Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ରାଶିଫଳ

ରାଶିଫଳ

3 mins
9


ବାପା ଚାଲିଯିବା ପରେ ପୁଅ ବିଚିତ୍ର ବୋହୁ ଅଳକା ଓ ନାତି ବାବା ସେ ଘରେ ଆଉ ରହିବାକୁ ଚାଁହୁ ନଥିଲେ,କାରଣ ବାପାଙ୍କ ଆବର୍ତ୍ତନରେ ଘରଟା ଜମା ଭଲ ଲାଗୁନଥିଲା.ହେଲେ ବାପା ରାଧାମାଧବ ବାବୁ ସାନପୁଅ କହି ରାଜୁକୁ ଘରେ ରହିବାକୁ ସ୍ୱୀକୃତି ଦେଇ, ପାଠ ଶାଠ ଦି ଅକ୍ଷର ପଢ଼େଇ, ନିଜ କିଡ଼ନୀ ଦାନ କରିବା ସହ ତାକୁ ରୁପା ସହ ହାତକୁ ଦୁଇହାତ କରାଇଥିଲେ ସେ ତାର ପୈତୃକ ଘର ଖଣ୍ଡିକୁ ଚାଲିଯିବାର ସିଦ୍ଧାନ୍ତ ସେଦିନ ବିଚିତ୍ରଙ୍କୁ ସକାଳୁ ସକାଳୁ ଚା ପିଇବା ସହ ଖବର କାଗଜ ପଢିବା ସମୟରେ ଶୁଣେଇଦେଇଥିଲା .ସେତେବେଳକୁ ବିଚିତ୍ରଙ୍କର ନଜର ଆଜିର ରାଶିଫଳ ଉପରେ ନିବଦ୍ଧ ଥାଏ. ନିଜ ରାଶିରେ ବନ୍ଧୁ ବିଚ୍ଛେଦ ଦେଖି ଓ ରାଜୁର ଘର ଛାଡ଼ିବା କଥା ଶୁଣି ବିଚିତ୍ର ଭାବିଲେ କି ବଡ଼ଭାଇର ସମ୍ମାନ ଦେଉଥିବା ଓ ବନ୍ଧୁ ପରି ପାଖେ ପାଖେ ରହିଥିବା ରାଜୁ ଯିବାକୁ ବାହାରିଲାଣି ମାନେ ଆଜିର ରାଶିଫଳ ଏକଦମ ସତ ହେବାକୁ ଯାଉଛି. ରାଜୁକୁ କିଛି ନକହି ଉଠିଗଲେ ଅମିତ. ରୋଷେଇ ଘରେ ଅଳକା ସୁଉଁ ସୁଉଁ ହେଉଥିଲେ. ସାନ ବୋହୁ, ରାଜୁର ସ୍ତ୍ରୀ ରୁପାର ମୁହଁ ଥମଥମ ଦେଖାଯାଉଥିଲା ଆଉ ବାବା ଦାଦା ଦାଦା ଡାକି ରାଜୁ ପାଖେ କେତେ ଫେରାଦି ହେଉଥିଲା.ବିଚିତ୍ର ଆଜି ରାଜୁର ପ୍ରଶ୍ନର ଉତ୍ତର ନଦେଇ ଅଫିସ ଚାଲିଗଲେ. ତାଙ୍କୁ ଲାଗୁଥିଲା ପାହାଡ଼ଟା ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡିଛି. ରାଜୁ ଯଦି ଚାଲିଯାଏ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯିବେ. ରାମାୟଣ କହେ ପାଖରେ ଥିଲେ ଭାଇ.. ବିପଦ ନାହିଁ. ତା ଛଡା ଭାଇକୁ କିଛି ଦେବି ନାହିଁ କହି ମହାଭାରତ ଯୁଦ୍ଧର ବିଭୀଷିକା କଥା ଶୁଣି ଓ ରାମାୟଣରେ ଭାଇଠୁ କିଛି ନେବିନାହିଁ ସତ୍ୟ ଉପରେ ଆଧାରିତ ପୌରାଣିକ କଥା ବସ୍ତୁ ପଢି,ବିଚିତ୍ର ମାଆ ବାପାଙ୍କୁ ପିଲାଦିନେ ପ୍ରଶ୍ନ କରନ୍ତି ମୋର କେହି ଭାଇ ନାହାଁନ୍ତି କାହିଁକି ମାଆ? ସେତେବେଳେ ପଚାରିଥିବା ସେହି ପ୍ରଶ୍ନର ଉତ୍ତର ନଦେଇ ମାଆ ଶକୁନ୍ତଳା ସିନା ଚାଲିଗଲେ ହେଲେ ବାପା ତାଙ୍କ ମଣିଷପଣିଆ ତଥା ମାନବ ସେଵା ହିଁ ମାଧବ ସେଵା ବୋଲି ସତ୍ୟକୁ ମାନି, ରାଜୁକୁ ଖାଲି ଘରକୁ ନେଇଆସିନଥିଲେ ବରଂ ତା ପୈତୃକ ଘର ଖଣ୍ଡିକ ତୋଳାଇବା, ତାକୁ ପାଠଶାଠ ପଢେଇ ବିଭା କରାଇବା ସହ ରାଜୁ ତାର ମାଆକୁ ଗୋଟେ କିଡ଼ନୀ ଦେଇ ଆଉ ଗୋଟିଏ କିଡ଼ନୀ ସାହାଯ୍ୟରେ ଜୀବନ ଜିଇଁ ଥିବାରୁ ମୃତ୍ୟୁ ପୂର୍ବରୁ ବାପା ତାଙ୍କ ନିଜ କିଡ଼ନୀ ରାଜୁପାଇଁ ଦାନ କରିଯାଇଥିଲେ. ଏବେ ରାଜୁ ଚାଲିଯିବ କହୁଛି ଶୁଣି ବିଚିତ୍ରଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା. ବାପାଙ୍କ ବିନା ତାଙ୍କୁ ଘରେ ରହିବାକୁ ଭଲ ଲାଗୁନଥିବା ବେଳେ ରାଜୁ ଭିତରେ ବପାଙ୍କୁ ଦେଖି ସାନ୍ତ୍ୱନା ପାଇ ରହିଥିବା ବିଚିତ୍ରଙ୍କ ମନ ଆଜି ଭାରାକ୍ରାନ୍ତଥିଲା.।


   ଅଫିସରେ ସମସ୍ତଙ୍କୁ ଦ୍ଵନ୍ଦ ଓ ସନ୍ଦେହ ମନ ନେଇ ଚାହିଁଲେ ବିଚିତ୍ର. କେହି ଅସୁସ୍ଥ ନାହାଁନ୍ତି ତ ପଚାରି ବୁଝିଲେ ତ ସମସ୍ତେ ଆଵାକାବା ହୋଇ ଚାହୁଁଥିଲେ ତାଙ୍କୁ. ପୁଣି ମଧ୍ୟାନ୍ନ ଭୋଜନ ବେଳେ ସୁସ୍ଥ ରହିବାର ସାର ଗର୍ଭକ ଭାଷଣ ଦେଉଥିଲେ ବିଚିତ୍ର କହିକି ଯେ ଆମିଷ ଅପେକ୍ଷା ସବୁଜ ପନିପରିବା ଖାଇବା ଉଚିତ. ପାଣି ପିଇବା ଦରକାର ପୁଣି କହୁଥିଲେ ସଜନା ପତ୍ର ରସ ଓ ଲାଜକୁଳି ଲତା ପତ୍ରର ରସ ପିଇବାର ଉପକାରିତା ତ କେହି କେହି ବିଚିତ୍ରଙ୍କର କଣ ହୋଇଛି ଆଜି ଭାବି ତାଙ୍କ ମନସ୍ତତ୍ଵ ପଢିବାକୁ ଚେଷ୍ଟା କରି ମଧ୍ୟ ପାରୁନଥିଲେ. ସେଦିନ ମଧ୍ୟ ବିଚିତ୍ର ଡରି ଡରି ଘରକୁ ଫେରିଥିଲେ ଯେ ରାଜୁ ପୁଣି ସେହି ଘରଛାଡ଼ି ଚାଲିଯିବାର ପ୍ରସ୍ତାବ ଉପସ୍ଥାପନ କରିବ ଯଦି କଣ କହିବେ ସେ ଭାବି ଭାବି ସନ୍ତୁଳିତ ହେଉଥିଲେ କିନ୍ତୁ ସେମିତି କିଛି ଘରେ ହୋଇନଥିଲା. ଅଳକା ଶାନ୍ତ ଥିଲେ ଓ ରୁପା ସହ ମିଶି ରାତି ଖାଇବା ପ୍ରସ୍ତୁତ କରୁଥିଲେ. ରାଜୁ ମଧ୍ୟ ସବୁଦିନ ଭଳି ବାବାକୁ ପାଠ ପଢ଼ାଉଥିଲେ. ବିଚିତ୍ର ଆଶ୍ୱସ୍ତ ଥିବା ଭିତରେ ଫୋନ ଆସିଥିଲା ତାଙ୍କ ସହକର୍ମୀ ମନୋଜଙ୍କ ବଦଳି ହୋଇଯାଇଛି. ମନୋଜ ତାଙ୍କର ଖୁବ ଘନିଷ୍ଠ ବନ୍ଧୁ. ତାର ବଦଳି ଖବରରେ ବିଚିତ୍ର କିନ୍ତୁ ଦୁଃଖ ନକରି ରିଷ୍ଟ କଟିଗଲା କହୁଥିବାର ଶୁଣି ଅଳକା ଚମକି ପଡ଼ିଥିଲେ. ରାତିରେ ଯେବେ କହିଥିଲେ ନାରୀର ଲୁହ କଣ ନକରିପାରେ କହିଲ? ବିଚିତ୍ର କହିଲେ କଣ କଲା ତୁମ ଲୁହ?ମୋ ଲୁହ ପାଇଁ ରାଜୁ ଏ ଘର ଛାଡ଼ି ରୁପାକୁ ନେଇ କୁଆଡେ ବି ଯିବେ ନାହିଁ ବୋଲି ଶପଥ କରିଛନ୍ତି. ଶାନ୍ତିରେ ଶୋଇ ବିଚିତ୍ର ଘୁଙ୍ଗୁଡ଼ି ମାରୁଥିଲେ. ସକାଳେ ବାମ୍ଫ ବାହାରୁଥିବା ଚା କପରେ ଓଠ ବୁଡ଼ାଇବା ବେଳେ ଅଳକା ପେପର ବଢେଇ ଦେଉଥିଲେ ତ ବିଚିତ୍ର ଘୁଞ୍ଚିଗଲେ କହୁଥିଲେ ପେପେର ପଢିଲେ ଚା ପିଇବାର ମଜ୍ଜା ଆସିବନି.।


Rate this content
Log in

Similar oriya story from Tragedy