ଅବୁଝା ପ୍ରଣୟିନୀ
ଅବୁଝା ପ୍ରଣୟିନୀ
ପ୍ରଥମ ରାତିରୁ ଗାଏବ ହୋଇଥିବା ସ୍ୱାମୀ ଅନିମେଷ ଫେରିବା ଖବର ଶୁଣି ସମସ୍ତଙ୍କ ଅଲକ୍ଷରେ ନିକିତାଙ୍କ ଗୋଡ଼ ପାଞ୍ଚ ହାତରେ ପଡୁଥିଲା. ନଣନ୍ଦ ଗାଉଥିଲେ ଶନିବାର ଦିନ ମୋ ଭାଉଜଙ୍କ ମନ..ଗୀତଟିକୁ ଦୋହରାଇ. ପ୍ରକୃତରେ ସେଦିନ ଶନିବାର ହିଁ ଥିଲା. ଅନିମେଷ ନିକିତା ରୁମକୁ ଆସିଲେ. ସାଙ୍ଗରେ ତାଙ୍କ ବନ୍ଧୁ. ଦେଖ ନିକିତା କାହାକୁ ସାଙ୍ଗରେ ଧରି ଆସିଛି.ଭିତରେ ଥିବା ରାଗକୁ ଲୁଚେଇ ମୁହଁରେ ହସ ଫୁଟାଇ ନିକିତା ହାତ ଯୋଡି ନମସ୍କାର ଜଣାଇ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ତାଙ୍କର. ଏ ତ ଆଲୋକ!ଆଲୋକ ସାମାନ୍ତରାଏ. ହଁ ନିକିତା ଆଲୋକ ହିଁ ମୋ କଲେଜମେଟ କହୁଥିଲେ ଅନିମେଷ . ପୁଣି କହିଚାଲିଥିଲେ ଅନିମେଷ,ତୁମ ଦୁହିଁଙ୍କ ପ୍ରେମର ଖଳନାୟକ ମୁଁ. ସେଦିନ ମୁଁ ହିଁ ତୁମକୁ ଡାକିଥିଲି କମନରୁମକୁ ଯାଇ. ପ୍ରଥମ ଦେଖାରୁ ମୋର ତୁମ ପ୍ରତି ଦୁର୍ବଳତା ଆସିଥିଲା. ତୁମ ସହ ଆଲୋକର ଦେଖା କରିବାକୁ ତୁମେ କମନରୁମରୁ ଆସିଥିଲ ସତ ହେଲେ ଆଲୋକ ତୁମକୁ ତାର ସଫଳତା କଥା କହିବା ଭିତରେ ତୁମେ ତାକୁ ବଧେଇ ନଜଣେଇ ଫେରିଯିବା ମୋ ମନରେ ତୁମ ପ୍ରତି କାହିଁକି ଯେ ପ୍ରେମ ସୃଷ୍ଟି ହେଲା, ଆଜି ଭାବୁଛି କୋଉଠି କିଛି ଭୁଲ ରହିଗଲା. ପ୍ରଥମ ରାତିରେ ତୁମେ ମାନିସାରିଛ ଆଲୋକର ସଫଳତାରେ ଉପରକୁ ସ୍ୱାଗତ ଜଣେଇନପାରି ତୁମେ ତା ପ୍ରେମରେ ପଡ଼ିଥିଲ . ଦ୍ୱିତୀୟ ଥର ଆଲୋକର କଲେଜ ଭୋଟରେ ଡ୍ରାମାଟ୍ରିକ ସେକ୍ରେଟାରୀ ରୂପେ ନାମାଙ୍କନ ପତ୍ରରେ ଦସ୍ତଖତ ନକରି ଆତ୍ମଗ୍ଳାନିରେ ଜର୍ଜ୍ଜରିତ ହୋଇ, ଆଲୋକ ପ୍ରତି ତୁମ ପ୍ରେମକୁ ମଜଭୂତ କରିଥିଲ କିନ୍ତୁ ମୁଁ ସେତେବେଳେ ତୁମ ପରିବର୍ତ୍ତେ,ଆଲୋକର ନାମାଙ୍କନ ପତ୍ରରେ ଦସ୍ତଖତ କରି ତୁମ ପ୍ରତି ଥିବା ଭଲପାଇବାକୁ ମଜଭୂତ କରିଥିଲି ତୁମ ଅଲକ୍ଷରେ. ତୁମକୁ ପାଇବା ପାଇଁ ବ୍ୟାକୁଳ ହେଉଥିଲା ବେଳେ ପ୍ରତିଟି କୁମାରପୂର୍ଣ୍ଣମୀ ଜହ୍ନରେ ତୁମେ ଆଲୋକର ମୁହଁ ଦେଖୁଥିଲ ବୋଲି ନିଜେ ସ୍ୱୀକାର କରିଛ. ତୁମକୁ ଆଲୋକ ନିଜ ଡ୍ରାମାଟିକ କାର୍ଡ ନଦେବା ପଛରେ ମୁଁ. କଲେଜ ଭୋଟରେ ବିଜୟ ପ୍ରାପ୍ତ ଆଲୋକ ସେଦିନ ତୁମକୁ ସମସ୍ତଙ୍କ ସହ ଫିଲ୍ମ ଦେଖିଯିବାକୁ ନିମନ୍ତ୍ରଣ ନକରିବା ପଛରେ ମୁଁ ନିକିତା. ଏବେ ମୁଁ ମୋ ଅଫିସର ବସ ଆଲୋକକୁ ଧରି ଆଣିଛି. ତୁମେ ତା ସହ ଚାଲିଯାଅ କହି ଅନିମେଷ ଆଗେଇ ଆସି ନିକିତା ବେକରୁ ମଙ୍ଗଳସୂତ୍ର କାଢିବାକୁ ଉଦ୍ୟତ ହେଉଥିବା ବେଳେ ନିକିତା ବେହୋସ ହୋଇଗଲେ. ନିକିତାଙ୍କର ଶେଷ କେଇପଦ ଥିଲା ମୁଁ ଯାହା ସବୁ କହିଛି ଖାଲି ମିଛ ଅନିମେଷ. କେବଳ ମୋର ପ୍ରେମିକ କେହି ନଥିବା କଥାଟିକୁ ନିଜେ ଗ୍ରହଣ କରିନପାରି ଆଲୋକପ୍ରତି ଟିକେ ସମ୍ବେଦନଶୀଳତାକୁ ନେଇ ସେସବୁ କଥା ମୋ ମନଗଢା କାହାଣୀ ଥିଲା ମାତ୍ର ।
ବହୁତ ଦିନ ହସ୍ପିଟାଲରେ ରହିଲା ପରେ ଘରକୁ ଫେରିଥିଲେ ନିକିତା. ଘରେ ସମସ୍ତେ ଏତେ ଗୁମସୁମ ରହିବାର କାରଣ ହୁଏତ ତାଙ୍କର ଆଲୋକ ପ୍ରତି ପ୍ରେମ ଥିଲା ବୋଲି ଅନିମେଷ ସମସ୍ତଙ୍କୁ କହିଦେଇଛନ୍ତି. ଅନିମେଷ ମୁଣ୍ଡ ଉପରେ ବସି କହୁଥିଲେ ତୁମେ ବାଜିର ଗୋଟି ଜିତି ବଡ଼ ବାଜିଗର ହୋଇଗଲ ନିକିତା କିନ୍ତୁ ମନେରଖ ତୁମକୁ ଛାଡ଼ି ମୁଁ ଘଡିଏ ବଞ୍ଚି ପାରିବିନି. ଚାରିଆଡକୁ ଚାହୁଁଥିଲେ ନିକିତା. କହୁଥିଲେ କ୍ଷମା କର ଅନିମେଷ. ପିଲାଦିନୁ କାଳୀ ଝିଅକୁ କେହି ପସନ୍ଦ ତ ପସନ୍ଦ ବିବାହ କରିବାକୁ ରାଜି ହେବେ ନାହିଁ କହି କେବଳ ବୋଉ ଛଡା ପରିବାର, ସମାଜ, ସାଙ୍ଗସାଥୀ ମୋ ମୁଣ୍ଡରେ ଗୋଟେ ବୁଢିଆଣୀ ଜାଲ ତିଆରି କରିଦେଇଥିଲେ.ସେହି ଜାଲରେ ମୁଁ ନିଜେ ଛନ୍ଦି ହୋଇଯାଇଛି ମାତ୍ର. କାରଣ ମୋର କେହି ପ୍ରେମିକ ନାହାଁନ୍ତି କହିବାକୁ କୁଣ୍ଠା ପ୍ରକଶ କରି କୋଉଦିନର ଟିକେ ଦୁର୍ବଳତାକୁ ମୋର ଆଲୋକ ପ୍ରତି ପ୍ରେମ ହୋଇଥିଲା କହି ମୁଁ ହାରିଯାଇଛି ତୁମ ପାଖେ . ମତେ କ୍ଷମା କର ଅନିମେଷ. ସେକଥା ସବୁ ଆଲୋକ କହିସାରିଛି ନିକିତା.ଯୋଉ ଝିଅକୁ ସ୍କୁଲରେ ଖଣ୍ଡକୁ ଖଣ୍ଡ ପ୍ରେମ ପତ୍ର ଲେଖି ଆଲୋକ ଅପଦସ୍ତ ହୋଇଛି, ଧରା ପଡିଛି, ସାର ଓ ନିକିତା ବାପାଙ୍କ ଆଗରେ ଦୋଷୀ ସାବ୍ୟସ୍ତ ହୋଇସାରିଛି ସେ ଝିଅ ପୁଣି ମତେ ଭଲପାଉଥିଲା ବୋଲି ତୁ ବିଶ୍ୱାସ କରୁଛୁ ଅନିମେଷ? କହି ଆଲୋକ ଚାଲିଗଲା ଶୁଣି ନିକିତା ଆଶ୍ୱସ୍ତ ହେଲେ ମଧ୍ୟ ଜାଣିନଥିଲା ବ୍ଲଡ଼ କ୍ୟାନ୍ସର ପୀଡିତା ନିକିତା ଆଉ କେଇଟା ଦିନର ଅତିଥି ଅନିମେଷଙ୍କ ଜୀବନ କାହାଣୀର ।

