Bhumati Sabar

Fantasy

3  

Bhumati Sabar

Fantasy

ପ୍ରେମ ରାତ୍ରି - ଭାଗ ୨

ପ୍ରେମ ରାତ୍ରି - ଭାଗ ୨

1 min
159


ରାଜା ତାକୁ ଏପଟସେପଟ ଜଙ୍ଗଲରେ ଅନୁସନ୍ଧାନ କଲେ । ହେଲେ କନ୍ୟାଟିର କିଛି ଖବର ମିଳିଲା ନାହିଁ। ସେ ପୁଣି ସେଠାକୁ ଗଲେ ଯେଉଁଠି କନ୍ୟାଟି ନୃତ୍ୟ କରୁଥିଲା । ତାଙ୍କୁ ସେଠାରେ ଗୋଟେ ଗୋଡ଼ର ଘୁଙ୍ଗୁରୁ ମିଳିଳା ସେ ଘୁଙ୍ଗୁରୁକୁ ଉଠେଇ ସାଙ୍ଗରେ ଧରି ନିଜ ମହଲକୁ ଫେରିଲେ। ରାଜା ଶୟନ କକ୍ଷରେ ଘୁଙ୍ଗୁରୁ କୁ ଯତ୍ନ ସହକାରେ ରଖିଲେ ଓ ପ୍ରସ୍ତୁତ ହୋଇ ଶୋଭାରେ ପହଞ୍ଚିଲେ । ସଭାସଦ୍ ଗଣମାନେ ତାଙ୍କର ଜୟ ଜୟ କାର କଲେ। ରାଜା ଯାଇ ସିଂହାସନ ଉପରେ ବସିଲେ । ସେଠାରେ ରାଜା ସମସ୍ତଙ୍କ ଭଲମନ୍ଦ ବୁଝିଲେ ।

ପ୍ରଜାମାନେ କହିଲେ, "ମଣିମା ଯେପର୍ଯ୍ୟନ୍ତ ଆପଣ ଆମ ସାଙ୍ଗରେ ଅଛନ୍ତି ସେ ପର୍ଯ୍ୟନ୍ତ ଆମର କୌଣସି ଅସୁବିଧା ହେବନାହିଁ ।" 

ରାଜା ସଭା ଶେଷ ହେବା ପରେ ନିଜ କକ୍ଷକୁ ଗଲେ ।

ସେ ଘୁଙ୍ଗୁରୁକୁ ଦେଖି ସେହି କନ୍ୟା କଥା ଭାବିଲେ । ରାଜା 

ଦେଖିଲେ ଯେ ସେହି କନ୍ୟା ତାଙ୍କ ଶେଯ ଉପରେ ବସିଛି ।

ସେ ତା' ପାଖକୁ ଗଲେ ଓ ତାକୁ ପ୍ରେମ ଭରା ନଜରରେ ଦେଖିଲେ । ସେ ଯେମିତି ତାଙ୍କ ମୁହଁ କୁ ଛୁଇଁଲେ କନ୍ୟାଟି ହଠାତ୍ କୁଆଡେ ଉଭେଇ ଗଲା । ରାଜାଙ୍କୁ ଖାଇଲା ବେଳେ, ବୁଲିଲା ବେଳେ , ଆଖି ବୁଜିଲେ, ଆଖି ଖୋଲିଲେ ଜୁଆଡେ

ଦେଖିଲେ ସେଆଡେ ଖାଲି ସେହି କନ୍ୟା ଟି ର ଅପୂର୍ବ ରୂପ

ଦେଖା ଦେଉଥିଲା । ରାଜା ତାଙ୍କ ପ୍ରେମରେ ଏତେ ପାଗଳ ହୋଇ ଗଲେ ଯେ ଖାଲି ତାଙ୍କ କଥା ଭାବିବାକୁ ଲାଗିଲେ । 

ସେ ତାଙ୍କ ପ୍ରମରେ ଏମିତି ହଜି ଗଲେ ଯେ କେତେବେଳେ 

ସନ୍ଧ୍ୟା ରୁ ଅଧ ରାତି ହୋଇଗଲା ତାଙ୍କୁ କିଛି ଖବର ନାହିଁ ।

ଘୁଙ୍ଗୁରୁର ଶବ୍ଦରେ ସେ ତାଙ୍କ ଭାବନା ରୁ ବାହାରି ଆସିଲେ । ଦେଖିଲେ ଅଧ ରାତି ହୋଇଗଲାଣି ଓ ଘୁଙ୍ଗୁରୁ ବାଜି ବାଜି ତଳକୁ ଖସି କୁଆଡ଼େ ଯାଉଛି । ସେ ଘୁଙ୍ଗୁରୁ ର ଅନୁସରଣ କଲେ । ପ୍ରହରୀ ମାନେ ଗଭୀର ନିଦରେ ଶୋଇ ପଡ଼ିଥିଲେ ।ଘୁଙ୍ଗୁରୁ ସେହି ରାସ୍ତା ଆଡ଼କୁ ଯାଉଥାଏ ଯେଉଁ ଆଡ଼କୁ ସେ ଘଞ୍ଚ ଜଙ୍ଗଲ ଥିଲା ।


Rate this content
Log in

Similar oriya story from Fantasy