Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ରାଜା ଝିଅ ସଙ୍ଗେ ଥିଲା ଶେଷ ଦେଖା

ରାଜା ଝିଅ ସଙ୍ଗେ ଥିଲା ଶେଷ ଦେଖା

3 mins
5


ସେଦିନ ଭୂତ ଭୋଜିରେ ଭୂତମାନଙ୍କ ପରେ ଏଥର ଥିଲା ଭୁତୁଣୀମାନଙ୍କ କହିବା ପାଳି ତ ନିବେଦିତା କହୁଥିଲେକି ନାରୀ ଜୀବନର ସମସ୍ତ ଧର୍ମ କର୍ମ ତା ନିଜ ସ୍ୱାମୀ ରୂପକ ପୁରୁଷ ଭିତରେ ସୀମାବଦ୍ଧ । ଯିଏ ସୀମା ଉଲଂଘନ ଯେ କରେ ସେ ମହାପାପୀ ଭୂତ ଜନ୍ମରୁ ମୋର ନିସ୍ତାର ନାହିଁ । ଅମରେଶକୁ ଭଲପାଇ ନିବେଦିତା ମଣିଷ ତିଆରି କରିଥିବା ଜାତିର ଉଚ୍ଚ ନୀଚ୍ଚ ପାହାଡ଼ ଟପି ନପାରି ସାମାଜିକ ବାସନ୍ଦ ଯୋଗୁଁ ଅମରେଶଙ୍କୁ ଏ ଜନ୍ମରେ ନୁହେଁ ବରଂ ଆରଜନ୍ମରେ ଭେଟିବାକୁ ପଡିବ ଭାବି ବାପା ମାଆଙ୍କ ପସନ୍ଦରେ ବିବାହ କରିଥିବା ଅରୁଣ ଖୁବ ଭଲ ମଣିଷ ଥିଲେ । ତାଙ୍କ ପିତା ମାତାଙ୍କ ପରେ ଛୋଟ ଛୋଟ ଭାଇ ଭଉଣୀଙ୍କ ଦେଖା ରଖା ଲାଳନ ପାଳନର ସମସ୍ତ ଦାଇତ୍ୱ କର୍ତ୍ତବ୍ୟ ନିଜ ମୁଣ୍ଡ ଉପରକୁ ସ୍ବାମୀ ଅରୁଣ ନେଇ ରାମ ବନି ଯାଇଥିଲା ବେଳେ ତାଙ୍କ ପସନ୍ଦର ମନଲାଖି ରାଜାଝିଅ ନିବେଦିତା ନିଶ୍ଚୟ ତାଙ୍କ ସୀତା ହେବାର ସ୍ବପ୍ନ ଦେଖୁଥିବା ଅରୁଣ ଭୁଲ ବୋଲି ସାବ୍ୟସ୍ତ ହୋଇଥିଲେ କାରଣ ନିବେଦିତା ସ୍ୱାମୀଙ୍କ କର୍ମ ସବୁକୁ ବୋଝ ବୋଲି ଭାବୁଥିଲେ । ଭାଇ ଭଉଣୀ ମାନଙ୍କ କୃତିତ୍ୱ ଓ ସଫଳତାରେ ଅରୁଣ ଅଫିସରେ ସମସ୍ତଙ୍କୁ ମିଠା ବାଣ୍ଟୁଥିଲା ବେଳେ ନିଜ ଝିଅର ମାଟ୍ରିକ ଫେଲ ସତ୍ୱେ ସାନ ଭାଇର ଏଣ୍ଟ୍ରାନ୍ସ ସଫଳତାରେ ସେଦିନ ମିଠା ବାଣ୍ଟିବାକୁ ଯାଇଥିବା ସ୍ୱାମୀଙ୍କ ଅନୁପସ୍ଥିତିରେ ନିବେଦିତା ଅଶୋକଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ଚାଲିଯାଇଥିଲେ । କାରଣ ସେ ଜାଣିଥିଲେ ସେଠାକୁ ଅମରେଶଙ୍କର ଆସିବାର ଥିଲା । ପରଜନ୍ମକୁ ଅପେକ୍ଷା କରି ଅମରେଶଙ୍କ ରୁକ୍ମୁଣୀ ହେବା ଅପେକ୍ଷା ଏହି ଜନ୍ମରେ ତାଙ୍କ ରାଧା ହୋଇ ରହିବାର ଇଛା ଭାଙ୍ଗିଗଲା ଯେତେବେଳେ ସେ ଜାଣିଲେ ଅମରେଶ ହୃଦଘାତରେ ଚାଲିଯାଇଛନ୍ତି । ସେହିଠାରେ ସେ ଟଳି ପଡି ଆଜି ଭୂତୁଣୀ । ଆଉ ମଣିଷ ପରି ଦୁର୍ଲ୍ଲଭ ଜୀବନ ପାଇବେ କି ନା ଜାଣିନଥିବା ନିବେଦିତା ଆଜି ଝୁରୁଛନ୍ତି ସ୍ୱାମୀ ଅରୁଣଙ୍କୁ । ଏତିକି ବେଳେ ସେଠାରେ ଉପସ୍ଥିତ ଅମରେଶଙ୍କ ଭୂତ କହିଥିଲେ ଏ ଜନ୍ମରେ ମଣିଷ ହେଲେ ତୁମକୁ ଯେ ଭଲପାଇବି ଏହାର କିଛି ମାନେ ନାହିଁ। ତା ଛଡା ସ୍ୱାମୀ ସ୍ତ୍ରୀ ତ ଜନ୍ମ ଜନ୍ମାନ୍ତର ସାଥି ନୁହଁନ୍ତି । ସ୍ତ୍ରୀ ବା ସ୍ୱାମୀ ମରିବାର କାହିଁ କେତେ ବର୍ଷ ପରେ ଆର ଜଣଙ୍କ ମରୁଛି ସେ କଣ ତାକୁ ଜୀବନସାଥି କରି ପାଉଛି? ସବୁ ମିଛ ସେଇଥିପାଇଁ ପରା ସ୍ୱାମୀ ସ୍ତ୍ରୀ ଉଭୟ ମରିବା ପରେ ମଧ୍ୟ ଉଭୟଙ୍କୁ ଏକା ଥାଳିରେ ଭୋଗ ବଢ଼ାଯାଏନାହିଁ କି ସବୁଦିନ ତାଙ୍କୁ ଠାକୁର ଘରେ ରଖି ପୂଜା କରାଯାଏ ନାହିଁ । କେବଳ ଦିନିକିଆ ଶ୍ରାଦ୍ଧ କରାଯାଏ ଅଲଗା ଅଲଗା ତିଥି ବାର ଅନୁଯାୟୀ ଶ୍ରଦ୍ଧାରେ ନହେଲେ ସେମାନେ ଗତି ମୁକ୍ତି ନପାଇ ଆମ ପରି ଭୂତ ହେବେ ତୁମ ଅଭିଜ୍ଞତା କଥା ଶୁଣି ମୁଁ ଜାଣୁଛି ତୁମେ ହିଁ ନିବେଦିତା ।ନହେଲେ କାହାକୁ କିଏ ଚିହ୍ନିବ ଏ ଭୂତ ଭୂତୁଣୀ ବେଶରେ!

   ଠିକ ସେତିକି ବେଳେ ଅହଲ୍ୟାଙ୍କ ଭୁତୁଣୀ କହିଥିଲେ ତାଙ୍କ ଦୁଃଖ କାହାଣୀ । ମରଦଟା କୋଢିଆ ବୋଲି ସବୁଦିନେ ଗାଳି ଦେଉଥିଲି ସ୍ୱାମୀଙ୍କୁ । କିନ୍ତୁ ନିରଳସ ମଣିଷଟା ଗାଳି ଗୁଲଜ ସହି ମାଗୁଥିଲା ଆଣିଲୁ ଅହଲ୍ୟା କଣ ଆଜି ରାନ୍ଧିଛ ରାଜାଝିଅ କହି ପିଢା ଉପରେ ବସି ଯାଉଥିଲା। ଶାଗ ମୁଗ ଯାହା କଲେ ମଧ୍ୟ ତୋ ହାତରେ କେତେ ଯାଦୁ ଅଛି କହି ବେଲାକ ପାଖାଳ ଖାଇ ହେଣ୍ଡି ମାରୁଥିଲା । ସେଦିନ କଣ୍ଟ୍ରାକ୍ଟର ପାଖରେ କାମ କରିବାକୁ ଯିବାକୁ ବାଧ୍ୟ କରି ଛାଡ଼ିଲି ସ୍ୱାମୀକୁ ମୋର ଯେ ଖରା ସହ ଡହ ଡହ ତାତି ସମ୍ଭାଳି ନପାରି ବିଚରା ଓପାସ ଭୋକରେ ଗୋଡି ବୋହି ଟ୍ରକରେ ଲୋଡ଼ କରି ପୁଣି ଟ୍ରକରୁ କାଢିବା ବେଳେ ଛଟପଟରେ ପ୍ରାଣଗଲା । ବକାବନା ମାନ ଅଭିମାନ ଭିତରେ କାଚ ସିନ୍ଦୁର ଅଳତା ପିନ୍ଧିବାର ସୁଖ ହରାଇ ମୋର ବି ଆୟୁଷ ସରିଲା । ତେଣୁ ମଣିଷ ଜନମ ପାଇ ଭଗବାନ ଦେଇଥିବା ସୁଖକୁ ଦୁଃଖ ବୋଲି ନଭାବି ତାକୁ ଧରି ରଖିପାରିବା ହେଲା ପ୍ରକୃତ ମନୁଷ୍ୟତା । ନହେଲେ ସେଇ ଜୀବନ ଯେ ଆଉଥରେ ମିଳିବ ଏହାର କି ଜ୍ଞାରେଣ୍ଟି ଅଛି?ଅହଲ୍ୟାଙ୍କ କଥା ସରିଛି କି ନାହିଁ ଚିତ୍ରଗୁପ୍ତ ଆସି ଡାକିଲେ ତ ସମସ୍ତେ ଯମଦେବଙ୍କ ପାଖେ ହାଜିରା ହୋଇ ନିଜ ଇଛା ମୁତାବକ ବର ମାଗିନେବାକୁ କହୁଥିଲେ । କିଏ କଣ ମାଗିବ ଭାବି ଚିନ୍ତି ହେଉଥିଲା ବେଳେ କିଏ ଭାବୁଥିଲା ପକ୍ଷୀ ଜନ୍ମ ଥରେ ନେଲେ କେମିତି ହୁଅନ୍ତା!ସେଥିରେ ବି କଷ୍ଟ ଅଛି। ଡେଣା ଛିଣ୍ଡିଗଲେ ଉଡିବା, ଜଳ ଓ ଖାଦ୍ୟ ବିହୁନେ ଛଟ ପଟ ହେବା ଇତ୍ୟାଦି କେତେ ଦୁଃଖ ସେତିକି ବେଳେ ଦୀନବନ୍ଧୁ ଓ ଅମରାନନ୍ଦ ମାଙ୍କଡ଼ ହେବାକୁ ଚାଁହୁଥାନ୍ତି ତ ନିବେଦିତା ଓ ଅହଲ୍ୟା ଚେତେଇ ଦେଉଥାନ୍ତି ମାଙ୍କଡ଼ ହେଲେ ମଧ୍ୟ ବହୁତ ଦୁଃଖ । ନପାରିଲା ପିଲାକୁ ନିଜ ମାଆ ଅଣଦେଖା କଲାବେଳେ ଦଳର ବୁଢାମାଙ୍କଡ଼ ତଣ୍ଟି ଚିପି ମାରେ ଅଣ୍ଡିରାମାଙ୍କଡ଼ ସବୁଙ୍କୁ ତେବେ ଆମେ ପକ୍ଷୀ ହେଲେ? ପକ୍ଷୀ ବସାକୁ ମାଙ୍କଡ଼ ବି ଭାଙ୍ଗୁଥାଏ ଥରକୁ ଥର । ଏମିତି ଅଡୁଆ ଭିତରେ ବରଂ ଯମଦେବ ଆମ କର୍ମ ଅନୁସାରେ ଯାହାକୁ ଯେଉଁ ଜନ୍ମ ଦେବେ ତାହା ହିଁ ମାନିନେବା ଶ୍ରେୟସ୍କର ବୋଲି ସବୁ ଭୂତ ଓ ଭୂତୁଣୀ ମନ୍ତବ୍ୟ ରଖିଥିଲେ । ଜୀବନ ଅଛିତ କଷ୍ଟ ଅଛି ତେଣୁ ଐଶ୍ବର୍ଗୀକ ଉପାସନା ହିଁ ଏକମାତ୍ର ନିର୍ବାଣର ପନ୍ଥା ବୋଲି ସମସ୍ତେ ବୁଝିସାରିଥିଲେ ।


Rate this content
Log in

Similar oriya story from Abstract