ଅଗଣନ କରୁଣା
ଅଗଣନ କରୁଣା
ଆଜି ବ୍ୟାଙ୍କ କାଉଣ୍ଟରରେ ବସି ଲିପ୍ସା ଗଣିବାରେ ଭୁଲ କରୁଥିଲା ଥରକୁ ଥର. ଗ୍ରାହାକମାନଙ୍କୁ ଟଙ୍କା ଉଠାଇ ଯେତିକି ଟଙ୍କା ଦେବା କଥା ଗଣୁ ଗଣୁ ତାର ଏତେ ଭୁଲ କାହିଁକି ଆଜି ସେ ନିଜେ ବି ଜାଣିପାରୁନଥିଲା. ଫଟାଫଟ ଗଣି ଟଙ୍କା ବଢ଼େଇ ଦେବା ପରିବର୍ତ୍ତେ ଆଜି ତାକୁ ଦୁଇ କି ଚାରିଥର ଲେଖାଏଁ ଗଣିବାକୁ ପଡୁଛି. ଅଭ୍ୟସ୍ତ ହାତ ତାର ହାରିଯାଇନି ତଥାପି ଗଣନ ପଦ୍ଧତି ଧିମେଇ ଯିବାର କାରଣ ତାର ପିଲାଦିନ ମନେ ପଡୁଛି. ମନେ ପଡୁଛି ଝିଅ ହୋଇ ଜନ୍ମ ହୋଇ ସେ କେତେ ଅବହେଳିତ ହୋଇଛି. ଭାଇ ପାଖରେ ସବୁ ଥାଏ. ତା ଭିତରୁ ଭାଇର ଗଣନ ସିଲଟ ଟି ତାର ଭାରି ପସନ୍ଦ. ସେଇଟି ନେଇ ସେ ଗଣିବାକୁ ଲାଗିପଡେ ବୋଉ ଶିଖେଇଥିବା ଏକ, ଦୁଇ, ତିନି, ଚାରି କିନ୍ତୁ ଭାଇ ଛଡେଇ ନେଲାବେଳେ ସେ କେବେ ବରାଦୀ ହୁଏନା ବାପାଙ୍କ ପାଖେ ଯେ ମୋର ଗୋଟେ ଦରକାର କାରଣ ସେ ଜାଣେ ତାକୁ ଉତ୍ତର ମିଳିବ ତୁ ଝିଅ ପିଲାଟା. ହାଣ୍ଡି ଚୁଲି ଡଙ୍କି କରଚୁଲି ଛାଡ଼ି ଗଣନ ସିଲଟରେ ଖେଳିବା ତୋର କଣ ଦରକାର! ବୋଉ ଆଗେ ଫେରାଦି ବି ହୋଇନି ସେ କେବେ କାରଣ ତା ପାଇଁତ ଆଜି ତୃତୀୟ ଶ୍ରେଣୀରେ ଗଣିତର ମାନସାଙ୍କ ପରୀକ୍ଷାରେ ସେ ଶହେରୁ ଶହେ ନମ୍ବର ରଖି ସ୍କୁଲ ବାର୍ଷିକ ଉତ୍ସବରେ କେତେ ମାନପତ୍ର ହାତେଇଛି. ଭାଇ ଉପରେ ସେ ଅଭିମାନ କରିନି କେବେ କାରଣ ତା ସଫଳତାରେ ଭାଇ ସବୁଠୁ ବେଶୀ ସୁଖୀ. ତା ଜିନିଷରେ ହାତ ମରେଇ ଦେଉନଥିବା ଭାଇ ତା ଗୌରବରେ ଓ ତା ସଫଳତାରେ ସବୁଠୁ ଅଧିକା ଖୁସି ହେବାର ଦେଖି ତ ମାନିନି ଆଗେଇ ଚାଲେ. ଆଜି ଆଗେଇ ଆଗେଇ ସେ ବ୍ୟାଙ୍କରେ ଚାକିରି ପାଇ କାଉଣ୍ଟର ପାଖରେ ବସି ଟଙ୍କା ଗଣିବା ବେଳେ ଭାଇକୁ ମନେ ପକାଏ.ଗାଁରେ ସଉଦା ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଭାଇର ସାହା ଆହା ରାହା ହେବାକୁ ନା ବାପା ନା ମାନି ମୋର ଲଷ୍ମୀବନ୍ତ କହୁଥିବା ବୋଉ ଅଛି. ଆଉ ଭାଉଜ କୋଳକୁ ଯିଏ ଆସିଛି ଲିସା ବୋଲି ଝିଅ ଲଷ୍ମୀ ହୋଇ ତାର ଆଜି ଦେହ ଖରାପ ଶୁଣି ମାନି ଭାଙ୍ଗି ପଡିଛି. ଗଣନ କରିବାରେ ଭୁଲ ହେଉଛି. ସେ ଯିବ ନିଶ୍ଚୟ ଗାଁକୁ. ଭାଇର ଅଭାବୀ ସଂସାରରେ ସାହା ହୋଇ ଝିଅ ଲିସାକୁ ତାର ବଡ଼ ବଡ଼ ଡାକ୍ତର ଦେଖେଇବ.
ଲିସା ଏକ ଦୁରାରୋଗ୍ୟ ରୋଗରେ ପୀଡିତ, ଯାହା କୋଡିଏ ଲକ୍ଷ ଲୋକରେ ଜଣଙ୍କୁ ହୋଇଥାଏ. ପ୍ରଥମେ ଲିସା ନିଜ ହାତ ଓ ପାଦର ବୁଢା ଅଙ୍ଗୁଳିକୁ ବେଶି ହଲାଇ ବା ଚଳପ୍ରଚଳ କରାଇ ପାରୁନଥିଲା. ରୋଗ ଚିହ୍ନଟ କରିବାକୁ ଡାକ୍ତରଙ୍କୁ କିଛି ସମୟ ଲାଗିଲା ଶେଷରେ ସେମାନେ ଜାଣିବାକୁ ପାଇଲେ ଲିସା ଫାଇବ୍ରୋଡିୟସପ୍ଲାସିଆ ଓସିଫି କାନସ ପ୍ରୋଗ୍ରୋସିଭା ବା ଏଫଓପି ରୋଗରେ ପୀଡିତ. ଏହି ବିକାର କଙ୍କାଳ ବାହାରେ ହାଡ଼ ସୃଷ୍ଟି କରିପାରେ.ଫଳରେ ବ୍ୟକ୍ତିର କାର୍ଯ୍ୟ କଳାପ ବାଧିତ ହୁଏ. ଏହି ଅବସ୍ଥା ଯୋଗୁଁ ଶରୀର ପଥରରେ ରୁପାନ୍ତରିତ ହୁଏ. ଏହି ରୋଗରେ ପୀଡିତ ବ୍ୟକ୍ତି କୋଡିଏ ବର୍ଷ ବୟସ ବେଳକୁ ଶଯ୍ୟାଶାୟୀ ହୋଇପାରନ୍ତି. ସେମାନଙ୍କ ଆୟୁଷ ମାତ୍ର ଚାଳିଶ ବର୍ଷ. ଲିସାର ଏକ୍ସରେ ହୋଇସାରିଛି. ଏକ୍ସରେ ପରେ ଡାକ୍ତର କହିଥିଲେ ସେ ସମ୍ଭବତଃ ଚାଲିପାରିବ ନାହିଁ କିନ୍ତୁ ଲିସା ଶାରୀରିକ ଭାବେ ଖୁବ ଶକ୍ତିଶାଳୀ ଅଛି ଏବଂ ଜୋରରେ ଗୋଡ଼ରେ କିକ ମାରିପାରୁଛି. ପୁନ୍ନ ଏକ୍ସରେ ଦ୍ୱାରା ଏହା ଜିନଗତ ରୋଗ ବୋଲି ଜଣା ପଡ଼ିଲାଣି. ଠିକ ଲିସା ପରି ଚଳିତ ବର୍ଷ ଜାନୁଆରୀ ଏକତିରିଶ ତାରିଖରେ ହର୍ଟଫୋର୍ଡଶାୟର ସ୍ଥିତ ହେମେଲ ହେମ୍ପଷ୍ଟିଡ଼ ବାସିନ୍ଦା ମାଆ ଓ ବାପା ଆଲେକ୍ସ ଓ ଡେଭଙ୍କ ଝିଅ ଲେକ୍ସି ମଧ୍ୟ ଏହି ରୋଗରେ ପୀଡିତ ହୋଇ ବ୍ରିଟେନର ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ହେଉଥିବା ଖବର କାଗଜରୁ ପଢି ମାନିଙ୍କ ମନ ଆଜି ଅସ୍ଥିର.ଭାଇର ଏକମାତ୍ର ଝିଅ ପାଇଁ ଭାବପ୍ରବଣତାରେ ସେ ଆଜି ଟଙ୍କା ଗଣନ ଭୁଲ କରିବସୁଛନ୍ତି ଥରକୁ ଥର. କିନ୍ତୁ ଗୋଟିଏ କଥା ତାଙ୍କୁ ଆଶା ଓ ଆଶ୍ଵାଶନା ଦେଉଛି ଲେକ୍ସି ଓ ଲିସା ଉଭୟଙ୍କ ଶରୀର ଆସ୍ତେ ଆସ୍ତେ ଟ୍ରୋମାକୁ ଯାଉଥିଲେ ମଧ୍ୟ ଦୁହେଁ ଖୁବ ସକ୍ରିୟ ଓ ପ୍ରତିଭାବାନ ଝିଅ.
ଚିଠିଟିଏ ଛାଡ଼ିଥିଲା ମାନି ଲେକ୍ସିର ବାପାମାଆଙ୍କୁ. ଅନୁରୋଧ କରିଥିଲା ଥରେ ଆସି ଆମ ପରିବାର ସହ ଓଡିଶାର ଆରାଧ୍ୟ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ.ଲେକ୍ସି ଓ ଲିସା ଉଭୟଙ୍କୁ ନେଇ ଥରେ ବାଇଶିପାହାଚରେ ଗଡେଇ ଦେଇ ଆଶିଷ ପାଇ ଆୟୁଷ ମାଗିବାକୁ ଗୁହାରି କରିବାକୁ ଯିବାକୁ ଥରେ ମାତ୍ର ଆସନ୍ତୁ କହିବାରେ ବାପା ମାଆ ଲେକ୍ସିକୁ ନେଇ ପହଞ୍ଚିଥିଲେ ଓଡିଶା ରାଜ୍ୟର ପୁରୀ ଜିଲ୍ଲାର ଆମ ମାନିଙ୍କ ବାପଘର ଗାଁରେ. ଭାଇ ଭାଉଜ ଲିସାର ଜାତକ ଗଣନା କରିବା ଛାଡ଼ି ସମସ୍ତେ ମିଶି ଜଗନ୍ନାଥ ଧାମ ଯାଇଥିଲେ. ବିସ୍ମୟ ଠାକୁରଙ୍କ କୃପା କରୁଣାରୁ ଦୁଇ ଝିଅ ଏବେ ଭଲ ଅଛନ୍ତି. ଜଗନ୍ନାଥଙ୍କ କରୁଣାର ଗଣନ ସଂଖ୍ୟା ନାହିଁ କହି ଲେକ୍ସିକୁ ଧରି ତା ବାପା ମାଆ ନିଜ ଦେଶକୁ ଫେରିଗଲା ପରେ ଲିସାର ପ୍ରତିଭା ଦେଖିବା ଭଳି ଥିଲା.।
