Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଜେସାକୁ ତେସା

ଜେସାକୁ ତେସା

3 mins
6


କୁମାରପୂର୍ଣ୍ଣମୀ ନାମକରଣ ପୂର୍ଣ୍ଣମୀରେ କୁମାରମାନେ ନପାଳି କୁମାରୀମାନେ କାହିଁକି ପାଳନ୍ତି ବୁଝିବାକୁ ନିକିତାକୁ ମାଟ୍ରିକ ପରୀକ୍ଷା ପରେ କଲେଜ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା .ସେ ବର୍ଷ କଲେଜର ପ୍ରଥମ ବର୍ଷ. କୁମାର ପୂର୍ଣ୍ଣମୀ ଜହ୍ନ ଭିତରେ ଜହ୍ନ ଆଲୋକ ବଦଳରେ ଉପରଶ୍ରେଣୀ ଆଲୋକ ହିଁ ଦେଖାଯାଉଥିଲା ନିକିତାକୁ . କେହି ନା କେହି କୁମାରଙ୍କୁ ମନରେ ରଖି ଚାନ୍ଦ ପୂଜା କରିବାକୁ କୁମାରୀମାନଙ୍କ ଭିତରେ ଏ ଯେଉଁ ପ୍ରତିଯୋଗିତା!ପ୍ରତିଯୋଗିତା ନୁହେଁ ତ ଆଉ କଣ? ନୂଆ ନୂଆ ଶାଢ଼ୀ ପିନ୍ଧିବାର ଅନୁଭୂତି ସହ ଦାମ କଷାକଷି , ଚୁଡ଼ି କେତେ ମାନୁଛି କାହା ହାତକୁ ଭାବିଲା ବେଳେ ମନେ ପଡି ଯାଉଛି ସେଇ ଗୀତ. ନଯାରେ ନଯା ଗୋରୀ ବାଲିଯାତରା ଦେଖି.. ତୋ ଗୋରା ଦେହେ ଯିବ କାଳେ ନଜର ଲାଖି, ହେଲେ ସେତ କାଳୀ ଯଦିଓ ବୋଉ ଭାଷାରେ ଉଚ୍ଚ ଶାବେନି ଝିଅ ଖୁବ ସୁନ୍ଦର କହି ନିଜ ମନ ସହ ବୁଝେଇଦେଇଥାଏ ଝିଅର ମନ. ଆଉ ପାଉଁଜି,ସେତ କୁଆଁରୀ ଆଖିର ଆଖିଏ ସ୍ୱପ୍ନରେ ତିଆରି ରୁଣୁଝୁଣୁ ଘଣ୍ଟି. ପାଉଁଜି ପିନ୍ଧା ଗୋଡ଼ ଖାଲି ସୁନ୍ଦର ନୁହେଁ ବରଂ ଶାଳୀନତା ବନ୍ଧା ଚାନ୍ଦ ରଙ୍ଗର ଶୃଙ୍ଖଳ ଶିକୁଳି, ମନ ବାନ୍ଧିରଖିବାକୁ. ଆଉ ଟିକିଲି, ପାଉଡର, ଅଳତା ବୋଳା ପାଦ ସାଙ୍ଗକୁ ନଖର ନେଲପଲିସ, ମୁଣ୍ଡର ଘନ କଳା ଘୁମର ବେଣୀର ଜୁଡ଼ା ଓ ରଜନୀଗନ୍ଧା ମାଳ. ଏସବୁ କୁଆଁରୀ ସିନା ପିନ୍ଧେ ହେଲେ କେବଳ କୁମାରଙ୍କ ପାଇଁ. ନହେଲେ ଏ ଆଲୋକ ସମନ୍ତରାଏ ତା ମନକୁ ଉଛର୍ନ୍ନ କରୁ କରୁ ଚାନ୍ଦ ଭିତରେ ଦିଶୁ ଥାଆନ୍ତା କେମିତି?

  କମନରୁମରେ ବସିଥିଲା ବେଳେ ଆଲୋକ ସେଦିନ ତାକୁ ଡକେଇ ପଠେଇଥିଲା. ଏଇ ସେଇ ଯୋଉ ଝିଅଟା କମନ ରୁମର ମଝି ବେଞ୍ଚର ପ୍ରଥମ ସିଟ ଦଖଲ କରି ବସିଛି ତାକୁ ଟିକେ ଡାକ ତ . ସାଙ୍ଗମାନେ ପଚାରୁଥାଆନ୍ତି ଆରେ କୋଉ ଝିଅ?ସେଇ ମ ରଙ୍ଗ ଟିକେ ଊଣା ସିନା କେତେ ଗୋରା ଝିଅଙ୍କୁ ପଛରେ ପକାଇ ଟଣା ଟଣା ଆଖିବାଲା ଝିଅଟା,କଣ ତ ତା ନାମଟା?ହଁ ନିକିତା. ଆରେ ତାକୁ ତୁ କେମିତି ଜାଣୁ?ସେ ପରା ସ୍କୁଲରେ ମୋ କ୍ଲାସମେଟ ଥିଲା.ତୋ ତଳ ବ୍ୟାଚରେ ପଢୁଛି ଯେ!ଭଲ ନା.ମୋ ସଫଳତାରେ ତାର ଆଉ ଇର୍ଷା କରିବାର ନାହିଁ ଯେ. ନହେଲେ ତାର ମୋର ଫାଷ୍ଟ ସେକେଣ୍ଡ ହୋଇ ଗୋଡ଼ିଆଗୋଡି ହୋଇ ଉପର କ୍ଲାସ ଉଠୁ ଉଠୁ ଝିଅକୁ ଝିଅ ପୁଣି ଝିଅର ବାପାକୁ ବାପା କି ଇର୍ଷା,କି ପ୍ରତିଦ୍ବନ୍ଦିତା!ନିକିତା ଆସିଥିଲା କିଏ ଡାକୁଛନ୍ତି ଶୁଣି କିନ୍ତୁ ଆଲୋକ ନିଜର କମର୍ସରେ ଫାଷ୍ଟ କ୍ଲାସ ଡିଷ୍ଟିଙ୍ଗସନ ରଖିଥିବା କଥାଟା ଶୁଣି ନଶୁଣିଲା ପରି ପୁଣି କମନରୁମ ଭିତରକୁ ଚାଲିଗଲା . ସାଙ୍ଗମାନେ ଥଟ୍ଟା ପରିହାସ କରୁଥିଲେ ଆଲୋକକୁ ଅକାରଣରେ ନହେଲେ ମଧ୍ୟ ନିଜ ଅଭଦ୍ରାମୀ ପଣିଆରୁ ପ୍ରେମ ହୋଇଗଲା ନିକିତାକୁ. ବସିଲେ ଉଠିଲେ ଖାଲି ଆଲୋକ ଦିଶିଲା. ବିଚରାଟା କେତେ ଖୁସିରେ ନିଜ ସଫଳତା କଥା କହିବାକୁ ଆସିଥିଲା ଆଉ ସାମାନ୍ୟ ଧନ୍ୟବାଦ ବା ବଧେଇ ଜଣେଇବାରେ କଣ ଅସୁବିଧା ଥିଲା ନିକିତାର? ପରେ କେବେ ଦେଖା ହେଲେ ଭୁଲ ମାଗିନେବ ବୋଲି ଭାବୁଥିଲେ ବି ଆଲୋକ ଦେଖାହେଇନଥିଲା କିନ୍ତୁ ନିକିତାର ଆଖିରେ ନାଚୁଥିଲା ତା ଛାୟା ଚିତ୍ରପଟ. କିନ୍ତୁ କାହିଁକି? ସେ ଶୁଣିଥିଲା ଯୌବନରୁ ଅପରାଧ.. ଅପରାଧରୁ କ୍ଷମା... କ୍ଷମାରୁ ଜାତ ହୁଅଇ ଲାଜ.. ଲାଜରୁ ଜାତ ପ୍ରେମ.. ପ୍ରେମ.. ପ୍ରେମ.. ଏହି ଗୀତଟି କଣ ତା ପାଖେ ଅଟକିଗଲା ନା କଣ?

 ସେଦିନ ବାସର ରାତିରେ ସ୍ୱାମୀଙ୍କ ଅନୁରୋଧରେ ଦୀପକୁ ସାକ୍ଷୀ ରଖି ନିକିତା କହିଚାଲିଥିଲା. ସ୍ବାମୀ ଅନିମେଷ କହୁଥିଲେ ତା ପରେ? ନିକିତା କହିଥିଲା ତା ପରେ ଆଲୋକ ସହ ଅଚାନକ ଦେଖାହେଲା. ହାତରେ ଥିଲା କଲେଜ ଇଲେକ୍ସନ ନୋମିନେସନ ଫର୍ମ. ଆଉ ଦେଖୁ ଦେଖୁ ନିକିତାକୁ କହିଥିଲା ଗ୍ୟାରେଣ୍ଟର ପଡିବାକୁ. କି ଅବୋଧ ବାଳିକା ଥିଲା ସେ କେଜାଣି ତଡିତ ବେଗରେ ପୁଣି କମନରୁମରେ ପଶିଗଲା. ସେଇ ପ୍ରଥମ ଥର ପରି ପାପବୋଧ ହେଲା ତ ବାହାରକୁ ଆସି ଦେଖିଲା ବେଳକୁ ଆଲୋକ ନଥିଲା କରିଡରରେ. କିନ୍ତୁ ଡ୍ରାମାଟିକ ସେକ୍ରେଟାରୀ ରୂପେ ପାର୍ଥୀ ପତ୍ର ଦାଖଲ କରି ଗାଉଥିଲା ଗୀତ. ନିକିତା ଏବେ କେବଳ ଆଲୋକ ନୁହେଁ ବରଂ ତା କଣ୍ଠର ପ୍ରେମିକା ହୋଇଗଲା. ସେଦିନ କଲେଜରୁ ବାହାରି ସାଙ୍ଗମାନଙ୍କ ସଙ୍ଗେ ଯାଉ ଯାଉ ଆଲୋକ ଆଗେଇ ଆସି ତା ସେଣ୍ଟ ପକା କାର୍ଡ ବାଣ୍ଟୁଥିଲା ସମସ୍ତଙ୍କୁ. ତା ହାତ ଆଗକୁ ବଢିବା ସହ ପୁଣି ଫେରିଥିଲା ପଛକୁ କାରଣ ଆଲୋକ ତାକୁ କାର୍ଡ ନଦେଇ ଫେରିପଡୁଥିଲା. ବୋଧହୁଏ ତା ହାତରୁ କାର୍ଡ ନେବନାହିଁ ନିକିତା ବୋଲି ସେ ବୁଝିସାରିଥିଲା. ପରେ ଆଲୋକ ଡ୍ରାମାଟିକ ସେକ୍ରେଟାରୀ ହୋଇ ବସ ଭଡା କରି ସମସ୍ତଙ୍କୁ ଫିଲ୍ମ ଦେଖେଇ ନେଇଥିଲା ବେଳେ ତାକୁ ଡାକି ହିଁ ନଥିଲା.।


Rate this content
Log in

Similar oriya story from Romance