Sunanda Mohanty

Inspirational Thriller Children

4  

Sunanda Mohanty

Inspirational Thriller Children

ଵିଜ୍ଞାନୀ ବାଘ

ଵିଜ୍ଞାନୀ ବାଘ

4 mins
7



ବାବୁଲା ଜେଜେମାଙ୍କ ପାଖରୁ ଅନେକ କାହାଣୀ ଶୁଣେ. ତା ଭିତରେ ଜେଜେମା ମଣିଷପଣିଆ ବଢ଼େଇବା ଭଳି ଗଳ୍ପ କହିବାକୁ ପ୍ରାଧାନ୍ୟ ଦେଉଥାନ୍ତି. ଯେମିତିକି ଟି. ଏନ୍. ଶେଷାନଙ୍କୁ ଆମେ ଅନେକ ଜାଣନ୍ତି.ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବା ସମୟରେ ନିର୍ବାଚନୀ ସଂସ୍କାର ଆଣି ସେ ଚର୍ଚ୍ଚିତ ହୋଇଥିଲେ.ତାଙ୍କର ମୃତ୍ୟୁ ହୋଇସାରିଲାଣି, କିନ୍ତୁ ତାଙ୍କର କାର୍ଯ୍ୟ ତାଙ୍କୁ ଅମର କରି ରଖିଛି.ମ୍ୟାନଜମେଣ୍ଟ ବିଭାଗର କିଛି ଛାତ୍ରଛାତ୍ରୀଙ୍କୁ ଥରେ ସେ ଉଦବୋଧନ ଦେବାବେଳେ ନିଜ ଅନୁଭୂତିରୁ କଥାଟିଏ କହିଥିଲେ. ସେହି କଥାଟିକି ଜେଜେମା ବାବୁଲାକୁ ଶୁଣାଉଥାନ୍ତି.ଥରେ ସେ ପତ୍ନୀଙ୍କୁ ସାଙ୍ଗରେ ନେଇ ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଉଥିଲେ.ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବାରୁ ସୁରକ୍ଷାକର୍ମୀମାନେ ସାଙ୍ଗରେ ବି ଯାଉଥିଲେ.ବାଟରେ ବଡ଼ ଆମ୍ବ ବଗିଚଟାଏ ପଡ଼ିଲା. ସେ ବଗିଚାର ଡାଳରେ ବହୁ ସଂଖ୍ୟାରେ ପକ୍ଷୀଙ୍କ ବସା ଝୁଲୁଥିଲା। ସେପରି ଦୃଶ୍ୟ ଶେଷାନଙ୍କ ପତ୍ନୀଙ୍କୁ ମୁଗ୍ଧ କରିବାରୁ ସେ ସେହି ବଗିଚା ନିକଟକୁ ଯିବାକୁ ଚାହିଁଲେ.ଶହଶହ ଚଢ଼େଇ ବସା ମଧ୍ୟରୁ ଦୁଇଟି ସେ ନେଇ ଘରେ ସଜାଇ ରଖିବାର ଇଚ୍ଛା ଜାହିର କଲେ.ଶେଷାନ ଜଣେ ସୁରକ୍ଷାକର୍ମୀଙ୍କୁ ପାଖକୁ ଡକାଇ ସେ କଥା କହିଲେ.ସେତେବେଳେ ବଗିଚା ପାଖରେ ପିଲାଟିଏ ଗାଈପଲକୁ ଚରାଉଥିବା ଦେଖି ସୁରକ୍ଷାକର୍ମୀ ପିଲାଟିକୁ ପାଖକୁ ଡାକିଲେ ଓ ଗଛରେ ଚଢ଼ି ଦୁଇଟି ବସା ତୋଳି ଆଣିବାକୁ କହିଲେ.ପିଲାଟି ରାଜି ହେଲାନି. ପଇସା ଦେଲେ ସେ ରାଜି ହୋଇଯିବ ଭାବି ଶେଷାନ ତାକୁ ଦଶଟଙ୍କା ଦେବେ ବୋଲି କହିଲେ. ପିଲାଟି ସେଥିରେ ବି ରାଜି ହେଲାନି.ଶେଷାନ ପଚାଶଟଙ୍କା ଦେବା ପର୍ଯ୍ୟନ୍ତ ଗଲେ, ସେ କିନ୍ତୁ ରାଜି ହେଲାନି.ସେଠୁ ସେହି ସୁରକ୍ଷାକର୍ମୀ ଟିକେ ଧମକପୂର୍ଣ୍ଣ ଚଢାଗଳାରେ ଶେଷାନଙ୍କୁ ଜଣେ ବଡ଼ ଅଫିସର ବୋଲି କହି ତାଙ୍କୁ ଏମିତି ମନାକରିବା ଠିକ୍ ନୁହେଁ ବୋଲି ପିଲାଟିକୁ ବୁଝାଇବାକୁ ଚେଷ୍ଟାକଲେ ।

    ଏହା ପରେ ପିଲାଟି  ସେମାନଙ୍କୁ କହିଲା ଯେ ସେମାନେ ତାକୁ ଯେତେ ଟଙ୍କାର ଲୋଭ ଦେଖାଇଲେ ବା ଧମକାଇଲେ ବି ସେ ଗଛରୁ ବସା ଦେଇପାରିବ ନାହିଁ.ଯେଉଁ ବସା ଦୁଇଟି ଆପଣଙ୍କୁ ଦେବି ହୁଏତ ସେଥିରେ ପକ୍ଷୀ ଶାବକ ଥାଇପାରନ୍ତି.ବସା ବାହାରକରିବା ବେଳେ ସେମାନେ ଖସି ପଡ଼ିବେ ବା ମତେ ସେମାନଙ୍କୁ ବାହାର କରି ବସା ଆଣିବାକୁ ହେବ.ସେମାନେ ମରିଯିବେ.ସଂଧ୍ୟାରେ ତା'ର ମା' ଥଂଟରେ ଖାଇବା ଧରି ବସାରେ ପହଞ୍ଚିବା ବେଳକୁ ନା ବସା ଥିବ ନା ତା' ପିଲା ଥିବେ! ସେ ବହୁତ କାନ୍ଦିବ.ସେପରି କାନ୍ଦ ମୁଁ ସହିପାରିବି ନାହିଁ, ମୋର ହୃଦୟ ସେତେ ଟାଣ ନୁହେଁ.ପିଲାଟି କହିଲା.ପିଲାଟିର କଥାଶୁଣି ଶେଷାନ ଦମ୍ପତି ହତବମ୍ବ ହୋଇଗଲେ.ଶେଷାନ କଥାଟି କହି ସାରି ମ୍ୟାନେଜମେଣ୍ଟ୍ ପିଲାଙ୍କୁ କହିଲେକି ମୋର ପଦ, ମର୍ଯ୍ୟାଦା, କ୍ଷମତା ସବୁ ସେହି ପିଲାଟି ପାଖରେ ଅସହାୟ ହୋଇସାରିଥିଲେ.ତା ସମ୍ମୁଖରେ ମୁଁ ଯେମିତି ସୋରିଷ ଦାନାଟିଏ ମାତ୍ର.ବସା ଆଣିବାର ଇଚ୍ଛା ତ ଉଭେଇ ଯାଇଥିଲା, କିନ୍ତୁ ସେହି ଅନୁଭୂତି ମୋ ବିବେକକୁ ବହୁଦିନ ଯାଏଁ ବଡ଼ବଡ଼ ପାହାର ଦେଇଚାଲିଥିଲା.ପିଲାଟିର ବିବେକ, ବିଚାରରେ ମୁଁ କେବଳ ଦୋଷୀଟିଏ ହୋଇ ରହିଯାଇଥିଲି.ଶିକ୍ଷା, ଆଧିପତ୍ୟ ଏବଂ ସାମାଜିକ ପଦପଦବୀ କେବେ ମାନବିକତାର ମାପକାଠି ହୋଇପାରେନା ବୋଲି ବୁଝିବାକୁ ବାକି ନଥିଲା.ଗୁଡ଼ାଏ ଜ୍ଞାନ ଆହରଣ କରି , ପାଠପଢ଼ି ବା ଅନେକ ଧନ ସଂଚୟ କରି ସବୁକିଛି ଜାଣିଗଲେ ବୋଲି ଭାବିବା ହିଁ ମୂର୍ଖତା.ଜୀବନ ସେତେବେଳେ ମଧୁମୟ ହେବ ଯେତେବେଳେ ତୁମର ଜ୍ଞାନ , ଶିକ୍ଷା ଓ ଧନ ସମ୍ପତ୍ତି ତୁମକୁ ସମ୍ବେଦନଶୀଳ ଓ ପ୍ରଜ୍ଞାବାନ୍ କରିବ.ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏପରି ସେଦିନ ପରାମର୍ଶ ଦେଇଥିଲେ ସେତେବେଳର ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ୱର୍ଗୀୟ ଟି.ଏନ୍.ଶେଷାନ.

    ଏକଥା କହି ଜେଜେମା ବାବୁଲାକୁ ପଚାରିଲେ ଏହି ସତ ଗଳ୍ପଟି ତତେ କେମିତି ଲାଗିଲା? ଯଦି ହଁ ମାରିବୁ ତେବେ ଏହା ତୋ ଦୈନନ୍ଦିନ ଜୀବନରେ ଫଳିତ ହେବ.ପ୍ରାଣୀଙ୍କ ପ୍ରତି ଦୟା କରୁଣା ଆସିଯିବ.ନିଜ ଜୀବନ ଓ ଅନ୍ୟ ଜୀବନର ତାରତମ୍ୟ ଉଭେଇ ଯିବ. ଅସରନ୍ତି ଅର୍ଥ,ସମ୍ପତ୍ତି, ମାନ , ମର୍ଯ୍ୟାଦା ଥିଲେ ମଧ୍ୟ ଯଦି ହୃଦୟ ନଥିବ,ତେବେ ଜୀବନ ଶୁଷ୍କ ମରୁଭୂମି ପାଲଟି ଯିବ.ପ୍ରକୃତି ହୃଦୟ ଦେଇନି,ମନର ଗହଣରେ ସାଇତି ରଖିବା ପାଇଁ କି ଦୁଇ ଚାରି ଜଣ ଯାହାକୁ ମୁଁ କି ମୋର ମୋର କହୁଛେ ,ସେମାନଙ୍କ ପାଇଁ ବରଂ ବୁଦ୍ଧି ଯେତେ ବଳଶାଳୀ ହେଲେ ମଧ୍ୟ ଶଗଡ଼ ଚକା ବଳଦ ପଛେ ପଛେ ଧାଇଁବା ପରି ଯଦି ହୃଦୟକୁ ଆଗରେ ରଖି ସେ ପଛରେ ନଯିବ, ତେବେ ଏ ସୁନ୍ଦର୍ ବିଶ୍ଵ ନିମିଷେକେ ଧ୍ଵଂସ ହୋଇଯିବ.ମଣିଷ ଜାତି ପ୍ରକୃତିର ବରଦାନ କାରଣ ତାର ହୃଦୟ ଅଛି.ତେଣୁ ତୁ ଯେତେ ବଡ ପଦ ପଦବୀର ଅଧିକାରୀ ହୁଅ ପଛେ କିନ୍ତୁ ଆଗେ ହୃଦୟବାନ ହୋଇ ଜୀବନ ବଞ୍ଚ.ଦେଖିବୁ ତୋ ପରି ସମସ୍ତପିଲା ତାଙ୍କ ପ୍ରତି ଥିବା କର୍ମ, କାର୍ଯ୍ୟ,କଥା ,ବ୍ୟବହାର ସବୁ ମଣିଷ ଜାତିର କଲ୍ୟାଣ ପାଇଁ ଉତ୍ସର୍ଗିକୃତ କରିଯିବେ.ମଣିଷ ଜୀବନ ସାର୍ଥକ ହେବ.ନହେଲେ ଗାଈ ଚରାଉ ଥିବା ପିଲାଟି ତୁମଠାରୁ ଶତ ଶତ ଗୁଣରେ ମହାନ୍ ହୋଇଯିବ. କଣ ତୁମେ ଜଣେ ଜଣେ ହୃଦୟବାନ ହୋଇ ପାରିବ ???ଏସବୁ ଶୁଣି ବାବୁଲା କହୁଥିଲା ଏ ଗପ ମୁଁ ମୋର ସବୁ ସାଙ୍ଗମାନଙ୍କୁ କହି ତାଙ୍କୁ ହୃଦୟବାନ ହେବାକୁ କହିବି ଜେଜେମା. ବାବୁଲା ସେଦିନ ଚୁପି ଚୁପି ଜେଜେମାଙ୍କ କାନରେ କହୁଥିଲା ମହାକାଶକୁ ଯାଇଥିବା କୁକୁର ଲାଇକା ପାଇଁ ଆମେ ମହାକାଶ ବିଷୟରେ କେତେ କଥା ଜାଣିଲେ ସତ ଜେଜେମା କିନ୍ତୁ ମତେ ଲାଗେ ଏବେ ସେ ସେଠି କାନ୍ଦୁଛି. ବାବୁଲା ମୁହଁକୁ ଚାହିଁ ଜେଜେମା ତା କଥା ଶୁଣି ସେଦିନ ସ୍ତବ୍ଧ ହୋଇଯାଇଥିଲେ କାରଣ ସେଦିନ ଶେଷାନଙ୍କୁ ଭେଟିଥିବା ସେହି ଗାଈ ଚରାଉଥିବା ପିଲାଟି ଯେମିତି ବାବୁଲା ଭିତରେ ହିଁ ରହିଯାଇଥିଲା. ବାବୁଲାକୁ କୋଳକୁ ନେଉ ନେଉ ବାବୁଲା କହୁଥିଲା ମହାକାଶ ଓ ପୃଥିବୀ ମଧ୍ୟରେ ଯେଉଁ ମଇଳା ରହିଛି ତାହା କେମିତି ପରିସ୍କାର ହେବ ସେଥିପାଇଁ ମଣିଷ ବୈଜ୍ଞାନିକ ହୋଇ ଜ୍ଞାନ କୌଶଳ ବଳରେ ସ୍ପେସରେ ଘୁରି ବୁଲିବା ସମୟରେ କୌଣସି ପଶୁ ପକ୍ଷୀଙ୍କୁ ସାଙ୍ଗରେ ନେବା କଥା ନିଷିଦ୍ଧ ହେବା ଉଚିତ ନା ଜେଜେମା?ଦରକାର ପଡିଲେ ମଣିଷ ଜୀବନକୁ ବାଜିମାରି ବାଜିରାଉତ ପରି ସାହାସୀ ହେବା ଉଚିତ . ଜେଜେମାଙ୍କ ପାଟିରୁ ବଚନ ବାହାରୁ ନଥିବା ବେଳେ ମାନି ଗୁରୁମା ତାଳି ମାରୁଥିଲେ. ତାଙ୍କ ମୋବାଇଲରୁ ବାବୁଲା ବିଜ୍ଞାନ ଭିତ୍ତିକ ଅନେକ କଥା ପଢି ଏ ଭିତରେ ଖୁବ ବଡ଼ ଓ ବୁଦ୍ଧିଆ ହୋଇଗଲାଣି ବୋଲି ତାଙ୍କୁ ଅନୁଭବ ହେବା ସହ ବାବୁଲା ଦିନେ ଜଣେ ବଡ଼ ହୃଦୟବାନ ବୈଜ୍ଞାନିକ ହେବ ବୋଲି ବିଶ୍ୱାସ ଆସିଥିଲା ମାନଙ୍କୁ ।


 



Rate this content
Log in

Similar oriya story from Inspirational