Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମ ନଜର

ପ୍ରେମ ନଜର

6 mins
6

ରାସ୍ତା ସାରା ଛୋଟେଇ ଛୋଟେଇ ପଛକୁ ଅନେଇ ଅନେଇ ସେ ବାଟ ଚାଲୁଥାଆନ୍ତି. ଦିନେ ସେ ବହୁତ ପରାକ୍ରମୀ ଥିଲେ ନିଶ୍ଚୟ. ତାଙ୍କୁ ଦେଖିଲେ ଝିଅ ବୋହୁଙ୍କୁ ଘର ଭିତରକୁ ଭିଡି ନେଇ ଦାଣ୍ଡ କବାଟ କିଳି ନେଉଥିଲେ ମାଆ ମାଉସୀ ଓ ଶାଶୁ ବୋଲାଉଥିବା ଅଧିକାଂଶ ନାରୀ. ନିଶ ଦୁଇହଳ ଏବେବି ଜଣେଇ ଦେଉଛି ଅତୀତର ରାଜକୀୟ ଠାଣି. ମୁହଁ ହାତ ଗୋଡ଼ ଥୁରୁ ଥୁରୁ, ଚମ ଧୁଡୁ ଧୁଡୁ. ପାଦ ପଡୁଛି ବଙ୍କା. ପଛରୁ କେହି ସାଇକେଲରେ ଆସିଲେ ଆଡେଇ ଯାଉଛନ୍ତି. ପଛରୁ କେହି ବାଇକ ବା ଲୁନାରେ ଆସିଲେ ଦଣ୍ଡେ ଚାହୁଁଛନ୍ତି. ନା ଚିହ୍ନା ଜଣା କେହି ନୁହଁ ତ ହାତ ଦେଖାଇ ପାରୁନାହାଁନ୍ତି. ସମୟ ଥିଲା ବୟସ ବେଳେ ରହ କହିଲେ କାହାର ବାଟ ଭାଙ୍ଗି ଚାଲିଯିବାର ସାହାସ ନଥିଲା.।

    କୁକୁର ଗୁଡାକ ମଧ୍ୟ ଡରୁନାହାଁନ୍ତି ଆଜିକାଲି. ଆଗେ କୁକୁରଙ୍କୁ ଟେକା ମାରି ଆମ୍ବ ଝଡ଼େଇଲା ପରି ଖଞ୍ଜା ଖସେଇଦେଉଥିଲେ ସେ. ଏବେ ତାଙ୍କ ଖଞ୍ଜା ସମୟ ସହିତ ବୟସ ମିଶି ରୋଗ ଓ ବାର୍ଦ୍ଧକ୍ୟକୁ ସାଲିସ କରି କୁକୁର ବି ମଜ୍ଜା ଦେଖୁଛି. ଭୁ ଭୁ ହୋଇ ଭୁକି ଲାଗିଆସୁଛି ପାଖକୁ ପାଖକୁ ତ ବିଭିର୍ଣ୍ଣ ବାଇକରେ ଯାଉଥିବା ଟୋକା ଟୋକାଳିଆ କେତେଟା ହେଁ ହେଁ ହୋଇ ଦାନ୍ତ ଦେଖାଉଛନ୍ତି. ବୁଢ଼ୀଟା ଆଗ ଭଳି କିଛି ସୁଆଦିଆ କରିପାରୁନି ବୋଲି ଛୋଟେଇ ଛୋଟେଇ ଚାଲି ଚାଲି ବଜାର ଗଳି ମୁଣ୍ଡ ବରା ଦୋକାନ ଯାଏଁ ଆସିବା କଥା. ଜୀବନ ସାରା ପୁଅ ଝିଅଙ୍କୁ ପାଠ ପଢ଼େଇ ମଣିଷ ପରି ମଣିଷ କରୁ କରୁ ଦୂର ଚଢେଇ ପରି ଦୁରକୁ ଉଡିଗଲେ କିଏ କୁଆଡେ.ସେମାନେ ଯେତେ ଡାକିଲେ ମଧ୍ୟ ପ୍ରକୃତ କଥା ଏବେ ଉଡ଼ାଜାହାଜରେ ବସିବାକୁ ଡର.ବୁଢ଼ୀ ହାତ ଧରି ଟ୍ରେନରେ ଉଠିବା କଷ୍ଟ.ପେଁ ପେଁ କରି ବାଇକ ସବୁ ଯାଉଛି.ଚିହ୍ନା ଅଚିହ୍ନା ବାରୁ ବାରୁ ଉଡିଯାଉଛନ୍ତି କିଏ କୁଆଡେ.କୁକୁର ଦିଟା ବରା ପୁଡିଆ ଦେଖି ଦେହ ମିଶା ହୋଇଆସୁଛନ୍ତି.ଏଇ ଗାଁ ପିଲାଟା ବାଇକ ଉଡେଇ ନେଉ ନେଉ କହୁଛି ବ.ନା.ନା.କାଲି ବାପ ତାର ହାତ ଦେଇ ବାଟ ଚାଲୁଥିଲା ଆଜି ପୁଅ ଡାକୁଛି ବନାନନାକୁ ଅପ୍ରଭଂଶ କରି ବନାନା. ତାକୁ ଦେଖାଇଥିବା ହାତ ପଛକୁ ବୁଲି ଗଲାଣି ମିଶ୍ରେଙ୍କର . ନା କେମିତି ଏତେବାଟ ଯିବେ ସେଇ ଚିନ୍ତା କରି ଲାଭ ନାହିଁ. ଢୁକେଇ ଢୁକେଇ ଚାଲୁଥିଲେ.

  ଏଇ ଗଛ, ନଈ, ପୋଖରୀ, ମାଛ ମଧ୍ୟ ଦିନେ ତାଙ୍କୁ ଗର୍ଭଣୀ ଗାଈ ପରି ବାଟ ଛାଡିଦେଉଥିଲେ. ଆଜି ପାଦ ପକେଇବାକୁ ବଳ ପାଉନି ଦେହରେ . ଔଷଧ ଖାଇଲେ ନଖାଇଲେ ମଧ୍ୟ ଲାଭ ନାହିଁ. ଏଇ ମଣିଷ ନବେ ବୟସରେ ସକ୍ଷମ ତ ଏଇ ମଣିଷ ପଚାଶରୁ ମଧ୍ୟ ବୁଢା. ସହଜେ ତ ତାଙ୍କୁ ଅଶୀ ଛୁଇଁବ. କେତେ ବାଇକ ଉଡି ଯାଉଛି ପାଖ ଦେଇ. ଗୋଟେ ବାଇକ ଅଟକିଗଲା. ବନମାଳୀ ମିଶ୍ରଙ୍କୁ ଲାଗିଲା ସେ କଣ ଆଉ ବାଇକ ଦେହରେ ବାଡେଇ ହୋଇଗଲେ କି?ନା କେହି ତାଙ୍କୁ ଡାକୁଛି ଆ ବନମାଳୀ ବସିଯା ମୋ ଗାଡିରେ. ପିଲାଦିନୁ ସାଙ୍ଗ. କେତେ ଦୁଃଖ ସୁଖ ଓ ଅଙ୍ଗେଲିଭା କଥା ଏ ହୃଦୟରେ ସାଇତା. ତୋର ତ ସମସ୍ତେ ଥାଇ ଏତେ କଷ୍ଟ ପାଉଛୁ ମୁଁ ତ ଅଭିଆଡା ମଣିଷଟା. ବୁଲି ଚାହିଁଲେ ବନମାଳୀ ହଁ ଇଏ ତ ଚୈତନ୍ୟ ଭୋଇ. ତାଙ୍କ ସାଙ୍ଗରେ ପଢେ. ନଡିଆ, ଗୁଆ ତାଳ ଗଛରେ ଚଢେ, ଖଜୁରୀ କୋଳି ପାରେ. ସମସ୍ତେ ଖାଆନ୍ତିନି କିନ୍ତୁ ବନମାଳୀ ଖାଆନ୍ତି ଚୈତନ୍ୟ ସଙ୍ଗେ କେତେ ସୁଖ ଦୁଃଖ ହୁଅନ୍ତି. ବସିଲେ ଚୈତନ୍ୟ ପଛରେ. ବାଇକରୁ ଦୁଆରେ ହାତ ଧରି ଓଲ୍ହାଇ ଦେଇ ଚୈତନ୍ୟ ଯାଉ ଯାଉ ବନମାଳି କହୁଥିଲେ ମଝିରେ ମଝିରେ ଟିକେ ଆସ ଚୈତନ୍ୟ. ଚୈତନ୍ୟ ମୁଣ୍ଡ ଟୁଙ୍ଗାରି ଚାଲିଯିବା ପରେ କିଛି ଗୋଟେ ହଜାଇ ଦେଲା ପରି ଲାଗୁଥିଲା. ବୁଢ଼ୀ ହାତକୁ ଶ୍ରଦ୍ଧାରେ ବଢ଼େଇଦେବାକୁ ଆଣି ଥିବା ବରା ପୁଡିଆଟା ନଥିଲା ସାଙ୍ଗରେ ବନମାଳୀ ମିଶ୍ରଙ୍କର.ସୁକାନ୍ତି କିନ୍ତୁ ଚିତଉ ପିଠା କରିଥାନ୍ତି ବନମାଳୀବାବୁଙ୍କ ପାଇଁ. ଖାଲି କଣ ଚିତଉ!ମନ ଜାଣି କୋଉଦିନ ପୁଳି ତ କୋଉଦିନ ପୁରି ସାଙ୍ଗକୁ କ୍ଷୀରି. ଆଉ ସେସବୁ ସମ୍ଭବ ଏଇ ସଞ୍ଜୁ ଯୋଗୁଁ. କଟା ବଟା ମଜା ଧୁଆ କରିଦିଏ ବୋଲି ସିନା ସବୁ!ସେହି ସଞ୍ଜୁ କହେ ମୁଁ ଦେଖୁଛି ବାବୁ ତୁମର କେମିତି ହସିବ ପୁଣି ସଂସାର. ବନମାଳୀମିଶ୍ର ଯେବେ କୁହନ୍ତି ଆଉ କଣ ବୟସ ଅଛି ବାନ୍ଧିବି ସଂସାର. ସଂସାର ବାନ୍ଧିବାକୁ ବୟସ ନୁହେଁ ବାବୁ ଟୋପେ ପ୍ରେମ ନଜର. ହସୁଥାଆନ୍ତି ଚୈତନ୍ୟ ଭୋଇ, ବନମାଳୀମିଶ୍ରଙ୍କ ସାଙ୍ଗ କହୁଥାନ୍ତି ହଁ ସଞ୍ଜୁ ବୁଝୁଥା ବସିଯାଉ ମୋ ସାଙ୍ଗର ସଂସାର.।

      ଘର ଘରର ଝିଅ ବୋହୁ ମାଆ ମାନେ ସଞ୍ଜବତୀ ଗଡ଼ିଯିବା ପୂର୍ବରୁ ସ୍ୱାମୀ, ପୁଅ, ଝିଅ, ବୋହୁ,ନାତି ନାତୁଣୀଙ୍କ ମଙ୍ଗଳ ମନାସୀ ଯାହାର ଯିଏ ସବୁ ଅଛନ୍ତି ତାଙ୍କ ସୁଖ ସୌଭାଗ୍ୟ ସମୃଦ୍ଧି ମନାସୀ ସଞ୍ଜ ଗଡି ଯିବା ପୂର୍ବରୁ ସଞ୍ଜବତୀ ଦେବା ପାଇଁ ଘର ଭିତରେ ଠାକୁର ଘରେ ଚଉରା ମୂଳେ ସଞ୍ଜ ସଳିତା ପ୍ରସ୍ତୁତ କଲାବେଳେ ସଞ୍ଜୁ ଚାଲିଥିଲା ଗାଁ ଦାଣ୍ଡରେ. କୋଉଠି ରହିଲା ଏଯାଏଁ ଘରମଣୀ ଛେଳିଟା ସଞ୍ଜ ହେଲାଣି ଫେରିଲାନି. ପୁଅକୁ କହିବାରୁ କହିଲା ପରୀକ୍ଷା କାଲି ପାଠ ପଢୁଛି. ଗୋଟେ ବୋଲି କଲମ ଯେ ଯଦି କୌଣସି କାରଣରୁ ନଚାଲିଲା ତ ଆଉ ଗୋଟେ କଲମ କିଣି ଦେଉନୁ.ମୁଁ ଯାଇ ପାରିବିନି ତୋ ଛେଳି ଖୋଜି ଯା ତୁ. ମୋର ବହୁତ ପଢିବାକୁ ଅଛି. ଝିଅକୁ କହିବାକୁ ଯୁ ନାହିଁ ସଞ୍ଜୁର. ଗାଁ ବ୍ରାହ୍ମଣମାନଙ୍କ ଘରେ ଏଇ ଏଇ ପାଇଟି କରି ଫେରୁ ଫେରୁ ଝିଅ କହୁଥିଲା ମୋ ପାଇଁ ଡ୍ରେସ ନଆଣିଲେ ଆଉ କାଲିଠୁ ରୋଷେଇ କରିପାରିବିନି ବୋଉ. ଆଲୋ ସିଲେଇ କରିଥିଲି ପରା ଏବେ.ପୁଣି କଣ ହେଲା? କଣ ହେବ ଆଉ ବସୁ ବସୁ ଫାଟିଯାଉଛି. ସାନଭାଇଟା ଆଗେ ଚିରା ଫ୍ରକ ପିନ୍ଧି କେମିତି ରୋଷେଇ କରିବି?ସଞ୍ଜୁର ମନେ ପଡୁଥିଲା ଗାଁ ମିଶ୍ର ବାବୁ ଘର, ରଥ ଭାଇନା ଘର ଓ ଆଉ ଆଉ ଅନେକଙ୍କ ଘର ସ୍ତ୍ରୀ ଲୋକମାନେ ଆଉ ଶାଢ଼ୀ ପିନ୍ଧୁ ନାହାଁନ୍ତି ତ ଢେର ପୁରୁଣା ଶାଢ଼ୀ ତାକୁ ଦିଅନ୍ତି. ସେଇଥିରୁ ଗୋଟେ ପିନ୍ଧିଦେବାକୁ ରାଜି ନୁହଁ ଷୋଳ ବୟସୀ ଝିଅ ତାର ସୁଲତା. ଘର ପୋଛିବାକୁ ଅଳ୍ପ ପୁରୁଣା ମ୍ୟାକ୍ସି ସବୁକୁ ପାଣିରେ ବୁଡେଇ ଥରକୁ ଥର ଘର ପୋଛିଲା ବେଳେ ମନେପଡେ ଝିଅ କଥା ହେଲେ ମାଗି ପାରେନା ସଞ୍ଜୁ. ସହଜେ ମିଶ୍ର ଘର ମାଆ କହିବେ କୋଡିଏ ସରିକି ଛେଳି ରଖିଛୁ ତୁତ କେତେ ଲୋକ ରଖିବୁ ଲୋ. ରଥ ବାବୁ ଘର ଭାଇନା କହୁଥିବେ ଏତେ ଛେଳି ରଖିଛୁ, ବିକୁଥିବୁ ମାଉଁସ ଖାଉଥିବୁ , ଆମ ପାଟିରେ ଟିକେ ବାଜୁନି? ମ୍ୟାକ୍ସିଟା ଭଲ ଅଛି ଘର କାହିଁକି ପୋଛିବି ନେଇଯାଉଛି ମୋ ଝିଅ ପିନ୍ଧିବ ଆହୁରି ଢେର ଦିନ ଯାଏଁ ବୋଲି କହିପାରେନା ସଞ୍ଜୁ. ପୁଅ ଝିଅଙ୍କ ଗାଲୁଆମିର କାରଣ ତ ସେ ନିଜେ. କାହାକୁ କହିବ!ବାପ ତ ପେଟେ ପିଇ ଗଡୁଥିବ କୋଉଠି. ଯାଏଲୋ ମାଆ ଘରମଣୀକୁ ଖୋଜି ଆଣେ.।

   ଛେଳିଟାକୁ ଅଡ଼େଇ ଅଡ଼େଇ ଗାଁ ଦାଣ୍ଡରେ ଚାଲିଥାଏ ସଞ୍ଜୁ. ମାଆ ମାଉସୀ, ଭାଉଜମାନେ ଭିତରେ ସଞ୍ଜବତୀ ବସାଇଲା ବେଳେ ମିଣିପି ଦଳ କିଏ ଗୁଡ଼ାଖୁ ଘସୁଛି ପିଣ୍ଢାରେ ତ କିଏ ଲୁଡୁ ଖେଳୁଛି ତ କିଏ କ୍ୟାରାମ. ଛେଳିଟା ସିଧା ସିଧା ଘରକୁ ଯିବ କଣ ସେଇ ସାଇ ମୁଣ୍ଡେ ଥିବା ବରଗଛ ଭିତରକୁ ଥରକୁ ଥର ପଶିଯିବାର କାରଣ କଣ? ମିଶ୍ର ବୁଢା କହୁଛି କଣ ଖାଉଛି କି ତୋ ଖାସିଟା ଭାରି ଛନଛନିଆ ହୋଇଛି. ରଥ ଭାଇନା ଲୁଡୁ ପାଲିରୁ ମୁହଁ ଉଠେଇ ଚାହିଁଦେଇ କହୁଛନ୍ତି ସେ କଣ ବେଶୀ ପଇସା ପାଇଲେ ବି ଆମକୁ ଦେବ!ସେ ବିକିବ କଂସେଇକୁ. ଆଲୋ ଏତେ ପାପ କରୁଛୁ କାହିଁକି? ବରଂ ବ୍ରାହ୍ମଣ ଭୋଜନ ଦେଇ ପାପ ଧୋଇ ପୁଣ୍ୟ ଟିକେ ଅର୍ଜ୍ଜନ କର. ଏସବୁ ଦେହସୁହା ଟାହି ଟାପରାକୁ ହଜମ କରି ବରଗଛ ସେପଟୁ ଛେଳିଟାକୁ ଅଡେଇବାକୁ ଯାଇ ଚମକି ପଡିଲା ସଞ୍ଜୁ.ତା ଝିଅ ବୟସର ଝିଅଟି ଦୁଇହାତ ଘୋଡେଇ ଛାତିରେ ବସିଛି ଗଛ କୋରଡ଼କୁ ଲାଗି. ପିନ୍ଧିଥିବା ସାତସିଆଁ ଫ୍ରକ ଆହୁରି ସାଙ୍ଘାତିକ ଭାବେ ଚିରିଛି ଡ଼ାଳ ସବୁ ଭାଙ୍ଗିଲା ବେଳେ ତ ନା ଛେଳି ଦାଉରୁ ଡ଼ାଳ ସବୁକୁ ସଜାଡି ରଖିପାରୁଛି ନା ନିଜକୁ ବଞ୍ଚେଇ ପାରୁଛି. ଝିଅଟି ଚୁପି ଚୁପି କହୁଥିଲା ପାଟି କରନି ମାଉସୀ.ସଞ୍ଜବତୀ ଦେବା ବେଳ ଗଡିଗଲେ, ଭାଇ, ମଉସା, ଦାଦା, ପିଇସାଙ୍କ ବୟସର ପୁରୁଷ ଲୋକେ ଘରକୁ ବାହୁଡ଼ି ଗଲେ ଏମିତିରେ ଅନ୍ଧାରରେ ଚାଲିଯିବି ଘରକୁ.।

   କଣ ଭାବିଲା ସଞ୍ଜୁ ଛେଳିକୁ ଛାଡ଼ି ଧାଇଁଲା ଦାଣ୍ଡକୁ କହିଲା ମୁଣ୍ଡ ଗୁଞ୍ଜିବାକୁ ଭଗବାନ ଘର ଦେଇଛନ୍ତି. ପଇସା ବଳରେ ରୁମରେ ସବୁ ଏସି ଲାଗିଛି ଏସବୁ ସତ୍ୱେ ଘର ପୁରୁଷ ସବୁ ଦାଣ୍ଡକୁ ଓ ପିଣ୍ଢାକୁ ଘର କଲେ ଗରୀବ ଝିଅ ବୋହୁ ମାଇପେ ଯିବେ କୁଆଡେ?ସଞ୍ଜୁର ପାଟି ଶୁଣି ଘର ଭିତରୁ ବାହାରି ଆସିଥିଲେ ମିଶ୍ର, ମହାପାତ୍ର, ରଥ ଘରଣୀମାନେ. ସଞ୍ଜୁ ଦଉଡି ଯାଇ ମିଶ୍ର ବାବୁଙ୍କ ଛାତରେ ସକାଳେ ଘର ପୋଛି ଶୁଖେଇଥିବା ମ୍ୟାକ୍ସିଟାକୁ ତୋଳି ଆଣି ପିନ୍ଧେଇ ଦେଇଥିଲା ଝିଅଟିକୁ. ସବୁ ଜାଣି ସବୁ ଘରର ଘରଣୀମାନେ ତାଙ୍କ ମରଦମାନଙ୍କୁ ଘରେ ଭରିକରି ଝିଅଟି ଉପରକୁ କିଏ ଡ୍ରେସ, କିଏ ଶାଢ଼ୀ କିଏ ନୂଆ ମ୍ୟାକ୍ସି ତ କିଏ ପୁରୁଣା ପକାଇ ଚାଲିଥିଲା ବେଳେ ନିଜ ଝିଅ କଥା ଭୁଲି ଯାଇଥିଲା ସଞ୍ଜୁ. ଛେଳି ଅଡ଼େଇ ଘରେ ପହଁଚିଲା ବେଳକୁ ଝିଅ ତାର ଶାଢ଼ୀ ଗୁଡେଇ ହୋଇ ଭାତ ରାନ୍ଧୁଛି. ସଞ୍ଜୁକୁ ଜଳ ଜଳ କରି ଦିଶୁଥିଲା ନୂଆ ମ୍ୟାକ୍ସି ପିନ୍ଧି ଝିଅଟିଏ କଦଳୀ ପତ୍ର ସହ ଅନ୍ୟାନ୍ୟ ପତ୍ର ଶିଝେଇ ଚାଲିଛି ଖାଦ୍ୟ ରୂପେ. ଆଖିରୁ ଗଡିଯାଉଥିବା ଦୁଇଧାର ଲୁହକୁ ଦେଖି ସ୍ୱାମୀ କହୁଥିଲା ତୁମ ଦେହ ଛୁଁଛି ଆଉ ମଦ ପିଇବି ନାହିଁ. ପୁଅ କହୁଥିଲା ମୋର ଅଧିକା କଲମ ଦରକାର ନାହିଁ ମୋ ସାଙ୍ଗଠୁ ଆଣିଛି, ଝିଅ କହୁଥିଲା ତୁ ଦରମା ପାଇ ମୋ ଡ୍ରେସ କିଣିବା ପର୍ଯ୍ୟନ୍ତ ମୁଁ ଶାଢ଼ୀ ପିନ୍ଧି ଚଳେଇ ଦେବି ତୁ କାନ୍ଦୁଛୁ କାହିଁକି ମାଆ! ସଞ୍ଜୁ କିନ୍ତୁ କାନ୍ଦୁଥିଲା ତାକୁ ଓ ତା ସଂସାରକୁ ମାଆ ଦୁର୍ଗା ବହୁତ ଭଲରେ ରଖିଛନ୍ତି.ମାଆ ଲୋ ସମସ୍ତଙ୍କୁ ଭଲରେ ରଖ ମାଆ. ଝିଅଲୋ ଆଜି ସଞ୍ଜବତୀ ଦେଇଥିଲୁ ମାଆ?ଝିଅ ଆସ୍ତି ସୂଚକ ମୁଣ୍ଡ ହଲାଉଥିଲା ତଥାପି ସଞ୍ଜୁ କାହିଁକି କାନ୍ଦୁଥିଲା ପରିବାର ଲୋକ ବୁଝୁନଥିଲେ.ଉଠିଲା ସଞ୍ଜୁ ଚାଲିଲା ଜରି ଗୋଟାଳି ସେହି କାଲିର ଝିଅଟି ଘରକୁ ସକାଳୁ ସକାଳୁ. ଧରିଲା ମିନତିର ହାତ ଆଣିଲା ବନମାଳୀ ମିଶ୍ରଙ୍କ ଘରକୁ କହିଲା ଆଜିଠୁ ଏଘର ସଂସାର ବର ସବୁ ତୋର. ଝିଅଟିର ଭାଇ ଖୁସିରେ ତାଳି ମାରି କହୁଥିଲା ତତେ ଆଉ ଜରି ଗୋଟେଇବାକୁ ଯିବାକୁ ପଡ଼ିବନି ନାନୀ. ମିନତି କିଛି କହିବା ପୂର୍ବରୁ ବନମାଳୀମିଶ୍ର କହିଲେ ତୁମେ ମଧ୍ୟ ଯିବନି ଶାଳକ ଏଇଠି ରହି ପାଠ ପଢିବ. ଚୈତନ୍ୟ ଭୋଇ ଖୁସିରେ ବୟସକୁ ଖାତିର ନକରି ଆଗ ପଇଡ଼ ତୋଳୁଥିଲେ ତ ସଞ୍ଜୁକୁ ତା ପୁଅ ଡାକିବାକୁ ଆସି କହିଥିଲା ନାନୀକୁ ଦେଖିବାକୁ ବାପା କୁଣିଆ ଆଣି ଆସିଛନ୍ତି. ସଞ୍ଜୁ ତରତର ହୋଇ ଯିବା ପୂର୍ବରୁ ବନମାଳୀ ମିଶ୍ର କହୁଥିଲେ ତୋ ଝିଅ ବାହାଘର ଦାଇତ୍ୱ ସବୁ ଆମର. ଲାଜରେ ମିନତି ହସୁଥିଲା ଓ ପ୍ରଥମେ ବନମାଳୀବାବୁଙ୍କ ପାଦରେ ସଞ୍ଜୁମାଉସୀ ଦେଇଯାଇଥିବା ତେଲ ମାଲିସ କରୁଥିଲା.।



Rate this content
Log in

Similar oriya story from Romance