STORYMIRROR

Bhumati Sabar

Others

3  

Bhumati Sabar

Others

ଫ୍ରେଣ୍ଡ୍ ଶିପ୍

ଫ୍ରେଣ୍ଡ୍ ଶିପ୍

3 mins
213

 ତମେ ମାନେ ମୋତେ ଏଠି କାହିଁକି ଡାକିଲ ?

ରାନୀ ଆମେ ତୋତେ କିଛି କହିବାକୁ ଚାହୁଁ ହେଲେ ବୁଝି ପାରୁନୁ ତୋତେ କେମିତି କହିବୁ।

"ଆରେ ! ଜଲଦି କୁହ ମୋତେ ଘରେ ବହୁତ କାମ ଅଛି।"

"କଥା କ'ଣ କି ରାନୀ ଆମେ ସମସ୍ତେ, ତୋତେ କେମିତି କହିବି।" 

ତିନି ଜଣ ସାଙ୍ଗରେ ," ଆମେ ତୋତେ ଭଲପାଉ। "

କ'ଣ ? ତିନି କେ ତିନି ! " 

"ରାନୀ ଏବେ ତୁ ହିଁ ନିଷ୍ପତ୍ତି ନେ ତୁ ଆମ ଭିତରୁ କାହାକୁ ବହୁତ ପସନ୍ଦ କରୁ ।"

"ତମେ ମୋର ଏଇଠି ଅପେକ୍ଷା କରିବ ଏଇ ସମୟରେ ମୁଁ ତମକୁ କାଲି କହିବି‌। ଏବେ ମୁଁ ଯାଉଛି । "  

ୟେ ହେଉଛନ୍ତି ମୋର ତିନି ସାଙ୍ଗ ବୀର, କିଶୋର ଓ

 ରାଜ । ଆମେ ଚାରି ଜଣ ଛୁଆ ବେଳର ସାଙ୍ଗ କେହି କାହାକୁ ଗୋଟେ ମୂହୁର୍ତ୍ତ ନ ଦେଖିଲେ ଆମେ ରହି ପାରୁ ନାହିଁ । ଆଜି ମୁଁ ବହୁତ ବଡ଼ ଦୁବିଧା ରେ ପଡ଼ି ଯାଇଛି । ସେମାନେ ସିନା କହି ଦେଲେ ମୋତେ ଭଲ ପାଆନ୍ତି ବୋଲି; ହେଲେ ମୁଁ କ'ଣ କହିବି ମୁଁ ତ ତିନି ଜଣ ଙ୍କୁ ସମାନ ଭଲପାଏ । ଏବେ ମୁଁ କେମିତି କହିବି ସେ ମାନଙ୍କୁ ଗୋଟେ

ଆତ୍ମା ପାଇଁ ଶରୀର ଯେତିକି ମୂଲ୍ୟବାନ ଠିକ୍ ସେତିକି ହିଁ ମୂଲ୍ୟବାନ ଗୋଟେ ହୃତପିଣ୍ଡ ଓ ପ୍ରାଣବାୟୁ ର ବି । ମୁଁ କେମିତି କହିବି ଗୋଟେ ଆତ୍ମା କୁ ବଞ୍ଚି ବାକୁ ହେଲେ ତାକୁ ଗୋଟେ ଶରୀର ଦରକାର, ଆଉ ଗୋଟେ ଶରୀର କୁ ହୃତପିଣ୍ଡ ଦରକାର ଓ ଗୋଟେ ହୃତପିଣ୍ଡ କୁ ଦରକାର ପ୍ରାଣବାୟୁ । ଆଜି ସେମାନେ ମୋତେ କହୁଛନ୍ତି ଯେ ଏ ତିନି

 ଟା ଭିତରୁ ଗୋଟିଏ କୁ ବାଛିବା ପାଇଁ । ମୁଁ ବୁଝି ପାରୁ ନାହିଁ 

ଗୋଟେ ଆତ୍ମା , ଗୋଟେ ହୃତପିଣ୍ଡ, ଗୋଟେ ଶରୀର ଓ ପ୍ରାଣବାୟୁ ଏ ଭିତରୁ ସେ ଯାହାକୁ ବି ଗୋଟେ ବାଛିଲେ

 ତା'ର କୌଣସି ମୂଲ୍ୟ ରହିବ ନାହିଁ । 

" ରାନୀ କ'ଣ ହେଲା ତୁ ଭାରି ବ୍ୟସ୍ତ ଦେଖା ଯାଉଛୁ ?" 

"ବୋଉ ମୁଁ ଟିକେ ବାହାରକୁ ବୁଲିବା ପାଇଁ ଯାଇଥିଲି ନା ସେଇଥି ପାଇଁ ଟିକେ ଥକି ଯାଇଛି । " 

"ହଉ ଏଇଠି ବସ ମୁଁ ତୋ ପାଇଁ ଗୋଟେ ଗ୍ଲାସ ପାଣି ଆଣୁଛି । କାଲି ତୋର ଟେଷ୍ଟ ଅଛି ନା ତୁ ଖାଲି ତୋ ପାଠ ପଢ଼ାରେ ମନ ଦେ । " 

ମାଁ ମୁଁ ପଢ଼ିବାକୁ ଯାଉଛି। ମୁଁ ମୋ ବେଡ଼ରୁମ କୁ 

ଚାଲିଗଲି । ମୁଁ ବହି ଖୋଲି ବସିଗଲି ହେଲେ ଲାଭ କ'ଣ ?

 ମୁଁ କେବେ ବି ପାଠ ପଢେ ନାହିଁ । କାଲି ମୋର ଟେଷ୍ଟ ହେବ । ମୁଁ ଜାଣି ନାହିଁ କ'ଣ କରିବି; ଆଶା କରେ ସବୁ ଦିନ ଭଳି କାଲି ମଧ୍ୟ ସେମାନେ ମୋର ସାହାଯ୍ୟ କରିବେ। 

"ରାନୀ, ଉଠ ସକାଳ ଛଅଟା ବାଜିଲାଣି ।" ସବୁଦିନ ମୋ ମାଁ ଙ୍କ ଡାକ ରେ ମୋର ନିଦ ଖୋଲେ । ତାଙ୍କ ଡାକ ର ମୋତେ ଅଭ୍ୟାସ ହୋଇ ଗଲାଣି ବୋଧହୁଏ ଯେମିତି ଏ ହେଉଛି ମୋ ସକାଳର ଆର୍ଲାମ୍ । ମୁଁ ପ୍ରସ୍ତୁତ ହୋଇ କଲେଜ୍ କୁ ବାହାରିଲି । ଏ ହେଉଛି ସେ ଆମ୍ବଗଛ ଯେବେ ଏଥିରେ ଆମ୍ବ ଲାଗେ ଆମେ ଚାରି ଜଣ ବଟା ଲୁଣ, ଲଙ୍କା ଧରି ଏଠାକୁ ଆସୁ । ମୁଁ କଲେଜ୍ ପହଞ୍ଚିଲା ବେଳକୁ ତିନି ଜଣ ମୋତେ ଜଗି ରହିଛନ୍ତି । ସେମାନେ ମୋତେ କିଛି ପଚାରିଲେ ନାହିଁ । ସବୁଦିନ ଭଳି ଆଜି ମଧ୍ୟ ମୋ ସହ କଥାବାର୍ତ୍ତା ହେଲେ, ମୋର ସାହାଯ୍ୟ କଲେ । ମୁଁ ଘରକୁ ଫେରିଲି ବାଟ ସାରା ଖାଲି ଗତକାଲି କଥା କୁ ଭାବୁଥିଲି । 

ସନ୍ଧ୍ୟା ଚାରିଟା ରେ ମୁଁ ସେଠାକୁ ପହଞ୍ଚିଲି । ତିନି ଜଣ ମୋର ଅପେକ୍ଷା କରିଥିଲେ; ମୁଁ ତାଙ୍କ ପାଖକୁ ଗଲି ‌‌‌‌ଓ 

 "ମୋ ଜୀବନରେ ଗୋଟିଏ ପ୍ରେମୀକ ରହିବା କେତେ ମେଟର କରେ ମୁଁ ଜାଣି ନାହିଁ । ହେଲେ ମୋ ଜୀବନରେ ତମ ତିନି ଜଣ ଙ୍କ ରହିବା ବହୁତ୍ ମେଟର କରେ । ମୋ ଜୀବନରେ ଗୋଟିଏ ପ୍ରେମୀକ ଥିଲେ କି ନଥିଲେ କିଛି ଫରକ୍ ପଡିବ ନାହିଁ; ହେଲେ ତମ ତିନି ଜଣଙ୍କ ଭିତରୁ ଯଦି ଜଣେ ବି କେହି ନଥିବେ ତା' ହେଲେ ମୋତେ ବହୁତ୍ ଫରକ୍ ପଡିବ ।" 


 "ଆଇ ଆମ୍ ସରି ଆମର ଭୁଲ୍ ହେଇ ଯାଇଛି; ଆମେ ବୁଝି  ଗଲୁ ଯେ ତୁ କ'ଣ କହିବା କୁ ଚାହୁଁଛୁ । " 


"ଆରେ ! କିଏ କେବେ ନିଜ ସାଙ୍ଗ କୁ ଭୁଲ୍ ମାଗେ । "

 


 




Rate this content
Log in