STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଝିଅ କାହାର

ଝିଅ କାହାର

4 mins
9

ପ୍ରଥମ ବିବାହ ବାର୍ଷିକୀରେ ସ୍ୱାମୀ ଦେଇଥିବା ଉପହାର ସବୁଜ ଗଛଟିକୁ ମାଟିରେ ପୋତିବା ସହ ହୃଦୟରେ ଗଛଟିକୁ ପୋତିଦେବା ପରେ ଅମିତା ସେଥିରେ ଢାଳୁଥିଲେ ପାଣି ବା ଜଳ. ସେ ଜଳ ଥିଲା ଦୟା, କରୁଣା ସହ ଆସ୍ତି ସୂଚକ ଚିନ୍ତାଧାରା. ଖାଲି ସେତିକି ନୁହେଁ ବରଂ ହୃଦୟରେ ଲଗାଇଥିବା ଗଛଟିର ଚାରା ଆଣି ସେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ରୋପଣ କରିବାକୁ ସକ୍ଷମ ହୋଇଥିଲେ ବିଶ୍ୱାସ, ଭରସା ଭଳି ମାଟି, ଆନ୍ତରିକତା ଓ ଭଲପାଇବା ଭଳି ପାଣି ଓ ଶହନଶୀଳତା, ଧର୍ଯ୍ୟ ତଥା ସେଵା ପରି ସୂର୍ଯ୍ୟକିରଣ ଦେଇ ତାକୁ ବଢ଼ାଇ ଚାଲିଥିଲେ ତ ଅମିତାଙ୍କର ଆଗ ପଛ ହୋଇ ଦୁଇଟି କନ୍ୟା ହୋଇଥିଲେ ମଧ୍ୟ ପରିବାର ସ୍ୱୀକୃତି ମିଳି ସେ ଦୁହେଁ ଚନ୍ଦ୍ରକଳା ପରି ବଢ଼ି ପାଠ ପଢି ଜଣେ ସ୍କୁଲ ଶିକ୍ଷୟିତ୍ରୀ ହେବା ସହ ଜଣେ ବ୍ୟାଙ୍କରେ ପିଓ.ଦୁହିଁଙ୍କ ବିବାହ କରିବା ପାଇଁ ଏଣିକି ବାପା ଯେପରି ଚେଷ୍ଟିତ ମାଆ ମଧ୍ୟ ଦୁହିଁଙ୍କ ଭିତରେ ସବୁଜ ଗଛର ସମସ୍ତ ଉପାଦାନ ଭରିଦେବାକୁ ସଦା ଜାଗ୍ରତ.କାରଣ ଅମିତା ବୁଝିସାରିଥିଲେ କି ଶ୍ରୁତି ଓ କୀର୍ତ୍ତି ଦୁହିଁଙ୍କ ଦାମ୍ପତ୍ୟ ସୁଖୀ ଜୀବନ ପାଇଁ ହୃଦୟରେ ସବୁଜ ଗଛର ଅଙ୍କୁରୋଦମ ନିହାତି ଅପରିହାର୍ଯ୍ୟ. ଝିଅ ଦୁହିଁଙ୍କୁ ବିଦା କଲାବେଳେ ଦୁହିଁଙ୍କ ଶାଶୁଙ୍କୁ ଦୁଇଟି କୁଣ୍ଡରେ ଦୁଇଟି ସବୁଜ ଗଛ ଉପହାର ଦେବାକୁ ଭୁଲିନଥିଲେ ଅମିତା. କହିଥିଲେ ଯତ୍ନ କଲେ ରତ୍ନ ମିଳେ ଭଉଣୀ. ଦୁଇ ସମୁଦୁଣୀ କହୁଥିଲେକି ଆମେ ମଧ୍ୟ ଜାଣିବାକୁ ଚାହୁଁଥିଲୁ ଆପଣଙ୍କ ଝିଅ ଦୁହିଁଙ୍କ ପସନ୍ଦ ଅପସନ୍ଦ. ଏବେ ଆଉ ବୁଝିବାକୁ ବାକି ନାହିଁ.


   ଶ୍ରୁତିର ଜୋଇଁ ବଡ଼ ବ୍ୟବସାୟୀ ଥିଲେ. କିନ୍ତୁ ଦୈବ ଦୁର୍ବିପାକ ବଳେ କିଏ ବା ତିଷ୍ଠିଛି ଏ ମହୀ ତଳେ. ବୁଡିଯିବାକୁ ବସିଲା ବ୍ୟବସାୟ. ପୁରୁଷ ପିଲାଙ୍କର ନିଜ ବ୍ୟବସାୟ ବନ୍ଦ ହୋଇଗଲେ ସେମାନେ ଘାଇଲା ବାଘ ପରି ହୁଅନ୍ତି. କିନ୍ତୁ ଶ୍ରୁତିର ଚାକିରୀ ସହିତ ଫୁଲ ବ୍ୟବସାୟ ଭଲ ଚାଲିଥାଏ. ଆଜିର ଲୋକଙ୍କୁ ବୁଝିବାକୁ ବାକି ନଥାଏ ଫୁଲର ସୁଗନ୍ଧ ଦେହ ମନକୁ ସତେଜ ରଖେ. ସ୍କୁଲରେ ପଢ଼ାଇଲା ବେଳେ ଶ୍ରୁତି ଦିନେ ପିଲାମାନଙ୍କୁ ପଚାରିଥିଲା ଏ ପୃଥିବୀରେ ସବୁଠୁ ସୁନ୍ଦର କଣ ଅଛି କହିପାରିବ. ଯଦିଓ ଶ୍ରୁତି ବୁଝିଥିଲା କି ପୃଥିବୀ ପୃଷ୍ଠରେ ପ୍ରକୃତିରେ ଭରି ରହିଥିବା ସମସ୍ତ ପ୍ରାକୃତିକ ଜିନିଷ ଭିତରେ କିଛିନା କିଛି ସୌନ୍ଦର୍ଯ୍ୟ ଅଛି ତଥାପି ଅଧିକାଂଶ ଛାତ୍ର ଛାତ୍ରୀ ଫୁଲ ସବୁଠୁ ସୁନ୍ଦର କହିଥିଲେ. ଶ୍ରୁତି ବୁଝିଯାଇଥିଲେ କି ନରମ ନରମ ରଙ୍ଗୀନ ଫୁଲ ପରି ଏ ଶିଶୁ ଓ ତାଙ୍କର ମନ ତେଣୁ ସେ ସଠିକ ଉତ୍ତର ଦେଇ ପିଲାଙ୍କୁ ବୁଝେଇଥିଲେ ମଧ୍ୟ ଫୁଲ ଯେ ଅଧିକ କୋମଳ ନରମ ଓ ରଙ୍ଗୀନ ସାଙ୍ଗକୁ ସୁଗନ୍ଧ ଦେଇ ମନ ଓ ଶରୀରକୁ ତାଜା ରଖୁଥିବାରୁ ସ୍କୁଲରେ ଫୁଲ ଗଛ ଲଗେଇବା ସହ ନିଜ ବାଡ଼ି ବଗିଚାରେ ଫୁଲ ଗଛ ଲଗାଇବାକୁ ପିଲାଙ୍କୁ କହିବା ସହ ନିଜେ ଲଗେଇଥିଲେ ଆଉ ଏତେ ଫୁଲ ହେଉଥିଲା ତ ଖୁବ ବିକ୍ରୀ ହେଉଥିଲା. ଏମିତିକି ଔଷଧ କମ୍ପାନୀମାନେ ମଧ୍ୟ କିଣୁଥିଲେ ଫୁଲ. ଦେବାଳୟରେ ଠାକୁରଙ୍କୁ ଫୁଲ ଦେଇ ଶାନ୍ତି ଓ ପବିତ୍ରତା ମିଳୁଥିଲା ଶ୍ରୁତିଙ୍କ ସହ ପରିବାରବର୍ଗଙ୍କୁ. ଏଣିକି ଧର୍ଯ୍ୟ ଧରି ସ୍ୱାମୀଙ୍କୁ ସାନ୍ତ୍ୱନା ଦେଇ ସେ ଫୁଲ ବ୍ୟବସାୟରେ ସକ୍ରିୟ ରଖିଥିଲେ ତ ଆଉ ଦୁଃଖ ନଥିଲା ତାଙ୍କ ଦାମ୍ପତ୍ୟ ଭିତରେ.ଫୁଲ ହିଁ ତାଙ୍କ ସୁଖୀ ଜୀବନର ମାଧ୍ୟମ ଥିଲା.ସେଦିନ ଗୋଲାପଫୁଲ ତୋଳୁ ତୋଳୁ କଣ୍ଟା ବାଜି ଆଘାତ ପ୍ରାପ୍ତ ହୋଇଥିବା ଶ୍ରୁତିଙ୍କୁ ତାଙ୍କ ସ୍ୱାମୀ ହାତ ଧୋଇ ପରିସ୍କାର କପଡ଼ାରେ ପୋଛି ଉପଚାର ରୂପେ ଡେଟଲ ମାରି ବେଟାଡାଇନ ଲଗାଇ ସାରି କହିଥିଲେ ଛୋଟ ବେଳେ ଜେଜେମା କହୁଥିଲେ ଭାଲୁ ମହୁଲ ଫୁଲ ଖାଇବାକୁ ଖୁବ ଭଲ ପାଏ. ମହୁଲ ଫୁଲ ସଂଗ୍ରହ କରି ରଖିଥାଏ ଯେତିକି ଖାଇଥାଏ ସେତିକି. ଶୀତ ଦିନ ଆସିଲେ ଭାଲୁ ଶୋଇଯାଏ. ଅନ୍ୟଦିନମାନଙ୍କରେ ଏତେ ଖାଇଥାଏ ଯେ ଶୀତ ଦିନେ ଛୁଆ କରିବା ସହ ଛୁଆଙ୍କୁ କ୍ଷୀରପାନ କରେଇ ଶୋଇଯାଏ ଛୁଆମାନେ ବଡ଼ ହେବା ଯାଏଁ. ତାହାକୁ ଭାଲୁର ହାଇବରନେଟିଙ୍ଗ ସମୟ କହୁଥିଲା ବେଳେ,ଭୀଷଣ ବରଫ ପଡୁଥିବାରୁ ଜଙ୍ଗଲର ଅନ୍ୟ ପଶୁ ପକ୍ଷୀ ମାନେ କୁଆଡେ ଯାଇ ନପାରି ଭାଲୁ ସଞ୍ଚୟ କରି ରଖିଥିବା ମହୁଲଫୁଲ ଖାଇ ଭାଲୁର ସଞ୍ଚୟ ଗୁଣକୁ ପ୍ରଶଂସା କରିବା ସହ ଭାଲୁକୁ ରାଜା କରିବାକୁ ସ୍ଥିର କରିଥିଲେ. ମହୁଲ ଫୁଲ ଯୋଗୁଁ ଭାଲୁ ଯେମିତି ରାଜା ହୋଇଥିଲା ତୁମ ହାତ ଲଗା ଗୋଲାପ ଫୁଲ ଯୋଗୁଁ ମୋ ବ୍ୟବସାୟ ଆଜି ରାଜକୀୟ ଢଙ୍ଗରେ ଚାଲିଛି କହି ସ୍ୱାମୀ ଖୁବ ଖୁସି ପାଇବା ଦେଖି ଶ୍ରୁତି ମଧ୍ୟ ଖୁସି ହୋଇ ସ୍କୁଲରେ ଭାଲୁର ଶୀତ ଦିନେ ଶୋଇରହିବାକୁ ହାଇବରନେଟ କୁହାଯାଏ ବୁଝେଇବା ବେଳେ ଏହି ଗପଟିକୁ ନୂଆ କରି କହୁଥିଲେ କାରଣ ଏ ଭିତରେ ପ୍ରତ୍ୟେକ ଫୁଲକୁ ଭଲପାଇବା ଦେଇ ଫୁଲବାଗିଚା କରିବା ପିଲାମାନେ ଶିଖିଯାଇଥିଲେ ଶ୍ରୁତି ଦିଦିଙ୍କଠାରୁ.

     ସାନଭଉଣୀ କୀର୍ତ୍ତି ଦେଖୁଥିଲା ବ୍ୟାଙ୍କରୁ ଋଣ ନେଇ ଅଧିକାଂଶ ଲୋକ ମୂଳ ଦେବା ଦୂରେ ଥାଉ ସୁଧ ମଧ୍ୟ ପଇଠ କରୁନଥିଲେ ତ କୀର୍ତ୍ତି ଅପାଠୁ ଶିଖି ସମସ୍ତଙ୍କୁ ଫୁଲ ବଗିଚା କରି ଅଧିକା ଉପାର୍ଜ୍ଜନ କରିବାକୁ କହିବା ସହ ସବୁଜ ପନିପରିବା ଚାଷ କରି ଘର ଓ ବଜାରର ଆବଶ୍ୟକତା ପୁରଣ କରିବାକୁ ପ୍ରୋତ୍ସାହନ ଦେଉଥିଲେ ତ ଦେଖାଗଲା ଯେଉଁମାନେ ତାଙ୍କ କଥା ମାନୁଥିଲେ ସେମାନେ ବ୍ୟାଙ୍କରୁ ନେଉଥିବା ଋଣକୁ ନିଜ ଆର୍ଥିକ ଉର୍ନ୍ନତିରେ ବିନିଯୋଗ କରିବା ସହ ସୁଧ ଓ ମୂଳ ଠିକଠାକ ପୈଠ କରିବାକୁ ସକ୍ଷମ ହେବା ସହ ଆଉ ଋଣ କରୁନଥିଲେ. କୀର୍ତ୍ତିଙ୍କ ଜୀବନରେ ମଧ୍ୟ ଦୁଃଖ ଆସିଥିଲା.ସ୍ବାମୀ ତାଙ୍କ ପିତା ମାତାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡି ଗୁରୁଙ୍କ ଆଶ୍ରମକୁ ଚାଲିଯାଇଥିଲେ.ଆଶ୍ରମରେ ଥିଲାବେଳେ ସେ ଭୁଲି ଯାଇଥିଲେ ତାଙ୍କର ଏବେ ନିଜ ସଂସାର ଓ ଦାମ୍ପତ୍ୟ ଜୀବନ ପାଇଁ କିଛି କର୍ତ୍ତବ୍ୟ ଅଛି. ଗୁରୁ ଧ୍ୟାନ ବଳରେ ସବୁ ଜାଣିପାରିଲେ.ସେଦିନ ପିଲାମାନଙ୍କୁ ଉପଦେଶ ଦେଇ ଗାନ୍ଧିଙ୍କ ଜୀବନ କାହାଣୀ କହିବାକୁ ଯାଇ ତାଙ୍କର ସବୁଗୁଣ ଭିତରେ ସତ କହିବାକୁ କିଆଁ ଡରିବି ଶିକ୍ଷାଟି ଉଚ୍ଚକୋଟୀର ଅଟେ ବୋଲି କହୁଥିଲେ ତା ସହ ସତ କହୁଥିବା ଜର୍ଜ ପିଲାଦିନେ କୁରାଢ଼ି ସାହାଯ୍ୟରେ ନିଜ ବଗିଚାରୁ ଫଳନ୍ତି ଗଛ କାଟିଦେଇ ନିଜ ଭୁଲ ମାନି ଆଉ କେବେ ଏପରି କାମ କରିବେନି କହି ପିତାଙ୍କ ନିକଟରେ ସତ ମାନିଯାଇଥିବାରୁ ସେ ଭବିଷ୍ୟତରେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ଓ୍ଵାସିଙ୍ଗଟନ ରୂପେ ପରିଚିତ ହୋଇପାରିଥିଲେ. ଏହି କଥା ଶୁଣି କୀର୍ତ୍ତିଙ୍କ ସ୍ୱାମୀ ମଧ୍ୟ ସେଦିନ ସତ ମାନିଯାଇଥିଲେ କି ପିତା ମାତାଙ୍କ ମୃତ୍ୟୁ ପରେ ସେ ଦୁଃଖରେ ଘର ଛାଡ଼ି ଆସିଛନ୍ତି. ଏଥର ଗୁରୁ ବୁଝେଇଥିଲେ. ସଂସାରରେ ଜନ୍ମିତ ସମସ୍ତ ପ୍ରାଣୀ ଓ ମନୁଷ୍ୟଙ୍କର ମୃତ୍ୟୁ ଅଛି କିନ୍ତୁ ସେଥିପାଇଁ ଆମର ପରବର୍ତ୍ତୀ ଜୀବନସାଥି ପ୍ରତି ଆମେ ଅନ୍ୟାୟ କରିବା ଉଚିତ ନୁହେଁ. ସଂସାର ଛାଡ଼ି, ଚାକିରୀ ହରେଇ ଗୁରୁଙ୍କ ପାଖକୁ ଆସିଛ ଭଲକଥା କିନ୍ତୁ ସହଧର୍ମିଣୀର ମଧ୍ୟ କିଛି ଆବଶ୍ୟକତା ଅଛି. ତୁମ ପିତା ମାତାଙ୍କ ସେଵା ଯତ୍ନ କରିବାରେ ସେ କେବେ ପଛଘୁଞ୍ଚା ଦେଇନଥିବା ବେଳେ ତୁମେ ତାଙ୍କ ଦେହମୁଣ୍ଡ, ଭଲମନ୍ଦ ବେଳେ ତାଙ୍କ ପାଖରେ ନରହିବା ଉଚିତ ନୁହେଁ. ସହଧର୍ମିଣୀ ନିଜ ସହକର୍ମିଣୀ ଅଟେ. ଗାନ୍ଧି ଦେଶ ସେଵା କଲାବେଳେ କସ୍ତୁରବାଙ୍କୁ ଛାଡ଼ିନଥିଲେ କି ଜଜ ଓ୍ୱାସିଂଟନ ଆମେରିକା ଭଳି ଦେଶର ସର୍ବୋଚ୍ଚ ହୋଇଥିବା ବେଳେ ପତ୍ନୀଙ୍କୁ ଛାଡ଼ି ନଥିଲେ.ଏଥର ଗୁରୁଙ୍କ ପ୍ରଦତ୍ତ ଗଛ ଦୁଇଟି ଧରି ଫେରିଥିଲେ ସ୍ୱାମୀ ଅଭିନନ୍ଦନ କୀର୍ତ୍ତିଙ୍କ ନିକଟକୁ. କୀର୍ତ୍ତି ମଧ୍ୟ ଏ ଭିତରେ ସୃଷ୍ଟି କରିଥିଲେ ସବୁଜ ବାନାନୀ ଯୋଉଠି ପିତା ମାତାଙ୍କ ସ୍ମୃତି ଉଦେଶ୍ୟରେ ସ୍ୱାମୀ ଆଣିଥିବା ଗଛ ଦୁଇଟି ମଧ୍ୟ ଖାଲି ସ୍ଥାନ ନୁହେଁ ପୂଜା ପାଉଥିଲା କୀର୍ତ୍ତିଙ୍କ ହାତରୁ.ସମସ୍ତେ ଶ୍ରୁତି ଓ କୀର୍ତ୍ତିଙ୍କୁ ଖୁବ ପ୍ରଶଂଶା କରୁଥିଲେ ।



Rate this content
Log in

Similar oriya story from Abstract