Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ହସ ଲୁହ ଭରା ଜୀବନ

ହସ ଲୁହ ଭରା ଜୀବନ

3 mins
7


ପ୍ରଥମ ମାସର ପ୍ରଥମ ଦରମା ପାଇଲାଦିନ ମାନି ଖୁବ ଖୁସି ହେବା ପରିବର୍ତ୍ତେ ଦୁଃଖୀ ହୋଇଗଲା । ପିଲାଦିନେ ବାପା ତାର ଡହ ଡହ ଖରାକୁ ନଡରି ଆଇସକ୍ରିମ ବିକିବାକୁ ଯାଉଥିଲେ । ନଗଲେ ପଇସା ଆସିବ କୋଉଠୁ? ଦୁଇଟଙ୍କିଆରେ ବିକୁଥିବା ନାଲି ନେଳି ଆଇସକ୍ରିମ ବିକୁଥିବା ପିଲାମାନେ ଆଜି ବାପା ହେଲେଣି । ସେହି ବାପାମାନଙ୍କ ପିଲାଦିନେ ତାଙ୍କୁ ବିକୁଥିବା ବେଳର ଆଇସକ୍ରିମ ଆଉ ନାହିଁ କିନ୍ତୁ ମଲେଇ ଆଇସକ୍ରିମ ଗୋଟାକୁ ତାଙ୍କ ପୁଅମାନଙ୍କୁ କୋଡିଏ, ପଚିଶ କି ତିରିଶ ଟଙ୍କାରେ ବିକିବାବେଳେ ମଧ୍ୟ ମାନିର ପାଠପଢା ପାଇଁ ସବୁ ଜିନିଷ କିଣି ଯୋଗାଇ ପାରୁନଥିବା ବାପା ତାର ଯେତେ ଆଇସକ୍ରିମ ଜାଚିଲେ ବି ଖାଏନା କେବେ ମାନି। ମାଆ କହିଲେ କହେ ଆଇସକ୍ରିମ ବେପାର ବଢିଲେ ପା ବାପା ମୋ ପାଇଁ ମୋବାଇଲ କିଣି ଦେବେ । ମୋବାଇଲ ଦେଖିଲେ ଖରାପ ହୋଇଯାଉଛନ୍ତି ପିଲାମାନେ କହି ବାପା ଯେବେ ମନଦୁଃଖ କରୁଥିଲେ ତ ମାନି ବୁଝେଇଦେଇଥିଲା । ଖାଲି ମୋବାଇଲ କଣ ବାପା ଦୁନିଆଁରେ ପ୍ରତ୍ୟକ ଲୋକ ଭିତରେ ଯେମିତି ଭଲ ଓ ମନ୍ଦ ଗୁଣ ଥାଏ ପ୍ରତ୍ୟେକ ବସ୍ତୁ ଭିତରେ ମଧ୍ୟ ଭଲ ଓ ମନ୍ଦ କାମ କରିବା କ୍ଷମତା ଥାଏ । ମୋବାଇଲକୁ ସଠିକଭାବେ ନିୟନ୍ତ୍ରିତ କଲେ ସେ ଆମକୁ ଦେଇ ପାରିବ ଜ୍ଞାନ ଗୁଣ ଓ ଗରିମା । ବାପା ମାନି କଥାରୁ କିଛି ବୁଝନ୍ତି କି ନାହିଁ କିନ୍ତୁ କଥା ଦିଅନ୍ତି ମାନିକୁ ଏସନ ଭଲ ବେପାର ହେଲେ ନିଶ୍ଚୟ ଗୋଟେ ଭଲ ମୋବାଇଲ କିଣି ଦେବେ । ପୁଣି ସତର୍କ କରନ୍ତି ରାଜେନ୍ଦ୍ରବାବୁଙ୍କ ପୁଅର କଳା କାରନାମା କଥା କହି। ମୋବାଇଲରୁ ଗେମ ଖେଳି, କୋଉ ଝିଅ ପାଖକୁ ଆଶ୍ଳୀଳ ଫଟୋ ଛାଡ଼ି ପୁଣି ସାଇବର ଠକେଇର ଶୀକାର ହେବା ପରେ ଆମ ପଡା ରାଜମିସ୍ତ୍ରୀ ରାଜେନ୍ଦ୍ର ବାବୁ ତାଙ୍କ ପୁଅଠୁ ମୋବାଇଲ ଛଡେଇ ନେବାରୁ ପୁଅ ପରା ତାର ହିତାହିତ ଜ୍ଞାନ ଭୁଲି ବାପା ମୁଣ୍ଡକୁ ପାହାରେ ଦେବାରୁ ତାଙ୍କ ସ୍ତ୍ରୀ ଡକା ପକେଇଲେ ଯେ ଲୋକ ଜମି ପୁଅକୁ ହାତକଡା ପକେଇ ପୋଲିସ ହାତରେ ଧରେଇ ଦେଲେ । ଆଉ ବିଚରା ରାଜେନ୍ଦ୍ରବାବୁ ଓ ତାଙ୍କ ସ୍ତ୍ରୀ ଚୋର ମାଆ ଯେବେ କାନ୍ଦେ ଦୁଆରଦେଇ କାନ୍ଦିଲା ପରି ପଡ଼ିଥିଲେ ଘରେ ଯେ ପୁଣି ପୁଲିସ ଆସି କହିଗଲା କି ମ୍ୟାଜିକ ଡଷ୍ଟ ଉଡେଇ ଜେଲରେ ଥିବା ପୁଅ ତୁମର ଆମ ଆଖିରେ ଧୂଳି ଦେଇ ଖସିଯିବାକୁ ବସିଥିଲା । ସବୁ ମ୍ୟାଜିକ କୋଉଠୁ ସେ ମୋବାଇଲରୁ ଶିଖିଥିଲା ବୋଲି ମାନିଛି ଜେଲରଙ୍କ ଆଗେ । ଏବେ ରାଜେନ୍ଦ୍ରବାବୁ ତାର ଜାମିନୀ ଆଣିବାକୁ ଓକିଲବାବୁଙ୍କ ଦୁଆରକୁ ଦଉଡି ଦଉଡି ପାଣି ମଲାଣି ତାଙ୍କ ପାଦରୁ । ଏଯାଏଁ ରାଜେନ୍ଦ୍ରବାବୁଙ୍କ ପୁଅ କଥା ଶୁଣି ମାନି କେବଳ ହସୁଥିଲା ଏବଂ କହିଥିଲା ମୋବାଇଲରୁ ଖରାପ ଜ୍ଞାନ ବଦଳରେ ଭଲ ଜ୍ଞାନ ଆହରଣ କରିବାକୁ ମତେ ମୋବାଇଲ ଦରକାର ବାପା ହସୁଥିଲେ ବାପ ଝିଅ ।

   ମାନିର ହସ ଲିଭିଗଲା, ସ୍ବପ୍ନ ସବୁ ଭାଙ୍ଗିଗଲା ଯୋଉଦିନ ଆଇସକ୍ରିମ ବେପାର ସାରି ଫେରୁଥିବା ବାପା ଅଂଶୁଘାତର ଶୀକାର ହୋଇ ବାଟରେ ପଡି ଜୀବନ ଦେଇଦେଲେ । ହାରିଗଲାନି ମାନି ଦମ୍ଭ ଦେଲା ନିଜକୁ ଓ ନିଜ ମାଆକୁ ଶିକ୍ଷୟିତ୍ରୀଟିଏ ହୋଇ ଆଜି ନିଜ ମାଆର ଜନ୍ମଦିନ ପାଳନ କଲାବେଳେ ମାଆ ହାତରେ ମୋବାଇଲ ଧରାଇ କେକ କାଟି ମହମବତୀ ଜାଳିଲା ବେଳେ ବାପାଙ୍କ ଫଟୋରୁ ସଜ ଫୁଲହାର ଖସିଥିଲା । ମାଆକୁ ଭରସା ଦେଇ ମାନି କହୁଥିଲା ମୁଁ ତୋ ଝିଅ ନୁହେଁ ମାଆ ପୁଅ । ବାପା ଓ ଭାଇ ବନି ତୋ ମୁଁହରେ ହସ ଫୁଟେଇବା ମୋର ପ୍ରଥମ ଲକ୍ଷ । ମାଆ କାନ୍ଦୁଥିଲେ ଭୋ ଭୋ. ମାନି ଆଖିରୁ ମଧ୍ୟ ଗାଡିଯାଉଥିଲା ଅଶ୍ରୁଧାର । ମାଆକୁ ବୁଝାଇ କହିଥିଲା ମାନି ନିଜ ଦୁଃଖ ଭୁଲିବାକୁ ହେଲେ ଅନ୍ୟର ଦୁଃଖ ଦେଖିବା ଦରକାର ମାଆ । ତୁ ଜାଣିଛୁ ଆମ ସାହିର ରାଜେନ୍ଦ୍ର ବାବୁଙ୍କ କଥା । ପୁଅକୁ ଜେଲରୁ ଆଣି ବାହା କଲା ପରେ ତାର ପୁଅଟିଏ ହେଲାପରେ ମଧ୍ୟ ସେ ବଦଳିଲା ନାହିଁ । ମ୍ୟାଜିକ ଡଷ୍ଟ କହୁଥିବା ଚରସ ନିଶାରେ ରୋଗାକ୍ରାନ୍ତ ହୋଇ ମରିଯିବା ପଛେ ପଛେ ରାଜେନ୍ଦ୍ରବାବୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଚାଲିଗଲେ । ଆଉ ନାତିଟି ତାଙ୍କର ଏବେ ମହାକାଶ ଵିଜ୍ଞାନୀ ହେବାର ସ୍ବପ୍ନ ଦେଖୁଛି । ଠିକ ମୋ ଭଳି କାନ୍ଦ ଛାଡ଼ି ମାଆ ଚାହିଁଲେ ଝିଅ ମାନି ମୁଁହକୁ କହିଲେ ତାକୁ ଟିକେ ଆମ ଘରକୁ ଆଣିବୁ ମାଆ ଆହୁରି ଜାଣିଛୁ ମାଆ ପିଲାଟିର ମାଆ ଏବେ ଆ ଘରେ ତା ଘରେ କାମକରି ପୁଅକୁ ପଢ଼ାଉଛି । ଭାବିଲୁ ମାଆ ସେ ପୁଅଟିର ଭବିଷ୍ୟତ କଥା, ତା ସ୍ବପ୍ନ ଦେଖୁଥିବା ଛୋଟ ମନରେ ବଡ଼ ଆଶା କଥା ମାଆର କାନ୍ଦ ବନ୍ଦ ହୋଇଯାଇଥିଲା। ମାଆ ଜନ୍ମ ଦିନରେ ସେହି ରାଜେନ୍ଦ୍ରବାବୁଙ୍କ ନାତି ବାବୁଲା ମଧ୍ୟ ଶିକ୍ଷୟିତ୍ରୀ ମାନିଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିଲା । ବାବୁଲାକୁ କୋଳକୁ ନେଇ ମାଆ କହୁଥିଲେକି ତୁ ମୋ ନାତି ମୁଁ ତୋ ଜେଜେମା ମତେ ଜେଜେମା ବୋଲି ଡାକିବୁ।ମାଆ ଦୁର୍ଗାଙ୍କ କରୁଣାରୁ ମାନି ଓଠରେ ହସ ଫୁଟିଥିଲା ନୂଆ ରୂପରେ ।


Rate this content
Log in

Similar oriya story from Tragedy