Bhumati Sabar

Fantasy

3  

Bhumati Sabar

Fantasy

ପ୍ରେମ ରାତ୍ରି - ଭାଗ ୧

ପ୍ରେମ ରାତ୍ରି - ଭାଗ ୧

1 min
168


  ଅନେକ ବର୍ଷ ତଳର କଥା ଦେବଗଡ଼ ରାଜ୍ୟରେ ଜଣେ ରାଜା ଥିଲେ। ତାଙ୍କ ନାଁ ବୀର ସିଂ ସେ ଜଣେ ସୁଶାସିତ ରାଜା ଥିଲେ । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ମନ ମଧ୍ୟ ସେତିକି ସୁନ୍ଦର । ତାଙ୍କ କୋମଳ ହୃଦୟ ଯୋଗୁଁ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ତାଙ୍କ ପାଖରେ ସବୁତକ ଜିନିଷ ଥିଲା । ତଥାପି ସେ ଖୁସିରେ ନ ଥିଲେ କାରଣ ତାଙ୍କ ପାଖରେ ଗୋଟେ ସାଥିଟିଏ ନ ଥିଲା । ସେ କେତେ ରାଜ୍ୟ ଯାଇ ବୁଲି ଆସିଲେଣି, ହେଲେ ତାଙ୍କୁ କେଉଁଠି ବି ଗୋଟେ ଭଲ ରାଜକନ୍ୟା ମିଳିଲା ନାହିଁ। ଏହି କଥାକୁ ଚିନ୍ତା କରି ରାଜା ଦିନେ ଘୋଡ଼ାରେ ବସି ଗୋଟେ ଅଜଣା ରାସ୍ତା ଆଡ଼କୁ ଚାଲିଗଲେ । ସେହି ରାସ୍ତା ଗୋଟେ ଜଙ୍ଗଲକୁ ଲାଗି ଯାଇଥାଏ । ଚାରି ଆଡେ଼ କେବଳ ଘଞ୍ଚ ଜଙ୍ଗଲ ଦୂର ଦୂରକୁ କେହି ଦେଖାଯାଉ ନ ଥିଲେ । ଧିରେ ଧିରେ ଚାରି ଆଡେ଼ ଅନ୍ଧକାର ହୋଇଗଲା । ରାଜା ମଶାଲ ଜାଳି ଆଗକୁ ବଢ଼ିଲେ । ଅଧରାତିରେ ହଠାତ୍ ଆକାଶରେ ବିଜୁଳି ମାରିବା ସହ ଘଡ଼ଘଡ଼ି ଶବ୍ଦ କରି ବର୍ଷା ହେବାକୁ ଲାଗିଲା । ରାଜା ଘୋଡ଼ାରୁ ଓହ୍ଲାଇ ଗଛ ତଳକୁ ଯାଇ ଆଶ୍ରୟ

ନେଲେ । ତାଙ୍କୁ କେଉଁଠାରୁ ଘୁଙ୍ଗୁରୁ ବାଜିବାର ଶବ୍ଦ ଶୁଭିଲା। ସେ ଘୁଙ୍ଗୁରୁର ଶବ୍ଦ ଶୁଣି ଶୁଣି ଆଗକୁ ଚାଲିଗଲେ। ସେ ଗୋଟେ ବରଗଛ ପଛରେ ଲୁଚି ଦେଖିଲେ । ସେଠାରେ ଜଣେ କନ୍ୟା ନୃତ୍ୟ କରୁଛି । ସେହି କନ୍ୟାର ସୁନ୍ଦର ରୂପକୁ ଦେଖି ରାଜା ମନମୁଗ୍ଧ ହୋଇଗଲେ । କନ୍ୟାର ସୁନ୍ଦର ଦେହରେ ବର୍ଷାର ଛିଟା ତାକୁ ଆହୁରି ଆକର୍ଷିତ କରିଲା । ଧିରେ ଧିରେ ରାତି ପାହିଗଲା । କନ୍ୟାଟି ହଠାତ୍ କୁଆଡେ ଚାଲିଗଲା ।   


Rate this content
Log in

Similar oriya story from Fantasy