେଲେ ବୁଝି ପାରୁନୁ ତୋତେ କେମିତି କହିବୁ।
"ଆରେ ! ଜଲଦି କୁହ ମୋତେ ଘରେ ବହୁତ କାମ ଅଛି।"
"କଥା କ'ଣ କି ରାନୀ ଆମେ ସମସ୍ତେ, ତୋତେ କେମିତି କହିବି।"
ତିନି ଜଣ ସାଙ୍ଗରେ ," ଆମେ ତୋତେ ଭଲପାଉ। "
କ'ଣ ? ତିନି କେ ତିନି ! "
"ରାନୀ ଏବେ ତୁ ହିଁ ନିଷ୍ପତ୍ତି ନେ ତୁ ଆମ ଭିତରୁ କାହାକୁ ବହୁତ ପସନ୍ଦ କରୁ ।"
"ତମେ ମୋର ଏଇଠି ଅପେକ୍ଷା କରିବ ଏଇ ସମୟରେ ମୁଁ ତମକୁ କାଲି କହିବି। ଏବେ ମୁଁ ଯାଉଛି । "
ୟେ ହେଉଛନ୍ତି ମୋର ତିନି ସାଙ୍ଗ ବୀର, କିଶୋର ଓ
ରାଜ । ଆମେ ଚାରି ଜଣ ଛୁଆ ବେଳର ସାଙ୍ଗ କେହି କାହାକୁ ଗୋଟେ ମୂହୁର୍ତ୍ତ ନ ଦେଖିଲେ ଆମେ ରହି ପାରୁ ନାହିଁ । ଆଜି ମୁଁ ବହୁତ ବଡ଼ ଦୁବିଧା ରେ ପଡ଼ି ଯାଇଛି । ସେମାନେ ସିନା କହି ଦେଲେ ମୋତେ ଭଲ ପାଆନ୍ତି ବୋଲି; ହେଲେ ମୁଁ କ'ଣ କହିବି ମୁଁ ତ ତିନି ଜଣ ଙ୍କୁ ସମାନ ଭଲପାଏ । ଏବେ ମୁଁ କେମିତି କହିବି ସେ ମାନଙ୍କୁ ଗୋଟେ
ଆତ୍ମା ପାଇଁ ଶରୀର ଯେତିକି ମୂଲ୍ୟବାନ ଠିକ୍ ସେତିକି ହିଁ ମୂଲ୍ୟବାନ ଗୋଟେ ହୃତପିଣ୍ଡ ଓ ପ୍ରାଣବାୟୁ ର ବି । ମୁଁ କେମିତି କହିବି ଗୋଟେ ଆତ୍ମା କୁ ବଞ୍ଚି ବାକୁ ହେଲେ ତାକୁ ଗୋଟେ ଶରୀର ଦରକାର, ଆଉ ଗୋଟେ ଶରୀର କୁ ହୃତପିଣ୍ଡ ଦରକାର ଓ ଗୋଟେ ହୃତପିଣ୍ଡ କୁ ଦରକାର ପ୍ରାଣବାୟୁ । ଆଜି ସେମାନେ ମୋତେ କହୁଛନ୍ତି ଯେ ଏ ତିନି
ଟା ଭିତରୁ ଗୋଟିଏ କୁ ବାଛିବା ପାଇଁ । ମୁଁ ବୁଝି ପାରୁ ନାହିଁ
ଗୋଟେ ଆତ୍ମା , ଗୋଟେ ହୃତପିଣ୍ଡ, ଗୋଟେ ଶରୀର ଓ ପ୍ରାଣବାୟୁ ଏ ଭିତରୁ ସେ ଯାହାକୁ ବି ଗୋଟେ ବାଛିଲେ
ତା'ର କୌଣସି ମୂଲ୍ୟ ରହିବ ନାହିଁ ।
" ରାନୀ କ'ଣ ହେଲା ତୁ ଭାରି ବ୍ୟସ୍ତ ଦେଖା ଯାଉଛୁ ?"
"ବୋଉ ମୁଁ ଟିକେ ବାହାରକୁ ବୁଲିବା ପାଇଁ ଯାଇଥିଲି ନା ସେଇଥି ପାଇଁ ଟିକେ ଥକି ଯାଇଛି । "
"ହଉ ଏଇଠି ବସ ମୁଁ ତୋ ପାଇଁ ଗୋଟେ ଗ୍ଲାସ ପାଣି ଆଣୁଛି । କାଲି ତୋର ଟେଷ୍ଟ ଅଛି ନା ତୁ ଖାଲି ତୋ ପାଠ ପଢ଼ାରେ ମନ ଦେ । "
ମାଁ ମୁଁ ପଢ଼ିବାକୁ ଯାଉଛି। ମୁଁ ମୋ ବେଡ଼ରୁମ କୁ
ଚାଲିଗଲି । ମୁଁ ବହି ଖୋଲି ବସିଗଲି ହେଲେ ଲାଭ କ'ଣ ?
ମୁଁ କେବେ ବି ପାଠ ପଢେ ନାହିଁ । କାଲି ମୋର ଟେଷ୍ଟ ହେବ । ମୁଁ ଜାଣି ନାହିଁ କ'ଣ କରିବି; ଆଶା କରେ ସବୁ ଦିନ ଭଳି କାଲି ମଧ୍ୟ ସେମାନେ ମୋର ସାହାଯ୍ୟ କରିବେ।
"ରାନୀ, ଉଠ ସକାଳ ଛଅଟା ବାଜିଲାଣି ।" ସବୁଦିନ ମୋ ମାଁ ଙ୍କ ଡାକ ରେ ମୋର ନିଦ ଖୋଲେ । ତାଙ୍କ ଡାକ ର ମୋତେ ଅଭ୍ୟାସ ହୋଇ ଗଲାଣି ବୋଧହୁଏ ଯେମିତି ଏ ହେଉଛି ମୋ ସକାଳର ଆର୍ଲାମ୍ । ମୁଁ ପ୍ରସ୍ତୁତ ହୋଇ କଲେଜ୍ କୁ ବାହାରିଲି । ଏ ହେଉଛି ସେ ଆମ୍ବଗଛ ଯେବେ ଏଥିରେ ଆମ୍ବ ଲାଗେ ଆମେ ଚାରି ଜଣ ବଟା ଲୁଣ, ଲଙ୍କା ଧରି ଏଠାକୁ ଆସୁ । ମୁଁ କଲେଜ୍ ପହଞ୍ଚିଲା ବେଳକୁ ତିନି ଜଣ ମୋତେ ଜଗି ରହିଛନ୍ତି । ସେମାନେ ମୋତେ କିଛି ପଚାରିଲେ ନାହିଁ । ସବୁଦିନ ଭଳି ଆଜି ମଧ୍ୟ ମୋ ସହ କଥାବାର୍ତ୍ତା ହେଲେ, ମୋର ସାହାଯ୍ୟ କଲେ । ମୁଁ ଘରକୁ ଫେରିଲି ବାଟ ସାରା ଖାଲି ଗତକାଲି କଥା କୁ ଭାବୁଥିଲି ।
ସନ୍ଧ୍ୟା ଚାରିଟା ରେ ମୁଁ ସେଠାକୁ ପହଞ୍ଚିଲି । ତିନି ଜଣ ମୋର ଅପେକ୍ଷା କରିଥିଲେ; ମୁଁ ତାଙ୍କ ପାଖକୁ ଗଲି ଓ
"ମୋ ଜୀବନରେ ଗୋଟିଏ ପ୍ରେମୀକ ରହିବା କେତେ ମେଟର କରେ ମୁଁ ଜାଣି ନାହିଁ । ହେଲେ ମୋ ଜୀବନରେ ତମ ତିନି ଜଣ ଙ୍କ ରହିବା ବହୁତ୍ ମେଟର କରେ । ମୋ ଜୀବନରେ ଗୋଟିଏ ପ୍ରେମୀକ ଥିଲେ କି ନଥିଲେ କିଛି ଫରକ୍ ପଡିବ ନାହିଁ; ହେଲେ ତମ ତିନି ଜଣଙ୍କ ଭିତରୁ ଯଦି ଜଣେ ବି କେହି ନଥିବେ ତା' ହେଲେ ମୋତେ ବହୁତ୍ ଫରକ୍ ପଡିବ ।"
"ଆଇ ଆମ୍ ସରି ଆମର ଭୁଲ୍ ହେଇ ଯାଇଛି; ଆମେ ବୁଝି ଗଲୁ ଯେ ତୁ କ'ଣ କହିବା କୁ ଚାହୁଁଛୁ । "
"ଆରେ ! କିଏ କେବେ ନିଜ ସାଙ୍ଗ କୁ ଭୁଲ୍ ମାଗେ । "
