Sunanda Mohanty

Tragedy Action Thriller

3  

Sunanda Mohanty

Tragedy Action Thriller

ବାଘର ଫାଗକୁ ଡର

ବାଘର ଫାଗକୁ ଡର

3 mins
6


ମଣିଷର ମୃତ୍ୟୁ ପରେ ପୁନ୍ନଜନ୍ମ ଅଛି କି ନାହିଁ ପୁଣି ମଣିଷ ସେଇ ମଣିଷ ରୂପେ ସେହି ଲିଙ୍ଗରେ ଜନ୍ମ ଗ୍ରହଣ କରିବ କି ଅନ୍ୟ ପଶୁ ପକ୍ଷୀ ହୋଇ ଜନ୍ମ ହେବ ତାହା ଆଜି ବି ବିବାଦୀୟ ହୋଇ ରହିଥିବା ବେଳେ ମଣିଷ ମଲାପରେ ଭୂତ ନିଶ୍ଚୟ ହୁଏ ବୋଲି ବିଶ୍ୱାସର ଅସ୍ତିତ୍ୱକୁ ଅନେକ ଏଯାଏଁ ମାନନ୍ତି. ସେହି ମାନିବା ଭିତରେ ଆଜି ଗୋଟେ ଭୂତ ପର୍ବ ଚାଲିଥିଲା କିଛି ପୁରୁଷଭୂତ ଓ ନାରୀଭୂତଙ୍କୁ ନେଇ. ଭୂତମାନେ କହୁଥିଲେକି ଆମ ଅସ୍ତିତ୍ୱକୁ ମାନୁଥିବା ବ୍ୟକ୍ତି ଆମକୁ ଡରେ କିନ୍ତୁ ଆମ ଅସ୍ତିତ୍ୱକୁ ବିଶ୍ୱାସ କରୁନଥିବା ବ୍ୟକ୍ତି ଭୂତ ଅଛି ବୋଲି ମାନିବାକୁ ନାରାଜ. ଭୋଜି ଭାତ ଖିଆପିଆ ଆରମ୍ଭ ପୂର୍ବରୁ ପ୍ରଥମେ ପୁରୁଷ ଭୂତମାନେ ତାଙ୍କ ଅନୁଭୂତି ବଖାଣିବା ପ୍ରସ୍ତାବ ଆଗତ ହେଲାବେଳେ ଦୀନବନ୍ଧୁ ବାବୁ କହିଲେ ମୋ ଅବସର ପରେ ପାଇଥିବା ସମସ୍ତ ଟଙ୍କାକୁ ପୁଅ ବୋହୁ ଝିଅ ଜୋଇଁଙ୍କୁ ସମାନ ଭାବରେ ବାଣ୍ଟିଦେବାକୁ ମୁଁ ରାଜି ଆରାଜି ଦ୍ଵନ୍ଦରେ ଥିଲି . ସେଦିନ ଦେଖିଲି ଜଣେ ବୁଢାଲୋକ ମଲା ଗଛ ତଳେ ବସିଛନ୍ତି. ସମସ୍ତେ ସଜୀଵ ସବୁଜ ଗଛତଳେ ବସି ଥକ୍କା ମେଣ୍ଟାଇବା ସହ ଗଛର ଛାଇ ତଳେ ବିଶ୍ରାମ ନେଉଥିଲା ବେଳେ ତୁମେ କାହିଁକି ଏ ଶୁଖିଲା, ଥୁଣ୍ଟା ଓ ମଲା ଗଛମୂଳେ ବସିଛ ପଚାରିବାରୁ ବୃଦ୍ଧ କହିଥିଲେ ମୋ ମୃତ୍ୟୁ ପୂର୍ବରୁ କିଛି ନିଜ ପାଇଁ ସାଇତି ରଖିବାକୁ ଏଇ ଗଛ ମୂଳେ ବସିଛି. ଗଛ ମରିଗଲେ ମଧ୍ୟ ମନୁଷ୍ୟର ଜାଳେଣି ରୂପେ ଶବଦାହରେ ବ୍ୟବହୃତ ହୁଏ ବୋଲି ଜାଣିଥିଲି ଆଜି ପୁଅ ବୋହୁ ସେକଥା ଚେତେଇ ଦେବାରୁ ଏଠାରେ ଜଗି ବସିଛି.କାଳେ ଅନ୍ୟ କିଏ ଗଛର ଶୁଖିଲା ଡ଼ାଳ ନେଇଯିବା ପୂର୍ବରୁ ମୋ ପୁଅ ସହ ସହଯୋଗ କରି ଅନ୍ତତଃ ଶୁଖିଲା ଜାଳ ଦିଟା ତ ନିଜ ପାଇଁ ସଞ୍ଚୟ କରିପାରିବି. ସେଦିନ ବୃଦ୍ଧଙ୍କ କଥା ଶୁଣି ସ୍ତ୍ରୀଙ୍କ କଥା ଅନୁସାରେ ପାଇଥିବା ଜିପିଏଫ, ଗ୍ରାଚୁଇଟି ଇତ୍ୟାଦି ଟଙ୍କା ସମସ୍ତ ପରିବାର ଭିତରେ ବାଣ୍ଟିଲା ବେଳେ କିଛି କିଛି ଟଙ୍କା ଆମ ଶୁଦ୍ଧି ଓ ଶ୍ରାଦ୍ଧ ପାଇଁ ସଞ୍ଚୟ କରିବାକୁ ବାଧ୍ୟ ହୋଇଥିଲି କାରଣ ବୃଦ୍ଧଙ୍କ ଶ୍ଲେଷ ମିଶା ସ୍ୱର ଶୁଭୁଥିଲା ଏତିକି ନକରି ପାରିଲେ ଆଉ କଣ କରିପାରିବି ମୋ ପୁଅ ପାଇଁ!ଗରୀବ ଲୋକ ମୁଁ. ମୋ ପୁଅ ସେତିକି ଭଲ ବୋଲି ମତେ ଖାଇବା ପିଇବା ଦେଇ ଘରେ ରଖିଛି. ପଇସାବାଲାଘର ପୁଅ ପରା ବୃଦ୍ଧ ବୃଦ୍ଧା ଅବସ୍ଥାରେ ବାପା ମାଆଙ୍କୁ ଅନାଥାଶ୍ରମ କି ଜରାଶ୍ରମ ଆଦିରେ ଛାଡିବାକୁ ପାସ୍ତାଉ ନାହାଁନ୍ତି କହି ପୁରୁଷ ଭୂତ କାନ୍ଦି ପକେଇବା ବେଳେ କହୁଥିଲେ ପରଜନ୍ମରେ ଗଛଟିଏ ହେବାକୁ ଇଛା ରଖିଛି ହେଲେ ଶୁଖିଲା ମଲା ଥୁଣ୍ଟା ଡ଼ାଳକୁ ମଧ୍ୟ କଷ୍ଟ ଦେବାକୁ ମଣିଷ ଭୁଲୁନଥିଲେ ମଧ୍ୟ ସେଵା ଠାରୁ ବଳି ପୁଣ୍ୟ କଣ ଥାଇପାରେ ବୋଲି ଗଛଟିଏ ହେବାକୁ ଇଛା ରଖିଛି କହି ବକ୍ତବ୍ୟ ସାଙ୍ଗକଲେ.

    ଦୀନବନ୍ଧୁ ବାବୁଙ୍କ ଭୂତ ତାଙ୍କ ବକ୍ତବ୍ୟ ସାଙ୍ଗ କରିବା ପରେ. ମଣିଷ ଜନ୍ମ ନେଇ ସଂସାରରୁ ଭୂତ ହୋଇ ଆସିଥିବା ଅମରାନନ୍ଦ ମହାପାତ୍ର କହିଲେ ମୁଁ ସଂସାରରେ ଥିଲା ବେଳେ ବହୁ ଲାଞ୍ଚୁଆ ଥିଲି ବୋଲି ମତେ ଏ ଜନ୍ମରେ ଭୂତ ହୋଇ ରହିବାକୁ ପଡୁଛି. ପୁଣ୍ୟାତ୍ମା ହୋଇଥିଲେ ଗତି ମୁକ୍ତି ପାଇ ଶ୍ରୀଚରଣରେ ଲୀନ ହୋଇପାରିଥାନ୍ତି. ସେଦିନ ଅଫିସର ପିଅନ ରାମୁ ତା ଟଙ୍କା ଫେରେଇଦେବାକୁ କହୁଥିଲା. ତା ଝିଅର ଚାକିରୀ କରେଇ ଦେବାକୁ କହି ତାଠୁ ନେଇଥିବା ପଚାଶହଜାର ଟଙ୍କା ଫେରିପାଇବାକୁ ଜିଦ କରୁଥିଲା କାରଣ ସେ ଜାଣି ସାରିଥିଲା ସେହି ପୋଷ୍ଟରେ ଅନ୍ୟକେହି ରହିସାରିଥିଲେ ହେଲେ ଆଉ ପୋଷ୍ଟ ବାହାରିବାକୁ ଅପେକ୍ଷା କରି ତାକୁ ଆଉ ପଚାଶ ହଜାର ମାଗିବାକୁ ନପଛେଇ ମୋର ନିଶ ନାହିଁ ହେଲେ ମୋ ବଳିଆ ଭାଇର ତ ନିଶ ଅଛି କହି ତା ଦ୍ୱାରା ଯେମିତି ହେଲେ ତୋ କାମ କରିଦେବି କହିବା ପରେ ସେ ତାର ଛଅ ମାଣ ଆଠ ଗୁଣ୍ଠ ଜମି ବିକି ମତେ ଆଉ ପଚାଶ ହଜାର ଦେଇଦେଲା ହେଲେ ତା ଝିଅ ଶିକ୍ଷୟିତ୍ରୀ ଟିଏ ହେଲା ସିନା ଆମ ଦପ୍ତରରେ ତା ପାଇଁ ନୂଆ ପୋଷ୍ଟ ବାହାରିଲା ନାହିଁ ବରଂ ରାମୁ ପଇସା ମାଗି ମାଗି ଆଶା ହରେଇଲା. ଏବେ ମରି ଭୂତ ହେବା ପରେ ଭାବୁଛି ରାମୁ ଥାଉ ନଥାଉ ତା ଵଂଶଧରଙ୍କ ପାଇଁ ଜମି ଖଣ୍ଡେ ହୋଇ, ଧାନ, ମୁଗ, ବିରି, ମାଣ୍ଡିଆ, କୋଳଥ ଫଳାଇ ତା ଋଣ ଶୁଝିଦିଅନ୍ତି.କିଛି ନହେଲେ ଅନ୍ତତଃ ଲଙ୍କା ଗଛରେ ଲଙ୍କା ହୋଇ ଶୁଝିପାରନ୍ତି ତ.ସେଠାରେ ଦୀନବନ୍ଧୁଙ୍କ ଜୀବନରେ ଆସିଥିବା ସେ ବୁଢାଲୋକର ଭୂତ ଓ ଅମରାନନ୍ଦଙ୍କ ଜୀବନରେ ଆସିଥିବା ସେହି ରାମୁ ମଧ୍ୟ ଭୂତ ହୋଇ ଏ ଦୁହିଁଙ୍କ ସବୁ କଥା ଶୁଣି ହେଁ ହେଁ ହୋଇ ହସି କହୁଥିଲେକି ଭୂତ ମଧ୍ୟ ମଣିଷକୁ ଡରେ . ଅନ୍ୟ ଭୂତ ଭୂତୁଣୀମାନେ ତାଳି ମାରି ଭୋଜି ଥାଳି ଉଠାଉଥିଲେ ।


Rate this content
Log in

Similar oriya story from Tragedy